Posted inଖେଳ

ସର୍ବପ୍ରଥମ ପଦକ ଲକ୍ଷ୍ୟରେ ଓଡ଼ିଶା

ଭୁବନେଶ୍ୱର, ୧୫।୧୨ (ସ୍ପୋଟର୍‌ସ ବ୍ୟୁରୋ)- ଡିସେମ୍ବର ୧୭ରୁ ୨୨ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଜାତୀୟ ସବ୍‌ଜୁନିୟର ବ୍ୟାଡ୍‌ମିଣ୍ଟନ (୧୫ ବର୍ଷ ଓ ୧୭ ବର୍ଷରୁ କମ୍‌ ବାଳିକା ଓ ବାଳକ)ପ୍ରତିଯୋଗିତାର ୩୩ତମ ସଂସ୍କରଣ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତା ଆୟୋଜନ ସହ ଓଡ଼ିଶା ଦଳ ପ୍ରଭାବୀ ପ୍ରଦର୍ଶନ କରି ପ୍ରଥମ ସବ୍‌ଜୁନିୟର ଜାତୀୟ ପଦକ ଜିତିବା ଲକ୍ଷ୍ୟରେ ରହିଛି। ଓଡ଼ିଶା ଷ୍ଟେଟ ବ୍ୟାଡମିଣ୍ଟନ ଆସୋସିଏଶନ(ଓଏସବିଏ)ପକ୍ଷରୁ ଏହି ଜାତୀୟ ପ୍ରତିଯୋଗିତା ପାଇଁ ଏକ ୨୩ ଜଣିଆ ଦଳ ଗଠନ କରାଯାଇଛି। ଓଡ଼ିଶା ଦଳରେ ସ୍ଥାନ ପାଇଥିବା ଆୟୁଷ ପଟ୍ଟନାୟକ ଏବଂ ଶ୍ୱେତପର୍ଣ୍ଣା ପଣ୍ଡାଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ଉଭୟ ଆୟୁଷ ଓ ଶ୍ୱେତପର୍ଣ୍ଣା ନିଜ ନିଜର ଡବଲ୍ସ ଓ ସିଙ୍ଗଲ୍ସ ଇଭେଣ୍ଟର ମୁଖ୍ୟ ପଯର୍‌ୟାୟରେ ସିଧାସଳଖ ପ୍ରବେଶ କରିଛନ୍ତି। ବାରିପଦାର ଆୟୁଷ ବର୍ତ୍ତମାନ ୧୭ ବର୍ଷରୁ କମ୍‌ ଡବଲ୍ସରେ ୫୪୨ ପଏଣ୍ଟ ସହ ବ୍ୟାଡ୍‌ମିଣ୍ଟନ ଆସୋସିଏଶନ ଅଫ୍‌ ଇଣ୍ଡିଆ(ବାଇ) ର଼୍ୟାକିଙ୍ଗରେ ପ୍ରଥମ ଏବଂ ୫୭୬ ପଏଣ୍ଟ ସହ ସିଙ୍ଗଲ୍ସରେ ଷଷ୍ଠ ସ୍ଥାନରେ ରହିଛନ୍ତି। କଟକର ଶ୍ୱେତପର୍ଣ୍ଣା ୧୫ ବର୍ଷରୁ କମ୍‌ ମିକ୍ସଡ ଡଲ୍ସସରେ ୩୧୦ ପଏଣ୍ଟ ସହ ବର୍ତ୍ତମାନ ଆଗରେ ରହିଛନ୍ତି। ଏହି ଦୁଇଜଣଙ୍କ ବ୍ୟତୀତ ଓଡ଼ିଶା ଦଳରେ ବାଳକ ବର୍ଗରେ ପାର୍ଥସାରଥୀ ମିଶ୍ର, ଅଜୟ ମାଝି, ସିଦ୍ଧାର୍ଥ ରାଜେଶ ପାଟିଲ ଓ ତହସିଫ ଖାନ ଏବଂ ବାଳିକା ବର୍ଗରେ ହର୍ଷିତା ରାଉତ ଏବଂ ଶ୍ରୁତି ସ୍ବାଇଁ ପ୍ରମୁଖ ରହିଛନ୍ତି। ଓଡ଼ିଶା ଯୁବ ଖେଳାଳି ନିଜ ଘରୋଇ ପରିବେଶରେ ଖେଳୁଥିବାରୁ ପଦକ ହାସଲ କରିବାରେ ସହାୟକ ହେବ ବୋଲି ପୂର୍ବତନ ରାଜ୍ୟସ୍ତରୀୟ ବିଜେତା ବିଭାସ ପରିଡ଼ା କହିଛନ୍ତି। ଓଡ଼ିଶାରେ ବ୍ୟାଡମିଣ୍ଟନର ପ୍ରୋତ୍ସାହନ ଏବଂ ବିକାଶ ଦିଗରେ ଏହି ସବ୍‌ଜୁନିୟର ପ୍ରତିଯୋଗିତା ପ୍ରମୁଖ ଭୁମିକା ଗ୍ରହଣ କରିବ ବୋଲି ଓଏସ୍‌ବିଏ ପ୍ରତିନିଧି ନିଲୀନ କୁମାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ରିକେଟ ଜଗତରେ ଶୋକର ଛାୟା, ମାତ୍ର ୩୬ ବର୍ଷ ବୟସରେ ଚୀର ନିଦ୍ରାରେ ଶୋଇଗଲେ ଏହି ଆନ୍ତର୍ଜାତୀୟ ଅମ୍ପାୟାର

ନୂଆଦିଲ୍ଲୀ,୧୩।୧୦: ଜିମ୍ବାୱେ ମହିଳା କ୍ରିକେଟ ଦଳର ପୂର୍ବତନ ଦ୍ରୁତ ବୋଲର୍‌ ତଥା ଅମ୍ପାୟାର୍‌ ସାରା ଡାମ୍ବାନେଭାନାଙ୍କ ୩୬ ବର୍ଷ ବୟସରେ ପରଲୋକ ଘଟିଛି। ଦୀର୍ଘ ମାସ ଧରି…

ଇଂଲଣ୍ଡକୁ ବଡ଼ ଝଟକା: ଦୀର୍ଘ ସମୟ ପାଇଁ ଦଳରୁ ବାଦ ପଡ଼ିବେ ଜୋସ ବଟଲର୍‌? ହସ୍ପିଟାଲରୁ ଫଟୋ ଶେୟାର କରି କହିଲେ

ନୂଆଦିଲ୍ଲୀ,୧୩।୧୦: ବାମ ଗୋଡ଼ର ହ୍ୟାମଷ୍ଟ୍ରିଂ (hamstring) ଅସ୍ତ୍ରୋପଚାର ପରେ ଜୋସ ବଟଲର ଦୀର୍ଘ ସମୟ ପାଇଁ କ୍ରିକେଟରୁ ଦୂରେଇ ରହିବାର ସମ୍ଭାବନା ରହିଛି। ଇଂଲଣ୍ଡର ଏହି ୱିକେଟକିପର-ବ୍ୟାଟର…

ଡେବ୍ୟୁ ମ୍ୟାଚ୍‌ରେ ଇତିହାସ ରଚିଲେ ଏହି କ୍ରିକେଟର୍‌: ଭାଙ୍ଗିଲେ କୋହଲିଙ୍କ ରେକର୍ଡ

ନୂଆଦିଲ୍ଲୀ,୧୩।୧୦: କୌଣସି ଖେଳାଳିଙ୍କ ପାଇଁ ପ୍ରଥମ ଥର ଟେଷ୍ଟ ଦଳର ଅଧିନାୟକ ହେବା ଏକ ବଡ଼ ଆହ୍ବାନ। କିନ୍ତୁ ଆଫଗାନିସ୍ତାନର ରହମତ ଶାହ ଏହି ଦାୟିତ୍ୱକୁ ସ୍ମରଣୀୟ…

ବୈଭବଙ୍କ ରହସ୍ୟମୟ ପୋଷ୍ଟକୁ ନେଇ ହଇଚଇ: ଦେଲେ ଏଭଳି ସଙ୍କେତ, କ୍ରିକେଟ ଜଗତରେ ପଡିଗଲା ଚହଳ

ନୂଆଦିଲ୍ଲୀ, ୧୩।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ T20I ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ଖେଳିବାର ସୁଯୋଗ ମିଳିନାହିଁ। ଟିମ ଇଣ୍ଡିଆର ମ୍ୟାନେଜମେଣ୍ଟ ସଞ୍ଜୁ ସାମସନଙ୍କ ଉପରେ ଭରସା ଦେଖାଇଛି। ତେବେ…

୩୮ ବର୍ଷ ବୟସରେ ଟିମ୍‌ ବଦଳାଇଲେ ଏହି କ୍ରିକେଟର୍‌: ପ୍ରଥମ ମ୍ୟାଚ୍‌ରେ କଲେ ଚମତ୍କାର

ଚଣ୍ଡିଗଡ଼,୧୩।୧୦: ଭାରତୀୟ କ୍ରିକେଟ ଦଳରୁ ଦୀର୍ଘଦିନ ଧରି ବାହାରେ ଥିବା ଅଭିଜ୍ଞ ଦ୍ରୁତ ବୋଲର ଉମେଶ ଯାଦବ ରଣଜୀ ଟ୍ରଫି ୨୦୨୬-୨୭ ସରିଜ୍‌ରେ ଜବରଦସ୍ତ ଆରମ୍ଭ କରିଛନ୍ତି।…

IPLକୁ ଫେରିପାରନ୍ତି ଏହି ଖେଳାଳି; କେଉଁ ଫ୍ରାଞ୍ଚାଇଜ ତାଙ୍କ ପାଇଁ ଉପଯୁକ୍ତ ହେବ? ପୂର୍ବତନ କ୍ରିକେଟର୍‌ କହିଲେ…

ନୂଆଦିଲ୍ଲୀ,୧୩।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ବର୍ତ୍ତମାନ ପାଞ୍ଚ-ମ୍ୟାଚ ବିଶିଷ୍ଟ T20 ସିରିଜ ଚାଲିଛି, ଯେଉଁଥିରେ ଭାରତୀୟ ଦଳ ୨-୧ରେ ଆଗୁଆ ରହିଛି। ଏହି ସିରିଜର ଚତୁର୍ଥ…

ଦ୍ରାବିଡ଼-ସେହ୍ବାଗଙ୍କ ପୁଅଙ୍କ ମଧ୍ୟରେ ଜୋରଦାର ଲଢେଇ: ଜାଣନ୍ତୁ କିଏ ମାରିଲେ ବାଜି

ନୂଆଦିଲ୍ଲୀ,୧୩।୧୦: ଭାରତୀୟ କ୍ରିକେଟ୍‌ର ଦୁଇ ମହାନ ଖେଳାଳି ରାହୁଲ ଦ୍ରାବିଡ଼ ଓ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅଙ୍କ ମଧ୍ୟରେ କ୍ରିକେଟ ମଇଦାନରେ ଲଢ଼େଇ ଦେଖିବାକୁ ମିଳିଛି। ବିନୁ ମାଙ୍କଡ଼…

କ୍ରିକେଟ ଜଗତରେ ଖୁବ ଚର୍ଚ୍ଚା, କାହାକୁ ଭୁଲ ମାଗିଲେ ଆକୃତି? ନିର୍ବନ୍ଧ ଭାଙ୍ଗିବାର ୨୬ ଦିନ ପରେ ପୁଣି ଏକାଠି ହୋଇଛନ୍ତି ଆକୃତି ଅଗ୍ରୱାଲ-ପୃଥ୍ବୀ ଶ’

ନୂଆଦିଲ୍ଲୀ,୧୩।୧୦: ଭାରତୀୟ ଦଳର ଓପନର୍‌ ପୃଥ୍ବୀ ଶ’ଙ୍କ ମଙ୍ଗେତର (fianc଼e) ଆକୃତି ଅଗ୍ରୱାଲ ଗତ ସେପ୍ଟେମ୍ବର ୧୭ରେ ସେମାନଙ୍କ ନିର୍ବନ୍ଧ ଭାଙ୍ଗିଯାଇଥିବା ନେଇ ଘୋଷଣା କରିଥିଲେ। କିନ୍ତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?