ଭଞ୍ଜନଗର,୩।୧୧(ଡି.ଏନ.ଏ)-ବ୍ରହ୍ମପୁର ଆଞ୍ଚଳିକ ଶିକ୍ଷା ସହକାରୀ ନିର୍ଦ୍ଦେଶକ ବିଶ୍ୱମ୍ବର ଷଢ଼ଙ୍ଗୀ ଗୁରୁବାର ଅଚାନକ ଗାଲେରୀ ଦଣ୍ଡପାଣି ମହାର୍ଥା କଲେଜ ପରିଦର୍ଶନ କରିଥିଲେ। କଲେଜର ଅବ୍ୟବସ୍ଥା ନେଇ ସେ ଅସନ୍ତୋଷ ବ୍ୟକ୍ତ କରିବା ସହ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଏନେଇ ଅବଗତ କରାଇଥିଲେ। ଉକ୍ତ ରିପୋର୍ଟ ଆଧାରରେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଶନିବାର କଲେଜର ଅଧ୍ୟକ୍ଷଙ୍କ ସମେତ ଅନୁପସ୍ଥିତ ସମସ୍ତ ଅଧ୍ୟାପକଙ୍କ ଦିନକର ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ୫ ତାରିଖ ସୁଦ୍ଧା କୈଫିୟତ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। କାର୍ଯ୍ୟରେ ଅବହେଳା କରିଥିବା କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ କଲେଜ ପରିଚାଳନା କମିଟି ସଭାପତି ତଥା ଭଞ୍ଜନଗର ଉପ ଜିଲାପାଳଙ୍କୁ ନିବେଦନ କରାଯାଇଛି। ୫ଟିର ପ୍ରଭାବ ସମଗ୍ର ରାଜ୍ୟରେ ପଡ଼ିଥିବା ଦେଖିବାକୁ ମିଳିଛି। ଗୁରୁବାର ସହକାରୀ ନିର୍ଦ୍ଦେଶକ ଷଡଙ୍ଗୀ ଭଞ୍ଜନଗର ଅଞ୍ଚଳର କିଛି କଲେଜର ଆର୍ଥୀକ କାରବାର କିଭଳି ହେଉଛି ସେନେଇ ଯାଞ୍ଚ କରିବାକୁ ଆସି ଗାଲେରୀ କଲେଜରେ ପୂର୍ବାହ୍ନ ୧୦ଟାରେ ପହଞ୍ଚତ୍ଥିଲେ। କଲେଜରେ ଜଣେ ପିଅନ ଏବଂ ଡାଟାଏଣ୍ଟ୍ରି ଅପରେଟର ଉପସ୍ଥିତ ଥିଲେ। ଅଧ୍ୟକ୍ଷଙ୍କ ସମେତ ଅନ୍ୟ ସମସ୍ତ ଅଧ୍ୟାପକ ଅନୁପସ୍ଥିତ ଥିଲେ। ଏହାପରେ ଜଣେ ପରେ ଜଣେ ଅଧ୍ୟାପକ ଓ ଅଧ୍ୟକ୍ଷ ଆସି ପହଞ୍ଚତ୍ଥିଲେ। କଲେଜ ବାୟୋମେଟ୍ରିକ ରେକର୍ଡ଼ରୁ ଜଣାପଡିଥିଲା କର୍ମଚାରୀମାନେ ନିୟମିତ ଠିକ୍ ସମୟରେ ଆସୁନାହାନ୍ତି।

ଜିଲାର ସମସ୍ତ ପ୍ରବେଶ ପଥରେ ଚେକ୍ପୋଷ୍ଟ
ଛତ୍ରପୁର,୧୩ା୪(ଡି.ଏନ୍.ଏ.) – ରାଜ୍ୟ ସରକାର ଏପ୍ରିଲ ୩୦ ପର୍ଯ୍ୟନ୍ତ ଲକ୍ଡାଉନ୍ ଅବଧି ବୃଦ୍ଧି କରିଛନ୍ତି। ଏନେଇ ଏକ ବୈଠକ ସୋମବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ...

