ସାହି ଭାଇ ଆସିଲେନି, ୨ ଦିନ ଘରେ ପଡ଼ି ରହିଲା ମୃତଦେହ: ପ୍ରଶାସନର ହସ୍ତକ୍ଷେପ ପରେ ହେଲା ଅନ୍ତିମ ସତ୍କାର

ବଡ଼ସାହି,୩ା୧(ସ୍ବ.ପ୍ର)- ଧର୍ମ ପରିବର୍ତ୍ତନ କରିଥିଲେ ବୋଲି ସାହିଭାଇ ମୃତଦେହ ଉଠାଇବାକୁ ଆସିଲେନି। ୨ ଦିନ ଘର ଭିତରେ ପଡ଼ି ରହିଲା ମୃତଦେହ । ଶେଷରେ ପ୍ରଶାସନର ହସ୍ତକ୍ଷେପ ପରେ ସତ୍କାର କରାଗଲା। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଧୀନ ଭୀମଦା ପଞ୍ଚାୟତର ମଙ୍ଗଳପୁର ଗ୍ରାମରେ। ସୂଚନା ଅନୁଯାୟୀ, ଗ୍ରାମର ସୁରେଶ ସିଂ(୩୫)ଙ୍କର ବୁଧବାର ରାତିରେ ମୃତ୍ୟୁ ଘଟିଥିଲା। ସେ ଧର୍ମ ପରିବର୍ତ୍ତନ କରିଥିବା ନେଇ ପଡୋଶୀମାନେ ତାଙ୍କ ମୃତଦେହ ସତ୍କାର ପାଇଁ ନେଇ ନ ଥିଲେ। ଏ ସମ୍ପର୍କରେ ବିଡିଓ ଦିଲ୍ଲୀପ କୁମାର ମହାରଣାଙ୍କୁ ଖବର ଦିଆଯିବାରୁ ତାଙ୍କ ନିର୍ଦ୍ଦେଶ କ୍ରମେ ଭୀମଦା ପଞ୍ଚାୟତ ନିର୍ବାହୀ ଅଧିକାରୀ, ସରପଞ୍ଚ ଓ ନାଏବ ସରପଞ୍ଚ ଘଟଣାସ୍ଥଳରେ ପହଞ୍ଚି ହରିଶ୍ଚନ୍ଦ୍ର ଯୋଜନାରୁ ଅନ୍ତିମ ସତ୍କାର ପାଇଁ ୨ହଜାର ଟଙ୍କା ପ୍ରଦାନ କରିଥିଲେ। ଗ୍ରାମବାସୀଙ୍କ ସହିତ ଆଲୋଚନା ପରେ ମୃତକଙ୍କ ଅନ୍ତିମ ସତ୍କାର ସମ୍ପନ୍ନ ହୋଇଥିଲା। ତେବେ ମୃତକଙ୍କ ୫ ଓ ୩ ବର୍ଷର ଦୁଇ ଅନାଥ ଶିଶୁଙ୍କ ଭବିଷ୍ୟତ ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀ ନିରଞ୍ଜନ ପଲେଇ, ରାଧାକୃଷ୍ଣ ପାତ୍ର, ଗଙ୍ଗାଧର ପ୍ରଧାନ ପ୍ରମୁଖ ଦାବି କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ମାଛ ଧରୁଥିବା ବେଳେ ଗୋଡ଼ ଖସିଯିବାରୁ ପ୍ରଖର ସ୍ରୋତରେ ଭାସିଯାଇଥିଲେ, ଚାଲିଗଲା ଯୁବ ଅଧ୍ୟାପକଙ୍କ ଜୀବନ

ବୈଶିଙ୍ଗା,୧୫|୮(ରତନ ଦାଶ): ମୟୂରଭଞ୍ଜ ଓ ବାଲେଶ୍ଵର ଜିଲା ସୀମାନ୍ତ ବୁଢ଼ାବଳଙ୍ଗ ନଦୀର ଏକ ନାଳରେ ଶନିବାର ଦିନ ୧୦ଟା ସମୟରେ ମାଛ ଧରୁଥିବା ବେଳେ ପାଣିର ପ୍ରଖର…

ବୈଶିଙ୍ଗା-ରୁପ୍‌ସା ମୁଖ୍ୟ ରାସ୍ତାରେ ଚଳାଚଳ ବନ୍ଦ

ବୈଶିଙ୍ଗା,୧୩ା୮(ରତନ ଦାଶ): ମୟୂରଭଞ୍ଜ ଜିଲାର ବେତନଟୀ ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ବୁଧବାରଠାରୁ ମୂଷଳ ଧାରାରେ ଲଘୁଚାପ ବର୍ଷା ଲାଗି ରହିଥିବାରୁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଜୀବନ…

ବିଡ଼ିଓର ପରିଚୟ କଲେ ଫୋନ୍‌, କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ଲୁଟିନେଲେ ଟଙ୍କା

ଉଦଳା, ୧୩।୮ (ସନ୍ତୋଷ ବାଛିନୀ): ନିଜକୁ ବିଡ଼ିଓର ପରିଚୟ ଦେଲେ ଆଉ କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ପ୍ରିନ୍ସିପାଲଙ୍କ ନିକଟରୁ ଟଙ୍କା ଲୁଟିନେଲେ ସାଇବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri