ସିଂଲା ଥାନା ଅଞ୍ଚଳରେ ପୋଲିସର ଚଢ଼ାଉ: ୫୧ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

ବସ୍ତା, ୧୫ା୧(ଡି.ଏନ୍‌.ଏ.)- ବାଲେଶ୍ୱର ଜିଲା ସିଂଲା ଥାନା ପୋଲିସ ବୁଧବାର କାଦରାୟାଁ ଅଞ୍ଚଳରେ ଚଢାଉ କରି ୫୧ଗ୍ରାମ ବ୍ରାଉନ ସୁଗାର ଜବତ କରିଛି। ଘଟଣାରେ ଜଣେ ଯୁବକକୁ ଗିରଫ କରାଯାଇଛି। ସେ ହେଲେ ଏସ୍‌.କେ. ତାହିର। ଜବତ ହୋଇଥିବା ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୫ ଲକ୍ଷରୁ ଅଧିକ ହେବ ବୋଲି ସିଂଲା ଥାନା ଏସ୍‌ଡିପିଓ ଜଳଧର ଜାଲି ଏବଂ ଥାନା ଅଧିକାରୀ ପ୍ରଶାନ୍ତ ଜେନା ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କାଦାରାୟାଁ ଗ୍ରାମର ଏସ୍‌.କେ. ତାହିର ବ୍ରାଉନସୁଗାର ଧରି ବାଇକରେ ନିଜ ଗ୍ରାମରୁ ଜଳେଶ୍ବର ଅଭିମୁଖେ ଯାଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା। ପୋଲିସ ଚଢ଼ାଉ କରି ତାଙ୍କୁ ଗିରଫ କରିଥିଲା। ତାଙ୍କ ପାଖରୁ ନଗଦ ୨ଲକ୍ଷ ୪୫ ହଜାର ଟଙ୍କା ଓ ଦୁଇଟି ମୋବାଇଲ ମଧ୍ୟ ଜବତ ହୋଇଥିବା ଜଣାଯାଇଛ। ଦୀର୍ଘ ୧ ବର୍ଷ ଧରି ସେ ଏହି କାରବାର କରୁଥିବା ସ୍ବିକାର କରିଥିବା ପୋଲିସ ପକ୍ଷରୁ କୁହାଯାଇଛି। ଏ ନେଇ ମାମଲା(ନଂ- ୯/୨୦) ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୀତ ଗାଇ ସଚେତନ କଲେ ଥାନାଧିକାରୀ

ବିଞ୍ଝାରପୁର,୧୫ା୪(ଡି.ଏନ.ଏ): କରୋନା ମହାମାରୀ ଏବେ ସମଗ୍ର ବିଶ୍ୱରେ ତାଣ୍ଡବ ରଚିବାରେ ଲାଗିଛି। ଏହାକୁ ପ୍ରତିହତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପ୍ରତିଷେଧକମୂଳକ...

ଗହଳି ପାରିଲେନି ସମ୍ଭାଳି

ଅନୁଗୋଳ ଅଫିସ, ୨୨।୪ – ଲକ୍‌ଡାଉନ୍‌ ଘୋଷଣା ପରଠାରୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସଂଖ୍ୟା ହ୍ରାସ ପାଇଥିଲା। ହେଲେ ୨୦ ତାରିଖରୁ କିଛିଟା...

ସାଧାରଣଙ୍କୁ ବାରଣ, ମଦ୍ୟପଙ୍କୁ ଶରଣ

ଅନୁଗୋଳ ଅଫିସ, ୯।୧୧- କରୋନା ପାଇଁ କଟକଣା ମଧ୍ୟରେ ରହିଛି ଅନୁଗୋଳ ସହର। କେବଳ ହାଟ, ବଜାରକୁ ଛାଡ଼ିଦେଲେ ମନ୍ଦିର, ମଞ୍ଚ, ସିନେମାହଲ୍‌ ଆଦିକୁ ଏବେ...

ଧାନ କିଣାକୁ ବିରୋଧ କରି ରାଜରାସ୍ତାରେ ଚାଷୀ

ପଦ୍ମପୁର,୨୨ା୧୨(ଡି.ଏନ୍‌.ଏ.): ବରହମପୁର ସେବା ସମବାୟ ସମିତିରେ ସ୍ବୟଂ ସହାୟକ ଗୋଷ୍ଠୀର ଧନ କିଣାକୁ ବିରୋଧ କରି ମଙ୍ଗଳବାର ଚାଷୀମାନେ ଧାନ ବୋଝେଇ ଟ୍ରକ ଓ ଟ୍ରାକ୍ଟର...

୪ ସ୍ବତନ୍ତ୍ର କୋର୍ଟରେ ହେବ ନେତାଙ୍କ ବିରୋଧରେ ମାମଲାର ଶୁଣାଣି

କଟକ,୨୭।୧୧(ପି.ଟି.): ବର୍ତ୍ତମାନର ଓ ପୂର୍ବତନ ଏମ୍‌ପି ଏବଂ ବିଧାୟକମାନଙ୍କ ବିରୋଧରେ ବିଚାରାଧୀନ ମାମଲାଗୁଡ଼ିକର ଶୁଣାଣି ପାଇଁ ୪ କୋର୍ଟର ଭିତ୍ତିଭୂମି ବିକାଶ କରି ସେଗୁଡ଼ିକୁ ସ୍ବତନ୍ତ୍ର...

ଗଲାଣି ବିଶ୍ରାମାଗାର : ଜବରଦଖଲ କରିଛନ୍ତି ଦୋକାନୀ

ବଅଁରପାଳ, ୩ା୩(ଡି.ଏନ.ଏ.) ଅନୁଗୋଳ ଜିଲାର ବଅଁରପାଳ ଭଳି ଜନଗହଳିପୂର୍ଣ୍ଣ ବଜାରରେ ବିଶ୍ରାମାଗାରଟିଏ ନ ଥିବାରୁ ବସ୍‌ ଧରିବାକୁ ଅପେକ୍ଷାରତ ଯାତ୍ରୀଙ୍କୁ ଏଠାରେ ଦୀର୍ଘ ସମୟ ଧରି...

ଭିତ୍ତିଭୂମି ଅଭାବ, ମିଳୁନି ଚିକିତ୍ସା ସୁବିଧା

ରାଉରକେଲା ଅଫିସ,୩୧।୧: ରାଉରକେଲା ସରକାରୀ ମେଡିକାଲ (ଆର୍‌ଜିଏଚ୍‌)ରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି। ୪ଶହ ଶଯ୍ୟା ବିଶିଷ୍ଟ ଏହି ଡାକ୍ତରଖାନାରେ ପ୍ରତିଦିନ ୫ଶହରୁ ଊର୍ଦ୍ଧ୍ୱ ରୋଗୀଙ୍କ ଚିକିତ୍ସା...

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ: ହତ୍ୟାକାରୀଙ୍କୁ ଗିରଫ ଦାବିରେ ୩ ଘଣ୍ଟା ରାସ୍ତାରୋକୋ

ନୂଆପଡା ଅଫିସ/ତରବୋଡ/କୋମନା,୬।୯(ଡି.ଏନ.ଏ.)-ନୂଆପଡା ଜିଲା କୋମନା ବ୍ଲକ ତରବୋଡ ଫାଣ୍ଡି ସଦର ଗାଁ ବଜାର ମଧ୍ୟରେ ଏକ କୁଡିଆ ଘରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ...

Advertisement
Archives

Model This Week