ସହଜରେ ବିମାନ ବନ୍ଦରରୁ ମିଳିପାରିବ ହଜିଯାଇଥିବା ସାମଗ୍ରୀ

ଭୁବନେଶ୍ୱର, ୬।୮(ବ୍ୟୁରୋ): ବିମାନ ବନ୍ଦରରେ ଛାଡ଼ି ଚାଲି ଆସିଥିବା ବା ହଜିଯାଇଥିବା ଜିନିଷପତ୍ର ଅତି ସହଜରେ ପାଇପାରିବେ ଯାତ୍ରୀ। ଏଥିପାଇଁ ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ (ଏଏଆଇ) ପଦକ୍ଷେପ ଗ୍ରହଣ କରିଛି। ହଜି ଯାଇଥିବା ଜିନିଷପତ୍ରର ଫଟୋ ସହ ତଥ୍ୟ ଅନ୍‌ଲାଇନ୍‌ରେ ଉପଲବ୍ଧ ହେବ। ଏଣିକି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ମଧ୍ୟ ଏହି ସେବା ମିଳିପାରିବ ବୋଲି ଏହାର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା ସୂଚନା ଦେଇଛନ୍ତି। ତାଙ୍କ ସୂଚନାନୁସାରେ, ଏଥିପାଇଁ ଯାତ୍ରୀମାନେ www.aai.aero/en/lost-found/item-list ଲିଙ୍କ୍‌ରେ ଯାଇ ହଜାଇଥିବା ଜିନିଷକୁ ଦେଖିପାରିବେ। ନିଖୋଜ ଜିନିଷଟିକୁ ଚିହ୍ନିବା ପରେ ଓ୍ବେବ୍‌ସାଇଟ୍‌ ପେଜ୍‌ର ଡାହାଣ ପାର୍ଶ୍ୱରେ ଥିବା ଏକ ଲିଙ୍କ୍‌ରେ ଅଭିଯୋଗ କରିପାରିବେ। ଏଥିପାଇଁ ଆବଶ୍ୟକ କାଗଜପତ୍ର ଯଥା- ଯାତ୍ରା ଟିକଟ, ପରିଚୟ ପତ୍ର (୨୦୦କେ.ବି. ମଧ୍ୟରେ) ଅପ୍‌ଲୋଡ୍‌ କରିବାକୁ ହେବ। ପରେ ବିମାନ ବନ୍ଦରର ‘ନିଖୋଜ ଓ ସନ୍ଧାନ’ ବିଭାଗରୁ ଯାଞ୍ଚ କରାଯାଇ ନିଶ୍ଚିତ କରାଯିବ। ଏହାପରେ ଆବଶ୍ୟକ କାଗଜପତ୍ର ସହ ଯାତ୍ରୀମାନେ ସୋମବାରରୁ ଶୁକ୍ରବାର ସକାଳ ୯ଟା ୩୦ରୁ ଅପରାହ୍ନ ୫ଟା ୩୦ ସମୟ ମଧ୍ୟରେ ବିମାନ ବନ୍ଦରରେ ପହଞ୍ଚତ୍ ସେମାନଙ୍କ ଜିନିଷଟିକୁ ନେଇ ପାରିବେ। ସମ୍ପୃକ୍ତ ଯାତ୍ରୀଙ୍କ ବଦଳରେ ଅନ୍ୟ କେହି ଜିନିଷପତ୍ର ଗ୍ରହଣ ପାଇଁ ଗଲେ ଅଧିକାରକ ପତ୍ର ଆବଶ୍ୟକ ବୋଲି ବିମାନ ବନ୍ଦର ନିର୍ଦ୍ଦେଶକ ହୋତା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ହେବ ମଦ

ଭୁବନେଶ୍ୱର,୩୧ା୩(ବ୍ୟୁରୋ):ରାଜ୍ୟ ସରକାର ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଅବକାରୀ ନୀତି ଜାରି କରିଛନ୍ତି। ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ଜାରି ହୋଇଥିବା ନୂଆ ଅବକାରୀ ନୀତି...

ଗ୍ରାହକ ବିଶ୍ୱାସ ବ୍ୟବସାୟର ମୂଳମନ୍ତ୍ର

ପାନାସୋନିକ କେବଳ ଏକ ବ୍ରାଣ୍ଡ ନୁହେଁ, ଦୀର୍ଘ ବର୍ଷ ଧରି ଏହା ଗ୍ରାହକଙ୍କୁ ଗୁଣଯୁକ୍ତ ସେବା ଓ ବିଶ୍ୱାସ ଦେଇଆସିଛି। କମ୍ପାନୀ ୧୦୦ ବର୍ଷରୁ ଊର୍ଦ୍ଧ୍ୱ...

ପୋଲିସ-ମାଓବାଦୀ ଗୁଳି ବିନିମୟ

ମାଲକାନଗିରି, ୨୩ା୪(ଡି.ଏନ୍‌.ଏ): ମାଲକାନଗିିରି ଜିଲାରେ ପୁଣି ଲାଲ୍‌ବାହିନୀ ସକ୍ରିୟ ହୋଇଛି। ଜିଲାର ମାଥିଲି ଥାନା ଅନ୍ତର୍ଗତ ତୁଳସୀ ପାହାଡ଼ର ନିକଟସ୍ଥ ଦଲଦଲିଠାରେ ମାଓବାଦୀମାନେ ଏକତ୍ରିତ ହୋଇ...

ଚିନ୍ତା ବଢ଼ାଇଲେଣି ପଶ୍ଚିମବଙ୍ଗ ଫେରନ୍ତା: ଆକ୍ରାନ୍ତ ମାମଲାରେ ଯାଜପୁର, ବାଲେଶ୍ୱରକୁ ଟପିଲା ଭଦ୍ରକ

ଭୁବନେଶ୍ୱର,୨୪।୪(ବ୍ୟୁରୋ): ଗୋଟିଏ ଦିନରେ ଭଦ୍ରକ ଜିଲାରେ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାଦ୍ୱାରା ଜିଲାରେ ମୋଟ ପଜିଟିଭ୍‌ଙ୍କ ସଂଖ୍ୟା ୧୬ରେ ପହଞ୍ଚିଛି। ପ୍ରଥମେ...

ଏପ୍ରିଲ୍‌ ୫ରୁ ଭର୍ଚୁଆଲ୍‌ ମୋଡ୍‌ରେ ଚାଲିବ ହାଇକୋର୍ଟ

କଟକ ଅଫିସ୍‌,୧।୪: ଏଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ହାଇକୋର୍ଟ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି।...

ବାର୍‌ରେ ଚଢ଼ାଉ, ୧୦ ଯୁବତୀ ଉଦ୍ଧାର: ମାଲିକଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୧୯।୩ (ବ୍ୟୁରୋ): କ୍ୟାପିଟାଲ ଥାନା ଅନ୍ତର୍ଗତ ବାପୁଜିନଗରସ୍ଥିତ ରଙ୍ଗିଲା ବାର୍‌ରେ ବୁଧବାର ବିଳମ୍ବିତ ରାତିରେ ପୋଲିସ ଚଢାଉ କରି ୧୦ଜଣ ଯୁବତୀଙ୍କୁ ଉଦ୍ଧାର କରିଛି। କରୋନା...

ବନ୍ୟା କ୍ଷୟକ୍ଷତି ବୁଲି ଦେଖିଲେ କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର,୧୬ା୯(ବ୍ୟୁରୋ)-ଓଡ଼ିଶାର ବନ୍ୟା କ୍ଷୟକ୍ଷତି ଆକଳନ କରିବାକୁ ବୁଧବାର ୭ ଜଣିଆ କେନ୍ଦ୍ରୀୟ ଟିମ୍‌ ଭୁବନେଶ୍ୱରରେ ପହଞ୍ଚିଛନ୍ତି। କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ଯୁଗ୍ମ ସଚିବ(ବାମପନ୍ଥୀ ଉଗ୍ରବାଦ...

ରାଜ୍ୟ ବୟନଶିଳ୍ପ ମନ୍ତ୍ରୀଙ୍କ ଗାଡ଼ି ଦୁର୍ଘଟଣାଗସ୍ତ, ବାଇକ୍‌ ଚାଳକ ଗୁରୁତର

କୋରାପୁଟ, ୭ା୨: କୋରାପୁଟ-ବୋରିଗୁମ୍ମା ଭାୟା ରାଣୀଗଡ଼ ୩୨୬ ନମ୍ବର ରାଜପଥ ଛର୍ତଲା ନିକଟରେ ରବିବାର ରାଜ୍ୟ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ କାର ଓ...

Advertisement
Archives

Model This Week