ସିଇସି ରିପୋର୍ଟକୁ ନେଇ ଅଡ଼ୁଆରେ ପ୍ରଶାସନ: ଲିଜ୍‌ପ୍ରାପ୍ତ ଚିଙ୍ଗୁଡିଘେରି ପ୍ରକଳ୍ପ ଉଚ୍ଛେଦ ଚିନ୍ତାର କାରଣ

କେନ୍ଦ୍ରାପଡା ଅଫିସ, ୨୫ା୯- କେନ୍ଦ୍ରାପଡା ଜିଲାର ସମୁଦ୍ରତଟବର୍ତ୍ତୀ ଅଞ୍ଚଳରେ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ଏବେ ଜିଲା ପ୍ରଶାସନ ପାଇଁ ଆହ୍ବାନ ପାଲଟିଛି। ଆସନ୍ତା ଅକ୍ଟୋବର ୨୧ ସୁଦ୍ଧା ୨୯୦୦ ହେକ୍ଟରରୁ ଅଧିକ ଅଞ୍ଚଳରେ ଗଢ଼ି ଉଠିଥିବା ବେଆଇନ ଘେରି ଉଚ୍ଛେଦ କରି ରିପୋର୍ଟ ଦେବା ପାଇଁ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି ା ତେବେ ନାବାର୍ଡ ସହାୟତାରେ ନିର୍ମିତ ମହାକାଳପଡା ବ୍ଲକ ଅନ୍ତର୍ଗତ ଜଗତଜୋର ଓ ବଣପଦା ଚିଙ୍ଗୁଡି ଘେରି ପ୍ରକଳ୍ପକୁ ନେଇ ଏବେ ପ୍ରଶାସନ ଅଡୁଆରେ ପଡିଛି। ୨୦୧୬ ମସିହାରେ ଏହି ଦୁଇ ପ୍ରକଳ୍ପକୁ ୧୫ ବର୍ଷ ପାଇଁ ରାଜ୍ୟ ସରକାର ଓ ଫାଲକନ୍‌ ମେରାଇନ ଏକ୍ସପୋର୍ଟସ୍‌ ଲିମିଟେଡ୍‌ ପକ୍ଷରୁ ଏମଓୟୁ ସ୍ବାକ୍ଷର ହୋଇ ୧୫ ବର୍ଷ ପାଇଁ ଲିଜ୍‌ ଦିଆଯାଇଛି।
ଅପରପକ୍ଷେ ସିଇସି ରିପୋର୍ଟକୁ ଉପେକ୍ଷା କରୁଥିବାରୁ ବେଆଇନ ଚିଙ୍ଗୁଡି ଘେରି ସହ ଏହାକୁ ତୁରନ୍ତ ଉଠାଯାଉ ବୋଲି ସ୍ଥାନୀୟ ଅଞ୍ଚଳବାସୀ ଓ ପରିବେଶବିତ ଦାବି କରିଛନ୍ତି ା ଦାବି ପୂରଣ ନ ହେଲେ ଆନ୍ଦୋଳନ ହେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ା ଏହା ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି।
ସୂଚନାଯୋଗ୍ୟ, ଗହିରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳ ବିରଳ ଅଲିଭରିଡଲେ କଇଁଛଙ୍କ ସଙ୍ଗମସ୍ଥଳୀ ା ଏହି ଜଳଚର ଜୀବର ସୁରକ୍ଷା ପାଇଁ ସୁପ୍ରିମ କୋର୍ଟରେ ୨୦୨/୯୫ ଓ ୧୭୧/୯୬ରେ ୨ଟି ରିଟ ପିଟିସନ ଦାଖଲ ହୋଇଥିଲା ା ଏହାର ଶୁଣାଣିକରି ତତ୍କାଳୀନ ସମୟରେ ସୁପ୍ରିମକୋର୍ଟ ପକ୍ଷରୁ ସେଣ୍ଟ୍ରାଲ ଏମ୍ପପାଓ୍ବାର୍ଡ କମିଟି (ସିଇସି) ଗଠନ କରାଯାଇଥିଲା ା ପରେ ୨୦୦୪ ଫେବୃୟାରୀ ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି କମିଟି ଅଧ୍ୟକ୍ଷ ପିଭି ଜୟ କ୍ରିଷ୍ଣନ, ସଦସ୍ୟ ବିଟ୍ଟୁ ସେହଗଲ ଓ ଭିଆର ଚିତ୍ରାପୁ ଗହିରମଥାର ଆଖପାଖ ଅଞ୍ଚଳକୁ ତନଖି କରି ଏକ ଗାଇଡଲାଇନ ପ୍ରସ୍ତୁତ କରିଥିଲେ ା ପରବର୍ତ୍ତୀ ସମୟରେ ଭାରତ ସରକାରଙ୍କ ଦ୍ୱାରା ଏହି ଗାଇଡ୍‌ଲାଇନ କାର୍ଯ୍ୟକାରୀ ହୋଇଥିଲା ା ଗାଇଡ୍‌ଲାଇନ ଅନୁଯାୟୀ, ନଭେମ୍ବରରୁ ମେ ପର୍ଯ୍ୟନ୍ତ ଏହି ଅଞ୍ଚଳରେ ମତ୍ସ୍ୟଜୀବୀଙ୍କ ପାଇଁ ନିଷେଧାଞ୍ଚଳ ଘୋଷଣା କରାଯାଇଥିବା ବେଳେ ତଟବର୍ତ୍ତୀ ଅଞ୍ଚଳରେ ଚିଙ୍ଗୁଡ଼ି ଚାଷଉପରେ ପ୍ରତିବନ୍ଧକ ଲଗାଯାଇଥିଲା ା ଏହି ଗାଇଡ୍‌ଲାଇନରେ ସେମାନେ ଉଲ୍ଲେଖ କରିଛନ୍ତି ଯେ, କଇଁଛଙ୍କ ସମେତ ଡଲଫିନ, ମାଛ, ଚିଙ୍ଗୁଡି, କଙ୍କଡା ଆଦି ସାମୁଦ୍ରିକ ପ୍ରାଣୀଙ୍କ ସମେତ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ଗହିରମଥା ସାମୁଦ୍ରିକ ଅଞ୍ଚଳ ଓ ଭିତରକନିକାର ଜାତୀୟ ଉଦ୍ୟାନର ୫ କିଲେମିଟର ପରିଧି ମଧ୍ୟରେ ନିଷେଧାଜ୍ଞା ଜାରି ରହିବ ା ଗାଇଡ୍‌ଲାଇନର ଏକ ପାରା(ନଂ-୩.୪.୨)ରେ ଦର୍ଶାଇଛନ୍ତି, ଚିଙ୍ଗୁଡି ଚାଷରେ ବ୍ୟବହୃତ ଖାଦ୍ୟ, ସାର ଓ ଔଷଧ ପ୍ରୟୋଗରେ ପରିବେଶ ଦୂଷିତ କରୁଛି। ଏଥିପାଇଁ ଏହି ପରିଧି ମଧ୍ୟରେ ଚିଙ୍ଗୁଡି ଚାଷକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି ା ଏହି ୫ କିଲୋମିଟର ନିଷୋଧାଞ୍ଚଳ ପରିଧି ମଧ୍ୟରେ ବଣପଦା ଓ ଜଗତଯୋର ଚିଙ୍ଗୁଡି ଘେରି ରହିଛି ା ସ୍ଥାନୀୟ ଅଞ୍ଚଳର ପ୍ରଭୁପ୍ରସାଦ ମହାପାତ୍ର ଓ ନରୋତ୍ତମ ସ୍ବାଇଁ ଏସମ୍ପର୍କରେ କୁହନ୍ତି, ସିଇସି ଗାଇଡ ଲାଇନକୁ ଆଧାର କରି ଏହି ୨ ଚିଙ୍ଗୁଡି ପ୍ରକଳ୍ପ ଉଚ୍ଛେଦ ଲାଗି ଉଚ୍ଚ ନ୍ୟାୟାଳୟରେ ଜିଲା ପ୍ରଶାସନ ବିରୋଧରେ ଏକ ପିଆଇଏଲ ମାମଲା (ନଂ- ୨୫୧୩/୧୭) ଦାଖଲ କରିଛନ୍ତି ା ତେବେ ଅଦ୍ୟାବଧି ଏହି ମାମଲାର ଚୂଡ଼ାନ୍ତ ରାୟ ଆସି ନାହିଁ ା ସିଇସି ଗାଇଡଲାଇନ ଅନୁଯାୟୀ, ଜିଲା ପ୍ରଶାସନ ଜିଲାର ସମସ୍ତ ଘେରିକୁ ଉଚ୍ଛେଦ ନ କଲେ ଏକ ବଡ ଧରଣର ଆନ୍ଦୋଳନ ହେବ ବୋଲି ସେମାନେ ମତ ଦେଇଛନ୍ତି ା
ଏ ସମ୍ପର୍କରେ ପରିବେଶବିତ ହେମନ୍ତ କୁମାର ରାଉତ, ଗୋଗୁଆ ଗ୍ରାମର ବଟ ଜେନା, ଶ୍ରୀଧର ମହାନ୍ତି, ଖଡିଅନ୍ତା ଗ୍ରାମର ଜିତେନ୍ଦ୍ର ନାୟକ, ଭୋପାଳର ପ୍ରଦୀପ୍ତ ନାୟକ ପ୍ରମୁଖ ସୂଚନା ଦେଇଛନ୍ତି ଯେ, ଚିଙ୍ଗୁଡି ଘେରି ଉଚ୍ଛେଦ ପରେ ପ୍ରଶାସନ ପକ୍ଷରୁ ଏହି ସ୍ଥାନରେ ହେନ୍ତାଳବଣ ସୃଷ୍ଟି କରାଯାଉ ା ଏହା ସାମୁଦ୍ରିକ ପ୍ରାଚୀର ଭାବେ ସ୍ଥାନୀୟ ଅଞ୍ଚଳକୁ ରକ୍ଷା କରିବାରେ ସହାୟକ ହେବ। ଏନେଇ ପ୍ରଶାସନ ଧ୍ୟାନ ଦେବା ଜରୁରୀ ବୋଲି ସେମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …

ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri