ସୁଲୋଚନାକୁଁ ସାହାଯ୍‌ର ହାତ୍‌ ବଢ଼ାଲେ ଭିନେ ଭିନେ ସଂଗଠନ: ଫିରି ପାଏଲେ ବଁଧା ପଡ଼ିଥିବାର ରାଶନକାର୍ଡ

ପର୍ଲା, ୨୪।୧ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଦଣ୍ଡପାଟ ଅଂଚଲ ଛଞ୍ଚାଣବାହାଲି ପଁଚେତ୍‌ ବେହେରାଗୁଡ଼ାର କୁଷ୍ଠ ରୋଗ୍‌ରେ ପୀଡ଼ିତ ସୁବାସ ଦୋରୁଆନ(୫୦)କଁର ଦିନାକେତେ ତଲେ ମୁର୍‌ତୁ ହେଇଥିଲା। ଏନ୍‌ତାଥି ବିଧବା ବୁଢ଼ୀ ମା’ଟଁକା ପଏସା ଅଭାବୁ ପୁଓର ଶୁଧିକାଯ୍‌ ଲାଗି ନିଜର ରାଶନ କାର୍ଡ ବଁଧା ପକେଇଥିଲେ। ଇ ଘଟନା ଗଣମାଧ୍ୟମରେ ପରଚାରିତ ହେଲା ଉତାରୁ ଭିନେ ଭିନେ ସ୍ବେଚ୍ଛାସେବୀ ସଂଗଠନ ଇ ଦୁଖି ପରିବାରକେ ସାହାଯ୍‌ର ହାତ୍‌ ବଢ଼େଇଛନ୍‌।
ସୂଚନା ଅନ୍‌ସାରେ ବେହେରାଗୁଡ଼ା ଗଁାର ସୁଲୋଚନା ଦୋରୁଆନ ପୁଓବହ, ନାତିନାତେନକୁଁ ନେଇ ଖୁସିରେ ଥିଲେ। ପୁଓ ବି ଦୁଖ୍‌ସୁଖ୍‌ କରି ଦୁଇପଏସା ରୁଜଗାର କରୁଥିଲେ। ହେଲେ ଆଏଜ୍‌କେ ୪ ବଛର ତଲେ ସେ କୁଷ୍ଠ ରୋଗ୍‌ରେ ଆକ୍‌ରଁାତ ଥିବାର ଜାନ୍‌ବାକେ ପାଇଥିଲେ। ଅନେକ ଚିକିଛା କଲା ଉତାରୁ ବି ସେ ସବୁବେଲେ ମାନ୍‌ସିକ୍‌ ଚାପରେ ରହୁଥିଲେ। ଏନ୍‌ତା ପରିସ୍ଥିତିରେ ଗଲା ୧୭ ତାରିଖ ସୁବାସ ଆରପାରକେ ଚାଲିଗଲେ। ସୁବାସ କୁଷ୍ଠ ରୋଗ୍‌ରେ ପୀଡ଼ିତ ଥିବାର ଘଟନାକେ ନେଇ ଜାତିଭାଇ ସେ ମଲା ଉତାରୁ ବି କେହି ଖଁଦ୍‌ ନାଇଁଦେଲେ। ଇଆଡ଼େ ଜାତିଭାଇ, ସମାଜ ପରିବାରକେ ଅଜେତ୍‌ କରିଥିଲା। ଜାଏତ୍‌ ହେବାର ଲାଗି ସମାଜ ଲୋକ୍‌ ଭୁଜିଭାତ ସଂଗେ ଛେଲ୍‌ମେଢ଼ି ମାଗିଥିଲେ। ଏନ୍‌ତାଥି ଉପେ ଶୂଇନ୍‌ ସୁବାସକଁର ମା’ ସୁଲୋଚନା ନିଜର ରାଶନ କାର୍ଡ ପଡ଼ିଶାଘରେ ବଁଧା ପକେଇଥିଲେ। ଇ ବାବ୍‌ଦେ ଗୁରୁବାର ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ପୁଓର ଶୁଧିକାଯ୍‌ ଲାଗି ବଁଧା ପଡ଼ଲା ରାଶନକର୍ଡ’ ଶୀରଷକ୍‌ରେ ଖବର ବାହାରିଥିଲା। ଖବର ବାହାରଲା ଉତାରୁ ଧର୍ମଗଡ଼ର ସ୍ବେଚ୍ଛାସେବୀ ସଂଗଠନ ଜଗନ୍ନାଥ ସେବା ସମିତିର ସଦସିଅମାନେ ବେହେରାଗୁଡ଼ାରେ ପୁହୁଁଚି ସୁଲୋଚନାକୁଁ ଆଶାସନା ଦେବାର ସଂଗେ ଦଶା କାଯ୍‌ ଲାଗି ଚାଉଲ, ଡାଲି, ତେଲନୁନ୍‌ ଆର କିଛି ଟଁକା ପଏସା ସାହାଯ୍‌ ଦେଇଛନ୍‌। ସେନ୍‌ତା ମୂଲ ନିବାସୀ ଯୁବ ଫେଡେରେଶନ ତରଫୁ ସୁବାସକଁର ଝି’ପୁଓର ଲାଗି କୁରତା, ପେଁଟ୍‌, ସୁଲୋଚନାକଁର ଲାଗି ଶାଢ଼ି, ଚାଉଲ ଆର କିଛି ଟଁକା ପଏସା ସାହାଯ୍‌ ଦେଇଛନ୍‌। କଳାହାଣ୍ଡି ଜିଲା କୃଷକ ସଂଘର ଆବାହକ ଦିଗାମ୍ବର ଦୁରିଆ, ଧର୍ମଗଡ଼ ଅଂଚଲର ଖବରଦାତାମାନେ ବି ଇ ଅସାହା ପରିବାରକେ କିଛି ଟଁକା ପଏସା ସାହାଯ୍‌ ଦେଇଥିବାର ଜନାଯାଇଛେ। ସୁଲୋଚନା ଲୁକ୍‌କରନୁ ସାହାଯ୍‌ ପାଏଲା ଉତାରୁ ବଁଧା ପକେଇଥିବାର ରାଶନକାର୍ଡ ମୁକ୍‌ଲେଇଥିବାର କହିଛନ୍‌। ହେଲେ ଏନ୍‌ତା ଗୁଟେ ଦୁଖଦ୍‌ ଘଟନାରେ ଜିଲା ଆର ଥାନୀଅ ପରଶାସନ ଚୁପ୍‌ ମାରି ବସି ରହିବାର ଘଟନାକେ ଭିନେ ଭିନେ ସଂଗଠନ, ବୁଧିଜୀବୀ ଆର ଅଂଚଲବାସୀ ନିନ୍‌ଦା କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପରେ ବି ବଦଳିନି ଭାଗ୍ୟ: ଗୁଡ଼ାରିରେ ପୋଲ ନଥିବାରୁ ନାଳରେ ବୁହାହେଲେ ରୋଗୀ

ଗୁଡ଼ାରି, ୨୭।୧୦ (ପ୍ରମୋଦ କୁମାର ପତି): ଆଜିର ଆଧୁନିକ ଯୁଗରେ ବି ଗାଁକୁ ରାସ୍ତା ଓ ପୋଲ ନଥିବାରୁ ଜରୁରୀ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି ଗ୍ରାମବାସୀ। ରାୟଗଡ଼ା…

କାର୍ଯ୍ୟରତ ବିଦ୍ୟୁତ୍ କର୍ମଚାରୀଙ୍କ ଅସୁସ୍ଥତା ପରେ ମୃତ୍ୟୁ: ଟାଟା ପାୱାର ଅଫିସ୍ ଆଗରେ ମୃତଦେହ ରଖି ରାସ୍ତାରୋକ, କ୍ଷତିପୂରଣ ଦାବି

ମାର୍ଶାଘାଇ, ୨୭।୧୦ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ଟାଟା ପାୱାର କମ୍ପାନୀର ଫ୍ରାଞ୍ଚାଇଜି ସଂସ୍ଥା ଅଧୀନରେ…

୩୦ ପରେ ଖୋଲିବ କଳିଙ୍ଗା ଘାଟି ରାସ୍ତା: ବାତ୍ୟା ଭୟ ମଧ୍ୟରେ ଆଶ୍ରୟସ୍ଥଳୀରେ ଲୋକଙ୍କୁ ଖାଦ୍ୟ ପରଶିଲେ ଉପଜିଲାପାଳ

