ସରିଲା ଆସିକା ଲୋକ ସଭା, ୭ ବିଧାନସଭା ନିର୍ବାଚନ: ଇଭିଏମ୍‌ରେ ସିଲ୍‌ ହେଲା ୫୨ ପ୍ରାର୍ଥୀଙ୍କ ଭାଗ୍ୟ

ବ୍ରହ୍ମପୁର ଅଫିସ,୧୯ା୪-ସାଧାରଣ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଆସିକା ଲୋକ ସଭା ଆସନ ଓ ଏହା ଅଧୀନ ଖଲ୍ଲିକୋଟ, ପୋଲସରା, କବିସୂର୍ଯ୍ୟନଗର, ଆସିକା, ହିଞ୍ଜିଳି, ସାନଖେମୁଣ୍ଡି ଓ ସୋରଡ଼ା ବିଧାନସଭା କ୍ଷେତ୍ରରେ ଗୁରୁବାର ମତଦାନ ହୋଇଯାଇଛି। ଲୋକ ସଭା ନିର୍ବାଚନ ଲଢ଼ୁଥିବା ଭାଜପା ପ୍ରାର୍ଥିନୀ ଅନୀତା ଶୁଭଦର୍ଶିନୀ ପୋଲସରା ନିକଟ ଢ଼ୁଙ୍କାପଡ଼ା ଗ୍ରାମରେ ହୋଇଥିବା ବୁଥରେ ଭୋଟ ଦେଇଥିବା ବେଳେ ବିଜେଡି ପ୍ରାର୍ଥିନୀ ପ୍ରମିଳା ବିଶୋୟୀ ଆସିକା ନିକଟ ଚେରମାରିଆରେ ମତଦାନ କରିଥିଲେ। ତେବେ କଂଗ୍ରେସ ସମର୍ଥିତ ସିପିଆଇ ପ୍ରାର୍ଥୀ ରାମକୃଷ୍ଣ ପଣ୍ଡାଙ୍କ ନାମ ଭୁବନେଶ୍ୱରର ଭୋଟର ତାଲିକାରେ ଥିବାରୁ ସେ ମତଦାନ କରିପାରି ନ ଥିଲେ ।

ଅନ୍ୟ ୫ ପ୍ରାର୍ଥୀ ନିଜ ଅଞ୍ଚଳରେ ଭୋଟ ଦେଇଥିବା ଖବର ମିଳିଛି। ବିଜେଡି, ଭାଜପା, କଂଗ୍ରେସ ଓ ଅନ୍ୟ ଦଳର ବିଧାୟକ ପ୍ରାର୍ଥୀମାନେ ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ମତଦାନ କରିଥିଲେ ।

ପୋଲସରା ସହରାଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଓ ମାରପିଟ ହୋଇଥିବା ବେଳେ ସୋରଡ଼ା ନିର୍ବାଚନ ମଣ୍ଡଳୀର ଗୋଟିଏ ବୁଥରେ ଇଭିଏମ ଭଙ୍ଗାରୁଜା ହୋଇଥିବା କୁହାଯାଇଛି। ଅନ୍ୟ ବିଧାନସଭା କ୍ଷେତ୍ରରେ ଶାନ୍ତିପୂର୍ଣ୍ଣ ଭାବେ ଭୋଟ ଗ୍ରହଣ ହୋଇଥିବା ସରକାରୀ ସୂତ୍ରରୁ ଜଣାଯାଇଛି । ଅପରାହ୍ନ ୫ଟା ସୁଦ୍ଧା ପୋଲସରାରେ ୫୧.୫%, କବିସୂର୍ଯ୍ୟନଗର ୫୨%, ଖଲ୍ଲିକୋଟ ୫୧.୭%, ଆସିକା ୫୭.୬%, ସୋରଡ଼ା ୫୪.୬%, ସାନଖେମୁଣ୍ଡି ୫୫%, ହିଞ୍ଜିଳିରେ ୫୪.୮% ଏବଂ ସଂସଦୀୟ କ୍ଷେତ୍ରରେ ୫୩.୮% ମତଦାନ ହୋଇଛି ।

