ସିଇସି ରିପୋର୍ଟକୁ ନେଇ ଅଡ଼ୁଆରେ ପ୍ରଶାସନ: ଲିଜ୍‌ପ୍ରାପ୍ତ ଚିଙ୍ଗୁଡିଘେରି ପ୍ରକଳ୍ପ ଉଚ୍ଛେଦ ଚିନ୍ତାର କାରଣ

କେନ୍ଦ୍ରାପଡା ଅଫିସ, ୨୫ା୯- କେନ୍ଦ୍ରାପଡା ଜିଲାର ସମୁଦ୍ରତଟବର୍ତ୍ତୀ ଅଞ୍ଚଳରେ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ଏବେ ଜିଲା ପ୍ରଶାସନ ପାଇଁ ଆହ୍ବାନ ପାଲଟିଛି। ଆସନ୍ତା ଅକ୍ଟୋବର ୨୧ ସୁଦ୍ଧା ୨୯୦୦ ହେକ୍ଟରରୁ ଅଧିକ ଅଞ୍ଚଳରେ ଗଢ଼ି ଉଠିଥିବା ବେଆଇନ ଘେରି ଉଚ୍ଛେଦ କରି ରିପୋର୍ଟ ଦେବା ପାଇଁ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି ା ତେବେ ନାବାର୍ଡ ସହାୟତାରେ ନିର୍ମିତ ମହାକାଳପଡା ବ୍ଲକ ଅନ୍ତର୍ଗତ ଜଗତଜୋର ଓ ବଣପଦା ଚିଙ୍ଗୁଡି ଘେରି ପ୍ରକଳ୍ପକୁ ନେଇ ଏବେ ପ୍ରଶାସନ ଅଡୁଆରେ ପଡିଛି। ୨୦୧୬ ମସିହାରେ ଏହି ଦୁଇ ପ୍ରକଳ୍ପକୁ ୧୫ ବର୍ଷ ପାଇଁ ରାଜ୍ୟ ସରକାର ଓ ଫାଲକନ୍‌ ମେରାଇନ ଏକ୍ସପୋର୍ଟସ୍‌ ଲିମିଟେଡ୍‌ ପକ୍ଷରୁ ଏମଓୟୁ ସ୍ବାକ୍ଷର ହୋଇ ୧୫ ବର୍ଷ ପାଇଁ ଲିଜ୍‌ ଦିଆଯାଇଛି।
ଅପରପକ୍ଷେ ସିଇସି ରିପୋର୍ଟକୁ ଉପେକ୍ଷା କରୁଥିବାରୁ ବେଆଇନ ଚିଙ୍ଗୁଡି ଘେରି ସହ ଏହାକୁ ତୁରନ୍ତ ଉଠାଯାଉ ବୋଲି ସ୍ଥାନୀୟ ଅଞ୍ଚଳବାସୀ ଓ ପରିବେଶବିତ ଦାବି କରିଛନ୍ତି ା ଦାବି ପୂରଣ ନ ହେଲେ ଆନ୍ଦୋଳନ ହେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ା ଏହା ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି।
ସୂଚନାଯୋଗ୍ୟ, ଗହିରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳ ବିରଳ ଅଲିଭରିଡଲେ କଇଁଛଙ୍କ ସଙ୍ଗମସ୍ଥଳୀ ା ଏହି ଜଳଚର ଜୀବର ସୁରକ୍ଷା ପାଇଁ ସୁପ୍ରିମ କୋର୍ଟରେ ୨୦୨/୯୫ ଓ ୧୭୧/୯୬ରେ ୨ଟି ରିଟ ପିଟିସନ ଦାଖଲ ହୋଇଥିଲା ା ଏହାର ଶୁଣାଣିକରି ତତ୍କାଳୀନ ସମୟରେ ସୁପ୍ରିମକୋର୍ଟ ପକ୍ଷରୁ ସେଣ୍ଟ୍ରାଲ ଏମ୍ପପାଓ୍ବାର୍ଡ କମିଟି (ସିଇସି) ଗଠନ କରାଯାଇଥିଲା ା ପରେ ୨୦୦୪ ଫେବୃୟାରୀ ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି କମିଟି ଅଧ୍ୟକ୍ଷ ପିଭି ଜୟ କ୍ରିଷ୍ଣନ, ସଦସ୍ୟ ବିଟ୍ଟୁ ସେହଗଲ ଓ ଭିଆର ଚିତ୍ରାପୁ ଗହିରମଥାର ଆଖପାଖ ଅଞ୍ଚଳକୁ ତନଖି କରି ଏକ ଗାଇଡଲାଇନ ପ୍ରସ୍ତୁତ କରିଥିଲେ ା ପରବର୍ତ୍ତୀ ସମୟରେ ଭାରତ ସରକାରଙ୍କ ଦ୍ୱାରା ଏହି ଗାଇଡ୍‌ଲାଇନ କାର୍ଯ୍ୟକାରୀ ହୋଇଥିଲା ା ଗାଇଡ୍‌ଲାଇନ ଅନୁଯାୟୀ, ନଭେମ୍ବରରୁ ମେ ପର୍ଯ୍ୟନ୍ତ ଏହି ଅଞ୍ଚଳରେ ମତ୍ସ୍ୟଜୀବୀଙ୍କ ପାଇଁ ନିଷେଧାଞ୍ଚଳ ଘୋଷଣା କରାଯାଇଥିବା ବେଳେ ତଟବର୍ତ୍ତୀ ଅଞ୍ଚଳରେ ଚିଙ୍ଗୁଡ଼ି ଚାଷଉପରେ ପ୍ରତିବନ୍ଧକ ଲଗାଯାଇଥିଲା ା ଏହି ଗାଇଡ୍‌ଲାଇନରେ ସେମାନେ ଉଲ୍ଲେଖ କରିଛନ୍ତି ଯେ, କଇଁଛଙ୍କ ସମେତ ଡଲଫିନ, ମାଛ, ଚିଙ୍ଗୁଡି, କଙ୍କଡା ଆଦି ସାମୁଦ୍ରିକ ପ୍ରାଣୀଙ୍କ ସମେତ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ଗହିରମଥା ସାମୁଦ୍ରିକ ଅଞ୍ଚଳ ଓ ଭିତରକନିକାର ଜାତୀୟ ଉଦ୍ୟାନର ୫ କିଲେମିଟର ପରିଧି ମଧ୍ୟରେ ନିଷେଧାଜ୍ଞା ଜାରି ରହିବ ା ଗାଇଡ୍‌ଲାଇନର ଏକ ପାରା(ନଂ-୩.୪.୨)ରେ ଦର୍ଶାଇଛନ୍ତି, ଚିଙ୍ଗୁଡି ଚାଷରେ ବ୍ୟବହୃତ ଖାଦ୍ୟ, ସାର ଓ ଔଷଧ ପ୍ରୟୋଗରେ ପରିବେଶ ଦୂଷିତ କରୁଛି। ଏଥିପାଇଁ ଏହି ପରିଧି ମଧ୍ୟରେ ଚିଙ୍ଗୁଡି ଚାଷକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି ା ଏହି ୫ କିଲୋମିଟର ନିଷୋଧାଞ୍ଚଳ ପରିଧି ମଧ୍ୟରେ ବଣପଦା ଓ ଜଗତଯୋର ଚିଙ୍ଗୁଡି ଘେରି ରହିଛି ା ସ୍ଥାନୀୟ ଅଞ୍ଚଳର ପ୍ରଭୁପ୍ରସାଦ ମହାପାତ୍ର ଓ ନରୋତ୍ତମ ସ୍ବାଇଁ ଏସମ୍ପର୍କରେ କୁହନ୍ତି, ସିଇସି ଗାଇଡ ଲାଇନକୁ ଆଧାର କରି ଏହି ୨ ଚିଙ୍ଗୁଡି ପ୍ରକଳ୍ପ ଉଚ୍ଛେଦ ଲାଗି ଉଚ୍ଚ ନ୍ୟାୟାଳୟରେ ଜିଲା ପ୍ରଶାସନ ବିରୋଧରେ ଏକ ପିଆଇଏଲ ମାମଲା (ନଂ- ୨୫୧୩/୧୭) ଦାଖଲ କରିଛନ୍ତି ା ତେବେ ଅଦ୍ୟାବଧି ଏହି ମାମଲାର ଚୂଡ଼ାନ୍ତ ରାୟ ଆସି ନାହିଁ ା ସିଇସି ଗାଇଡଲାଇନ ଅନୁଯାୟୀ, ଜିଲା ପ୍ରଶାସନ ଜିଲାର ସମସ୍ତ ଘେରିକୁ ଉଚ୍ଛେଦ ନ କଲେ ଏକ ବଡ ଧରଣର ଆନ୍ଦୋଳନ ହେବ ବୋଲି ସେମାନେ ମତ ଦେଇଛନ୍ତି ା
ଏ ସମ୍ପର୍କରେ ପରିବେଶବିତ ହେମନ୍ତ କୁମାର ରାଉତ, ଗୋଗୁଆ ଗ୍ରାମର ବଟ ଜେନା, ଶ୍ରୀଧର ମହାନ୍ତି, ଖଡିଅନ୍ତା ଗ୍ରାମର ଜିତେନ୍ଦ୍ର ନାୟକ, ଭୋପାଳର ପ୍ରଦୀପ୍ତ ନାୟକ ପ୍ରମୁଖ ସୂଚନା ଦେଇଛନ୍ତି ଯେ, ଚିଙ୍ଗୁଡି ଘେରି ଉଚ୍ଛେଦ ପରେ ପ୍ରଶାସନ ପକ୍ଷରୁ ଏହି ସ୍ଥାନରେ ହେନ୍ତାଳବଣ ସୃଷ୍ଟି କରାଯାଉ ା ଏହା ସାମୁଦ୍ରିକ ପ୍ରାଚୀର ଭାବେ ସ୍ଥାନୀୟ ଅଞ୍ଚଳକୁ ରକ୍ଷା କରିବାରେ ସହାୟକ ହେବ। ଏନେଇ ପ୍ରଶାସନ ଧ୍ୟାନ ଦେବା ଜରୁରୀ ବୋଲି ସେମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଜିଉଙ୍କ ବନକଲାଗି ନୀତି: ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ ,୨୯।୧୧: ବୁଧବାର ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି । ଦତ୍ତମହାପାତ୍ର ସେବାୟତ ଶ୍ରୀମୁଖ ଶୃଙ୍ଖାର କରିବେ । ଏ ନେଇ ସା ୫ଟାରୁ ରାତି...

ବନ୍ଧୁକ ଦେଖାଇ ସୁନା ଦୋକାନୀଙ୍କ ଘରୁ ଲୁଟ

ହାଟଡିହୀ,୨୯।୧୧(ଶୁଭକାନ୍ତ ନାୟକ) କେନ୍ଦୁଝର ଜିଲା ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ସୁନା ଦୋକାନୀ ଙ୍କ ଘରୁ ମଙ୍ଗଳବାର ବିଳମ୍ବିତ ରାତିରେ ଲୁଟପାଟ ହୋଇଛି। ଥାନା ଅଧୀନ...

ଆଜି ଜଗତ୍‌ସିଂହପୁର ପୌର ପରିଷଦ ୬ନଂ. ୱାର୍ଡ ଉପନିର୍ବାଚନ

ଜଗତ୍‌ସିଂହପୁର, ୨୯।୧୧(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ପୌର ପରିଷଦ ଅନ୍ତର୍ଗତ ୬ନଂ. ୱାର୍ଡରେ ବୁଧବାର ଉପନିର୍ବାଚନ ଅନୁଷ୍ଠିତ ହେବ। ସୁଜଙ୍ଗସ୍ଥିତ ପ୍ରାଥମିକ ବିଦ୍ୟାଳୟ ପରିସର ୧ନଂ....

ନଦୀ ପାଉଛି ଡ୍ରେନେଜ୍‌ର ଆଖ୍ୟା

ଯାଜପୁର,୨୯।୧୧(ହର୍ଷବର୍ଦ୍ଧନ ବେହେରା): ରାଜ୍ୟର ସମସ୍ତ ନଦୀ ଡ୍ରେନେଜ୍‌ର ଆଖ୍ୟା ନ ପାଉ। ଅଧିକାଂଶ ନଦୀ ଜଳ ଗୁରୁତର ଭାବେ ପ୍ରଦୂଷିତ ହେଉଥିବାରୁ ଓଡ଼ିଶା ନଦୀ ସୁରକ୍ଷା...

ରାଜପଥ ସମ୍ପ୍ରସାରଣ ଶେଷ ଅନିଶ୍ଚିତତାରେ

ଢେଙ୍କାନାଳ,୨୯।୧୧(ରତନ ନାୟାର): ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଜିଲାସ୍ତରୀୟ ସଂସଦୀୟ କ୍ଷେତ୍ର ସଡ଼କ ସୁରକ୍ଷା କମିଟି ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏମ୍‌ପି...

ଦର ଅଧିକରୁ ମଟନ ବ୍ୟବସାୟ ମାନ୍ଦା

ବ୍ରହ୍ମପୁର,୨୯।୧୧(ତନୁଶ୍ରୀ ନାହାକ): ଧର୍ମ ମାସ କାର୍ତ୍ତିକ ସରିଛି। ମାସେ ହେଲା ରେଶମ ସହରର ଆମିଷ ବଜାର ମାନ୍ଦା ଥିବାବେଳେ ମଙ୍ଗଳବାର ଛାଡ଼ଖାଇ ପାଇଁ ଚଳଚଞ୍ଚଳ ହୋଇ...

ଅମଳ ବେଳେ ଉଜାଡ଼ୁଛନ୍ତି ହାତୀପଲ

ଢେଙ୍କିକୋଟ, ୨୯।୧୧(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଘଟଗାଁ ରେଞ୍ଜ୍‌ର ଦେଓବନ୍ଧ ଫରେଷ୍ଟ ସେକ୍ସନ ସାନ୍ତରାପୁର ପଞ୍ଚାୟତର ଛତିଆ ଗ୍ରାମ ହୁଡ଼ି ସାହିରେ ସୋମବାର ସାଠାରୁ ରାତି...

କଞ୍ଚା କଦଳୀରେ ମାଛର ସ୍ବାଦ

କେନ୍ଦ୍ରାପଡ଼ା, ୨୯।୧୧ (ଜଗନ୍ନାଥ ଧଳ): କଞ୍ଚା କଦଳୀରେ ମାଛ, ପନିରରେ ଅଣ୍ଡା, ସୋୟାବଢ଼ିରେ ମଟନ, ଚିକେନର ସ୍ବାଦକୁ କେନ୍ଦ୍ରାପଡ଼ା ସହରବାସୀ ମଙ୍ଗଳବାର ଚାଖିଛନ୍ତି। ଏପରି ନିରାମିଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri