ସିଙ୍ଗାପୁର ଗବେଷକଙ୍କ ପୂର୍ବାନୁମାନ: କରୋନାର ବିଦାୟ ତାରିଖ ଜଣାଇଲା ଅଧ୍ୟୟନ

ଓ୍ବାଶିଂଟନ,୨୫।୫: କରୋନା ସଂକ୍ରମଣରେ ସାରା ବିଶ୍ୱରେ ପ୍ରାୟ ୫୫ ଲକ୍ଷ ଲୋକ ଆକ୍ରାନ୍ତ ହୋଇଥିବାବେଳେ ପାଖାପାଖି ସାଢ଼େ ୩ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଲାଣି। ଏଥିରେ ଆମେରିକା ଶୀର୍ଷରେ ରହିଛି। ଏଠାରେ ରବିବାର ସୁଦ୍ଧା ୧୬ ଲକ୍ଷ ୭୫ ହଜାରରୁ ଊର୍ଦ୍ଧ୍ୱ ଲୋକ ସଂକ୍ରମିତ ହୋଇଥିବାବେଳେ ପ୍ରାୟ ଲକ୍ଷେ ଜୀବନଦୀପ ଲିଭିଲାଣି। ଏଭଳି ସ୍ଥିତିରେ ଆମେରିକା ପାଇଁ ସିଙ୍ଗାପୁର ଗବେଷକମାନଙ୍କ ଅଧ୍ୟୟନ ଆଶ୍ୱସ୍ତି ଆଣିଦେଇଛି। କାରଣ ଆମେରିକାରେ କରୋନା ମହାମାରୀର କେବେ ଅନ୍ତ ଘଟିବ ତାହାର ତାରିଖ ସେମାନେ ବତାଇଛନ୍ତି। କେବଳ ଆମେରିକା ନୁହେଁ, ବ୍ରିଟେନ, ଇଟାଲୀ ଭଳି କେତେକ ଦେଶରେ ମଧ୍ୟ ଏହି ମହାମାରୀର ବିଲୋପ ତାରିଖ ସେମାନେ ଜଣାଇଛନ୍ତି। ଏହାସହିତ କରୋନା ସଂକ୍ରମଣର ନିରନ୍ତର ହ୍ରାସ ଜାରି ରହିବ ଏବଂ ଆଉ କୌଣସି ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଲହରର ଆଶଙ୍କା ନାହିଁ ବୋଲି ସେମାନେ ଭବିଷ୍ୟବାଣୀ କରିଛନ୍ତି।
ସିଙ୍ଗାପୁର ଟେକ୍ନୋଲୋଜି ଆଣ୍ଡ ଡିଜାଇନ ୟୁନିଭର୍ସିଟିର ଗବେଷକମାନେ ଗାଣିତିକ ମଡେଲିଂ ଜରିଆରେ ବିଭିନ୍ନ ଦେଶରେ କରୋନା ବିଦାୟ ନେବାର ତାରିଖଗୁଡ଼ିକୁ ପୂର୍ବାନୁମାନ କରିଛନ୍ତି। ତଦନୁଯାୟୀ, ନଭେମ୍ବର ୧୧ ସୁଦ୍ଧା ଆମେରିକା କରୋନା ଭାଇରସ୍‌ ମୁକ୍ତ ହେବା ଭଳି ସ୍ଥିତି ଉପୁଜିଥିବାବେଳେ ସେପ୍ଟେମ୍ବର ୩୦ ସୁଦ୍ଧା ବ୍ରିଟେନରୁ କରୋନା ସଂକ୍ରମଣର ବିଲୋପ ଘଟିପାରେ। ସେହିପରି ମେ ୮ରେ କରାଯାଇଥିବା ଆକଳନ ଅନୁଯାୟୀ ଇଟାଲୀ ଅକ୍ଟୋବର ୨୪ ସୁଦ୍ଧା ଏହି ମହାମାରୀରୁ ସମ୍ପୂର୍ଣ୍ଣ ଆଶ୍ୱସ୍ତି ପାଇବ। ଦେଶଗୁଡ଼ିକର ପ୍ରତିଦିନର ନୂଆ ମାମଲାଗୁଡ଼ିକୁ ଉକ୍ତ ମଡେଲ ଟ୍ରାକ୍‌ କରି ଭୂତାଣୁ କେତେଦିନ ଯାଏ ବିସ୍ତାରିତ ହେବ ସେନେଇ ଜାଣିପାରୁଛି। ତଥାପି ପୂର୍ବାନୁମାନ ଏକ ଅନିଶ୍ଚିତତା ବୋଲି ଗବେଷକମାନେ ସୂଚାଇ ଦେଇଛନ୍ତି। ଏହାର କାରଣ ହେଉଛି ଭୂତାଣୁର ଜଟିଳତା। ଏହାସହିତ ଦେଶଗୁଡ଼ିକରେ କଟକଣା ଏବଂ ଟେଷ୍ଟିଂ ପ୍ରୋଟୋକଲ ଭଳି କେତେକ ଫ୍ୟାକ୍ଟର ଅନ୍ୟତମ କାରଣ ହୋଇପାରେ।
ଆମେରିକାରେ ମେ ୬ରୁ ୧୨ତାରିଖ ମଧ୍ୟରେ ପୂର୍ବାନୁମାନଗୁଡିକରେ କ’ଣ ପରିବର୍ତ୍ତନ ଘଟୁଛି ତାହା ଲକ୍ଷ୍ୟ କରାଯାଇଥିଲା। ତାହା ଅପେକ୍ଷାକୃତ ସ୍ଥିର ଥିବା ଜଣାପଡିଛି। ଏହା ସୂଚାଉଛି ଯେ, ମହାମାରୀର ତାତ୍ତ୍ୱିକ ପରିସମାପ୍ତି ପାଇଁ ଦୀର୍ଘ ସମୟ ଲାଗିବ। ସଂକ୍ରମଣର ସ୍ଥିିତିକୁ ଆଧାର କରି ଗବେଷକମାନେ ଅତିରିକ୍ତ ନୀତି ଓ ପଦକ୍ଷେପ ଦରକାର ପଡ଼ିବ ବୋଲି ପରାମର୍ଶ ଦେଇଛନ୍ତି। ଏପରି କି ଆମେରିକା ଏବଂ ବ୍ରାଜିଲରେ ବର୍ତ୍ତମାନର ପଦକ୍ଷେପ ଯଦି ସ୍ଥିର ହୋଇରହେ ଏବଂ ଟିକା ବିକଶିତ ନ ହୁଏ ତେବେ ବର୍ଷର ଅବଶିଷ୍ଟ ସମୟରେ ମଧ୍ୟ ଦୁର୍ଦ୍ଦଶା ଭୋଗିବାକୁ ପଡ଼ିପାରେ ବୋଲି ଗବେଷକମାନଙ୍କ ଅଧ୍ୟୟନରୁ ଜଣାପଡ଼ିଛି। ପୂର୍ବାନୁମାନଗୁଡିକ କେବଳ ଆକଳନ ଏବଂ ବିଭିନ୍ନ କାରଣ ଉପରେ ନିର୍ଭର କରି ଏହା ପରିବର୍ତ୍ତନ ହୋଇପାରେ ବୋଲି ବୈଜ୍ଞାନିକମାନେ ସ୍ପଷ୍ଟ କରିଛନ୍ତି।
କିଛି ପୂର୍ବାନୁମାନକୁ ଆଧାରକରି ଅତ୍ୟଧିକ ଆଶାବାଦୀ ହେବା ବିପଜ୍ଜନକ ହୋଇପାରେ। କାରଣ ଏହା ହୁଏତ ଆମର ଶୃଙ୍ଖଳା ଏବଂ ନିୟନ୍ତ୍ରଣକୁ ମୁକ୍ତ କରିପାରେ, ଯାହା ସଂକ୍ରମଣର କାରଣ ସାଜିବା ଆଶଙ୍କା ରହିଛି। ତେଣୁ ଅସାବଧାନତାକୁ ଏଡ଼ାଇବାକୁ ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି। କିଛି ମାସର ଲକ୍‌ଡାଉନ୍‌ ପରେ ବର୍ତ୍ତମାନ ଆମେରିକାର ସମସ୍ତ ୫୦ ରାଜ୍ୟ ଧୀରେ ଧୀରେ ଖୋଲୁଛି ଏବଂ କଟକଣାଗୁଡ଼ିକ କୋହଳ ହେବାରେ ଲାଗିଛି। ତେବେ ଅତିଶୀଘ୍ର କଟକଣା କୋହଳ ହେବା ଦ୍ୱାରା ସଂକ୍ରମଣ ମାମଲା ବୃଦ୍ଧି ଘଟିପାରେ ବୋଲି ବିଶେଷଜ୍ଞ ଏବଂ ସ୍ବାସ୍ଥ୍ୟ ଅଧିକାରୀମାନେ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରତାରପୁର କରିଡର ଉଦ୍‌ଘାଟନ ପାଇଁ ପହଞ୍ଚିଲେ ମୋଦି

ଇସ୍‌ଲାମାବାଦ,୯।୧୧: ଶିଖ ସମ୍ପ୍ରଦାୟର ବହୁବର୍ଷ ଧରି ଥିବା ସ୍ବପ୍ନ ଏବେ ପୁରଣ ହୋଇଛି। ପାକିିସ୍ତାନର ନାରୋଓ୍ବାଲ ଜିଲା କରତାରପୁରଠାରେ ଅବସ୍ଥିତ ଗୁରୁଦ୍ୱାର ଦରବାର ସାହିବ ଯିବାପାଇଁ...

କୁଳଭୂଷଣଙ୍କୁ ଆଉ ମିଳିବନି ଆଇନଗତ ସହାୟତା

ଇସ୍‌ଲାମାବାଦ,୧୩-୯(ପି.ଟି.):ପାକିସ୍ତାନର ଜେଲରେ ଥିବା ଭାରତର ପୂର୍ବତନ ନୌସେନା ଅଧିକାରୀଙ୍କୁ ଉଚ୍ଚାୟୁକ୍ତଙ୍କ ଜରିଆରେ ଦ୍ୱିତୀୟ ଥର ପାଇଁ ଆଇନଗତ ସହାୟତା ଦେବାକୁ ମନାକରିଦେଇଛି ଇସ୍‌ଲାମାବାଦ। ଆଉ ଥରେ...

ରୁଷିଆ ଉପରେ ୟୁଟ୍ୟୁବ୍‌ର ସର୍ଜିକାଲ ଷ୍ଟ୍ରାଇକ୍‌…

ମସ୍କୋ,୨୭।୨ : ରୁଷିଆ -ୟୁକ୍ରେନ ମଧ୍ୟରେ ଚାଲିଥିବା ମହାଯୁଦ୍ଧ ମଧ୍ୟରେ  ୟୁଟ୍ୟୁବ ପକ୍ଷରୁ ରୁଷିଆକୁ କଡ଼ ଝଟ୍‌କା ଲାଗିଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ୟୁଟ୍ୟୁବ୍‌ ମଧ୍ୟ...

ରେଡ୍‌ ହାର୍ଟ ଇମୋଜି ପଠାଇଲେ ୨୦ ଲକ୍ଷ ଜରିମାନା, ସରକାରଙ୍କ ନୂଆ ନିୟମ…

ରିୟାଦ୍‌,୧୭।୨ : ସୌଦି ଆରବର କଠୋର ନିୟମ ବିଷୟରେ ସଭିଙ୍କୁ ଜଣା। ଅପରାଧୀଙ୍କ ଲାଗି ତ କଠୋର ନିୟମ ରହିଛି। ଏହା ସହିତ ନିତି ଦିନିଆ...

ଆମେରିକାର ନୂଆ ରଣନୀତି, ଲୁହାକୁ କାଟିବ ଲୁହାରେ…

ଓ୍ବାଶିଂଟନ,୨।୯: ଆମେରିକା ଏବେ ନୂଆ ରଣନୀତି ଗ୍ରହଣ କରିଛି। ଆଇଏସ୍‌ ଆତଙ୍କବାଦୀ ସଂଗଠନ ବିରୋଧରେ ଲଢ଼େଇ ପାଇଁ ତାଲିବାନ କାନ୍ଧରେ ବନ୍ଧୁକ ରଖିବା ଲାଗି ଆମେରିକା...

ପୃଥିବୀ ମୁହାଁ ଜଳନ୍ତା ଗ୍ରହାଣୁପିଣ୍ଡ, ଜୁଲାଇ ୨୫ ରାତ୍ର ୧୧ଟା ୨୧ରେ ହେବ ପୃଥିବୀର ନିକଟବର୍ତ୍ତୀ …

ଓ୍ବାଶିଂଟନ,୨୪।୭: ପୃଥିବୀ ଉପରେ ନୂଆ ବିପଦ ମାଡ଼ିଆସୁଛି। ଜଳନ୍ତା ଗ୍ରହାଣୁପିଣ୍ଡ ୨୦୦୮-ଜିଓ-୨୦ ସେକେଣ୍ଡ ପ୍ରତି ୮ କିଲୋମିଟର ବେଗରେ ପୃଥିବୀ ମୁହାଁ ହୋଇଛି। ଜୁଲାଇ ୨୫ରେ...

ପ୍ରଥମ ଇଲେକ୍‌ଟ୍ରିକ୍‌ ଟ୍ରେନ୍‌ ଟ୍ରାକ୍‌ ନିର୍ମାଣ କରିବେ ଶ୍ରୀଲଙ୍କା ସରକାର

କଲମ୍ବୋ,୨୭।୨: ଶ୍ରୀଲଙ୍କାର କାଣ୍ଡି ସହରରେ ପ୍ରଥମ ଇଲେକ୍ଟଟ୍ରିକ୍‌ ଟ୍ରେନ୍‌ ଟ୍ରାକ୍‌ ନିର୍ମାଣ କରିବାକୁ ଶ୍ରୀଲଙ୍କା ସରକାର ଯୋଜନା କରିଛନ୍ତି। ରାଜ୍ୟମନ୍ତ୍ରୀ ଦିଲୁମ ଅମୁନୁଗମା କହିଛନ୍ତି ଏହି...

ଚାଇନାରେ ନୂଆ ଭୂତାଣୁ ସଂକ୍ରମଣ, ୩୫ ଆକ୍ରାନ୍ତ…

ବେଜିଂ, ୯।୮ : କରୋନା ସଙ୍କଟ ମଧ୍ୟରେ ଚାଇନାରେ ଏକ ନୂତନ ଭୂତାଣୁ ଚିହ୍ନଟ ହୋଇଛି। ତାଇୱାନର ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ (ସିଡିସି) ଅନୁଯାୟୀ...

Advertisement
Archives

Model This Week