ସୂଚନାଯୋଗ୍ୟ, ଆସିକା ଲୋକ ସଭା ନିର୍ବାଚନ ଲଢ଼ୁଥିବା  ୭ ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସମୁଦାୟ ୫୨ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଯାଇଛି । ଅପରପକ୍ଷରେ ଏଥର ନିର୍ବାଚନରେ ମୁଖ୍ୟତଃ ବିଜେଡି ଓ ଭାଜପା ମଧ୍ୟରେ କଡ଼ା ମୁକାବିଲା ହୋଇଛି । ଜାତୀୟ ଦଳ କଂଗ୍ରେସ ପ୍ରାର୍ଥୀ ନ ଦେଇ ସିପିଆଇକୁ ସମର୍ଥନ କରିଛି ।

ସ୍ବାଧୀନତା ପରେ ୧୯୫୧-୫୨ରୁ ୨୦୧୪ ସୁଦ୍ଧା ହୋଇଥିବା ୧୬ ଲୋକ ସଭା ନିର୍ବାଚନ ମଧ୍ୟରୁ ଆସିକା ସଂସଦୀୟ କ୍ଷେତ୍ରରୁ ୬ କଂଗ୍ରେସ, ୫ ବିଜେଡି, ୩ ଜନତା ଦଳ ପ୍ରାର୍ଥୀମାନେ ନିର୍ବାଚିତ ହୋଇଛନ୍ତି। ଜଣେ ଲେଖାଏ  ସିପିଆଇ ଓ ସ୍ବାଧୀନ ପ୍ରାର୍ଥୀ ଏମ୍‌ପି ହୋଇଥିବା ନିର୍ବାଚନୀ ତଥ୍ୟ ରହିଛି। ଚଳିତ ବର୍ଷର ସପ୍ତଦଶ ଲୋକ ସଭା ନିର୍ବାଚନରେ ଆସିକା ଆସନରେ ପ୍ରଥମ କରି ୨ ମହିଳା ମଇଦାନକୁ ଓହ୍ଲାଇଛନ୍ତି। ଏସ୍‌ଏଚଜିର  ମହିଳା ପ୍ରମିଳା ବିଶୋୟୀଙ୍କୁ ବିଜେଡି ପ୍ରାର୍ଥୀ କରିଥିବା ବେଳେ ତାଙ୍କୁ ଟକ୍କର ଦେବା ପାଇଁ  ଅନୀତା ଶୁଭଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି ଭାଜପା।


Enter your email to get our daily news in your inbox.

All Right Reserved By Dharitri.Com

ସହାୟତା ବାହାନାରେ ଏଟିଏମ୍‌ କାର୍ଡ ବଦଳାଇ ଲୁଟୁଥିଲେ ଟଙ୍କା: ୨ ଆନ୍ତଃରାଜ୍ୟ ଅପରାଧୀଙ୍କୁ ଧରିଲା ଛତ୍ରପୁର ପୋଲିସ

ଛତ୍ରପୁର, ୧୭।୧୧(ଡି.ଏନ୍‌.ଏ.)- ରାଜ୍ୟର ବିଭିନ୍ନ ଜ଼ିଲାରେ ଏଟିଏମ୍‌ରୁ କାର୍ଡ ମାଧ୍ୟମରେ ଟଙ୍କା ଉଠାଣ ବେଳେ ଲୋକଙ୍କୁ ସହାୟତା ଆଳରେ ସେମାନଙ୍କ ଏଟିଏମ୍‌ କାର୍ଡ ବଦଳାଇ ଟଙ୍କା...

ସେଣ୍ଟ୍ରିଙ୍ଗ୍‌ ଖୋଲିବା ବେଳେ ଦୁର୍ଘଟଣା: ବିଦ୍ୟୁତ୍‌ ଆଘାତରେ ୨ ଘର ମାଲିକଙ୍କ ସମେତ ମିସ୍ତ୍ରି ମୃତ

ବ୍ରହ୍ମପୁର ଅଫିସ/କୁକୁଡ଼ାଖଣ୍ଡି,୨୨ା୭(ଡି.ଏନ.ଏ.)-ବ୍ରହ୍ମପୁର ଅଳକାପୁରୀ ୬ଷ୍ଠ ଲେନ୍‌ରେ ଏକ ନିର୍ମାଣାଧୀନ ଘର ଛାତ ସେଣ୍ଟ୍ରିଙ୍ଗ୍‌ ଖୋଲିବା ବେଳେ ରବିବାର ଅପରାହ୍ନରେ ଏକ ଦୁର୍ଘଟଣା ଘଟିଛି। ୧୧ କେଭି...

ଚିକିଟି ବିଧାନସଭାରେ କଡା ଟକ୍କର

ବ୍ରହ୍ମପୁର ଅଫିସ,୨୩।୫- ଚିକିଟି ବିଧାନସଭା ର୍ନିବାଚନ ମଣ୍ଡଳୀରେ ଭାଜପା ଏବଂ ବିଜେଡି ମଧ୍ୟରେ କଡା ଟକ୍କର ଚାଲିଛି। ପ୍ରଥମ ରାଉଣ୍ଡରେ ବିଜେଡିର ଉଷା ଦେବୀ ୨୩୩୩...

ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ

ଗୋପାଳପୁର,୪ା୯-ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ମଙ୍ଗଳବାର ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ଲାଗି ରହିଥିଲା। ମଙ୍ଗଳବାର ପୂର୍ବାହ୍ନରେ ଗୋପାଳପୁର ବନ୍ଦରରେ...

ଗଞ୍ଜାମ ଜିଲାପାଳଙ୍କ ନାମରେ ଫେକ୍‌ ହ୍ବାଟ୍ସଆପ୍‌

ବ୍ରହ୍ମପୁର ଅଫିସ,୮ା୭: ସାଇବର ଠକମାନେ ସାଧାରଣ ଲୋକଙ୍କୁ ଠକି ଟଙ୍କା ଲୁଟି ନେଉଥିବା ଘଟଣା ନେଇ ବାରମ୍ବାର ଥାନାରେ ଏତଲା ହେଉଛି। ହେଲେ ବର୍ତ୍ତମାନ ଗଞ୍ଜାମ...

ଆଇଆର୍‌ପିଏମ୍‌ ବିଭାଗର ଅନ୍‌ଲାଇନ୍‌ କ୍ଲାସ୍‌ ଆରମ୍ଭ: ଜୁମ୍‌ ଆପ୍‌ ଜରିଆରେ ଶିକ୍ଷାଦାନ

ବ୍ରହ୍ମପୁର ଅଫିସ,୧୦ା୪-କୋଭିଡ୍‌-୧୯ ମୁକାବିଲା ପାଇଁ ଜିଲାରେ ଲକ୍‌ଡାଉନ୍‌ ଜାରି ରହିଛି। ଏହାର ପ୍ରଭାବରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି ା ଏହି ସମୟରେ ଛାତ୍ରୀଛାତ୍ରଙ୍କୁ ଅନ୍‌ଲାଇନ୍‌ରେ...

ଭାଜପା ପକ୍ଷରୁ ବିଦ୍ୟୁତ୍‌ ଅଫିସ ଆଗରେ ବିକ୍ଷୋଭ

ବୁଗୁଡା,୧୯।୭(ଡି.ଏନ୍‌.ଏ.): ମହାମାରୀ କରୋନା ସଙ୍କଟ ସମୟରେ ରାଜ୍ୟ ସରକାରଙ୍କ ଅଘୋଷିତ ବିଦ୍ୟୁତ୍‌ କାଟ ଓ ଆହେତୁକ ଶୁଳ୍କ ବୃଦ୍ଧି ପ୍ରତିବାଦରେ ଗଞ୍ଜାମ ଜିଲା ବୁଗୁଡ଼ା ବିଦ୍ୟୁତ୍‌...

ସୁପରସ୍ପେଶାଲିଟି ସର୍ଜରି ବିଭାଗରୁ ଖସିଲା ସିଲିଂ

ବ୍ରହ୍ମପୁର ଅଫିସ,୩ା୪: ବ୍ରହ୍ମପୁର ବଡ ମେଡିକାଲ ସୁପରସ୍ପେଶାଲିଟି ବ୍ଲକରୁ ଲଗାତର ସିଲିଂ ଖସୁଛି। ପୁଣିଥରେ ସର୍ଜରି ବିଭାଗର ୫ ନମ୍ବର ୟୁନିଟ ପ୍ରବେଶ ପଥର ସିଲିଂ...

Advertisement
Archives

Model This Week