ସାରକୋଣା ଗ୍ରାମକୁ ଆବଦ୍ଧାଞ୍ଚଳ ଘୋଷଣା

ଖଇରା,୨୨ା୫(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ଖଇରା ବ୍ଲକର ସାରକୋଣା ଗ୍ରାମରେ ଜଣେ ୮୪ ବର୍ଷୀୟ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିବା ପରେ ଗୁରୁବାର ଉକ୍ତ ଗ୍ରାମକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଭାବେ ଘୋଷଣା କରାଯାଇଛି ା ଉପଜିଲାପାଳ ନିଲୁ ମହାପାତ୍ରଙ୍କ ନିର୍ଦ୍ଦେଶ ଜ୍ରମେ ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ, ଆଇଆଇସି ସୁବ୍ରତ କୁମାର ବେହେରା, ତହସିଲଦାର ପ୍ରଦୀପ ସାହୁ, ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା.ପ୍ରଭାକର ମିଶ୍ର ପ୍ରମୁଖଙ୍କ ଉପସ୍ଥିତିରେ ଗ୍ରାମର ୧୧ଟି ରାସ୍ତା ସିଲ କରାଯାଇଛି। ସେହିଭଳି ମୁକ୍ତାବେଗୁନିଆ, କେନ୍ଦୁଭଦଳି, କଣ୍ଡରାଗଡ଼ିଆ ଓ ନୟାଖଣ୍ଡି ଗ୍ରାମକୁ ବଫର ଜୋନ୍‌ ଭାବେ ଘୋଷଣା କରାଯାଇଛି। ପ୍ରାକ୍ତନ ପ୍ରଧାନଶିକ୍ଷକଙ୍କ ସଂସ୍ପର୍ଶରେ ଆସିଥିବା ସମ୍ପର୍କୀୟଙ୍କ ସମ୍ପର୍କରେ ପ୍ରଶାସନ ଖୋଳତାଡ଼ ଆରମ୍ଭ କରିଛି। ସେହିଭଳି ମୋଟ୍‌ ୩୦ଜଣଙ୍କ ନିକଟରୁ ସ୍ବାବ୍‌ ନମୁନା ସଂଗ୍ରହ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଥମୁନି ପଶୁ କାମୁଡ଼ା, ଟିକାକରଣ ଭରସାରେ ରୋଗୀ

ଛତ୍ରପୁର, ୧୬।୬ (ଦିଲୀପ ସାମଲ): ଘରେ ନିରୀହ ପଶୁ ପାଳିଲେ ଗୃହ ପରିବାର ଭିତରେ ଆତ୍ମୀୟତା ସହିତ ସେବା ମନୋବୃତ୍ତି ବଢ଼େ ବୋଲି ବିଶାସରେ ଅଛି। କିନ୍ତୁ…

ମୁହାଁମୁହିଁ ଧକ୍କା ହୋଇ ଜଳିଗଲା ଟ୍ରକ୍‌, ୨ ଚାଳକ ଜୀବନ୍ତ ଦଗ୍ଧ

ସୁନ୍ଦରଗଡ,୧୬।୬(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ଭଷ୍ମା ଥାନା ଅନ୍ତର୍ଗତ କଇତରା ନିକଟରେ ବିଜୁ ଏକ୍ସପ୍ରେସ ଓ୍ବେରେ ମଙ୍ଗଳବାର ସକାଳେ ଦୁଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା…

ଭାଜପା ଶାସିତ ରାଜ୍ୟର ସବୁ କୋଇଲା ବିଦ୍ୟୁତ ଟେଣ୍ଡର ହାତେଇଲା ଆଦାନୀ ଗ୍ରୁପ; ୨୫ ବର୍ଷରେ କମାଇବ ୧୩.୨୭ ଲକ୍ଷ କୋଟି

ନୂଆଦିଲ୍ଲୀ,୧୬।୬: ୨୦୨୪ରୁ ଭାରତ ସରକାର ଦୀର୍ଘକାଳୀନ କୋଇଲା ବିଦ୍ୟୁତ କ୍ରୟ ଚୁକ୍ତି (PPA) ପୁଣି ଆରମ୍ଭ କରିବା ପରେ, ଆଦାନୀ ଗ୍ରୁପ ଏକ ବଡ଼ ବ୍ୟବସାୟିକ ସଫଳତା…

ପୁଣି ରାଜଧାନୀରେ ଦୁର୍ଘଟଣା: ଦମ୍ପତିଙ୍କୁ ଚାପି ଦେଲା ଟ୍ରକ

ଭୁବନେଶ୍ୱର,୧୬।୬: ରାଜଧାନୀ ଭୁବନେଶ୍ୱର ପୁଣି ଏକ ଦୁର୍ଘଟଣା ଘଟିଛି। ମଙ୍ଗଳବାର ପୂର୍ବାହ୍ନରେ ସୈନିକ ସ୍କୁଲ ଦଶରଜା ମନ୍ଦିର ନିକଟରେ ଏକ ସ୍କୁଟରରେ ଯାଉଥିବା ଦମ୍ପତିଙ୍କୁ ଏକ ଟ୍ରକ…

ନିୟମ ବଦଳାଇଲେ କେନ୍ଦ୍ର ସରକାର, ଏଥର ବିନା ପ୍ରେସକ୍ରିପସନରେ ମିଳିବନି କଫ ସିରପ୍‌

ନୂଆଦିଲ୍ଲୀ,୧୬।୬: କାଶ ସିରପ ସମେତ ବିଭିନ୍ନ ଔଷଧୀୟ ସିରପ କିଣିବା ପାଇଁ ଏବେ ସାରା ଦେଶରେ ଡାକ୍ତରଙ୍କ ପ୍ରେସକ୍ରିପସନ ବାଧ୍ୟତାମୂଳକ ହେବ। ଔଷଧ ନିୟମ, ୧୯୪୫ ସଂଶୋଧନ…

Vaibhav Sooryavanshi: ବୈଭବଙ୍କ ଜେଜେ ଲେଖନ୍ତି ସିଂହ, ହେଲେ କାହିଁକି ନିଜର ସରନେମ ‘ସୂର୍ଯ୍ୟବଂଶୀ’ ବାଛିଲେ କ୍ରିକେଟର? ଜେଜେ କହିଲେ…

ନୂଆଦିଲ୍ଲୀ,୧୬।୬: ସମସ୍ତିପୁରର ତାଜପୁର ନଗର ପରିଷଦ ଅଞ୍ଚଳର ମୋତିପୁର ନିବାସୀ ବୈଭବ ସୂର୍ଯ୍ୟବଂଶୀଙ୍କ ଲୋକପ୍ରିୟତା ବଢ଼ିବା ସହିତ, ଲୋକଙ୍କ ମଧ୍ୟରେ ପ୍ରାୟତଃ ଏକ ପ୍ରଶ୍ନ ଉଠୁଥିଲା: ତାଙ୍କ…

ପାନୀୟ ଜଳ ପାଇ ରାଜ୍ୟ ରାଜପଥ ଅବରୋଧ, ଦୀର୍ଘ ସମୟ ଧରି ଯାତାୟାତ ବାଧାପ୍ରାପ୍ତ

ଭାପୁର,୧୬।୬(ପ୍ରଭାତ ବରାଡ): ବ୍ଲକ ପ୍ରଶାସନକୁ ବାରମ୍ବାର ଅଭିଯୋଗ କରିବା ପରେ ପାନୀୟ ନପାଇ ୪୮ନଂ ରାଜ୍ୟ ରାଜପଥ ରାସ୍ତା ଉପରେ ଗରା, ବାଲ୍‌ଟି ରଖି ବିକ୍ଷୋଭ ପ୍ରଦର୍ଶନ।…

ଗାଁରେ ମାତିଲା ପାଗଳ ମାଙ୍କଡ, ସକାଳ ହେଲେ ପଡିଯାଉଛି ତାଟି କବାଟ, ଆତଙ୍କିତ ଅବସ୍ଥାରେ ଲୋକେ

ଦିଗପହଣ୍ଡି,୧୬।୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ନିସ୍ତିିପୁର ଗ୍ରାମର ୮ରୁ ଅଧିକ ଜଣ ପାଗଳ ମାଙ୍କଡ କାମୁଡ଼ାରେ ଆହାତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri