ସିକରମାହା ସ୍କୁଲରେ ଟିଜିଟି ଶିକ୍ଷକ ନାହାନ୍ତି: ନବମ,ଦଶମ ଶ୍ରେଣୀ ଛାତ୍ରୀଛାତ୍ର ହଇରାଣ

ଫୁଲବାଣୀ ଅଫିସ,୨୪ା୭-ସରକାର ଅଷ୍ଟମ ଶ୍ରେଣୀ ଥିବା ବିଦ୍ୟାଳୟକୁ ଅପଗ୍ରେଡ କରି ନବମ ଓ ଦଶମ ଶ୍ରେଣୀ ଖୋଲିଛନ୍ତି। ହେଲେ ପିଲାମାନଙ୍କୁ କିପରି ପଢ଼ାଯିବ ତାର ବ୍ୟବସ୍ଥା କରି ନାହାନ୍ତି। ଅର୍ଥାତ ବିଦ୍ୟାଳୟଗୁଡିକରେ ଟିଜିଟି(ହାଇସ୍କୁଲ) ଶିକ୍ଷକ ପଦବୀ ସୃଷ୍ଟି କରି ନାହାନ୍ତି। ଫଳରେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନେ ନବମ ଦଶମ ଶ୍ରେଣୀ ପିଲାମାନଙ୍କୁ ପଢ଼ାଇବାକୁ ବାଧ୍ୟ ହେଉଛନ୍ତି। କେତେକ ସ୍ଥାନରେ ପିଲାମାନଙ୍କୁ ପଢ଼ାଯାଇ ପାରୁନାହିଁ। ଏହି ସମସ୍ୟା ଜିଲାର ଅନେକ ବିଦ୍ୟାଳୟରେ ରହିଛି। ସୋମବାର ଦାରିଙ୍ଗବାଡି ବ୍ଲକ ସିକରମାହା ଗ୍ରାମ ଲୋକେ ସିକରମାହା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଥିବା ଏହି ସମସ୍ୟାକୁ ନେଇ ଅତିରିକ୍ତ ଜିଲାପାଳଙ୍କୁ ଭେଟିଛନ୍ତିି। ତୁରନ୍ତ ଉକ୍ତ ବିଦ୍ୟାଳୟକୁ ଯଦି ଶିକ୍ଷକ ନ ଦିଆଯାଏ ତା’ହେଲେ ଛାତ୍ରୀଛାତ୍ରମାନେ ପଢ଼ି ପାରିବେ ନାହିଁ। ସେମାନଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯିବ ବୋଲି ସେମାନେ କହିଛନ୍ତି। ଏଥିସହ ଯଦି ସମସ୍ୟା ସମାଧାନ ନ ହୁଏ ଆଗାମୀ ଦିନରେ ଗ୍ରାମବାସୀ, ଅଭିଭାବକ, ଛାତ୍ରୀଛାତ୍ର ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
ପିଲାମାନଙ୍କ ପଢାକୁ ଦୃଷ୍ଟିରେ ରଖି ସରକାର ସିକରମାହାରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖୋଲିଥିଲେ। ୨୦୧୪ରେ ଏହାକୁ ଉନ୍ନୀତ ଉଚ୍ଚ ବିଦ୍ୟାଳୟ କରାଯାଇଥିଲାା ୨୦୧୬ରେ ୨୩ ଛାତ୍ରୀଛାତ୍ର ଦଶମ ଶ୍ରେଣୀଳ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୨ ଜଣ ପାସ୍‌ କରିଥିଲେ। ସେହିପରି ୨୦୧୭ରେ ୧୬ ଜଣଙ୍କ ମଧ୍ୟରୁ ୧୨, ୨୦୧୮ରେ ୧୨ ଜଣଙ୍କ ମଧ୍ୟରୁ ୭ ଓ ୨୦୧୯ରେ ୧୯ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ମାତ୍ର ୪ ଜଣ ପାସ୍‌ କରଛନ୍ତିି। ପାସ୍‌ ହାର କମିବାର ମୁଖ୍ୟ କାରଣ ଶିକ୍ଷକ ନ ଥିବା ପୂର୍ବତନ ସରପଞ୍ଚ ପ୍ରଦୀପ ମଲ୍ଲିକ ପ୍ରକାଶ କରିଛନ୍ତିି। ବିଦ୍ୟାଳୟରେ ନବମ ଦଶମ ଶ୍ରେଣୀ ପିଲାଙ୍କୁ ପଢ଼ାଇବା ପାଇଁ କୌଣସି ଶିକ୍ଷକ ନିଯୁକ୍ତ ହୋଇ ନାହାନ୍ତିି। ପ୍ରାଥମିକ ଶିକ୍ଷୟିତ୍ରୀ ଶିକ୍ଷକ ପିଲାମାନଙ୍କୁ ଯାହା ପଢ଼ାଉଛନ୍ତିି। ଆମେ ସମସ୍ତେ ଏବଂ ଗ୍ରାମବାସୀ ମିଶି ବହୁବାର ଅଭିଯୋଗ ଏବଂ ଦାବି କରି ଆସୁଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇ ପାରୁନାହିଁ। ଚଳିତ ଶିକ୍ଷାବର୍ଷରେ ନବମରେ ୪୩ ଓ ଦଶମରେ ୨୬ ଜଣ ଛାତ୍ରୀଛାତ୍ର ପଢ଼ୁଛନ୍ତି। ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଶିକ୍ଷକ ନିଯୁକ୍ତି କରିବାକୁ ସ୍କୁଲ ମ୍ୟାନେଜିଂ କମିଟି ସଭାପତି ରାଜେଶ ମଳିକ, ସଦସ୍ୟ ବିଜୟ ନାୟକ, ରାଧାକୃଷ୍ଣ ପ୍ରଧାନ ଓ ବାର୍ସୁ ମଲ୍ଲିକ ପ୍ରମୁଖ ପ୍ରକାଶ କରିଛନ୍ତି। ଏ ନେଇ ଜିଲା ଶିକ୍ଷାଧିକାରୀ ବିକାଶ ଚନ୍ଦ୍ର ପ୍ରଧାନଙ୍କୁ ପଚାରିବାରୁ ସରକାର ସେ ସବୁ ବିଦ୍ୟାଳୟରେ ଶିକ୍ଷକ ପଦବୀ ସୃଷ୍ଟି କରି ନାହାନ୍ତିି। ଆଗକୁ ନୂଆ ଶିକ୍ଷକ ନିଯୁକ୍ତି ହେବାର ଅଛି। ଆମେ ସେ ସବୁ ବିଦ୍ୟାଳୟରେ ଶିକ୍ଷକ ମାନଙ୍କୁ ଅବସ୍ଥାପିତ କରିବୁ ବୋଲି କହିଛନ୍ତିି।
((ଫଟୋ———–୫


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ: ସାର କାରଖାନା ଇଫ୍‌କୋରେ ଉତ୍ପାଦନ ବନ୍ଦ

ପାରାଦୀପ,୨୨।୫(ଶରତ ରାଉତ):ଏସିଆ ମହାଦେଶର ସର୍ବବୃହତ୍‌ ସାର କାରଖାନା ପାରାଦୀପ ଇଫ୍‌କୋରେ ବୁଧବାରଠାରୁ ଉତ୍ପାଦନ ବନ୍ଦ ରହିଛି। କାରଣ ଉକ୍ତ କାରଖାନାରେ ଆବଶ୍ୟକ କଞ୍ଚାମାଲ ଅଭାବ ଦେଖାଦେଇଛି। ଏହାର…

ଅକାମୀ ହୋଇପଡିଛି ୨୬ ଲକ୍ଷର ପ୍ରୋଜେକ୍ଟ: ଚାଷୀ ହନ୍ତସନ୍ତ

କେସିଙ୍ଗା,୨୨।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପରଲସିଙ୍ଗା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଭମରମାଲ ଗ୍ରାମ ନିକଟରେ ଜଳସେଚନ ପାଇଁ ଗତ ୨୦୨୦-୨୧ରେ ୨୬ ଲକ୍ଷ ୮୨…

ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ଦେଶୀ ମଦ-ବିଅର ଜବତ, ୧୦ ଗିରଫ

ବାଲେଶ୍ୱର,୨୨ା୫( ବାଞ୍ଛାନିଧି ଦେ): ବାଲେଶ୍ୱର ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି । ଭ୍ରାମ୍ୟମାଣ ସ୍କ୍ୱାର୍ଡ ନିରୀକ୍ଷକ…

ପରିସ୍ଥିତିର ଦାସ ମଣିଷ

ମହାନ୍‌ ମାନବବାଦୀ ନେତା ଆବ୍ରାହମ୍‌ ଲିଙ୍କନ ଥରେ କହିଥିଲେ, ”ମୁଁ ମୋର ସାମ୍ନା କରିଥିବା ପରିସ୍ଥିତିର ଫଳ“ ଅର୍ଥାତ୍‌ ସେ ଯେଉଁ ଆସନରେ ମଣ୍ଡିତ ଥିଲେ ତାହା…

ଜୀବନ ନଦୀର ଦୁଇ କୂଳ

ଶ୍ରଦ୍ଧାବାନ୍‌ ଲଭ୍ୟତେ ଜ୍ଞାନମ୍‌ ଓ ସଂଶୟାତ୍ମା ବିନଶ୍ୟତି’ର ମହତ୍ତ୍ୱ ହୃଦୟଙ୍ଗମ କରିବା ଉଚିତ। ଜ୍ଞାନ ପାଇଁ ସଂଶୟହୀନତା ଓ ଶ୍ରଦ୍ଧା ଉଭୟ ଆବଶ୍ୟକ, ଠିକ୍‌ ଯେପରି ଆଲୋକ…

ରଣନୀତିରୁ ଲାଭ

ଆମେରିକା ପୃଥିବୀର ଯେ କୌଣସି ସ୍ଥାନରେ ସାମରିକ ଆକ୍ରମଣ କରିବାକୁ ସକ୍ଷମ। ଏହାସହ ଅନ୍ୟ ଦେଶ ଉପରେ କ୍ଷତିକାରକ ଟାରିଫ୍‌ ଓ ପ୍ରତିବନ୍ଧକ ଲଗାଇବା ଏବଂ ସହଯୋଗୀଙ୍କ…

ଏଣିକି କୃଷକଙ୍କ କାର୍ଯ୍ୟ ହେବ ସହଜ: ଶୁଭାରମ୍ଭ ହେଲା…

ମହାକାଳପଡ଼ା, ୨୨ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ କିଆର ବାଙ୍କସ୍ଥିତ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ରଠାରେ ଖରିଫ୍‌ ଫସଲ ସମ୍ବନ୍ଧୀୟ କୃଷକ ପଞ୍ଜୀକରଣ, ସଫଳ…

କଲ୍ୟାଣସିଂହପୁର ଲ୍ୟାମ୍ପ ଏମ୍‌ଡିଙ୍କ ଘରେ ଭିଜିଲାନ୍ସ ରେଡ୍, ବେଆଇନ କାରବାର…

କଲ୍ୟାଣସିଂହପୁର,୨୨।୫(ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ସମବାୟ ସମିତି ଲ୍ୟାମ୍ପରେ ହୋଇଥିବା କୋଟି କୋଟି ଟଙ୍କାର ଅର୍ଥ ହେରଫେର ଘଟଣା ନୂଆ ମୋଡ଼ ନେଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri