ସାଧାରଣ ମଶାଠାରୁ ଭିନ୍ନ ଡେଙ୍ଗୁ ମଶା, କାମୁଡ଼ିବାର ୫ ଦିନ ପରେ ପଡ଼ିଥାଏ ଜଣା

ବର୍ଷାଋତୁରେ ଡେଙ୍ଗୁରୋଗର ଭୟ ବଢ଼ି ଯାଇଥାଏ। ଡେଙ୍ଗୁଜ୍ୱର ଜୁଲାଇରୁ ଅକ୍ଟୋବର ପର୍ଯ୍ୟନ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି। କାରଣ ଏହି ସମୟରେ ମଶାବଂଶ ବୃଦ୍ଧି ଘଟିଥାଏ। ତେଣୁ ଏଥିରୁ ରକ୍ଷା ପାଇବା ପାଇଁ ସବୁଠୁ ଅଧିକ ସତର୍କତା ଅବଲମ୍ବନ ଜରୁରୀ। କହିରଖୁଛୁ, ଡେଙ୍ଗୁ ମଶା ସାଧାରଣ ମଶାଠାରୁ ଟିକେ ଭିନ୍ନ। ଡେଙ୍ଗୁମଶା କାମୁଡ଼ିବାର ୪/୫ଦିନ ପରେ ଜ୍ୱରର ଲକ୍ଷଣ ଦେଖାଦିଏ। ବିଶ୍ୱରେ ପ୍ରାୟ ୩ ହଜାର ୫୦୦ ପ୍ରକାର ମଶା ରହିଛି। ଏଥିରୁ ମାତ୍ର ୬ ପ୍ରତିଶତ ମଶା ରକ୍ତ ଶୋଷିଥାନ୍ତି।


ଡେଙ୍ଗୁ ମଶା ସମ୍ପର୍କରେ ଜାଣନ୍ତୁ…
ମାଈ ଏଡିଜ ମଶା କାମୁଡ଼ିଲେ ଡେଙ୍ଗୁଜ୍ୱର ହୋଇଥାଏ। ଏହି ମଶା କେବଳ ଆଲୋକରେ କାମୁଡ଼ିଥାଏ। ଏକ ରିପୋର୍ଟ ଅନୁସାରେ ଡେଙ୍ଗୁ ମଶା କେବଳ ସକାଳ ସମୟରେ କାମୁଡ଼ିଥାଏ। ନଚେତ୍‌ ରାତିରେ ଅଧିକ ଆଲୋକରେ କାମୁଡ଼ିଥାଏ। ତେଣୁ ଏହି ସମୟରେ ସତର୍କତା ଅବଲମ୍ବନ କରନ୍ତୁ। ଏଡିଜ ମଶା ବହୁ ଉଚ୍ଚ ପର୍ଯ୍ୟନ୍ତ ଉଡ଼ିପାରେ ନାହିଁ। ତେଣୁ ମଣିଷକୁ ସହଜରେ କାମୁଡ଼ିଥାଏ। ଏଥିପାଇଁ ଶରୀରକୁ ଘୋଡ଼ାଇ ରଖିବା ଆବଶ୍ୟକ। ସକାଳ ସମୟରେ ପାଦକୁ ଘୋଡ଼ାଇ ରଖନ୍ତୁ। ଡେଙ୍ଗୁ ମଶା ଆବର୍ଜନା ପାଣିରେ ରୁହନ୍ତି ନାହିଁ। ସଫାସୁତରା ସ୍ଥାନରେ ରହିଥାନ୍ତି। ତେଣୁ ସହରରେ ରହୁଥିବା ଲୋକଙ୍କୁ ଡେଙ୍ଗୁ ମଶାର ଭୟ ବେଶୀ ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପକେଟରେ ଏସବୁ ରଖିଲେ ଶୁଭ

ବାସ୍ତୁ ଅନୁସାରେ ବହୁତ ଜିନିଷ ଆମ ଦୈନନ୍ଦିନ ଜୀବନରେ ପ୍ରଭାବ ପକାଇ ଥାଏ । ସେଥିପାଇଁ ଜାଣନ୍ତୁ କେଉଁ ଜିନିଷ ସବୁ ପକେଟରେ ରଖିଲେ ଏହା...

ଥାଇରଏଡ୍‌ ସମସ୍ୟାରେ ପୀଡ଼ିତ କି? ଭୁଲରେ ବି ଖାଆନ୍ତୁ ନାହିଁ ଏହି ୫ ଜିନିଷ; ବଢ଼ିଯିବ…

ଶରୀରରେ ଥାଇରକ୍ସିନ ନାମକ ହରମୋନ୍‌ କ୍ଷରଣ ଅନିୟମିତ ହେଲେ ଲୋକମାନେ ଥାଇରଏଡ୍‌ ସମସ୍ୟାରେ ପୀଡ଼ିତ ହୁଅନ୍ତି। ଅସନ୍ତୁଳିତ ଖାଦ୍ୟପେୟ ଏବଂ ଜୀବନଶୈଳୀ କାରଣରୁ ସବୁଠାରୁ ଅଧିକ...

୧୫ ଦିନରେ ଓଜନ କମାଇବାକୁ ଚାହୁଁଥିଲେ ପ୍ରତିଦିନ ଏଥିରୁ ୪ କପ୍‌ ପିଇବା ଉଚିତ୍‌

ୟୁନିଭର୍‌ସିଟି ଇଲିନୋଇସ୍‌ର ବୈଜ୍ଞାନିକମାନେ ଏକ ଗବେଷଣା କରି କହିଛନ୍ତି, କଫିର ଯେତିକି ଓଜନ କମାଇବା କ୍ଷମତା ରହିଛି ଅନ୍ୟ କୌଣସି ପାନୀୟରେ ନାହିଁ। କଫି ଶରୀରରେ...

ହୋମ୍‌ ଡେକୋରେଶନ

ଘର ସଜାଇବାକୁ ତ ସମସ୍ତଙ୍କର ଇଚ୍ଛା। କିନ୍ତୁ ହୋମ୍‌ ଡେକୋରେସନ୍‌ ଜିନିଷର ଦାମ୍‌ ଦେଖି ବେଳେବେଳେ ମନ ଫିକା ପଡିଯାଏ। ତେବେ କମ୍‌ ସମୟ ଓ...

ମଧୁମେହ ରୋଗୀଙ୍କ ପାଇଁ ବରଦାନ ସଦୃଶ ଏହି ପରିବା: ଏଭଳି କରନ୍ତୁ ସେବନ

ବର୍ତ୍ତମାନ ଜୀବନଶୈଳୀ ନେଇ ଡାଇବେଟିସ ବା ମଧୁମେହ ଏକ ସାଧାରଣ ରୋଗରେ ପରିଣତ ହେଲାଣି। ଫଳରେ ଏହି ରୋଗୀଙ୍କୁ ମିଠା ଜାତୀୟ ଖାଦ୍ୟ ଖାଇବାଠାରୁ ଦୂରେଇ...

ମନକୁ ଖୁସି ରଖିବ ୮ ଅଭ୍ୟାସ

ସ୍ବାସ୍ଥ୍ୟ ହିଁ ସମ୍ପଦ। ସ୍ବାସ୍ଥ୍ୟ ସହିତ ସୁସ୍ଥ ମନର ସମ୍ପର୍କ ଅତି ନିବିଡ଼। କଥାରେ ଅଛି ମନ ଭଲ ନ ଥିଲେ ଦୁନିଆର ସବୁ ସୁଖ...

ମାନସିକ ଶାନ୍ତି ଆଣିଥାଏ ଏହି ବ୍ୟାୟାମ…

ଆଖି ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ପ୍ରତିଦିନ ଆଖିର ବ୍ୟାୟାମ କଲେ ସୁଫଳ ମିଳିଥାଏ। ଦୁଇହାତ ପାପୁଲିକୁ ଘଷି ଘଷି ଗରମ କରି ବନ୍ଦ ଆଖି ଉପରେ...

ସନ୍‌ଟ୍ୟାନ୍‌ କମାଇବ କାକୁଡ଼ି

ଖରାଦିନ ଆସିଲେ ସନ୍‌ଟ୍ୟାନ୍‌ ବଢ଼ାଇଦିଏ ଅନେକଙ୍କ ଟେନ୍‌ସନ । ଏହାକୁ ଦୂରେଇବା ଲାଗି ଅନେକେ ବିୟୁଟିପାର୍ଲର ଯିବାଠୁ ଆରମ୍ଭକରି ବିଭିନ୍ନ ପ୍ରଡକ୍ଟ ବ୍ୟବହାର କରିବାକୁ ପଛାନ୍ତି...

Advertisement
Archives

Model This Week