ସିଆରଆରଆଇ-କନ୍ଦରପୁର ୩୩କେଭି ଫିଡର କାମ ଅଧାପନ୍ତରିଆ : ୩ ବ୍ଲକର ବିଦ୍ୟୁତ୍‌ ଉପଭୋକ୍ତା ହନ୍ତସନ୍ତ

କଟକ ସଦର, ୧୩ା୫(ଡି.ଏନ୍‌.ଏ.): କଟକ ସଦର ବ୍ଲକ ସମେତ ପଡୋସୀ ଜଗତ୍‌ସିଂହପୁର ଜିଲା ଅଧୀନ ରଘୁନାଥପୁର ଓ ବିରିଡି ବ୍ଲକ ଅଞ୍ଚଳର ବିଦ୍ୟୁତ୍‌ ସେବାକୁ ତ୍ୱରାନ୍ବିତ କରିବା ଲକ୍ଷ୍ୟରେ ସିଆରଆରଆଇ-କନ୍ଦରପୁର ୩୩ କେଭି ନୁତନ ଫିଡରର କାମ ୨୦୧୪ରେ ଆରମ୍ଭ ହୋଇଥିଲା। ଇତିମଧ୍ୟରେ ୫ ବର୍ଷ ବିତିଯାଇଥିଲେ ମଧ୍ୟ ୮ କିମି ଲମ୍ବ ଫିଡରରେ ତାର ଟଣା ଯାଇପାରୁନାହିଁ। ଫଳରେ ଏହା ଉପରେ ନିର୍ଭର କରୁଥିବା ୩ଟି ବ୍ଲକର ବହୁ ସଂଖ୍ୟାରେ ବିଦ୍ୟୁତ୍‌ ଉପଭୋକ୍ତା ଠିକ୍‌ ଭାବେ ସେବା ନ ପାଇଁ ହନ୍ତସନ୍ତ ହେଉଛନ୍ତି। ଏହି ଅଧପାନ୍ତରିଆ କାମ ଯୋଗୁ ବର୍ତ୍ତମାନ ଉକ୍ତ ଅଞ୍ଚଳର ଉପଭୋକ୍ତାମାନେ ପୋପରଡା-ଜଗତ୍‌ସିଂହପୁର ପୁରୁଣା ୩୩ କେଭି ଫିଡରରୁ ବିଦ୍ୟୁତ୍‌ ଶକ୍ତି ପାଉଛନ୍ତି। ବଣଜଙ୍ଗଲ, ନଦୀ, ଜନବସତି ଦେଇ ଆସିଥିବା ଏହି ପୁରୁଣା ଫିଡରର ମରାମତି କାମ ଠିକ୍‌ ଭାବେ କରିବା ସମ୍ଭବ ହୋଇପାରୁନାହିଁ। ସେଥିପାଇଁ ସାମାନ୍ୟ ବର୍ଷା, ପବନ ହେଲେ ବିଦ୍ୟୁତ୍‌ ସରବରାହ ବ୍ୟାଘାତ ଯୋଗୁ ବିସ୍ତିର୍ଣ୍ଣ ଅଞ୍ଚଳର ଲୋକମାନେ ବହୁ ସମୟ ଧରି ଅନ୍ଧାରରେ ରହିବା ପାଇଁ ବାଧ୍ୟ ହେଉଛନ୍ତି। ଅନ୍ୟପକ୍ଷରେ ନୂଆ ଫିଡର କାମ ଦାଦାବଟି ଆଦାୟକୁ ନେଇ ଆଗେଇ ପାରୁନାହିଁ ବୋଲି ସେସୁର ଜଣେ ବରିଷ୍ଠ ଯନ୍ତ୍ରୀ ନିଜର ପରିଚୟ ଗୋପନ ରଖି କହିଛନ୍ତି। ବାତ୍ୟାରେ ପୁରୁଣା ଫିଡର ମରାମତି କାମ ସହଜ ହୋଇପାରୁ ନ ଥିବାରୁ ରବିବାର ସନ୍ଧ୍ୟା ସୁଦ୍ଧା କନ୍ଦରପୁର ଷ୍ଟ୍ରକଚରରେ କରେଣ୍ଟ ପହଞ୍ଚିପାରିନାହିଁ। ନୁତନ ଫିଡର କାମ ପାଇଁ ସେସୁର ଆନ୍ତରିକତା ନାହିଁ ବୋଲି ରଘୁନାଥପୁର ଅଞ୍ଚଳର ଉପଭୋକ୍ତା ବିନୋଦ ବିହାରୀ ମହାପାତ୍ର କହିଛନ୍ତି। ଦୁଇଟି ଜିଲାର ସ୍ବାର୍ଥ ଏହି ନୁତନ ଫିଡରରେ ରହିଥିବାବେଳେ କାମ କରିବା ପାଇଁ ଯନ୍ତ୍ରୀ, ପୋଲିସ ପ୍ରଶାସନ ଓ ରାଜନେତାମାନଙ୍କର ଆନ୍ତରିକତା ନାହିଁ ବୋଲି ସୋମପୁର ଅଞ୍ଚଳର ସାମାଜିକ କର୍ମୀ କାର୍ତ୍ତିକ ପୁହାଣ କହିଛନ୍ତି। ନୁଆ ଲାଇନ୍‌ଟି ଗତିରାଉତପାଟଣା, ବିରିବାଟୀ, ଦେଓପୁର, ନାହାଭଙ୍ଗା, ଫକୀରପଡା ଦେଇ କନ୍ଦରପୁର ଷ୍ଟ୍ରକଚରକୁ ଆସିବ। କାର୍ଯ୍ୟରେ ବିଳମ୍ବ ସମ୍ପର୍କରେ ସେସୁ କଟକ ଡିଭିଜନ ନଂ.୨ ପରିଚାଳକ ସତ୍ୟବ୍ରତ ମହାନ୍ତିଙ୍କୁ  ଯୋଗାଯୋଗ କରାଯାଇଥିଲେ ମଧ୍ୟ  ସେ ଫୋନ ଉଠାଇ ନଥିଲେ। ନୁଆ ଫିଡର କାମ ସରିଥିଲେ ୧ ଦିନରେ ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ଏହି ଅଞ୍ଚଳରେ କରାଯାଇପାରିଥାନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

ଦୁର୍ଗମ ଜଙ୍ଗଲରେ ଚଢାଉ: ମଦ କାରଖାନା ଭାଙ୍ଗିଲା ଅବକାରୀ ବିଭାଗ, ୧୯ ହଜାର ଲିଟର ମଦ ପୋଚ * ୧୧ ଶହ ଲିଟର ଦେଶୀ ମଦ ଜବତ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଜନଜାତି ବହୁଳ ଦାମପୁର ଗାଁ ନିକଟ ଦୁର୍ଗମ ଜଙ୍ଗଲରେ ମଙ୍ଗଳବାର ସକାଳେ ସାନଖେମୁଣ୍ଡି…

ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…

ଘରେ କରୁଥିଲେ କାମ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

କୁଆଁରମୁଣ୍ଡା,୮।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚୁଟିଆଟୋଲି ଗ୍ରାମ ରୀତା ତିର୍କୀଙ୍କ ଘର ସେଣ୍ଟ୍ରିଂ କାମ କରୁଥିବା ବେଳେ ମଙ୍ଗଳବାର…

ବାଘ ଛାଲ ଡିଲ୍‌ ବେଳେ ମାଡ଼ି ବସିଲା ଗୁଜରାଟ ଟିମ୍‌

ଜୟପୁର,୮।୯: ଗୁଜରାଟର ସ୍ବତନ୍ତ୍ର ଡିଆର୍‌ଆଇ ଟିମ୍‌କୁ ଓଡ଼ିଶାରେ ଏକ ବଡ଼ ସଫଳତା ମିଳିଛି। ଡିଆର୍‌ଆଇ ଟିମ୍‌ ଜୟପୁରରେ ଚଢ଼ାଉ କରି ଏକ କଲରା ପତରିଆ ବାଘ ଛାଲ…

ଏମଆରଏଫ୍‌ ୟୁନିଟ୍‌ରେ ପଶିଲା ୫ ଫୁଟର ଅଜଗର, ପରେ….

କୁଆଁରମୁଣ୍ଡା, ୮।୯ (ମହେନ୍ଦ୍ର କୁମାର ସାହୁ): ମଙ୍ଗଳବାର ମଧ୍ୟାହ୍ନରେ କୁଆଁରମୁଣ୍ଡା ବ୍ଲକ ଏମଆରଏଫ୍‌ ୟୁନିଟ୍‌ ଭିତରକୁ ଏକ ଅଜଗର ସାପ ପଶିଯାଇଥିଲା। ସାପଟିକୁ ଦେଖି କର୍ମଚାରୀମାନେ ଭୟଭୀତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri