ସିଆରଆରଆଇ-କନ୍ଦରପୁର ୩୩କେଭି ଫିଡର କାମ ଅଧାପନ୍ତରିଆ : ୩ ବ୍ଲକର ବିଦ୍ୟୁତ୍‌ ଉପଭୋକ୍ତା ହନ୍ତସନ୍ତ

କଟକ ସଦର, ୧୩ା୫(ଡି.ଏନ୍‌.ଏ.): କଟକ ସଦର ବ୍ଲକ ସମେତ ପଡୋସୀ ଜଗତ୍‌ସିଂହପୁର ଜିଲା ଅଧୀନ ରଘୁନାଥପୁର ଓ ବିରିଡି ବ୍ଲକ ଅଞ୍ଚଳର ବିଦ୍ୟୁତ୍‌ ସେବାକୁ ତ୍ୱରାନ୍ବିତ କରିବା ଲକ୍ଷ୍ୟରେ ସିଆରଆରଆଇ-କନ୍ଦରପୁର ୩୩ କେଭି ନୁତନ ଫିଡରର କାମ ୨୦୧୪ରେ ଆରମ୍ଭ ହୋଇଥିଲା। ଇତିମଧ୍ୟରେ ୫ ବର୍ଷ ବିତିଯାଇଥିଲେ ମଧ୍ୟ ୮ କିମି ଲମ୍ବ ଫିଡରରେ ତାର ଟଣା ଯାଇପାରୁନାହିଁ। ଫଳରେ ଏହା ଉପରେ ନିର୍ଭର କରୁଥିବା ୩ଟି ବ୍ଲକର ବହୁ ସଂଖ୍ୟାରେ ବିଦ୍ୟୁତ୍‌ ଉପଭୋକ୍ତା ଠିକ୍‌ ଭାବେ ସେବା ନ ପାଇଁ ହନ୍ତସନ୍ତ ହେଉଛନ୍ତି। ଏହି ଅଧପାନ୍ତରିଆ କାମ ଯୋଗୁ ବର୍ତ୍ତମାନ ଉକ୍ତ ଅଞ୍ଚଳର ଉପଭୋକ୍ତାମାନେ ପୋପରଡା-ଜଗତ୍‌ସିଂହପୁର ପୁରୁଣା ୩୩ କେଭି ଫିଡରରୁ ବିଦ୍ୟୁତ୍‌ ଶକ୍ତି ପାଉଛନ୍ତି। ବଣଜଙ୍ଗଲ, ନଦୀ, ଜନବସତି ଦେଇ ଆସିଥିବା ଏହି ପୁରୁଣା ଫିଡରର ମରାମତି କାମ ଠିକ୍‌ ଭାବେ କରିବା ସମ୍ଭବ ହୋଇପାରୁନାହିଁ। ସେଥିପାଇଁ ସାମାନ୍ୟ ବର୍ଷା, ପବନ ହେଲେ ବିଦ୍ୟୁତ୍‌ ସରବରାହ ବ୍ୟାଘାତ ଯୋଗୁ ବିସ୍ତିର୍ଣ୍ଣ ଅଞ୍ଚଳର ଲୋକମାନେ ବହୁ ସମୟ ଧରି ଅନ୍ଧାରରେ ରହିବା ପାଇଁ ବାଧ୍ୟ ହେଉଛନ୍ତି। ଅନ୍ୟପକ୍ଷରେ ନୂଆ ଫିଡର କାମ ଦାଦାବଟି ଆଦାୟକୁ ନେଇ ଆଗେଇ ପାରୁନାହିଁ ବୋଲି ସେସୁର ଜଣେ ବରିଷ୍ଠ ଯନ୍ତ୍ରୀ ନିଜର ପରିଚୟ ଗୋପନ ରଖି କହିଛନ୍ତି। ବାତ୍ୟାରେ ପୁରୁଣା ଫିଡର ମରାମତି କାମ ସହଜ ହୋଇପାରୁ ନ ଥିବାରୁ ରବିବାର ସନ୍ଧ୍ୟା ସୁଦ୍ଧା କନ୍ଦରପୁର ଷ୍ଟ୍ରକଚରରେ କରେଣ୍ଟ ପହଞ୍ଚିପାରିନାହିଁ। ନୁତନ ଫିଡର କାମ ପାଇଁ ସେସୁର ଆନ୍ତରିକତା ନାହିଁ ବୋଲି ରଘୁନାଥପୁର ଅଞ୍ଚଳର ଉପଭୋକ୍ତା ବିନୋଦ ବିହାରୀ ମହାପାତ୍ର କହିଛନ୍ତି। ଦୁଇଟି ଜିଲାର ସ୍ବାର୍ଥ ଏହି ନୁତନ ଫିଡରରେ ରହିଥିବାବେଳେ କାମ କରିବା ପାଇଁ ଯନ୍ତ୍ରୀ, ପୋଲିସ ପ୍ରଶାସନ ଓ ରାଜନେତାମାନଙ୍କର ଆନ୍ତରିକତା ନାହିଁ ବୋଲି ସୋମପୁର ଅଞ୍ଚଳର ସାମାଜିକ କର୍ମୀ କାର୍ତ୍ତିକ ପୁହାଣ କହିଛନ୍ତି। ନୁଆ ଲାଇନ୍‌ଟି ଗତିରାଉତପାଟଣା, ବିରିବାଟୀ, ଦେଓପୁର, ନାହାଭଙ୍ଗା, ଫକୀରପଡା ଦେଇ କନ୍ଦରପୁର ଷ୍ଟ୍ରକଚରକୁ ଆସିବ। କାର୍ଯ୍ୟରେ ବିଳମ୍ବ ସମ୍ପର୍କରେ ସେସୁ କଟକ ଡିଭିଜନ ନଂ.୨ ପରିଚାଳକ ସତ୍ୟବ୍ରତ ମହାନ୍ତିଙ୍କୁ  ଯୋଗାଯୋଗ କରାଯାଇଥିଲେ ମଧ୍ୟ  ସେ ଫୋନ ଉଠାଇ ନଥିଲେ। ନୁଆ ଫିଡର କାମ ସରିଥିଲେ ୧ ଦିନରେ ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ଏହି ଅଞ୍ଚଳରେ କରାଯାଇପାରିଥାନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri