ସାଙ୍ଗମାନେ ମୋତେ ମିଛୁଆ ଭାବୁଥିଲେ

ସଙ୍ଗୀତ ଦୁନିଆରେ ପାଦ ଥାପିବା ପରେ ପ୍ରତିଷ୍ଠା ପାଇବାକୁ ବହୁତ ବିଳମ୍ବ ହୋଇଥିଲା। ଓଡ଼ିଶାରେ ଏହା ଜଣେ କଳାକାରଙ୍କ ପାଇଁ ବି ଏତେ ସହଜ ନୁହେଁ। ଏଣୁ ପ୍ରାୟ ୧୦ବର୍ଷ ଧରି ବିଭିନ୍ନ ଜାତୀୟ ଗଣମାଧ୍ୟମର ରିଏଲିଟି ଶୋ’ରେ ଭାଗ ନେଇଛି। ଜାତୀୟ ସ୍ତରରେ ପରିଚୟ ପାଇବାକୁ ଚେଷ୍ଟା କରିଛି। ଯେଉଁ ରିଏଲିଟି ଶୋ’ରେ ଭାଗ ନିଏ ତା’ର ଅପ୍‌ଡେଟ ଖବର ମୁଁ ମୋ ଫେସ୍‌ବୁକରେ ଅପ୍‌ଲୋଡ କରେ। ଏପରିକି ଅଡିଶନ୍‌ରେ ଭାଗ ନେବାଠାରୁ ଆରମ୍ଭ କରି ପରବର୍ତ୍ତୀ ପର୍ଯ୍ୟାୟକୁ ଯିବା ପର୍ଯ୍ୟନ୍ତ ସମସ୍ତ ଘଟଣାବଳୀ ମୋ ଫେସ୍‌ବୁକ ଟାଇମ୍‌ଲାଇନରେ ଅପ୍‌ଲୋଡ ହୁଏ। ବିଭିନ୍ନ ଲୋକ ଏହି ପୋଷ୍ଟ ଉପରେ କମେଣ୍ଟ ଦିଅନ୍ତି ଓ ଶୁଭେଚ୍ଛା ଜଣାନ୍ତି। ହେଲେ ରିଏଲିଟି ଶୋ’ରେ ମୋ ଅଂଶଗ୍ରହଣ କରିବା ତଥା ଅଡିଶନ୍‌ର କୌଣସି ଭିଡ଼ିଓ ଟିଭି ଚ୍ୟାନେଲରେ ପ୍ରଦର୍ଶିତ ହୁଏନି। ସେମାନେ ବଛାବଛା ଭିଡ଼ିଓ କେବଳ ଚ୍ୟାନେଲରେ ପ୍ରଦର୍ଶିତ କରନ୍ତି। ଯାହା ଫଳରେ ମୋ ସାଙ୍ଗମାନେ ଏହାକୁ ନେଇ ମଜା ଉଠାନ୍ତି। ଏପରିକି ମୁଁ କୌଣସି ରିଏଲିଟି ଶୋ’ରେ ଭାଗ ନେଇନି କିମ୍ବା ପରବର୍ତ୍ତୀ ପର୍ଯ୍ୟାୟକୁ ଯାଇନି ବୋଲି ସେମାନେ କୁହନ୍ତି। ମୁଁ ସବୁବେଳେ ମିଛ କହୁଛି ବୋଲି ସେମାନେ କହୁଥିଲେ। ମୋତେ ବି ପୂରା ମିଛୁଆ ଭାବୁଥିଲେ। ହେଲେ ୨୦୧୮ ମସିହାରେ ଟିଭିରେ ରାଇଜିଂ ଷ୍ଟାର୍‌ ଶୋ’ରେ ମୁଁ ଆସିବା ପରେ ତାଙ୍କର ସବୁ ଆଶଙ୍କା ଦୂର ହୋଇଯାଇଥିଲା। ଏଥିରେ ମୋ ପ୍ରଦର୍ଶନ ବହୁତ ଭଲ ରହିଥିଲା। ଶ୍ରେଷ୍ଠ ୧୦ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ସାମିଲ ହୋଇଥିଲି। ଯେଉଁ ସାଙ୍ଗମାନେ ମୋତେ ମିଛୁଆ ବୋଲି ଧରିନେଇଥିଲେ ସେମାନଙ୍କର ସେତେବେଳେ ହିଁ ମୋ ଉପରେ ବିଶ୍ୱାସ ଆସିଥିଲା।
ଆଉ ଏକ ଅନୁଭୂତିର କଥା। ଭୁବନେଶ୍ୱରରେ ଅନୁଷ୍ଠିତ ରାହଗିରି କାର୍ଯ୍ୟକ୍ରମରେ ଏକ ରୋଡ ଶୋ’ କରୁଥିଲି। ମୋତେ ଚିହ୍ନି ନ ଥିବା କିଛି ଯୁବକ ମୋ ଗୀତ ଶୁଣିବା ସହ ମୋ ବେଶଭୂଷା ଦେଖି ଅରଜିତ୍‌ ସିଂ ବୋଲି ଭାବିନେଇଥିଲେ। ସେମାନେ ମୋ ଗୀତ ଗାଇବାର ଦୃଶ୍ୟକୁ ଭିଡ଼ିଓ ରେକର୍ଡିଂ କରି ୟୁ-ଟ୍ୟୁବ୍‌ରେ ମଧ୍ୟ ଅପ୍‌ଲୋଡ କରିଥିଲେ। ତା’ର ଶୀର୍ଷକ ରଖିଥିଲେ ‘ଅରଜିତ୍‌ ଆଟ୍‌ ଭୁବନେଶ୍ୱର ରାହଗିରି’। ଏହି ଭିଡ଼ିଓ ମୋ ପାଖରେ ପହଞ୍ଚିବା ପରେ ମୁଁ ସେମାନଙ୍କ ସହ ଯୋଗାଯୋଗ କରି ନିଜର ପରିଚୟ ଦେଇଥିଲି।


Enter your email to get our daily news in your inbox.

All Right Reserved By Dharitri.Com

କଷ୍ଟ୍ୟୁମ ଡିଜାଇନ୍‌ର ମୂଲ୍ୟ ଏବେ ଆଉ ନାହିଁ

ଫିଲ୍ମ ନିର୍ମାଣ ପୂର୍ବରୁ ଗୋଟିଏ ମିଳିତ ବୈଠକ ଡକାଯାଉଥିଲା। ପ୍ରଯୋଜକ, ନିର୍ଦ୍ଦେଶକଙ୍କ ସମେତ ବାକି ସମସ୍ତ ବିଭାଗର ଲୋକ ଉପସ୍ଥିତ ରହୁଥିଲେ। କେଉଁ ସ୍ଥାନରେ ଶୁଟିଂ...

ନିର୍ଦ୍ଦେଶନାରେ ଡେବ୍ୟୁ କରିବେ ଅମୀରଙ୍କ ଝିଅ, ଅଭିନୟରେ ବରୁଣଙ୍କ ଭାଣିଜୀ

ବଲିଉଡ୍‌ରେ ଜଣକ ପରେ ଜଣେ ଷ୍ଟାର୍‌ କିଡ୍‌ସ ଡେବ୍ୟୁ କରିଚାଲିଛନ୍ତି। ଏମାନଙ୍କ ମଧ୍ୟରୁ ଦୁଇ ଷ୍ଟାର କିଡ୍‌ସ ହେଉଛନ୍ତି ଅମୀର ଖାନ୍‌ଙ୍କ ଝିଇ ଇରା ଏବଂ...

ପୁରା ଟଙ୍କା ନ ମିଳିବାରୁ ଅଧା ମେକ୍‌ଅପ୍‌ରେ ଶୁଟିଂ ସେଟ୍‌ରେ ପହଞ୍ଚିଥିଲେ ଏହି ଲୋକପ୍ରିୟ ଅଭିନେତା

ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ସବୁଠାରୁ ମଜାଳିଆ କଳାକାରଙ୍କ କଥା କୁହାଗଲେ ସର୍ବପ୍ରଥମ ନାମ ଆସିଥାଏ କିଶୋର କୁମାରଙ୍କର। ତାଙ୍କ ସମୟରେ କିଶୋରଙ୍କୁ ସବୁଠାରୁ ବିନ୍ଦାଶ୍‌ ବ୍ୟକ୍ତି ବୋଲି...

‘ଭୁଲ ଭୁଲେୟା ୨’ରେ ଏକାଠି ନଜର ଆସିବେ ଅକ୍ଷୟ-କାର୍ତ୍ତିକ!

ମୁମ୍ବାଇ: ଏବେ ରିମେକ୍‌ ଓ ସିକ୍ୟୁଏଲର ସମୟ ଚାଲିଥିବା ବେଳେ ବଲିଉଡ୍‌ ଦୁନିଆରେ ବଡ଼ ବଡ଼ ଫିଲ୍ମର ରିମେକ୍‌ ସହ ଏହାର ସିକ୍ୟୁଏଲ ମଧ୍ୟ ନିର୍ମାଣ...

ଆଶାରେ ସର୍ବରୀ

ସତରେ, ୟାକୁ ହିଁ କହନ୍ତି ହାତୀ ମୁଣ୍ଡରେ ସୁନା କଳସ ଢ଼ାଳିବା। ୟଶରାଜ ଫିଲ୍ମସ ପରି ନାମୀ ବ୍ୟାନରରେ ବ୍ରେକ୍‌ ପାଇବା କ’ଣ ସହଜ କଥା।...

କ୍ୟୁଟ ଅନ୍ଦାଜରେ ବାର୍ଥଡେ ମନାଇଲେ ଅନନ୍ୟା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ବୁଧବାର ନିଜର ୨୧ତମ ଜନ୍ମଦିନ ପାଳିଛନ୍ତି। ଅନନ୍ୟା ବଲିଉଡ୍‌ରେ ସବୁଠାରୁ କମ୍‌ ବୟସ୍କା ଅଭିନେତ୍ରୀ ହୋଇଥିବା ବେଳେ ପ୍ରାୟ...

ଝିଅ ଇନାୟାଙ୍କୁ ଯୋଗ ଶିଖାଇଲେ ବାପା କୁନାଲ: ଭିଡିଓ ଭାଇରାଲ

ମୁମ୍ବାଇ: କରୋନା ଲକ୍‌ଡାଉନ ଯୋଗୁ ଫିଲ୍ମ ଓ ସିରିୟଲ୍‌ର ସମସ୍ତ ଶୁଟିଂ ବନ୍ଦ ରହିଛି। ଫଳରେ ଅଭିନେତା ଓ ଅଭିନେତ୍ରୀମାନେ ଭିନ୍ନ ଭିନ୍ନ ଉପାୟରେ ନିଜର...

‘ଆର୍ଟିକିଲ୍‌ ୧୫’ ରିଲିଜ୍‌ ଅପେକ୍ଷାରେ ଆୟୁଷ୍ମାନ୍‌

ମୁମ୍ବାଇ: ଅନୁଭବ ସିହ୍ନାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ‘ଆର୍ଟିକିଲ୍‌ ୧୫’ ରିଲିଜ ପାଇଁ ବ୍ୟସ୍ତ ରହୁଛନ୍ତି ବଲିଉଡ୍‌ ଅଭିନେତା ଆୟୁଷ୍ମାନ୍‌ ଖୁରାନା। ଏହାର କାହାଣୀ ବାସ୍ତବ...


Coronavirus Update

Archives

Model This Week

Why Dharitri