ମାଲିକଙ୍କ ଜୀବନ ବଞ୍ଚାଇଲା କୁକୁର: ସାପକୁ ମାରି ମଲା
ଗୋପାଳପୁର,୨୦ା୧୨- ନିଜ ଜୀବନକୁ ବଳି ଦେଇ ମାଲିକଙ୍କୁ ବଞ୍ଚାଇଛି ପୋଷା କୁକୁର। ଏଭଳି ଘଟଣା ଘଟିଛି ଗଂଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ରଣ୍ଢା ପଞ୍ଚମା ରୋଡରେ।...

ଝାମ୍ପି ନେଲେ ଛାତ୍ରୀଙ୍କ ମୋବାଇଲ ଫୋନ
ବ୍ରହ୍ମପୁର ଅଫିସ,୧୬ା୬-ବ୍ରହ୍ମପୁର ରେଳଷ୍ଟେଶନ ନିକଟ ରେଳବାଇ କଲୋନୀ ଦେଇ ଜଣେ ଛାତ୍ରୀ ଶନିବାର ଅନନ୍ତ ନଗରରେ ଥିବା ତାଙ୍କ ମେସକୁ ଯାଉଥିବା ବେଳେ ୨ଜଣ ଦୁର୍ବୃତ୍ତ...

ଧାନ ରୋଇଲେ ଜିଲାପାଳ
ଛତ୍ରପୁର,୩୦ା୭(ଡି.ଏନ.ଏ.): ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୋମବାର ପୂର୍ବାହ୍ନରେ ଖଲ୍ଲିକୋଟ ବ୍ଲକ ମଥୁରା ପଞ୍ଚାୟତ ଅଧିନ ଭରସା ଗଁାରେ ଥିବା ଜମିରେ ଧାନ ଗଛ...

ସରକାରୀ ଯୋଜନା ସମ୍ପର୍କରେ ସଚେତନ କରିବ ଏଲ୍ଇଡି ଡିସ୍ପ୍ଲେ
ବ୍ରହ୍ମପୁର ଅଫିସ୍,୯।୮: ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ(ଏମ୍କେସିଜି) ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟଠାରେ ଦୁଇଟି ଏଲ୍ଇଡି ଡିସ୍ପ୍ଲେ ବୋର୍ଡ ଶୁକ୍ରବାର ପୂର୍ବାହ୍ନରେ ଉଦ୍ଘାଟିତ ହୋଇଯାଇଛି ।...

କେନ୍ଦ୍ର ବିରୋଧରେ କଂଗ୍ରେସର ବିଶାଳ ସମାବେଶ
ଫୁଲବାଣୀ ଅଫିସ, ୨୧ା୧୧-କନ୍ଧମାଳ ଜିଲା କଂଗ୍ରେସ ପକ୍ଷରୁ ଗୁରୁବାର ଫୁଲବାଣୀରେ ବିଶାଳ ସମାବେଶ କରାଯାଇଛି । ବିଭିନ୍ନ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବିଫଳତା ଦର୍ଶାଇ ଦଳୀୟ...

ଶେରଗଡ଼ ସ୍ଥିତି ବିଗୁଡ଼ିଛି , ୩୦ ଗାଁରେ ୫୨ ପଜିଟିଭ୍
ଶେରଗଡ଼,୬ା୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ଶେରଗଡ଼ ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ବ୍ଲକର ୩୦ ଗ୍ରାମରେ ବର୍ତ୍ତମାନ ସୁଦ୍ଧା ୫୨ଜଣ ଆକ୍ରାନ୍ତ ହେଲେଣି। ସେଥିରୁ କରୋନା...

୫୭ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ: ସେବା ମନୋବୃତ୍ତି ନେଇ କାମ କରିବାକୁ ଆହ୍ବାନ
ବ୍ରହ୍ମପୁର ଅଫିସ,୬।୧୨: ଆମ୍ବପୁଆସ୍ଥିତ ରିଜର୍ଭ ପୋଲିସ ପଡ଼ିଆରେ ଶୁକ୍ରବାର ୫୭ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଦକ୍ଷିଣାଞ୍ଚଳ ଆରକ୍ଷୀ...