ସୂଚନା ଅଧିକାର କର୍ମୀଙ୍କୁ ହତ୍ୟା ଘଟଣା: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରାସ୍ତାରୋକୋ

ବାଲିଗୁଡା,୧୫ା୧୨(ଡି.ଏନ୍‌.ଏ.)-ବାଲିଗୁଡା ପାତ୍ରସାହି ନିକଟରେ ଚଳିତ ମାସ ୧୦ ତାରିଖରେ ବାଟାଗୁଡାର ପୂର୍ବତନ ସରପଞ୍ଚ ଓ ସମିତି ସଭ୍ୟ ତଥା ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡାଙ୍କୁ ୨ଜଣ ଦୁର୍ବୃତ୍ତ ଘରୁ ଡାକିଆଣି ଗୁଳିକରି ହତ୍ୟା କରିଥିଲେ। ଘଟଣାକୁ ୪ଦିନ ବିତିଯାଇଥିଲେ ବି ପୋଲିସ ଅଭିଯୁକ୍ତଙ୍କ ଟେର୍‌ ପାଉନି।
ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଶନିବାର ଅଭିମନ୍ୟୁଙ୍କ ଗ୍ରାମ ବାଟାଗୁଡାଠାରେ ୫୯ ନଂ. ଜାତୀୟ ରାଜପଥକୁ ଗ୍ରାମବାସୀ ସକାଳ ୯ଟାରୁ ଅବରୋଧ କରିଥିଲେ। ଫଳରେ ବାଲିଗୁଡା ଠାରୁ ବ୍ରହ୍ମପୁର-ରାୟପୁର-ରାୟଗଡା, ଭବାନୀପାଟଣା ଭଳି ବିଭିନ୍ନ ଅଞ୍ଚଳକୁ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ଉଭୟ ପାର୍ଶ୍ୱରେ ଶହଶହ ଯାନବାହନ ଅଟକି ରହିଥିବାବେଳେ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଅଭିଯୁକ୍ତମାନେ ଗିରଫ ନ ହେବା ପର୍ଯ୍ୟନ୍ତ ରାସ୍ତା ଅବରୋଧ ଜାରି ରହିବ ବୋଲି ଗ୍ରାମବାସୀ ଅଡ଼ି ବସିଥିଲେ। ଘଟଣା ସ୍ଥଳରେ ପ୍ରଶାସନ ତରଫରୁ ସ୍ଥାନୀୟ ବିଡ଼ିଓ ନରେଶ ଚନ୍ଦ୍ର ଶବର ଏବଂ ପୋଲିସ ବିଭାଗ ତରଫରୁ ସ୍ଥାନୀୟ ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ସଦଳବଳ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ସେମାନେ ଜିଦ୍‌ରେ ଅଟଳ ରହିଥିଲେ। ଶେଷରେ କନ୍ଧମାଳ ଏସ୍‌ପି ପ୍ରତୀକ ସିଂ ଫୋନ ଯୋଗେ ଗ୍ରାମବାସୀଙ୍କ ସହ ଆଲୋଚନା କରି ଆଗାମୀ ୪/୫ ଦିନ ମଧ୍ୟରେ ହତ୍ୟାକାରୀଙ୍କୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେବାପରେ ଅପରାହ୍ନ ୪ଟାରେ ରାସ୍ତାରୋକୋ ହଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇବ୍‌ ନଦୀକୁ ଖସିଲା ହାଇୱା: ୨ ନିଖୋଜ

ଲଖନପୁର,୮।୯(ଡି.ଏନ.ଏ)-ଝାରସୁଗୁଡା ଜିଲା ବନହରପାଲି ଥାନା ରମ୍ପେଲା ବ୍ରିଜ ଉପରୁ ମଙ୍ଗଳବାର ଏକ ହାଇଓ୍ବା (ନଂ.ଓଡି ୨୩କେ୧୫୪୭) ଭାରସାମ୍ୟ ହରାଇ ଇବ ନଦୀକୁ ଖସିପଡିଛି। ଫଳରେ ହାଇଓ୍ବାଟି...

ବିଳମ୍ବରେ ବହି ମିଳିବା ଘଟଣାର ତଦନ୍ତ ହେବ: ମନ୍ତ୍ରୀ

ଭୁବନେଶ୍ୱର,୧୭ା୨(ବ୍ୟୁରୋ): ମାଟ୍ରିକ ପରୀକ୍ଷାର କିଛିଦିନ ପୂର୍ବରୁ ଏସ୍‌ସି, ଏସ୍‌ଟି ଛାତ୍ରୀଛାତ୍ରଙ୍କୁ ବହି ମିଳିବା ଘଟଣାର ତଦନ୍ତ ହେବ। ଏଥିପାଇଁ ମାଧ୍ୟମିକ ଶିକ୍ଷା ବୋର୍ଡକୁ ନିର୍ଦ୍ଦେଶ ଦିଆଯାଇଥିବା...

ଶ୍ରୀମନ୍ଦିର ଖୋଲିବାକୁ ହାଇକୋର୍ଟରେ ମାମଲା ଦାୟର

କଟକ ଅଫିସ, ୩।୮: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଥିବା ବିଭିନ୍ନ ମନ୍ଦିରକୁ ବନ୍ଦ ରଖାଯାଇଛି। ତେବେ ମନ୍ଦିର ଖୋଲିବାକୁ ହାଇକୋର୍ଟରେ ୨ଟି ପୃଥକ...

ବଢ଼ିଲା ବନ୍ୟା ମୁକାବିଲା ଚିନ୍ତା

କଟକ ଅଫିସ, ୧୫|୮:ଲଗାଣ ବର୍ଷା ଯୋଗୁ ପଶ୍ଚିମ ଓଡ଼ିଶା ପରେ ଉପକୂଳରେ ଦେଖାଦେଇଛି ବନ୍ୟା ପରିସ୍ଥିତି। ବୁଧବାର ସନ୍ଧ୍ୟା ସୁଦ୍ଧା ମହାନଦୀରେ ବନ୍ୟାଜଳ ଉଛୁଳିବାରୁ ନଦୀକୂଳିଆ...

ବୁଧବାରଠୁ ଆରମ୍ଭ ହେବ ୧୨-୧୪ ବର୍ଷ ବୟସ୍କଙ୍କ ଟିକାକରଣ

ଭୁବନେଶ୍ୱର,୧୫।୩ (ବ୍ୟୁରୋ): ରାଜ୍ୟରେ ୨୦୧୫ ମାର୍ଚ୍ଚ ୧୦ ପୂର୍ବରୁ ଜନ୍ମ ହୋଇଥିବା ୧୨ରୁ ୧୪ ବର୍ଷ ବୟସ୍କଙ୍କ ଟିକାକରଣ ବୁଧବାରଠୁ ଆରମ୍ଭ ହେବ । ପୂର୍ବରୁ...

କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ପାଇଁ ଚିଠି ଲେଖିଲେ ଏସ୍‌ପି

ଜଗତ୍‌ସିଂହପୁର ଅଫିସ,୧୫ା୭: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ(୩୦) ଓ ତାଙ୍କ ପ୍ରେମିକା ତଥା ଜଗତ୍‌ସିଂହପୁର ଥାନା ଦେଉଳୀ ଗ୍ରାମେଶ୍ୱର ଗଁାର ସଂଗ୍ରାମ କେଶରୀ ଦାଶଙ୍କ...

୬ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୫।୫ (ବ୍ୟୁରୋ): ମେ ଶେଷ ହେଲା। ଖରାଦିନିଆ ଝାଞ୍ଜି ନାହିଁ କି ଦେହ ଜଳିପୋଡ଼ି ଗଲାଭଳି ତାତି ନାହିଁ। ପୂର୍ବାହ୍ନରେ ସାମାନ୍ୟ ଗରମ ହେଲେ ମଧ୍ୟ...

ଦାୟିତ୍ୱ ନେଲେ ନୂଆ ବିଏମ୍‌ସି କମିଶନର: ପ୍ରେମଚନ୍ଦ୍ର ଚୌଧୁରୀ

ଭୁବନେଶ୍ୱର, ୨୭ା୬(ବ୍ୟୁରୋ)- ରାଜ୍ୟର ବୃହତମ ସ୍ବାୟତ ସଂସ୍ଥା ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ରେ ନୂଆ କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଯୋଗ ଦେଇଛନ୍ତି। ଗୁରୁବାର ସକାଳ ୯ଟା ୩୦ରେ...

Advertisement
Archives

Model This Week