ଭଞ୍ଜନଗର, ୨୭।୧୦(ବାବୁଲା ପ୍ରଧାନ): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ ଏବଂ ପ୍ରବଳ ବର୍ଷାଜନିତ ଭୂସ୍ଖଳନ ଆଶଙ୍କାକୁ ଦୃଷ୍ଟିରେ ରଖି ଗଞ୍ଜାମ ଓ କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟି ରାସ୍ତା…

ମିଶନ ଶକ୍ତି ଓ ଓଡ଼ିଶା ରାଇଜିଂ ଫାଉଣ୍ଡେସନ ମଧ୍ୟରେ MOU: କଳାହାଣ୍ଡିର ଏସଏଚଜି ମହିଳା ପାଇବେ ଆର୍ଥିକ ସାକ୍ଷରତା ପ୍ରଶିକ୍ଷଣ

ଭବାନୀପାଟଣା, ୨୭/୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ସ୍ୱୟଂ ସହାୟକ ଗୋଷ୍ଠୀ (SHG) ମହିଳାମାନଙ୍କୁ ଆର୍ଥିକ ସ୍ତରରେ ସଶକ୍ତ ଓ ସାକ୍ଷର କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ…

ବାତ୍ୟା ‘ଅର୍ଣ୍ଣବ’ ସତର୍କତା: ଗୁଡ଼ାରି ‘ମା’ ଗୃହ’ରେ ୧୯ ଗର୍ଭବତୀ, ପ୍ରଶାସନର ‘ଜିରୋ କାଜୁଆଲଟି’…

ଗୁଡ଼ାରି, ୨୭।୧୦(ପ୍ରମୋଦ କୁମାର ପତି): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ପ୍ରକୋପକୁ ଦୃଷ୍ଟିରେ ରଖି ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ…

ଥାନା CUG ନମ୍ବର ଲୁଚାଇଲେ ହେବ କାର୍ଯ୍ୟାନୁଷ୍ଠାନ! ସାର୍ବଜନୀନ କରିବାକୁ ପୋଲିସ୍ HQରୁ କଡ଼ା ନିର୍ଦ୍ଦେଶ

କଟକ ସଦର, ୨୭/୧୦ (ସୁଶାନ୍ତ କୁମାର ଜେନା): ରାଜ୍ୟର ବିଭିନ୍ନ ଥାନାରେ ଥିବା BSNL ଲ୍ୟାଣ୍ଡଫୋନ୍ ଲାଇନ୍‌ଗୁଡ଼ିକ ଅଚଳ ହୋଇପଡ଼ିଥିବାରୁ, ଜରୁରୀ ସେବା ଓ ପୋଲିସ୍ ସହାୟତା…

ଏକମାତ୍ର ବିଜ୍ଞାନ ଶିକ୍ଷକଙ୍କ ବଦଳି ପ୍ରତିବାଦ: ମେଣ୍ଢିପାଲି ସ୍କୁଲରେ ତାଲା, ଛାତ୍ରଛାତ୍ରୀଙ୍କ ସହ ଧାରଣାରେ ଗ୍ରାମବାସୀ

ଦେବଗଡ଼, ୨୭।୧୦(ଶଶାଙ୍କ ଶେଖର ଝାଙ୍କର): ବିଦ୍ୟାଳୟରେ ଥିବା ଏକମାତ୍ର ବିଜ୍ଞାନ ଶିକ୍ଷକଙ୍କ ବଦଳିକୁ ନେଇ ଅସନ୍ତୋଷ। ତାଙ୍କ ସ୍ଥାନରେ ଅନ୍ୟ କୌଣସି ବିଜ୍ଞାନ ଶିକ୍ଷକଙ୍କୁ ନିଯୁକ୍ତି ନଦେବା…

ବଡ଼ ଖବର: କାଲି ନୁହେଁ ଆଜି ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା, ହଠାତ୍‌ ବଦଳିଲା ସମୟ

ଭୁବନେଶ୍ୱର, ୨୭।୧୦: କାଲି ନୁହେଁ ଆଜି ରାତିରେ ହିଁ ଲ୍ୟାଣ୍ଡଫଲ କରିବ ବାତ୍ୟା ଅର୍ଣ୍ଣବ । ହଠାତ୍ ବଦଳିଲା ବାତ୍ୟା ଲ୍ୟାଣ୍ଡଫଲର ସମୟ । ଆଜି ରାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?