ସାହି ଭାଇ ଆସିଲେନି, ୨ ଦିନ ଘରେ ପଡ଼ି ରହିଲା ମୃତଦେହ: ପ୍ରଶାସନର ହସ୍ତକ୍ଷେପ ପରେ ହେଲା ଅନ୍ତିମ ସତ୍କାର

ବଡ଼ସାହି,୩ା୧(ସ୍ବ.ପ୍ର)- ଧର୍ମ ପରିବର୍ତ୍ତନ କରିଥିଲେ ବୋଲି ସାହିଭାଇ ମୃତଦେହ ଉଠାଇବାକୁ ଆସିଲେନି। ୨ ଦିନ ଘର ଭିତରେ ପଡ଼ି ରହିଲା ମୃତଦେହ । ଶେଷରେ ପ୍ରଶାସନର ହସ୍ତକ୍ଷେପ ପରେ ସତ୍କାର କରାଗଲା। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଧୀନ ଭୀମଦା ପଞ୍ଚାୟତର ମଙ୍ଗଳପୁର ଗ୍ରାମରେ। ସୂଚନା ଅନୁଯାୟୀ, ଗ୍ରାମର ସୁରେଶ ସିଂ(୩୫)ଙ୍କର ବୁଧବାର ରାତିରେ ମୃତ୍ୟୁ ଘଟିଥିଲା। ସେ ଧର୍ମ ପରିବର୍ତ୍ତନ କରିଥିବା ନେଇ ପଡୋଶୀମାନେ ତାଙ୍କ ମୃତଦେହ ସତ୍କାର ପାଇଁ ନେଇ ନ ଥିଲେ। ଏ ସମ୍ପର୍କରେ ବିଡିଓ ଦିଲ୍ଲୀପ କୁମାର ମହାରଣାଙ୍କୁ ଖବର ଦିଆଯିବାରୁ ତାଙ୍କ ନିର୍ଦ୍ଦେଶ କ୍ରମେ ଭୀମଦା ପଞ୍ଚାୟତ ନିର୍ବାହୀ ଅଧିକାରୀ, ସରପଞ୍ଚ ଓ ନାଏବ ସରପଞ୍ଚ ଘଟଣାସ୍ଥଳରେ ପହଞ୍ଚି ହରିଶ୍ଚନ୍ଦ୍ର ଯୋଜନାରୁ ଅନ୍ତିମ ସତ୍କାର ପାଇଁ ୨ହଜାର ଟଙ୍କା ପ୍ରଦାନ କରିଥିଲେ। ଗ୍ରାମବାସୀଙ୍କ ସହିତ ଆଲୋଚନା ପରେ ମୃତକଙ୍କ ଅନ୍ତିମ ସତ୍କାର ସମ୍ପନ୍ନ ହୋଇଥିଲା। ତେବେ ମୃତକଙ୍କ ୫ ଓ ୩ ବର୍ଷର ଦୁଇ ଅନାଥ ଶିଶୁଙ୍କ ଭବିଷ୍ୟତ ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀ ନିରଞ୍ଜନ ପଲେଇ, ରାଧାକୃଷ୍ଣ ପାତ୍ର, ଗଙ୍ଗାଧର ପ୍ରଧାନ ପ୍ରମୁଖ ଦାବି କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ପଲିଥିନ୍‌ ବ୍ୟବହାର ରୋକିବାକୁ ବ୍ୟବସାୟୀଙ୍କ ଉପରେ ଚଢ଼ାଉ

ଉଦଳା, ୨୨।୯ (ଡି.ଏନ.ଏ.) – ପଲିଥିନ ବ୍ୟବହାର ରୋକିବା ଲାଗି ଆସନ୍ତା ଅକ୍ଟୋବର ୨ ତାରିଖ ଠାରୁ ପ୍ରଶାସନ ତରଫରୁ ଗ୍ରହଣ କରାଯିବ କଡ଼ା କାର୍ଯ୍ୟାନୁଷ୍ଠାନ...

୮କି.ମି. ଚାଲିଲେ ଛାତ୍ରୀଛାତ୍ର

ଠାକୁରମୁଣ୍ଡା,୨୧।୯(ଡି.ଏନ୍‌.ଏ):ପ୍ରତିଶ୍ରୁତି ରଖିଲାନି ପ୍ରଶାସନ। ଫଳରେ ୮ କି.ମି ଦୂର ବ୍ଲକ୍‌ କାର୍ଯ୍ୟାଳୟକୁ ଚାଲିଚାଲି ଅଭିଯୋଗ କରିବାକୁ ଗଲେ ଛାତ୍ରୀଛାତ୍ର। ସେମାନଙ୍କୁ ଅଧା ବାଟରେ ପୋଲିସ ଓ...

ଶିକାରୀ ଗୁଳିରେ ଫରେଷ୍ଟରଙ୍କ ମୃତ୍ୟୁ ଘଟଣା:୧୦ ଗିରଫ 

ବାରିପଦା,୨୪।୬: ଶିମିଳିପାଳ ଅଭୟାରଣ୍ୟର ଶିକାରୀ ଗୁଳିରେ ଫରେଷ୍ଟରଙ୍କ ମୃତ୍ୟୁ ଘଟଣାରେ ୧୦ ଅଭିଯୁକ୍ତ ଶିକାରୀ ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତମାନେ ଠାକୁରମୁଣ୍ଡା ଥାନା ଅନ୍ତର୍ଗତ...

ନିର୍ଣ୍ଣାୟକ ଭୂମିକା ନେବେ ବସ୍ତିବାସିନ୍ଦା

ବାରିପଦା ଅଫିସ,୧୫।୩ ମୟୂରଭଞ୍ଜ ଜିଲାରେ ପଞ୍ଚାୟତ ନିର୍ବାଚନ ସରିବା ପରେ ପୌର ନିର୍ବାଚନ ଉଷ୍ମତା ବୃଦ୍ଧି ପାଇଛି। ଜିଲା ପରିଷଦ ନିର୍ବାଚନରେ ଅପୂର୍ବ ସଫଳତା ହାସଲ...

ଆର୍ଥିକ ସଙ୍କଟ ଓ ଘରୋଇକରଣ ବିରୋଧରେ ବାମପନ୍ଥୀଙ୍କ ମିଳିତ ପ୍ରତିବାଦ: ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣଧାରଣା

ବାରିପଦା ଅଫିସ,୧୬ା୧୦- ବାମପନ୍ଥୀ ଦଳ ସିପିଆଇ ଓ ସିପିଆଇ(ଏମ) ପକ୍ଷରୁ କେନ୍ଦ୍ର ନେତୃତ୍ୱାଧୀନ ଭାଜପା ସରକାରଙ୍କ ଭୁଲ ଓ ବିପଜ୍ଜନକ ନୀତି ଯୋଗୁ ଦେଶରେ ଚରମ...

ଆଜି ଦେବସ୍ନାନ ପୂର୍ଣ୍ଣିମା: ବିନା ଭକ୍ତରେ ସ୍ନାନମଣ୍ଡପରେ ବିଜେ ଶ୍ରୀଜିଉ, ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ୨ ଘଣ୍ଟା ବିଳମ୍ବରେ ହେଲା ଅବକାଶ ନୀତି

ବାରିପଦା ଅଫିସ,୫ା୬: ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ଶ୍ରୀ ଶ୍ରୀ ହରିବଳଦେବଜୀଉ ମହାପ୍ରଭୁଙ୍କ ମନ୍ଦିରରେ ଶୁକ୍ରବାର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ...

ମୟୂରଭଞ୍ଜରେ ଖୋଲିଲା ୨୪ ସ୍ବତନ୍ତ୍ର କୋଭିଡ୍‌ କେୟାର ସେଣ୍ଟର

ବାରିପଦା ଅଫିସ,୨ା୬- ମୟୂରଭଞ୍ଜ ଜିଲା ପ୍ରଶାସନ ତତ୍ତ୍ୱାବଧାନରେ କୋଭିଡ୍‌ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଜିଲାର ସମସ୍ତ ଉପଖଣ୍ଡ ଅନ୍ତର୍ଗତ ସହରାଞ୍ଚଳ ଓ ବ୍ଲକର...

ଚେକଡ୍ୟାମ୍‌ରୁ ମିଳିଲା ବୃଦ୍ଧାଙ୍କ ମୃତଦେହ

ରାଇରଙ୍ଗପୁର,୧୪।୭ (ମାନସ ମହାନ୍ତି): ମୟୂରଭଞ୍ଜ ଜିଲା ବାଦାମପାହାଡ଼ ଥାନା ଅଧୀନ ମୟୂରଦର ପଞ୍ଚାୟତ କେଶରଗଡ଼ିଆ ଗ୍ରାମସ୍ଥିତ ଚେକଡ୍ୟାମ୍‌ରେ ଭାସୁଥିବା ଜଣେ ବୃଦ୍ଧାଙ୍କ ମୃତଦେହ ଗୁରୁବାର ରାତିରେ...

Advertisement
Archives

Model This Week