ସିକରମାହା ସ୍କୁଲରେ ଟିଜିଟି ଶିକ୍ଷକ ନାହାନ୍ତି: ନବମ,ଦଶମ ଶ୍ରେଣୀ ଛାତ୍ରୀଛାତ୍ର ହଇରାଣ

ଫୁଲବାଣୀ ଅଫିସ,୨୪ା୭-ସରକାର ଅଷ୍ଟମ ଶ୍ରେଣୀ ଥିବା ବିଦ୍ୟାଳୟକୁ ଅପଗ୍ରେଡ କରି ନବମ ଓ ଦଶମ ଶ୍ରେଣୀ ଖୋଲିଛନ୍ତି। ହେଲେ ପିଲାମାନଙ୍କୁ କିପରି ପଢ଼ାଯିବ ତାର ବ୍ୟବସ୍ଥା କରି ନାହାନ୍ତି। ଅର୍ଥାତ ବିଦ୍ୟାଳୟଗୁଡିକରେ ଟିଜିଟି(ହାଇସ୍କୁଲ) ଶିକ୍ଷକ ପଦବୀ ସୃଷ୍ଟି କରି ନାହାନ୍ତି। ଫଳରେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନେ ନବମ ଦଶମ ଶ୍ରେଣୀ ପିଲାମାନଙ୍କୁ ପଢ଼ାଇବାକୁ ବାଧ୍ୟ ହେଉଛନ୍ତି। କେତେକ ସ୍ଥାନରେ ପିଲାମାନଙ୍କୁ ପଢ଼ାଯାଇ ପାରୁନାହିଁ। ଏହି ସମସ୍ୟା ଜିଲାର ଅନେକ ବିଦ୍ୟାଳୟରେ ରହିଛି। ସୋମବାର ଦାରିଙ୍ଗବାଡି ବ୍ଲକ ସିକରମାହା ଗ୍ରାମ ଲୋକେ ସିକରମାହା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଥିବା ଏହି ସମସ୍ୟାକୁ ନେଇ ଅତିରିକ୍ତ ଜିଲାପାଳଙ୍କୁ ଭେଟିଛନ୍ତିି। ତୁରନ୍ତ ଉକ୍ତ ବିଦ୍ୟାଳୟକୁ ଯଦି ଶିକ୍ଷକ ନ ଦିଆଯାଏ ତା’ହେଲେ ଛାତ୍ରୀଛାତ୍ରମାନେ ପଢ଼ି ପାରିବେ ନାହିଁ। ସେମାନଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯିବ ବୋଲି ସେମାନେ କହିଛନ୍ତି। ଏଥିସହ ଯଦି ସମସ୍ୟା ସମାଧାନ ନ ହୁଏ ଆଗାମୀ ଦିନରେ ଗ୍ରାମବାସୀ, ଅଭିଭାବକ, ଛାତ୍ରୀଛାତ୍ର ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
ପିଲାମାନଙ୍କ ପଢାକୁ ଦୃଷ୍ଟିରେ ରଖି ସରକାର ସିକରମାହାରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖୋଲିଥିଲେ। ୨୦୧୪ରେ ଏହାକୁ ଉନ୍ନୀତ ଉଚ୍ଚ ବିଦ୍ୟାଳୟ କରାଯାଇଥିଲାା ୨୦୧୬ରେ ୨୩ ଛାତ୍ରୀଛାତ୍ର ଦଶମ ଶ୍ରେଣୀଳ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୨ ଜଣ ପାସ୍‌ କରିଥିଲେ। ସେହିପରି ୨୦୧୭ରେ ୧୬ ଜଣଙ୍କ ମଧ୍ୟରୁ ୧୨, ୨୦୧୮ରେ ୧୨ ଜଣଙ୍କ ମଧ୍ୟରୁ ୭ ଓ ୨୦୧୯ରେ ୧୯ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ମାତ୍ର ୪ ଜଣ ପାସ୍‌ କରଛନ୍ତିି। ପାସ୍‌ ହାର କମିବାର ମୁଖ୍ୟ କାରଣ ଶିକ୍ଷକ ନ ଥିବା ପୂର୍ବତନ ସରପଞ୍ଚ ପ୍ରଦୀପ ମଲ୍ଲିକ ପ୍ରକାଶ କରିଛନ୍ତିି। ବିଦ୍ୟାଳୟରେ ନବମ ଦଶମ ଶ୍ରେଣୀ ପିଲାଙ୍କୁ ପଢ଼ାଇବା ପାଇଁ କୌଣସି ଶିକ୍ଷକ ନିଯୁକ୍ତ ହୋଇ ନାହାନ୍ତିି। ପ୍ରାଥମିକ ଶିକ୍ଷୟିତ୍ରୀ ଶିକ୍ଷକ ପିଲାମାନଙ୍କୁ ଯାହା ପଢ଼ାଉଛନ୍ତିି। ଆମେ ସମସ୍ତେ ଏବଂ ଗ୍ରାମବାସୀ ମିଶି ବହୁବାର ଅଭିଯୋଗ ଏବଂ ଦାବି କରି ଆସୁଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇ ପାରୁନାହିଁ। ଚଳିତ ଶିକ୍ଷାବର୍ଷରେ ନବମରେ ୪୩ ଓ ଦଶମରେ ୨୬ ଜଣ ଛାତ୍ରୀଛାତ୍ର ପଢ଼ୁଛନ୍ତି। ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଶିକ୍ଷକ ନିଯୁକ୍ତି କରିବାକୁ ସ୍କୁଲ ମ୍ୟାନେଜିଂ କମିଟି ସଭାପତି ରାଜେଶ ମଳିକ, ସଦସ୍ୟ ବିଜୟ ନାୟକ, ରାଧାକୃଷ୍ଣ ପ୍ରଧାନ ଓ ବାର୍ସୁ ମଲ୍ଲିକ ପ୍ରମୁଖ ପ୍ରକାଶ କରିଛନ୍ତି। ଏ ନେଇ ଜିଲା ଶିକ୍ଷାଧିକାରୀ ବିକାଶ ଚନ୍ଦ୍ର ପ୍ରଧାନଙ୍କୁ ପଚାରିବାରୁ ସରକାର ସେ ସବୁ ବିଦ୍ୟାଳୟରେ ଶିକ୍ଷକ ପଦବୀ ସୃଷ୍ଟି କରି ନାହାନ୍ତିି। ଆଗକୁ ନୂଆ ଶିକ୍ଷକ ନିଯୁକ୍ତି ହେବାର ଅଛି। ଆମେ ସେ ସବୁ ବିଦ୍ୟାଳୟରେ ଶିକ୍ଷକ ମାନଙ୍କୁ ଅବସ୍ଥାପିତ କରିବୁ ବୋଲି କହିଛନ୍ତିି।
((ଫଟୋ———–୫


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗାରେ କେନ୍ଦ୍ରମନ୍ତ୍ରୀ

କେସିଙ୍ଗା,୧୨ା୬(ଡି.ଏନ୍‌.ଏ.): କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଅର୍ଜ୍ଜୁନ ମୁଣ୍ଡା ରବିବାର କେସିଙ୍ଗା ପରିଦର୍ଶନରେ ଆସିଛନ୍ତି। ମନ୍ତ୍ରୀ ଉତ୍‌କେଲା ଏରୋଡ୍ରମ ଫିଲ୍ଡ ପଡ଼ିଆରେ ଓହ୍ଲାଇ ଏକ କାର୍‌ରେ...

ବାଇପାସ୍‌ ରାସ୍ତାରେ ହୋଲ୍‌ସେଲ ପରିବା ମାର୍କେଟ

ପୁରୀ ଅଫିସ,୯ା୪: ପୁରୀ ଜିଲାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଅଧିକ ସତର୍କ ହୋଇଯାଇଛି ଜିଲା ପ୍ରଶାସନ। ଆଗକୁ ଯେପରି ଏହି ସଂଖ୍ୟା ବୃଦ୍ଧି...

୩୦ ପରିବାରକୁ ମିଳିଲା ବିଜୁଳି

ବଇଣ୍ଡା, ୧୭ା୭(ଡି.ଏନ.ଏ.) ଅନୁଗୋଳ ଜିଲା କିଶୋରନଗର ବ୍ଲକ ବିଲେଇନାଳୀ ପଞ୍ଚାୟତ ଜାମୁଖୋଳ ଗ୍ରାମରେ ବୁଧବାର ୩୦ ପରିବାରକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଛି। ଏହାକୁ ନେଇ ସମ୍ପୃକ୍ତ...

ଶୁକ୍ରବାର ଯୁକ୍ତ୨ କଳା, ବାଣିଜ୍ୟ ପରୀକ୍ଷାଫଳ

ଭୁବନେଶ୍ୱର,୨୦।୬(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷାଫଳ ଶୁକ୍ରବାର ଅପରାହ୍ନ ସାଢ଼େ ୩ଟାରେ ପ୍ରକାଶ ପାଇବ।...

ବିନା ମାସ୍କରେ ତାରାତାରିଣୀ ମନ୍ଦିର ପ୍ରବେଶ ମନା

ଛତ୍ରପୁର,୧୭ା୩ (ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ପର୍ବ ଲାଗି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୁଧବାର ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ...

ଖସିଗଲେ ବେପାରୀ: ୨୫ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ଜଳେଶ୍ୱର,୨୩।୧: ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଝାଡେଶ୍ୱରପୁର ବସ୍ତି ଅଞ୍ଚଳ ବ୍ରାଉନସୁଗାର କାରବାରର ପେଣ୍ଠସ୍ଥଳୀ ପାଲଟିଛି। ଏହି ଅଞ୍ଚଳରେ ବାରମ୍ବାର ଚଢାଉ କରାଯାଇ ବ୍ରାଉନସୁଗାର ଜବତ...

ଆମ୍ବୁଲାନ୍ସ ଭଡ଼ା ଆକାଶଛୁଆଁ

ଭୁବନେଶ୍ୱର,୧୨ା୫(ବ୍ୟୁରୋ):ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ଅଧିକ ରହିଛି। ସ୍ଥିତି ଏପରି ହୋଇଛି ରୋଗୀଙ୍କୁ ମେଡିକାଲ ନେବା ପାଇଁ ଆମ୍ବୁଲାନ୍ସର ଅଭାବ ପଡୁଛି। ଏହାର ସୁଯୋଗ ନେଇ...

ଭୁବନେଶ୍ୱରରେ ବଢ଼ିଲା ୬୦ ଆଇସିୟୁ ଶଯ୍ୟା

ଭୁବନେଶ୍ୱର, ୨୬।୯(ବ୍ୟୁରୋ): ଭୁବନେଶ୍ୱରରେ ଆଉଏକ ନୂଆ କୋଭିଡ୍‌ ହସ୍ପିଟାଲ ହୋଇଛି। ମଞ୍ଚେଶ୍ୱରସ୍ଥିତ ‘ବ୍ଲ୍ୟୁ ହୁଇଲ୍‌ ହସ୍ପିଟାଲ’କୁ କୋଭିଡ୍‌ ହସ୍ପିଟାଲ କରାଯାଇଛି। ଏଥିରେ ୪୦ ଆଇସିୟୁ ଶଯ୍ୟା...

Advertisement
Archives

Model This Week