Posted inଜାତୀୟ

ସହପାଠିନୀଙ୍କୁ ପୋଡ଼ିମାରିବା ଘଟଣା : ପୁରୁଷ ବନ୍ଧୁଙ୍କୁ ଫାଶୀଦଣ୍ଡ

ଗୁଆହାଟୀ, ୪ା୮(ପି.ଟି.): ଆସାମର କାମ୍‌ରୂପ ଜିଲାରେ ଜଣେ କଲେଜ ଛାତ୍ରୀଙ୍କୁ ଜିଅନ୍ତା ପୋଡ଼ି ମାରିଦେବା ଘଟଣାରେ ସ୍ଥାନୀୟ ଅଦାଲତ ପୁରୁଷ ବନ୍ଧୁଙ୍କୁ ଫାଶୀ ଦଣ୍ଡାଦେଶ ଦେଇଥିବାବେଳେ ତାଙ୍କ ମା’ ଓ ଭଉଣୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି।
ପ୍ରକାଶ, ଶ୍ୱେତା ଅଗ୍ରଓ୍ବାଲ୍‌ ନାମକ ଜଣେ ଛାତ୍ରୀଙ୍କୁ ଅତି ନିର୍ମମଭାବେ ପୋଡ଼ି ହତ୍ୟା କରାଯାଇଥିଲା। ଶ୍ୱେତାଙ୍କ ରକ୍ତାକ୍ତ ମରଶରୀର ଗତ ୨୦୧୭ ଡିସେମ୍ବର ୪ରେ ଗୋବିନ୍ଦ ସିଂଘଲଙ୍କ ଘରୁ ମିଳିଥିଲା। ଗୋବିନ୍ଦ ଓ ଶ୍ୱେତା ଗୋଟିଏ କଲେଜରେ ସେତେବେଳେ ପାଠ ପଢୁଥିଲେ। ପରୀକ୍ଷା ଶେଷହେବା ପରେ ଗୋବିନ୍ଦ ଶ୍ୱେତାଙ୍କୁ ନିଜ ଘରକୁ ଆଣିଥିଲେ। ପୋଲିସ ଏହି ହତ୍ୟାକାଣ୍ଡର ଖୋଳତାଡ଼୍‌ କରିବା ପରେ ତଦନ୍ତ ରିପୋର୍ଟ ଦାଖଲ କରିଥିଲା। ଏହି ମାମଲାରେ କାମରୂପର ଫାଷ୍ଟ ଟ୍ରାକ୍‌ କୋର୍ଟର ବିଚାରପତି ଅପରେଶ ଚକ୍ରବର୍ତ୍ତୀ ଶନିବାର ଅଭିଯୁକ୍ତ ଗୋବିନ୍ଦଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇ ଥିବାବେଳେ ତାଙ୍କ ମା’ କମଳାଦେବୀ ଓ ଭଉଣୀ ଭବାନୀଙ୍କୁ ଆପରାଧୀକ ଷଡ଼ଯନ୍ତ୍ର ଓ ତଥ୍ୟ ଲୁଚାଇବା ଅଭିଯୋଗରେ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌ପି ପଦରୁ ଇସ୍ତଫା ଦେବେ ଭଗୱନ୍ତ

ନୂଆଦିଲ୍ଲୀ,୧୪।୩: ଏମ୍‌ପି ପଦରୁ ଇସ୍ତଫା ଦେବେ ଏଏପି ନେତା ଭଗୱନ୍ତ ମାନ। ପଞ୍ଜାବ ବିଧାନସଭା ନିର୍ବାଚନରେ ଏଏପି୍‌ର ବିପୁଳ ବିଜୟ ୧୬ ତାରିଖରେ ଭଗୱନ୍ତ ମୁଖ୍ୟମନ୍ତ୍ରୀ...

ଗେହଲଟ ସରକାରଙ୍କୁ ଝଟକା: ଇସ୍ତଫା ଦେଲେ ୩ ମନ୍ତ୍ରୀ

ଜୟପୁର,୨୦ ।୧୧: ରାଜସ୍ଥାନରେ କ୍ୟାବିନେଟ ସମ୍ପ୍ରସାରଣ କଥା ଆଲୋଚନା ହେଉଥିବା ବେଳେ କଂଗ୍ରେସକୁ ବଡ ଝଟକା ଲାଗିଛି । ମିଳିଥିବା ସୂଚନା ଅନୁଯାୟୀ, ଅଶୋକ ଗେହଲଟ...

ତାମିଲନାଡୁ ଉପକୂଳରେ ପ୍ରଚଣ୍ଡ ଘୂର୍ଣ୍ଣିବାତ୍ୟା: ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ନୂଆଦିଲ୍ଲୀ,୨୫।୪: ଜାତୀୟ ପାଣିପାଗ ବିଭାଗ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି କି ତାମିଲନାଡୁ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବାତ୍ୟା ଲଘୁଚାପର ରୂପ ନେଇଛି। ଏହା ବଙ୍ଗୋପ...

ଦିଲ୍ଲୀ ହିଂସା ଥିଲା ଯୋଜନା ବଦ୍ଧ: ନୱାଜ ମଲିକ

ମୁମ୍ବାଇ,୩୦ ।୧: ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି(ଏନ୍‌ସିପି)ନେତା ତଥା ମହାରାଷ୍ଟ୍ରର ମନ୍ତ୍ରୀ ଥିବା ନୱାଜ ମଲିକ ଶନିବାର କହିଛନ୍ତି କୃଷକଙ୍କ ଟ୍ରାକ୍ଟର ରାଲି ସମୟରେ ସାଧାରଣତନ୍ତ୍ର ଦିବସରେ...

କରୋନା ମହାମାରୀ ପରେ ଦେଖା ଦେଇପାରେ ଖାଦ୍ୟ ସଙ୍କଟ

ନୂଆଦିଲ୍ଲୀ,୭।୭: କରୋନା ମହାମାରୀ ମଧ୍ୟରେ ଏବେ ଚିନ୍ତା ବଢାଇଛି ପଙ୍ଗପାଳ ଦଳ। ଚାଷୀଙ୍କ ପାଇଁ ଏମାନେ ଏବେ ମହାମାରୀର ରୂପ ନେବାକୁ ଯାଉଛନ୍ତି। ପାକିସ୍ତାନରୁ ଆସିଥିବା...

ପୂର୍ବତନ ରାଷ୍ଟ୍ରପତି କଲାମଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା ଦେଶ

ନୂଆଦିଲ୍ଲୀ,୧୫।୧୦: ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ ଅବଦୁଲ୍‌ କଲାମଙ୍କ ଜନ୍ମ ବାର୍ଷିକୀ ଗୁରୁବାର ପାଳିତ ହେଉଛି। ଏହି ଅବସରରେ ବହୁ ପ୍ରତିଷ୍ଠିତ ବ୍ୟକ୍ତି କଳାମଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।...

ମୋଦିଙ୍କ ଗସ୍ତରେ ଛାନିଆ ଡ୍ରାଗନ: ୨ କିମି ପଛକୁ ହଟିଲେ ସୈନ୍ୟ

ଲଦାଖ,୬।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲଦାଖର ଲେହ ଗସ୍ତର ଦୁଇ ଦିନ ପରେ ଚାଇନା ସୈନ୍ୟ ଗଲଓ୍ବାନ ଘାଟିରେ ଶିବିର ପକାଇଥିବା ଅଞ୍ଚଳରୁ ୨ କିମି...

୧୫ ଅଗଷ୍ଟରେ ପ୍ରଧାନମନ୍ତ୍ରୀଙ୍କ ରାସ୍ତା ରୋକିବା ଷଡ଼ଯନ୍ତ୍ର, ଆଲର୍ଟରେ ସୁରକ୍ଷା ଏଜେନ୍ସି…

ନୂଆଦିଲ୍ଲୀ,୪।୮: ଦେଶର ସ୍ବାଧୀନତା ଦିବସ ଅବସରରେ ୧୫ ଅଗଷ୍ଟରେ ବିଚ୍ଛିନ୍ନତାବାଦୀ ନେତାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତାକା ଉତ୍ତୋଳନ ନ କରାଇ ଦେବାକୁ ଷଡ଼ଯନ୍ତ୍ର ରଚିଛନ୍ତି।...

Advertisement
Archives

Model This Week