ସୂଚନା ଫଳକରେ ସୀମିତ ପୁନରୁଦ୍ଧାର

ଡୁଙ୍ଗୁରିପାଲି, ୧୩ା୬(ଡି.ଏନ.ଏ.) – ସୁବର୍ଣ୍ଣପୁର ଜିଲା ଡଙ୍ଗୁରିପାଲି ବ୍ଲକ ସୁନାପାଲି ଗ୍ରାମ ପଞ୍ଚାୟତରସଦର ଗଁାରେ ଥିବା ଯୋଗୀକଟା(ଜଳାଶୟ)ର ପଙ୍କୋଦ୍ଧାର ଓ ଅନ୍ୟାନ୍ୟ କାମ ପାଇଁ ପାଣିକୁ କଟାଯାଇଛି। ୨୦୧୮-୧୯ ଆର୍ଥିକ ବର୍ଷରେ ଚତୁର୍ଦ୍ଦଶ ଅର୍ଥ କମିଶନ ଯୋଜନାରେ ଏଥିପାଇଁ ୫ଲକ୍ଷ ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି। ମାସକରୁ ଊର୍ଦ୍ଧ୍ୱ ସମୟ ହେବ ବନ୍ଧ ହୁଡାରେ ସୂଚନା ଫଳକ ବି ଲଗାଯାଇଛି। ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ହାତରେ କାମ କରିବାର କାର୍ଯ୍ୟାଦେଶ ରହିଛି। ହେଲେ ଅଦ୍ୟାବଧି କୌଣସି କାମ ହୋଇନାହିଁ। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଜୁନ ୧୫ ପରେ ସାଧାରଣତଃ ମାଟିକାମ ବନ୍ଦ କରିବାକୁ ନିର୍ଦ୍ଦେଶ ଥିବାରୁ ଚଳିତ ଋତୁରେ ପ୍ରକଳ୍ପର ଭବିଷ୍ୟତକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ଏହି ସବୁ ଅଭିଯୋଗ ନେଇ ଗ୍ରାମବାସୀ ମଙ୍ଗଳବାର ଡୁଙ୍ଗୁରିପାଲି ବିଡିଓଙ୍କୁ ଭେଟି ଏ ନେଇ ଫେରାଦ ହୋଇଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ, ପ୍ରକଳ୍ପ କାମ ଢେର ବିଳମ୍ବରେ ଆରମ୍ଭ କରାଗଲା। ଧାର୍ଯ୍ୟ ସମୟରେ ସମ୍ପୂର୍ଣ୍ଣ ହୋଇଥିଲେ ଲୋକେ ଅଗାମୀ ବର୍ଷମାନଙ୍କରେ ଜଳାଭାବରୁ ସୁବିଧା ପାଇ ପାରିଥାନ୍ତେ। ହେଲେ କାମ ତ ହେଲାନି ବରଂ ଏହି ନିଦାଘ ଗ୍ରୀଷ୍ମରେ ଦୁଇଓ୍ବାର୍ଡ ବିଶିଷ୍ଟ ସୁନାପାଲି ଗଁାର ଲୋକେ ପାଣି ପାଇଁ ଛଟପଟ ହେଲେ। କେନାଲ ପାଣି ବନ୍ଦ ହୋଇଯାଇଥିବା ବେଳେ ଗାଁରେ ଥିବା କେତେକ ନଳକୂପରୁ ଆବଶ୍ୟକ ପାଣି ବାହାରୁନାହିଁ। ଯେଉଁ କେତୋଟିରୁ ପାଣି ବାହାରୁଛି ସେଥିରେ ଏତେବଡ ଗଁାର ଲୋକଙ୍କ ଜଳ ଆବଶ୍ୟକତା ପୂରଣ କରି ପାରୁନାହିିଁ। ହେଲେ କଷ୍ଟେମଷ୍ଟେ ସେଥିରେ ଗ୍ରାମବାସୀ କାମ ଚଳାଉଛନ୍ତି। ଏପରିସ୍ଥଳେ କାମ ଏବେ ଆଗେଇବା ସମ୍ଭବ ନ ଥିବାରୁ ଅବିଳମ୍ବେ କଟା ଯାଇଥିବା ବନ୍ଧକୁ ତୁରନ୍ତ ମାଟି ପକାଇ ବନ୍ଦ କରିବାକୁ ବିଡିଓଙ୍କୁ ଜଣାଇଥିବା ଗଁାର ବୁଦ୍ଧଦେବ ପଧାନ, ହରିହର ସହୁ, ରଞ୍ଜନ ସେଠ, ନୀଳକଣ୍ଠ ପଧାନ, ରାଜକୁମାର ପଧାନ, ପ୍ରକାଶ ବିଶି, ମୀନକେତନ ମେଶୁଆ, ଦାମୋଦର କର୍ଣ୍ଣ ପ୍ରମୁଖ କହିଛନ୍ତି। ଏ ନେଇ ବିଡିଓ ସହଦେବ ସମାଧିଆଙ୍କୁ ଯୋଗାଯୋଗ କରିବାରୁ ମୌସୁମୀ ଦ୍ୱାରଦେଶରେ। ତେଣୁ ଏବେ କାମ ସମ୍ପୂର୍ଣ୍ଣ ହେବା ଆଶାକ୍ଷୀଣ। ତେଣୁ କଟାଯାଇଥିବା ବନ୍ଧକୁ ତୁରନ୍ତ ବନ୍ଦ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୧୩ ଗେଟ୍‌, ୨ ଗେଟ୍‌ରେ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୧।୧୦(ପ୍ରମୋଦ ବହିଦାର): ସମ୍ପ୍ରତ୍ତି ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହ ହ୍ରାସ ପାଇବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ମଧ୍ୟ କ୍ରମଶଃ ହ୍ରାସ ପାଇଛି। ତେଣୁ ହୀରାକୁଦ…

ବନ୍ଦ ହେଲା ହୀରାକୁଦର ୬ ଗେଟ୍‌, ଏତିକି ଗେଟ୍‌ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ

ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବା ପରେ ମଙ୍ଗଳବାର ୪ଟି ଗେଟ୍‌ ବନ୍ଦ କରି ଦିଆଯାଇଛି। ଫଳରେ ହୀରାକୁଦ ଜଳଭଣ୍ଡାରର ବାମ…

ସମ୍ବଲପୁର ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସ ସହକାରୀ ନିର୍ଦ୍ଦେଶକଙ୍କ ଘରେ ରେଡ୍, ୭ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

​ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର କାରଖାନା ଓ ବଏଲର୍ସର ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ…

ହୀରାକୁଦର ୩୦ ଗେଟ୍‌ ଖୋଲିଲା

ସମ୍ବଲପୁର,୨୮ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହଠାତ୍‌ ୬ ଲକ୍ଷ ଘନଫୁଟ୍‌ରୁ ଊର୍ଦ୍ଧ୍ୱରେ ପହଞ୍ଚିବା ପରେ ସୋମବାର ପୁଣି ୨ଟି ସ୍ଲୁଇସ୍‌ ଗେଟ୍‌କୁ ଖୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?