ସରକାରୀ ସୁବିଧାରୁ ବଁଚିତ୍‌ ଦିବ୍ୟାଙ୍ଗ ବୀଣା

ଜାମଟିକ୍ରା, ୯ା୧୨(ଡି.ଏନ୍‌.ଏ.)-
ବରଗଡ଼ ଜିଲା ଅତାବିରା ଏନ୍‌ଏସି ଅଧୀନ ୧୧ ନମ୍ବର ଓ୍ବାର୍ଡ ରେଙ୍ଗାଲିପାଲି କୁଡ଼ାପଡ଼ାର ଟିକେଶ୍ୱର ସାହୁ ଆର ତିଲୋତ୍ତମାକଁର ସାନ ଝି’ ବୀଣା ସାହୁ(୨୫)। ସେ ଜନ୍‌ମୁ ପୋଲିଓ ରୋଗ୍‌ରେ ପୀଡ଼ିତ ଅଛନ୍‌। ଏନ୍‌ତାଥି ଝି’ ବଡ଼ ହେଲା ଉତାରୁ ତାକର ସେବାରେ ମା’ବାପ୍‌ର ଦିନ୍‌ ବିତିଯାଉଛେ। ହେଲେ ବୀଣା ଆଏଜ୍‌ତକ ସବୁପରକାର ସରକାରୀ ସୁବିଧାରୁ ବଁଚିତ୍‌ ହେଇ ରହିଛନ୍‌।
ସୂଚନା ଅନ୍‌ସାରେ ରେଙ୍ଗାଲିପାଲି କୁଡ଼ାପଡ଼ାର ଟିକେଶ୍ୱର ସାହୁକଁର ପରିବାର କହେଲେ ମାଏକିନା ତିଲୋତ୍ତମା, ଦୁଇ ଝି’ ଆର ଗୁଟେ ପୁଓକେ ନେଇ ସଁସାର। ସାନ୍‌ ଝି’ ବୀଣା ଜନମ୍‌ ବେଲେ ପୋଲିଓ ରୋଗ୍‌ରେ ଆକ୍‌ରଁାତ ହେଇଥିଲେ। ସେଦିନ୍‌ଠାନୁ ତାକର ଦୁଇ ଗୋଡ଼ ଅଚଲ ହେଇଯାଇଛେ। ସେ ସମିଆରେ ମା’ବାପ୍‌ ବୀଣାକେ ଅନେକ ଡାକ୍‌ତରଖାନା ନେଇ ଚିକିଛା କରେଇ ନିରାଶ ହେଇଥିଲେ। ଏହେଦେ ବୀଣା ଗୁଟେ ପରକାର ମା’ବାପ୍‌ ଉପରେ ବୋଝ୍‌ ପାଲଟିଯାଇଛନ୍‌। ସେ ଚାଲି ନାଇଁ ପାରବାର, ଘେସ୍‌ରି ଘେସ୍‌ରି ଯିବାର ଆଏବାର କରୁଛନ୍‌। ମା’ ତିଲୋତ୍ତମା ବୀଣାର ଖିଆପିଆ, ଗଧାମଘା, ଝାଡ଼ାଝପଟ୍‌ ସବୁ କଥା ବୁଝୁଛନ୍‌। ଇଆଡ଼େ ପରିବାରର ସଁପତି କହେଲେ ୨ ଏକର ଜମି। ଏହେଦେ ବୀଣାର ବଏସ୍‌ ବଢ଼ବାର ଲାଗି ତାହାକୁ କେନ୍‌କେ ନେବାର ଆନ୍‌ବାରେ ବହୁତ୍‌ ଅସ୍‌ବିଧା ହେଉଛେ। ଆଏଜ୍‌ତକ ତାକର ଆଧାର କାର୍ଡ ତିଆର ନାଇଁ ହେଇପାରି। ଭିନେ ଭିନେ ଜାଗାରେ ମା’ବାପ୍‌ ବୀଣାର ଆଧାର କାର୍ଡ ଲାଗି ଅନ୍‌ଲାଇନ ଆବେଦନ କରି ନିରାଶ ହେଇଛନ୍‌। ସେନ୍‌ତା ବୀଣାର ପାସେ ଆଏଜ୍‌ତକ ଦିବ୍ୟାଙ୍ଗ ପରମାନପତର ବି ନଁାଇଁନ। ଇଆଡ଼େ ଆଧାର କାର୍ଡ ଅଭାବୁ ସେ ସବୁ ପରକାର ସରକାରୀ ଯୋଜନାରୁ ବଁଚିତ୍‌ ହେଇ ରହିଛନ୍‌। ବୀଣା ଝନେ ଦିବ୍ୟାଙ୍ଗ ଆର ଗୁଟେ ଗରିବ୍‌ ପରିବାରର ଝି’ ହେଇଥିଲେ ବି ଦିବ୍ୟାଙ୍ଗ ଭତା, ରାଶନ ସାମାନ, ତିନ୍‌ ଚକିଆ ସାଇକେଲ, ଦିବ୍ୟାଙ୍ଗ ପରମାନପତର, ଆଧାର କାର୍ଡ ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ଉପେ ଶୂଇନ୍‌ ମା’ବାପ୍‌ ଝି’କେ ସବୁପରକାର ସରକାରୀ ସବୁଧା ଯୁଗେଇ ଦେବାକେ ଗଣମାଧ୍ୟମ ଜରିଆରେ ରାଏଜ୍‌ ସରକାର ଆର ବରଗଡ଼ ଜିଲା ପରଶାସନକେ ଗୁହାରି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷାରେ ବି ବଢୁଛି ପର୍ଯ୍ୟଟକଙ୍କ ଭିଡ଼: ଦାରିଙ୍ଗବାଡ଼ି ପର୍ଯ୍ୟଟନ ବିକାଶ ପାଇଁ ନୂଆ ପଦକ୍ଷେପ

ଦାରିଙ୍ଗବାଡ଼ି,୪।୯(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡ଼ିକୁ ବର୍ଷତମାମ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର କରିବା ସହ ପର୍ଯ୍ୟଟନ କ୍ଷେତ୍ରର ଆହୁରି ବିକାଶ ଓ ରୂପାନ୍ତରଣ ପାଇଁ…

ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡିବସିଲା ବାରକୋଟ ପୋଲିସ, ୫୫ କେଜି…

ଦେବଗଡ,୪।୯(ଶଶାଙ୍କ ଶେଖର ଝାଙ୍କର): ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡିବସିଲା ବାରକୋଟ ଥାନା ପୋଲିସ । ଚଢାଉ କରାଯାଇ ଏକ ଡିଜାୟାର କାର ସହିତ ୫୫ କିଲୋଗ୍ରାମ…

ପମ୍ପ ଅପରେଟର ପାଇନାହାନ୍ତି ୬ ମାସର ପାରିଶ୍ରମିକ: ୭ରୁ କାର୍ଯ୍ୟବନ୍ଦ ଚେତାବନୀ

ଲୋଇସିଂହା, ୩ା୯: ଲୋଇସିଂହା ଏନ୍‌ଏସି ଅଧୀନ ଲୋଇସିଂହା ଓ ବୁର୍ଡା ଅଞ୍ଚଳରେ କାର୍ଯ୍ୟରତ ଏସିଏମ୍‌ ଓ ପାନୀୟଜଳ ପ୍ରକଳ୍ପର ପମ୍ପ ଅପରେଟରମାନେ ଦୀର୍ଘ ୬ ମାସ ଧରି…

ଟ୍ୟାକ୍ସ ଟାଣୁଛି ଟୋଲପ୍ଲାଜା, ଜୀବନ ନେଉଛି ରାଜପଥ: ନୀରବଦ୍ରଷ୍ଟା ସାଜିଛି ଏନ୍‌ଏଚ୍‌ଏଆଇ

ବରଗଡ଼,୪।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ଉପକଣ୍ଠ ଦେଇ ଯାଇଥିବା ୪ଲେନ୍‌ ବିଶିଷ୍ଟ ୫୩ ନମ୍ବର ଜାତୀୟ ରାଜପଥ ବେହାଲ୍‌ ହୋଇପଡ଼ିଛି। ରାଜପଥର ବିଭିନ୍ନ ସ୍ଥାନରେ ଖାଲଖମା ପୂରି ରହିଛି।…

୧୮ଦିନ ହେଲା ଘରକୁ ଫେରିନାହାନ୍ତି ଜୟଲାଲ: ଦଲାଲଙ୍କ ମାଧ୍ୟମରେ ଚିକିତ୍ସା ପାଇଁ ଯାଇଥିଲେ ଛତିଶଗଡ଼

ନୂଆପଡ଼ା,୪ା୯ (ମକାରୁ ବେମାଲ):ଜଣେ ଦଲାଲଙ୍କ ମାଧ୍ୟମରେ ଚିକିତ୍ସା ପାଇଁ ଛତିଶଗଡ଼ର ଦୁର୍ଗ ଅଞ୍ଚଳକୁ ଯାଇଥିବା ନୂଆପଡା ଜିଲାର ଜଣେ ଯୁବକ ୧୮ଦିନ ହେଲା ଘରକୁ ଫେରିନାହାନ୍ତି। ଏହାକୁ…

କଳାହାଣ୍ଡି ଜିଲାରେ ଶିକ୍ଷାର ବିକଳ ଚିତ୍ର: ୩୮୨୦ ଡ୍ରପ୍‌ଆଉଟ ଛାତ୍ରୀଛାତ୍ର

ଭବାନୀପାଟଣା, ୪ା୯(ଉତ୍ତମ କୁମାର ଦାଶ):ଶିକ୍ଷାର ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାଗଣାରେ ଛାତ୍ରୀଛାତ୍ରଙ୍କୁ ବହି,…

ଜମନକିରା ବ୍ଲକରେ ହାତୀ ଉପଦ୍ରବ: ଏକର ଏକର ଧାନ କ୍ଷେତ ଉଜୁଡ଼ିଲା, ଚିନ୍ତାରେ ଚାଷୀକୂଳ

ଜମନକିରା,୪।୯(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ବ୍ଲକ ଅଞ୍ଚଳରେ ହାତୀପଲଙ୍କ ଉପଦ୍ରବ ଏବେ ଚରମ ସୀମାରେ ପହଞ୍ଚିଛି । ବିଶେଷ କରି ବଡ଼ରମା ବନ୍ୟପ୍ରାଣୀ ରେଞ୍ଜ…

ମିଳୁନି ମୌଳିକ ସୁବିଧା, ଚଟାଣରେ ବସି ପଢ଼ୁଛନ୍ତି ପିଲା: ୪୬ ଛାତ୍ରୀଛାତ୍ରଙ୍କ ପାଇଁ ୨ ଶିକ୍ଷକ

ଗଞ୍ଜାମ, ୪ା୯ (ଅନାଥ ତରାଇ):ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମ ପ୍ରବେଶ ପଥ ନିକଟରେ ଥିବା ପୁଇଁତୋଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦୀର୍ଘଦିନ ଧରି ଭିତ୍ତିଭୂମି ଅଭାବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri