ସୁବର୍ଣ୍ଣପୁର ଦ୍ୱୀପରେ ଅଲିଭ୍‌ ରିଡ୍‌ଲେଙ୍କ ଅଣ୍ଡାଦାନ

ଭୋଗରାଇ, ୨୩।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ସମୁଦ୍ର କୂଳ ତାଳସାରୀ ନିକଟସ୍ଥ ସୁବର୍ଣ୍ଣପୁର ଦ୍ୱୀପରେ ଗୋଟିଏ ଅଲିଭ୍‌ ରିଡ୍‌ଲେ କଇଁଛ ସୋମବାର ପ୍ରତ୍ୟୁଷରୁ ୭୫ଟି ଅଣ୍ଡା ଦେଇ ପରେ ସମୁଦ୍ରମୁହଁା ହୋଇଛି। ଆସନ୍ତା ମଙ୍ଗଳବାର ଅମାବାସ୍ୟା ତିଥିରେ ଭରାଜୁଆର ସହିତ ପାଗ ଅନୁକୂଳ ଥିବାରୁ ଅଧିକ କେତେକ ଅଲିଭ୍‌ ରିଡ୍‌ଲେ ସୁବର୍ଣ୍ଣପୁର ଦ୍ୱୀପକୁ ଅଣ୍ଡା ଦେବାକୁ ଆସିବାର ସମ୍ଭାବନା ରହିଛି ବୋଲି ବନପାଳ ଅଜୟ କୁମାର ଜେନା ସୂଚନା ଦେଇଛନ୍ତି। ଗତବର୍ଷ ଏହି ସମୟରେ ୩ଟି ଅଲିଭ୍‌ ରିଡ୍‌ଲେ ଆସି ୩ଶହ ଅଣ୍ଡା ଦେଇଥିଲେ। ଚଳିତବର୍ଷ ପ୍ରଥମଥର ଗୋଟିଏ କଇଁଛ ଅଣ୍ଡାଦାନ କରିଛି। ଅଣ୍ଡାଗୁଡ଼ିକୁ ତାରଜାଲି କରି ସୁରକ୍ଷିତ ରଖାଯାଇଛି। ପୂର୍ବରୁ ବହୁ ଅଲିଭ୍‌ ରିଡ୍‌ଲେ ତାଳସାରୀ ସୁବର୍ଣ୍ଣପୁର ଦ୍ୱୀପକୁ ଆସୁଥିଲେ। ଏବେ ସେମାନେ ସୁବର୍ଣ୍ଣପୁର ଦ୍ୱୀପକୁ ଆସୁଛନ୍ତି। ତେବେ ଝାଉଁ ଜଙ୍ଗଲ ଧ୍ୱଂସ ଏବଂ ମାଛଧରା ଟ୍ରଲର ଚଳାଚଳ କଇଁଛଙ୍କ ଆଗମନରେ ବାଧକ ହେବ ବୋଲି ଅଞ୍ଚଳବାସୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୌଚାଳୟ, ପାନୀୟ ଜଳର ସୁବିଧା ନାହିଁ

ପଟ୍ଟାମୁଣ୍ଡାଇ, ୬।୯(କଳ୍ପତରୁ ନାୟକ): ପଟ୍ଟାମୁଣ୍ଡାଇ ତହସିଲ କାର୍ଯ୍ୟାଳୟ ପରିସରରେ ଶୌଚାଳୟ ଓ ପାନୀୟ ଜଳ ସୁବିଧା ନ ଥିବାରୁ ଏଠାକୁ ଆସୁଥିବା ଲୋକମାନେ ବହୁ ଅସୁବିଧାର...

ବିବାହ ବନ୍ଧନରେ ବାନ୍ଧି ହେଲେ ଦୁଇ ଏଚ୍‌ଆଇଭି ସଂକ୍ରମିତ, ଗଞ୍ଜାମ ଜିଲାପାଳ କଲେ କନ୍ୟାଦାନ; ମୁଖ୍ୟମନ୍ତ୍ରୀ ଦେଲେ ଆଶୀର୍ବାଦ

ବ୍ରହ୍ମପୁର ଅଫିସ,୨୭।୨: ଗଞ୍ଜାମ ଜିଲା ଗୋପାଳପୁରସ୍ଥିତ ଶ୍ରଦ୍ଧାସଞ୍ଜିବନୀ ନାମକ ଶିଶୁଗୃହରେ ଶନିବାର ଏକ ନିଆରା ବିବାହ ଅନୁଷ୍ଠିତ ହୋଇଯାଇଛି। ଏହି ବିବାହ କାର୍ଯ୍ୟରେ ସହଯୋଗର ହାତ...

୧୫ ଦିନର ଶିଶୁପୁତ୍ରକୁ ଛାଡ଼ି ମା’, ବାପା ଫେରାର

ଜଗତ୍‌ସିଂହପୁର ଅଫିସ,୬ା୨: ଜଗତ୍‌ସିଂହପୁର ସଦର ମହକୁମା ଚର୍ଚ୍ଚିକା ବଜାର ନିକଟ ମୁଣ୍ଡା ସାହିରେ ରହୁଥିବା ଜଣେ ଅନୁସୂଚିତ ଜନଜାତିର ବ୍ୟକ୍ତି ତାଙ୍କ ୧୫ ଦିନର ଶିଶୁ...

ରେଳଧାରଣାରୁ ମୃତଦେହ ଜବତ: ଟ୍ରେନରୁ ଖସି ପଡ଼ିଥିବା ସନ୍ଦେହ

ବ୍ରହ୍ମପୁର ଅଫିସ,୭।୮: ବ୍ରହ୍ମପୁର ରେଳବାଇ ପୋଲିସ ହଳଦିଆପଦର ଓଭରବ୍ରିଜ ଦେଇ ଯାଇଥିବା ରେଳଧାରଣାରୁ ରବିବାର ଜଣେ ଯୁବକଙ୍କ ମୃତଦେହ ଜବତ କରିଛି। ହେଲେ ମୃତକଙ୍କ ପରିଚୟ...

ରାସ୍ତାରେ ଯୁବତୀଙ୍କୁ ପ୍ରେମ ନିବେଦନ ମହଙ୍ଗା ପଡ଼ିଲା, ଗ୍ରାମବାସୀ ଧରି ନିର୍ଧୁମ ଛେଚିଲେ

ଛେଣ୍ଡିପଦା,୨୬।୯(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅଞ୍ଚଳର ଜନୈକ ଯୁବକ ରାସ୍ତାରେ ଜଣେ ସ୍କୁଲ ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ନିର୍ଧୁମ ଛେଚା ଖାଇଛନ୍ତି। ସୂଚନାନୁଯାୟୀ,...

ବିଲୁପ୍ତି ପଥେ କେନ୍ଦୁଝର ଛଉ ନୃତ୍ୟ

କେନ୍ଦୁଝର, ୧୬।୫: କେନ୍ଦୁଝର ଜିଲାରେ ପ୍ରସିଦ୍ଧ ପ୍ରାଚୀନ ଛଉନୃତ୍ୟ ପ୍ରୋତ୍ସାହନ ଅଭାବରୁ ରୁଗ୍‌ଣ ହୋଇପଡିଛି। ଖଣି ଓ ଶିଳ୍ପର ପ୍ରାଚୁର୍ଯ୍ୟ ମଧ୍ୟରେ ଏହି ପ୍ରାଚୀନ କଳା ସଂସ୍କୃତି...

ପାରିଶ୍ରମିକ କାଟ୍‌ କଲା କାରଖାନା, ଜିଲାପାଳଙ୍କୁ ଫେରାଦ ହେଲା ଠିକା ଶ୍ରମିକ ସଂଘ

ବରଗଡ଼ ଅଫିସ୍‌,୧୭।୪: ଏସିସି ପରିଚାଳିତ ବରଗଡ଼ ସିମେଣ୍ଟ କାରଖାନା କର୍ତ୍ତୃପକ୍ଷ ଏଠାରେ କାର୍ଯ୍ୟରତ ଠିକା ଶ୍ରମିକଙ୍କ ମଜୁରୀ ତଥା ପାରିଶ୍ରମିକ କାଟ୍‌ କରିଥିବା ଅଭିଯୋଗ ହୋଇଛି...

ପୁରୁଣା କାମକୁ ଦେଖାଇ ଅନୁଦାନ ଆତ୍ମସାତ୍‌

ନୂଆଗାଁ,୮।୨(ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌)ରେ ସୁଧାର ଆସୁନାହିଁ । ଫଳରେ ଏହି...

Advertisement
Archives

Model This Week