ସୁବ୍ରତଙ୍କୁ ଭାରତୀୟ ଯୁବ ପୁରସ୍କାର

ବାରିପଦା ଅଫିସ,୧୩।୧୦- ମୟୂରଭଞ୍ଜ ଜିଲାର ଯୁବ ପ୍ରତିଭା ସୁବ୍ରତ ଦାସ ଓଡ଼ିଶାର ଏକମାତ୍ର ଯୁବକ ଭାବେ ଚଳିତବର୍ଷ ଭାରତୀୟ ଯୁବ ପୁରସ୍କାର ସମ୍ମାନ ଲାଭ କରିଛନ୍ତି। ଉତ୍ତର ପ୍ରଦେଶର ଆଗ୍ରାଠାରେ ଯୁବ ଖେଳକୁଦ ମହାସଂଘ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କୁ ଏହି ପୁରସ୍କାର ତଥା ସମ୍ମାନ ମିଳିବା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ଚାରିଆଡୁ ଛୁଟିଛି ପ୍ରଶଂସାର ସୁଅ। ବାରିପଦାସ୍ଥିତ ତଖତପୁର ଅଞ୍ଚଳର ମାତା ଭାରତୀ ଦାସ ଓ ପିତା ଦିଲ୍ଲୀପ କୁମାର ଦାସଙ୍କ ପୁତ୍ର ସୁବ୍ରତ ସେବାକାର୍ଯ୍ୟ ପ୍ରତି ରୁଚି ରଖି ଏଭଳି ଉଚ୍ଚ ସମ୍ମାନର ଅଧିକାରୀ ହୋଇପାରିଛନ୍ତି। ପାଠ ପଢ଼ିବା ସମୟରୁ ସେ ବିଭିନ୍ନ ସେବା କାର୍ଯ୍ୟକ୍ରମରେ ଜଡ଼ିତ ରହି ରାଜ୍ୟସ୍ତରରେ ଦୁଇ ଦୁଇ ଥର ପୁରସ୍କୃତ ହୋଇଛନ୍ତି। ଏଥିସହ ଅନେକ ଅନୁଷ୍ଠାନ ତରଫରୁ ମଧ୍ୟ ସମ୍ବର୍ଦ୍ଧିତ ହୋଇଛନ୍ତି।
ଆଗ୍ରାଠାରେ ଶୁକ୍ରବାର ଆୟୋଜିତ ଭବ୍ୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଦିଲ୍ଲୀ ସରକାରଙ୍କଠାରୁ ବି.ଆର. ଆମ୍ବେଦକର ରତ୍ନ ଉପାଧି ଲାଭ କରିଥିବା ଗୋପାଳ ପାହାଡିଆ ମୁଖ୍ୟଅତିଥି ରୂପେ ଯୋଗଦେଇ ବିଭିନ୍ନ ରାଜ୍ୟରୁ ଆସିଥିବା ସ୍ବେଚ୍ଛାସେବୀ, କ୍ରୀଡ଼ାବିତ ଓ ଶିକ୍ଷାବିତମାନଙ୍କୁ ପୁରସ୍କୃତ କରିଥିଲେ। ସେ ତାଙ୍କ ବକ୍ତବ୍ୟରେ ସମାଜସେବା କାର୍ଯ୍ୟକୁ ବେଶ୍‌ ପ୍ରଶଂସା କରିଥିଲେ। ଏହି ସର୍ବଭାରତୀୟ ଯୁବ ପୁରସ୍କାର କାର୍ଯ୍ୟକ୍ରମରେ ସମାଜସେବା ପାଇଁ ସୁବ୍ରତଙ୍କ ୩ ଜଣ ପୁରସ୍କୃତ ହୋଇଥିଲେ। ଉଲ୍ଲେଖନୀୟ ଯେ, ଗତ ଅଗଷ୍ଟ ୧୨ ତାରିଖରେ ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଣାଳୟ ପକ୍ଷରୁ ୨୦୧୬-୧୭ ମସିହା ଲାଗି ସୁବ୍ରତଙ୍କୁ ସର୍ବଭାରତୀୟ ସ୍ତରରେ ରାଷ୍ଟ୍ରୀୟ ଯୁବ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା। ସେ ଏହି ସମ୍ମାନ ଲାଭ କରି ମୟୂରଭଞ୍ଜ ଜିଲା ସମେତ ସାରା ରାଜ୍ୟର ଗୌରବ ବୃଦ୍ଧି କରିଥିଲେ। ଏଥିସହିତ କୋଣାର୍କଠାରେ ସେହି ମାସ ଅନୁଷ୍ଠିତ ନେହେରୁ ଯୁବ କେନ୍ଦ୍ର ଓଡ଼ିଶା ଶାଖା ପକ୍ଷରୁ ରାଜ୍ୟ ସ୍ତରୀୟ ଯୁବ ନେତୃତ୍ୱ ଓ ପ୍ରଶିକ୍ଷଣ ଶିବିରରେ ମଧ୍ୟ ତାଙ୍କୁ ସମ୍ମାନିତ କରାଯାଇଥିଲାବର୍ତ୍ତମାନର ଯୁବପିଢି ସମାଜସେବା ଭଳି କାର୍ଯ୍ୟ ପ୍ରତି ବ୍ରତୀ ହେଲେ ସମାଜ ଜୀବନ ଅଧିକ ସରସ ସୁନ୍ଦର ହୋଇ ପାରିବ ବୋଲି ସୁବ୍ରତ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଧକ୍କାରେ ଛାତ୍ର ମୃତ: ବିଦ୍ୟାଳୟ ଫାଟକ ବନ୍ଦ କରି ସ୍ଥାନୀୟ ଲୋକଙ୍କ ଆନ୍ଦୋଳନ

ବାରିପଦା ଅଫିସ,୩୦।୧୧: ମୟୂରଭଞ୍ଜ ଜିଲା ବୈଶିଙ୍ଗା ନିକଟ ମଛପଦା ଲେବଲ କ୍ରସିଂ ନିକଟରେ ଶନିବାର ଭୋର ସମୟରେ ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ତାଙ୍କ...

ଛାତ୍ର ସଂସଦ ନିର୍ବାଚନ ବନ୍ଦ ପ୍ରତିବାଦରେ ବିକ୍ଷୋଭ

ବାରିପଦା ଅଫିସ,୨୭ା୮- ରାଜ୍ୟ ସରକାର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡିକରେ ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରିଛନ୍ତି। ଏହାକୁ ବିଭିନ୍ନ ଛାତ୍ର ସଂଗଠନ...

ମୟୂରଭଞ୍ଜର ୪ କରୋନା ଆକ୍ରାନ୍ତ ସୁସ୍ଥ

କପ୍ତିପଦା,୧୮ା୫(ଡି.ଏନ୍‌.ଏ)- ମୟୂରଭଞ୍ଜ ଜିଲାର ୧୧ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସୋମବାର ୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ହୋଇଥିବା ଆକ୍ରାନ୍ତମାନେ ପୁରୁଷ ଓ...

ବାଲି, ମୋରମ ଚୋରା ଚାଲାଣ: ୨ ଡମ୍ପର ଜବତ କଲା ପୋଲିସ

ମୋରଡା,୯।୫ (ଡି.ଏନ.ଏ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଞ୍ଚଳରେ ଦିନକୁ ଦିନ ଲଘୁ ଖଣିଜ ଦ୍ରବ୍ୟର ଚୋରା ଚାଲାଣ ବୃଦ୍ଧି ପାଇବାରେ ଲାଗିଛି। ଶନିବାର ବିଳମ୍ବିତ...

ବର୍ଷା ଅଭାବ,ପଛେଇଛି କୃଷିକାର୍ଯ୍ୟ

ବାରିପଦା ଅଫିସ, ୭ା୭- ସ୍ବଳ୍ପ ବୃଷ୍ଟିପାତ ଯୋଗୁ ମୟୂରଭଞ୍ଜ ଜିଲାରେ ଧାନ ଚାଷ ବାଧାପ୍ରାପ୍ତ ହୋଇଛି । ଧାନ ତଳି ପ୍ରସ୍ତୁତ ହୋଇସାରିଥିବା ବେଳେ ପାଣି...

ବାସନା ଧାନରେ ମହକୁଛି ଗାଁ ଦାଣ୍ଡ

ବାରିପଦା ଅଫିସ,୧ା୧୨-ବାସନା ଧାନରେ ମହକୁଛି ଗାଁ ଦାଣ୍ଡ। ସୁଗନ୍ଧରେ ଫାଟି ପଡ଼ୁଛି ପରିବେଶ। ଯାହାଙ୍କ ପାଇଁ ଏହା ସମ୍ଭବ ହୋଇଛି ସେ ଜଣେ ମହିଳା ଚାଷୀ।...

ବଡ଼ସାହିରେ ଭାଜପା-ବିଜେଡି ମୁହାଁମୁହିଁ

ବଡ଼ସାହି,୨୧।୧୨(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ବଡ଼ସାହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ନୂତନ ପ୍ରଶାସନିକ ଭବନ ଉଦ୍‌ଘାଟନକୁ ନେଇ ମଙ୍ଗଳବାର ଭାଜପା ଓ ବିଜେଡି କର୍ମୀ ମୁହାଁମୁହିଁ ହୋଇଛନ୍ତି। ଆଇନ...

କ୍ୱାରେଣ୍ଟିନ୍‌ ସେଣ୍ଟରରୁ ୩୪ ପ୍ରବାସୀ ଫେରାର

ସାରସକଣା,୨।୫: ମୟୂରଭଞ୍ଜ ଜିଲା ଝାରପୋଖରିଆ ସ୍ଥିତ ସୀମାନ୍ତ ମହାବିଦ୍ୟାଳୟ କ୍ୱାରେଣ୍ଟିନ୍‌ ସେଣ୍ଟରରୁ ୩୪ ପ୍ରବାସୀ ଫେରାର ହୋଇଯାଇଛନ୍ତି। ଏନେଇ ସାରସକଣା ବିଡ଼ିଓ ସଂଗ୍ରାମ କେଶରୀ ଭୋଳ...

Advertisement
Archives

Model This Week