Posted inଖେଳ

ସାହାଣୀ କପ୍‌ ଫୁଟବଲ ଉଦ୍‌ଘାଟିତ

କଟକ ଅଫିସ,୪ା୧୨- ଫୁଟବଲ ଆସୋସିଏଶନ ଅଫ ଓଡ଼ିଶା(ଫାଓ) ଆନୁକୂଲ୍ୟରେ ବରଗଡ଼ ଓ ଢ଼େଙ୍କାନାଳରେ ମଙ୍ଗଳବାରଠାରୁ ୬୦ତମ ସିନିୟର ପୁରୁଷ ଆନ୍ତଃ ଜିଲା ଫୁଟବଲ ଚାମ୍ପିୟନଶିପ ସାହାଣୀ କପ୍‌-୨୦୧୯ ଆରମ୍ଭ ହୋଇଛି। ଉଦ୍‌ଘାଟନୀ ଦିବସରେ ୪ଟି ମ୍ୟାଚ୍‌ ଖେଳାଯାଇଥିଲା। ଏଥିରେ ପୁରୀ, ଅନୁଗୋଳ, ଦେବଗଡ଼, ବାଲେଶ୍ୱର ବିଜୟୀ ହୋଇଛନ୍ତି।
ବରଗଡ଼ର ସୋହେଲା ଗ୍ରାଉଣ୍ଡରେ ଅନୁଷ୍ଠିତ ମ୍ୟାଚ୍‌ରେ ଅନୁଗୋଳ ୨-୦ ଗୋଲରେ ଯାଜପୁରକୁ ପରାସ୍ତ କରିଥିଲା। ଅନୁଗୋଳ ପକ୍ଷରୁ ଅନ୍ତର୍ଯ୍ୟାମୀ ନାୟକ ୭୯ତମ ମିନିଟରେ ଗୋଟିଏ ଗୋଲ ଦେଇଥିବା ବେଳେ ଯାଜପୁରର ରଞ୍ଜନ ଦେହୁରୀ ୮୮ତମ ମିନିଟରେ ଏକ ଆତ୍ମଘାତୀ ଗୋଲ ସ୍କୋର କରିଥିଲେ। ଉକ୍ତ ମ୍ୟାଚରେ ପୂର୍ବତନ ମନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦେବତା ଅତିଥି ଭାବେ ଯୋଗ ଦେଇଥିଲେ। ବରଗଡ଼ର ଭେଡେନ ଗ୍ରାଉଣ୍ଡରେ ଝାରସୁଗୁଡ଼ା-ଦେବଗଡ଼ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ ନିର୍ଦ୍ଧାରିତ ସମୟରେ ୧-୧ ଗୋଲରେ ଡ୍ର ରହିଥିଲା। ପରେ ପେନାଲ୍ଟି ସୁଟଆଉଟ ଜରିଆରେ ଦେବଗଡ଼ ୯-୮ ଗୋଲରେ ଜିତିଥିଲା। ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଉକ୍ତ ମ୍ୟାଚ୍‌ରେ ଅତିଥି ଭାବେ ଯୋଗ ଦେଇଥିଲେ। ବରଗଡ଼ର କଦଲିପାଲି ଗ୍ରାଉଣ୍ଡରେ ହେବାକୁ ଥିବା ମ୍ୟାଚରେ ମାଲକାନଗିରି ଅନୁପସ୍ଥିତ ରହିବା ଯୋଗୁଁ ପୁରୀ ଦଳକୁ ବିଜୟୀ ଘୋଷଣା କରାଯାଇଥିଲା। ଉକ୍ତ ମ୍ୟାଚ୍‌ରେ ବିଧାୟକ ଦେବାଶିଷ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ। ଢ଼େଙ୍କାନାଳରେ ଅନୁଷ୍ଠିତ ମ୍ୟାଚ୍‌ରେ ବାଲେଶ୍ୱର ପେନାଲ୍ଟି ସୁଟଆଉଟ୍‌ରେ ଭଦ୍ରକକୁ ହରାଇଥିଲା। ନିର୍ଦ୍ଧାରିତ ସମୟରେ ଉଭୟ ଦଳ ଗୋଟିଏ ଲେଖାଏ ଗୋଲ ଦେବା ପରେ ପେନାଲ୍ଟିର ସହାୟତା ନିଆଯାଇଥିଲା। ଏମପି ମହେଶ ସାହୁ ଉକ୍ତ ମ୍ୟାଚ୍‌ରେ ଅତିଥି ଭାବେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗିଲ୍‌ଙ୍କ ବିସ୍ଫୋରକ ଇନିଂସ ଦେଖି ଏମିତି କହିଦେଲେ କୋହଲି

ନୂଆଦିଲ୍ଲୀ,୨।୨: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର  ଶେଷ ମ୍ୟାଚରେ ଶୁବମନ ଗିଲ ବିସ୍ଫୋରକ ଶତକ ହାସଲ କରିଥିଲେ।...

ହାତରେ କଳା ଫିତା, ଖାଲି ପାଦରେ ପଡିଆକୁ ଆସିଲେ ଖେଳାଳି

ସିଡନୀ,୨୭।୧୧: କରୋନା ମହାମାରୀ ଭିତରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବହୁପ୍ରତିକ୍ଷୀତ ଦିନିକିଆ ସିରିଜ ଆଜିଠାରୁ ଆରମ୍ଭ ହୋଇଛି। ଦୀର୍ଘ ୯ ମାସ ପରେ ଭାରତୀୟ...

ବଦଳିଲା ଡବ୍ଲ୍ୟୁଟିସିର ପଏଣ୍ଟ ସିଷ୍ଟମ; ଭାରତ ଖେଳିବ ୧୯ ମ୍ୟାଚ୍‌

ନୂଆଦିଲ୍ଲୀ,୩୦।୬ : ଆଗକୁ ଆରମ୍ଭ ହେବାକୁ ଯାଉଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଳ୍ୟୁଟିସି)ର ଦ୍ୱିତୀୟ ସଂସ୍କରଣ ପାଇଁ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ନୂଆ ପଏଣ୍ଟ...

ନିଜ ଆଇପିଏଲ୍‌ ଟିମ୍‌ ପାଇଁ କୋହଲିଙ୍କୁ ଅଧିନାୟକ ଭାବେ ବାଛିଲେ ସେହଓ୍ବାଗ, ପ୍ରଶଂସକଙ୍କୁ କଲେ ଚକିତ

ନୂଆଦିଲ୍ଲୀ,୧୩।୧୧: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୦ରେ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍‌ ପଞ୍ଚମ ଥର ପାଇଁ ଟାଇଟଲ ହାସଲ କରି ରେକର୍ଡ କରିଛନ୍ତି। ଏହି ଟୁର୍ନାମେଣ୍ଟରେ...

ଆଖିବୁଜିଲେ ଏହି ପ୍ରସିଦ୍ଧ କ୍ରିକେଟରଙ୍କ ପିତା

ଖ୍ରୀଷ୍ଟଚର୍ଚ୍ଚ,୯।୧୨:ଇଂଲଣ୍ଡ ତାରକା ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କ ପିତା ଗେରାର୍ଡ ଷ୍ଟୋକ୍ସଙ୍କ ପରଲୋକ ଘଟିଛି। ସେ କିଛି ଦିନ ହେବ ମସ୍ତିଷ୍କ କ୍ୟାନସର ସହିତ ଯୁଦ୍ଧ କରୁଥିଲେ।...

୩୩୬ ଛକା ମାରିଥିବା ବ୍ୟାଟ୍ସମ୍ୟାନ୍‌ ଏବେ ରାଜସ୍ଥାନ ପକ୍ଷରୁ ଖେଳିବେ ଆଇପିଏଲ୍‌

ନୂଆଦିଲ୍ଲୀ,୧।୯: ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟରେ ରାଜସ୍ଥାନ ରୟାଲ୍ସ ନିଜ ଦଳରରେ ୨ ନୂତନ ଖେଳାଳିଙ୍କୁ ସ୍ଥାନ ଦେଇଛି। ୱେଷ୍ଟଇଣ୍ଡିଜ ଫାଷ୍ଟ ବୋଲର ଓଶାନେ ଥୋମାସ...

କେନିନ- ମୁଗୁରୁଜା ଟାଇଟଲ ମୁକାବିଲା

ମେଲବୋର୍ନ, ୧।୨(ଏଏଫ୍‌ପି)- ଶନିବାର ଅଷ୍ଟ୍ରେଲିଆନ ଓପନ ମହିଳା ସିଙ୍ଗଲ୍ସ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଟାଇଟଲ ପାଇଁ ଏହି ନିର୍ଣ୍ଣାୟକ ମୁକାବିଲାରେ ୧୪ତମ ସିଡ ଆମେରିକାର ସୋଫିଆ...

ରିପୋର୍ଟ ନେଗେଟିଭ ପରେ ଅଭ୍ୟାସ କଲେ କେକେଆର୍‌ ବ୍ୟାଟ୍ସମ୍ୟାନ ନୀତିଶ

ମୁମ୍ବାଇ, ୩ା୪: କ୍ରମାଗତ ଦୁଇଦିନ କୋଭିଡ୍‌ ରିପୋର୍ଟ ନେଗେଟିଭ ଆସିବା ପରେ କୋଲକାତା ନାଇଟ ରାଇଡର୍ସ(କେକେଆର୍‌) ବ୍ୟାଟ୍ସମ୍ୟାନ ନୀତିଶ ରାଣା ତାଙ୍କ ଟିମ୍‌ମେଟଙ୍କ ସହ ଅଭ୍ୟାସ...

Advertisement
Archives

Model This Week