ସୁଲୋଚନାକୁଁ ସାହାଯ୍‌ର ହାତ୍‌ ବଢ଼ାଲେ ଭିନେ ଭିନେ ସଂଗଠନ: ଫିରି ପାଏଲେ ବଁଧା ପଡ଼ିଥିବାର ରାଶନକାର୍ଡ

ପର୍ଲା, ୨୪।୧ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଦଣ୍ଡପାଟ ଅଂଚଲ ଛଞ୍ଚାଣବାହାଲି ପଁଚେତ୍‌ ବେହେରାଗୁଡ଼ାର କୁଷ୍ଠ ରୋଗ୍‌ରେ ପୀଡ଼ିତ ସୁବାସ ଦୋରୁଆନ(୫୦)କଁର ଦିନାକେତେ ତଲେ ମୁର୍‌ତୁ ହେଇଥିଲା। ଏନ୍‌ତାଥି ବିଧବା ବୁଢ଼ୀ ମା’ଟଁକା ପଏସା ଅଭାବୁ ପୁଓର ଶୁଧିକାଯ୍‌ ଲାଗି ନିଜର ରାଶନ କାର୍ଡ ବଁଧା ପକେଇଥିଲେ। ଇ ଘଟନା ଗଣମାଧ୍ୟମରେ ପରଚାରିତ ହେଲା ଉତାରୁ ଭିନେ ଭିନେ ସ୍ବେଚ୍ଛାସେବୀ ସଂଗଠନ ଇ ଦୁଖି ପରିବାରକେ ସାହାଯ୍‌ର ହାତ୍‌ ବଢ଼େଇଛନ୍‌।
ସୂଚନା ଅନ୍‌ସାରେ ବେହେରାଗୁଡ଼ା ଗଁାର ସୁଲୋଚନା ଦୋରୁଆନ ପୁଓବହ, ନାତିନାତେନକୁଁ ନେଇ ଖୁସିରେ ଥିଲେ। ପୁଓ ବି ଦୁଖ୍‌ସୁଖ୍‌ କରି ଦୁଇପଏସା ରୁଜଗାର କରୁଥିଲେ। ହେଲେ ଆଏଜ୍‌କେ ୪ ବଛର ତଲେ ସେ କୁଷ୍ଠ ରୋଗ୍‌ରେ ଆକ୍‌ରଁାତ ଥିବାର ଜାନ୍‌ବାକେ ପାଇଥିଲେ। ଅନେକ ଚିକିଛା କଲା ଉତାରୁ ବି ସେ ସବୁବେଲେ ମାନ୍‌ସିକ୍‌ ଚାପରେ ରହୁଥିଲେ। ଏନ୍‌ତା ପରିସ୍ଥିତିରେ ଗଲା ୧୭ ତାରିଖ ସୁବାସ ଆରପାରକେ ଚାଲିଗଲେ। ସୁବାସ କୁଷ୍ଠ ରୋଗ୍‌ରେ ପୀଡ଼ିତ ଥିବାର ଘଟନାକେ ନେଇ ଜାତିଭାଇ ସେ ମଲା ଉତାରୁ ବି କେହି ଖଁଦ୍‌ ନାଇଁଦେଲେ। ଇଆଡ଼େ ଜାତିଭାଇ, ସମାଜ ପରିବାରକେ ଅଜେତ୍‌ କରିଥିଲା। ଜାଏତ୍‌ ହେବାର ଲାଗି ସମାଜ ଲୋକ୍‌ ଭୁଜିଭାତ ସଂଗେ ଛେଲ୍‌ମେଢ଼ି ମାଗିଥିଲେ। ଏନ୍‌ତାଥି ଉପେ ଶୂଇନ୍‌ ସୁବାସକଁର ମା’ ସୁଲୋଚନା ନିଜର ରାଶନ କାର୍ଡ ପଡ଼ିଶାଘରେ ବଁଧା ପକେଇଥିଲେ। ଇ ବାବ୍‌ଦେ ଗୁରୁବାର ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ପୁଓର ଶୁଧିକାଯ୍‌ ଲାଗି ବଁଧା ପଡ଼ଲା ରାଶନକର୍ଡ’ ଶୀରଷକ୍‌ରେ ଖବର ବାହାରିଥିଲା। ଖବର ବାହାରଲା ଉତାରୁ ଧର୍ମଗଡ଼ର ସ୍ବେଚ୍ଛାସେବୀ ସଂଗଠନ ଜଗନ୍ନାଥ ସେବା ସମିତିର ସଦସିଅମାନେ ବେହେରାଗୁଡ଼ାରେ ପୁହୁଁଚି ସୁଲୋଚନାକୁଁ ଆଶାସନା ଦେବାର ସଂଗେ ଦଶା କାଯ୍‌ ଲାଗି ଚାଉଲ, ଡାଲି, ତେଲନୁନ୍‌ ଆର କିଛି ଟଁକା ପଏସା ସାହାଯ୍‌ ଦେଇଛନ୍‌। ସେନ୍‌ତା ମୂଲ ନିବାସୀ ଯୁବ ଫେଡେରେଶନ ତରଫୁ ସୁବାସକଁର ଝି’ପୁଓର ଲାଗି କୁରତା, ପେଁଟ୍‌, ସୁଲୋଚନାକଁର ଲାଗି ଶାଢ଼ି, ଚାଉଲ ଆର କିଛି ଟଁକା ପଏସା ସାହାଯ୍‌ ଦେଇଛନ୍‌। କଳାହାଣ୍ଡି ଜିଲା କୃଷକ ସଂଘର ଆବାହକ ଦିଗାମ୍ବର ଦୁରିଆ, ଧର୍ମଗଡ଼ ଅଂଚଲର ଖବରଦାତାମାନେ ବି ଇ ଅସାହା ପରିବାରକେ କିଛି ଟଁକା ପଏସା ସାହାଯ୍‌ ଦେଇଥିବାର ଜନାଯାଇଛେ। ସୁଲୋଚନା ଲୁକ୍‌କରନୁ ସାହାଯ୍‌ ପାଏଲା ଉତାରୁ ବଁଧା ପକେଇଥିବାର ରାଶନକାର୍ଡ ମୁକ୍‌ଲେଇଥିବାର କହିଛନ୍‌। ହେଲେ ଏନ୍‌ତା ଗୁଟେ ଦୁଖଦ୍‌ ଘଟନାରେ ଜିଲା ଆର ଥାନୀଅ ପରଶାସନ ଚୁପ୍‌ ମାରି ବସି ରହିବାର ଘଟନାକେ ଭିନେ ଭିନେ ସଂଗଠନ, ବୁଧିଜୀବୀ ଆର ଅଂଚଲବାସୀ ନିନ୍‌ଦା କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ରାଜପଥରୁ ବନ୍ଧୁକ ଦେଖାଇ ଲୁଟ ଉଦ୍ୟମ:ମାଡ଼ିବସିଲା ପୋଲିସ

ଧର୍ମଶାଳା,୩୦।୫(ଶିବ ପ୍ରସାଦ ମହାନ୍ତି):ଯାଜପୁର ଜିଲା ଧର୍ମଶାଳା ଥାନା ୧୬ ନମ୍ବର ଜାତୀୟ ରାଜପଥର ସାରୋଇ ନିକଟରେ ବନ୍ଧୁକ ଦେଖାଇ ଲୁଟ ଉଦ୍ୟମ କରୁଥିବାବେଳେ ଲୋକଙ୍କ ସହଯୋଗରେ ଲୁଟେରାକୁ…

କକ୍ରୋଚ ଜନତା ପାର୍ଟିକୁ ନେଇ ଆସିଲା RSSର ପ୍ରଥମ ପ୍ରତିକ୍ରିୟା: ‘ଜେନ Z’ ଆଶାବାଦୀ..

ନାଗପୁର,୩୦।୫: ‘କକ୍ରୋଚ ଜନତା ପାର୍ଟି’ ସମ୍ପର୍କରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS)ର ପ୍ରଥମ ପ୍ରତିକ୍ରିୟା ପ୍ରକାଶ ପାଇଛି। ଭାରତୀୟ ଗଣତନ୍ତ୍ର ସମସ୍ତ ସ୍ବର ଏବଂ ଭାବନାକୁ ଗ୍ରହଣ…

ଲୋପ ପାଇବାରେ ଲାଗିଛି ତାଳଗଛ: ବଢ଼ି ଚାଲିଛି ପ୍ରାକୃତିକ ବିପର୍ଯ୍ୟୟ

ପଦ୍ମପୁର,୩୦ା୫(ପ୍ରଦୀପ୍ତ ଦାଶ):କାହିଁ କେଉଁ କାଳରୁ ପ୍ରାକୃତିକ ବିପର୍ଯ୍ୟୟ ରୋକିବାରେ ତାଳଗଛର ଗୁରୁତ୍ୱ ଭୂମିକା ବହନ କରିଆସୁଛି। ବାତ୍ୟା ସମୟରେ ତାଳଗଛ ଭୟଙ୍କର ପବନ ଓ ବଜ୍ରପାତକୁ ବହୁ…

ଟାଣ ଖରାରେ ପିକଅପ ଭ୍ୟାନରେ ବୁହା ହେଉଛନ୍ତି ଲୋକେ: ଶୋଇଛି ପରିବହନ ବିଭାଗ

ଦାରିଙ୍ଗବାଡି,୩୦।୫(ଅରୁଣ ସାହୁ): ଏବେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଦିନ ୧୦ଟାଠାରୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି। ଜରୁରୀ କାମଧନ୍ଦା ନ ଥିଲେ ଲୋକ ଘରୁ…

ପୋଲିସ ଏନକାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ଆହତ, ସହଯୋଗୀ ଫେରାର

ଝାରସୁଗୁଡ଼ା, ୩୦।୫(ଆଶିଷ ରଞ୍ଜନ ଦାଶ):ଝାରସୁଗୁଡ଼ା ଜିଲା ରେଙ୍ଗାଲି ଥାନା ଅଞ୍ଚଳରେ ଝାରସୁଗୁଡା ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ। ରେଙ୍ଗାଲି ଥାନା ଅନ୍ତର୍ଗତ କଦମଘାଟ ମା’ ଘଣ୍ଟେଶ୍ୱରୀ ମନ୍ଦିର ନିକଟରେ…

ଇତିହାସ ରଚିଲେ ବୈଭବ ସୂର୍ଯ୍ୟବଂଶୀ: ହାସଲ କଲେ IPLରେ ସବୁଠୁ ବଡ଼ ରେକର୍ଡ

ନୂଆଦିଲ୍ଲୀ,୩୦।୫:ବୈଭବ ସୂର୍ଯ୍ୟବଂଶୀ ଗୁଜରାଟ ଟାଇଟାନ୍ସ ବିପକ୍ଷରେ କ୍ୱାଲିଫାୟର ୨ରେ ଇତିହାସ ରଚିଛନ୍ତି। IPLରେ ଦ୍ରୁତତମ ୧,୦୦୦ ରନ ସ୍କୋର କରିବାରେ ପ୍ରଥମ ଭାରତୀୟ ବ୍ୟାଟସମ୍ୟାନ ହୋଇଛନ୍ତି। ସେ…

ବୁର୍ଡାରେ ପାଳିକରି ଜଳଯୋଗାଣ: ବଢୁଛି ଅସନ୍ତୋଷ

ଲୋଇସିଂହା,୩୦।୫(ସୁଶାନ୍ତ ବାରିକ):ନବଗଠିତ ଲୋଇସିଂହା ଏନଏସି ଅଧୀନ ବୁର୍ଡା ଗ୍ରାମରେ ଜଳଯୋଗାଣ କ୍ଷେତ୍ରରେ ଅନିୟମିତତା ଅଭିଯୋଗ ହୋଇଛି ା ତେବ ଗ୍ରାମର ବିଭିନ୍ନ ପଡ଼ାକୁ ପାଳି କରି ପାଇପ…

ଖୋଲୁଛି ପୂର୍ତ୍ତ ବିଭାଗର ଦୁର୍ନୀତି ପୋଲ: ପି.ସି କାରବାର କଥା ଉଠାଇଲେ ଏମ୍‌ପି

ବରଗଡ଼,୩୦।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଥାନାଛକ ଆଗରେ ରହିଥିବା ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣାକୁ ନେଇ ଏବେ ସହର ଉଠୁଛି ଓ ପଡୁଛି। ଘଟଣାକୁ ଶୁକ୍ରବାର ୪ଦିନ ବିତିଯାଇଛି। ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri