Posted inଖେଳ

ସାଇ ହଷ୍ଟେଲ-ଚରମ୍ପା ୟୁନାଇଟେଡ୍‌ ଫାଇନାଲ

ନିମାପଡ଼ା, ୧୫।୧୨ (ଡିଏନ୍‌ଏ)- ନିମାପଡ଼ା ଆଥ୍‌ଲେଟିକ ଆସୋସିଏଶନ ପକ୍ଷରୁ ସ୍ଥାନୀୟ ବାରବାଟୀ ଗ୍ରାଉଣ୍ଡରେ ଚାଲିଥିବା ରାଜ୍ୟସ୍ତରୀୟ ୬ଷ୍ଠ ପଦ୍ମଚରଣ ସାମନ୍ତସିଂହାର ସ୍ମାରକୀ ନିମାପଡ଼ା ଫୁଟ୍‌ବଲ ପ୍ରତିଯୋଗିତାର ଫାଇନାଲ ଲାଇନ୍‌ ଅପ୍‌ ଚୂଡ଼ାନ୍ତ ହୋଇଯାଇଛି। ରବିବାର ଖେଳାଯିବାକୁ ଥିବା ଫାଇନାଲ ମୁକାବିଲାରେ କଟକର ସାଇ ହଷ୍ଟେଲକୁ ଭଦ୍ରକର ଚରମ୍ପା ୟୁନାଇଟେଡ୍‌ କ୍ଲବ ଭେଟିବ। ଶନିବାର ଖେଳାଯାଇଥିବା ୨ୟ ସେମିଫାଇନାଲ ମ୍ୟାଚ୍‌ରେ ଚରମ୍ପା ୟୁନାଇଟେଡ୍‌ ୩-୨ ଗୋଲରେ ଭୁବନେଶ୍ୱରର ୟୁନାଇଟେଡ୍‌ ୟୁଥ୍‌ କ୍ଲବକୁ ପରାସ୍ତ କରିଥିଲା। ମ୍ୟାଚ୍‌ର ପ୍ରଥମାର୍ଦ୍ଧରେ ଭୁବନେଶ୍ୱର ୟୁନାଇଟେଡ୍‌ ୟୁଥ୍‌ କ୍ଲବ ପ୍ରଭାବ ବିସ୍ତାର କରି ଖେଳିଥିଲା। ବିକାଶ ନାୟକ ଓ ବିକାଶ ରାଉତଙ୍କ ଗୋଲ ବଳରେ ଚରମ୍ପା ଦଳ ପ୍ରଥମାର୍ଦ୍ଧରେ ୨-୦ ଗୋଲରେ ଅଗ୍ରଣୀ ରହିଥିଲା। ତେବେ ଦ୍ୱିତୀୟାର୍ଦ୍ଧରେ ଚରମ୍ପା ୟୁନାଇଟେଡ୍‌ ମ୍ୟାଚ୍‌କୁ ପ୍ରତ୍ୟାବର୍ତ୍ତନ କରିଥିଲା। ଦୁର୍ଗ ପ୍ରସାଦ ନାୟକଙ୍କ ଡବଲ୍‌ ଓ ସଞ୍ଜୀବ ମାରାଣ୍ଡିଙ୍କ ଗୋଟିଏ ଗୋଲ ବଳରେ ଚରମ୍ପା ୩-୨ ଗୋଲରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଥିଲା। ଦୁଇଟି ଗୋଲସ୍କୋର କରି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଦୁର୍ଗା ପ୍ରସାଦଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ କରାଯାଇଥିଲା।
ସ୍କୁଲର ଅଧ୍ୟକ୍ଷ ଏମ୍‌.ଏମ୍‌. ହକ୍‌, ବିଏସ୍‌ଏନ୍‌ଏଲ୍‌ର ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ଦାସ, କ୍ରୀଡ଼ାବିତ୍‌ ମହେନ୍ଦ୍ର ସିଂ ଭାଟିଆ, ବ୍ରଜେନ୍ଦ୍ର ପ୍ରଧାନ ପ୍ରମୁଖ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ସରୋଜ ମହାରଣା, ସୁଦୀପ ଦାସ, ନିର୍ମଳ ମିଶ୍ର, କିର୍ତ୍ତୀରଞ୍ଜନ ସ୍ବାଇଁ ମ୍ୟାଚ୍‌ ପରିଚାଳନାରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ଲେ-ଅଫ୍‌ରେ ମୁମ୍ବାଇ

ମୁମ୍ବାଇ,୧୫ା୩: ଓମେନ୍ସ ପ୍ରିମିୟର ଲିଗ୍‌ରେ କ୍ରମାଗତ ୫ମ ବିଜୟ ସହ ପ୍ଲେ-ଅଫ୍‌ରେ ପ୍ରବେଶ କରିଛି ମୁମ୍ବାଇ ଇଣ୍ଡିଆନ୍ସ। ବ୍ରାବୋର୍ନ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚରେ ଗୁଜରାଟ ଜାଏଣ୍ଟ୍ସକୁ...

ଟି୨୦ ବିଶ୍ୱକପ୍‌ : ନିଷ୍ପତ୍ତି ନେବାକୁ ଆଇସିସିକୁ କହିଲେ ଟେଲର

ମେଲବୋର୍ନ,୨୪।୫(ପି.ଟି.): ଅଷ୍ଟ୍ରେଲିଆରେ ଆସନ୍ତା ଅକ୍ଟୋବର- ନଭେମ୍ବରରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ଘୁଞ୍ଚିବ ନାହିଁ ବୋଲି ଅଷ୍ଟ୍ରେଲିଆ ପୂର୍ବତନ ଅଧିନାୟକ ମାର୍କ ଟେଲର ଅନୁମାନ...

ହକି ଆନାଲିଟିକାଲ କୋଚ୍‌ ସିରିଲୋଙ୍କ ଇସ୍ତଫା

ନୂଆଦିଲ୍ଲୀ, ୨୩ା୯ (ପି.ଟି.)-ସ୍ବାସ୍ଥ୍ୟ ପ୍ରସଙ୍ଗ ଦର୍ଶାଇ ଭାରତୀୟ ପୁରୁଷ ହକି ଦଳର କୋଚ୍‌ ଖ୍ରିସ୍‌ ସିରିଲୋ ତାଙ୍କ ପଦତ୍ୟାଗ କରିଛନ୍ତି। କିଛିଦିନ ପୂର୍ବେ ଡେଭିଡ୍‌ ଜନ୍‌...

ହାଇ ସ୍କୋରିଂ ମ୍ୟାଚ୍‌ରେ ବାଜିମାରିଲା ଦିଲ୍ଲୀ

ମୁମ୍ବାଇ,୫।୫: ସ୍ଥାନୀୟ ବ୍ରାବୋର୍ନ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ଏକ ହାଇ ସ୍କୋରିଂ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ୨୧ ରନ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌କୁ ହରାଇ ଦେଇଛି। ଓପନର...

ବିଜୟ ହଜାରେ ଟ୍ରଫି : ହରିୟାଣାଠାରୁ ହାରିଲା ଓଡ଼ିଶା

କଟକ ଅଫିସ,୫ା୧୦- ଭଦୋଦରାର ଏସ୍‌ଜିଏସ୍‌ଏ କ୍ରିକେଟ ଗ୍ରାଉଣ୍ଡରେ ଶୁକ୍ରବାର ଅନୁଷ୍ଠିତ ବିଜୟ ହଜାରେ ଟ୍ରଫି ଲିଗ ପର୍ଯ୍ୟାୟର ଏକ ମ୍ୟାଚ୍‌ରେ ଓଡ଼ିଶା ୪ ଉଇକେଟରେ ହରିୟାଣାଠାରୁ...

ଦ୍ୱିତୀୟ ଟେଷ୍ଟ: ଜେମିସନଙ୍କୁ ୫ ଉଇକେଟ

ଖ୍ରୀଷ୍ଟଚର୍ଚ୍ଚ,୩।୧: ନ୍ୟୁଜିଲାଣ୍ଟ ଯୁବ ଦ୍ରୁତ ବୋଲର କାଏଲ ଜେମିସନ ମାତ୍ର ୬ଟି ଟେଷ୍ଟ ଖେଳି ତୃତୀୟଥର ପାଇଁ ଟେଷ୍ଟରେ ୫ ଉଇକେଟ ସଫଳତା ଅର୍ଜନ କରିଛନ୍ତି।...

ଲାବୁସେନଙ୍କ ଶତକ: ଅଷ୍ଟ୍ରେଲିଆ ୨୪୮/୪

ପର୍ଥ, ୧୨।୧୨- ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଦିବାରାତ୍ର କ୍ରିକେଟ ଟେଷ୍ଟ ଗୁରୁବାର ସ୍ଥାନୀୟ ପର୍ଥ କ୍ରିକେଟ ଷ୍ଟାଡିୟମରେ ଆରମ୍ଭ ହୋଇଛି। ମାର୍ନୁସ ଲାବୁସେନଙ୍କ...

ଦୁଇ ପଦକ ଜିତିବାରେ ରୂପାଲ ପ୍ରଥମ ଭାରତୀୟ

କାଲି(କଲମ୍ବିଆ),୬ା୮: ୨୦ବର୍ଷରୁ କମ୍‌ ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ରେ ପ୍ରଥମ ଭାରତୀୟ ଆଥ୍‌ଲେଟ ଭାବେ ଦୁଇଟି ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି ରୂପାଲ ଚୌଧାରୀ। ସେ...

Advertisement
Archives

Model This Week