ସରକାରୀ ନିର୍ଦ୍ଦେଶ ଉଲ୍ଲଙ୍ଘନ: କଟକଣା ସତ୍ତ୍ୱେ ବଜାରରେ ଲୋକଙ୍କ ଭିଡ଼

ବସ୍ତା,୨୫।୩(ଡି.ଏନ୍‌.ଏନ୍‌.): ମହାମାରୀ କରୋନା ସଂକ୍ରମଣ ଭୟକୁ ରୋକିବାକୁ ନେଇ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରୁଛନ୍ତି ଲୋକେ। ଏହି ଭୂତାଣୁ ନ ବ୍ୟାପିବା ନେଇ ରାଜ୍ୟ ସରକାରଙ୍କ କଟକଣାକୁ କିଛି ଲୋକ ହେୟ ମନେ କରୁଥିବା ବସ୍ତା ତଥା ଏହାର ଆଖପାଖ ଅଞ୍ଚଳରେ ଦେଖିବାକୁ ମିଳିଛି । ପୋଲିସ ପ୍ରଶାସନ ବାରମ୍ବାର ସଚେତନତା କରୁଥିଲେ ମଧ୍ୟ ପାଟ୍ରୋଲିଂ ଗାଡ଼ି ଚାଲିଯିବା ପରେ ପୂର୍ବଭଳି ଅବସ୍ଥା ରହୁଛି। ଏଭଳି ପରିସ୍ଥିତିରେ ଠିକାଦାରମାନେ ଶ୍ରମିକମାନଙ୍କୁ ନେଇ ସରକାରୀ ଓ ବେସରକାରୀ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି। ସରକାରୀ କାର୍ଯ୍ୟାଳୟ ସବୁ ଏକରକମର କାମଚଳା ଭଳି ହେଉଥିବା ବେଳେ ଠିକାଦାରମାନେ ଶ୍ରମିକଙ୍କୁ କାର୍ଯ୍ୟରେ ଲଗାଇବା କେତେଦୂର ସମୀଚୀନ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି। ସେହିପରି ବର୍ତ୍ତମାନ ସମୟରେ ଅସାଧୁ ବ୍ୟବସାୟୀମାନେ କଳାବଜାର କରି ବେଶ୍‌ ଫାଇଦା ଉଠାଉଛନ୍ତି। ପନିପରିବା ଦର ମଧ୍ୟ ଆକାଶଛୁଆଁ ହୋଇଛି। ଘଣ୍ଟାକୁ ଘଣ୍ଟା ଦର ବୃଦ୍ଧି ଯୋଗୁ ଖାଉଟିମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଏନେଇ ଯୋଗାଣ ବିଭାଗ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁଢ଼ାରଜା ଦୈନିକ ବଜାରକୁ ଯାନ ଚଳାଚଳ ବନ୍ଦ

ସମ୍ବଲପୁର, ୩୦।୩ (ବ୍ୟୁରୋ)- କରୋନା ଭୂତାଣୁ ସବୁ କ୍ଷେତ୍ର ଲାଗି କଟକଣା ଆଣି ଦେଇଛି। ପ୍ରତିଷେଧକ ଭାବେ ଜନସାଧାରଣ ଏହାକୁ ମାନୁଛନ୍ତି । ଏହି କ୍ରମରେ...

ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ କରୋନା ସଂକ୍ରମିତ

ବାସୁଦେବପୁର, ୩।୫: ପୂର୍ବତନ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ତଥା ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବିଧାୟକ ବିଜୟଶ୍ରୀ ରାଉତରାୟ କରୋନା ସଂକ୍ରମିତ ହୋଇଛନ୍ତି।...

ଖୋଲିଲା କପା ମଣ୍ଡି: ସପ୍ତାହକୁ କିଣା ହେବ ୫ ଦିନ

କଣ୍ଟାବାଞ୍ଜି,୨୧ା।୧(ଡି.ଏନ.ଏ.): ବଲାଙ୍ଗୀର ଜିଲାପାଳ ଚଞ୍ଚଲ ରାଣା ସୋମବାର କଣ୍ଟାବାଞ୍ଜି ନିୟନ୍ତ୍ରିତ ବଜାର କମିଟି ମୁଖ୍ୟ ପ୍ରାଙ୍ଗଣରେ କପାମଣ୍ଡିର ଶୁଭ ଉଦ୍‌ଘାଟନ କରିଛନ୍ତି। ଏଠାରେ ସୋମବାର, ମଙ୍ଗଳବାର,...

୫୮ ପ୍ରଧାନମନ୍ତ୍ରୀ ଆବାସ କଟିଲା, ବିଡିଓଙ୍କୁ ଘେରିଲେ ହିତାଧିକାରୀ

କେନ୍ଦୁଝର,୧୮ା୧(ସ୍ବ.ପ୍ର.): ହରିଚନ୍ଦନପୁର ବ୍ଲକ ତେନ୍ତଳାପଶି ପଞ୍ଚାୟତର (୨ ଏବଂ ୩ ନମ୍ବର ଓ୍ବାର୍ଡ) ବଡ଼କମଣ୍ଡରା ଗ୍ରାମକୁ ପୁରୁଣା ତାଲିକାରେ ୯୧ଟି ଘର ମଞ୍ଜୁର ହେଇଥିବା ବେଳେ...

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ: ଲୋକେ ଜାଳିଦେଲେ ଟ୍ରକ୍‌

ସମ୍ବଲପୁର,୧୪ା୯(ବ୍ୟୁରୋ): ସମ୍ବଲପୁର-ସୋନପୁର ରାଜ୍ୟ ରାଜପଥର ସମ୍ବଲପୁର ଜିଲା ଧମା ଥାନା ଛଚାନପାଳି ଗ୍ରାମ ନିକଟରେ ମଙ୍ଗଳବାର ରାତିରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ବାଇକ୍‌କୁ ଏକ...

କନ୍ଧମାଳ ଜିଲା କମ୍ପ୍ୟୁଟର ଶିକ୍ଷକ ସଂଘର ଆନ୍ଦୋଳନ ଚେତାବନୀ

ବାଲିଗୁଡ଼ା,୨୨।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ନିକଟସ୍ଥ ସାରଙ୍ଗଡ଼ସ୍ଥିତ ସଦ୍‌ଭାବନା ଗୃହ ପରିସରରେ ଜିଲା ଆଇସିଟି ବିଦ୍ୟାଳୟ ସଂଯୋଜକ ସଂଘ ତଥା କମ୍ପ୍ୟୁଟର ଶିକ୍ଷକ ସଂଘର ସଭାପତି...

ରାସ୍ତାରେ ଦଳିଦେଲା ହାତୀ

ବାରିପଦା ଅଫିସ,୩୦ା୪: ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଅଧୀନ ଛଚିନାପଦାରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଖବର ପାଇ ବନ କର୍ମଚାରୀ...

ଦୁର୍ଘଟଣାରେ ଆଖିବୁଜିଲା ନାବାଳକ: ଉତ୍ତ୍ୟକ୍ତ ଲୋକଙ୍କ ଥାନା ଘେରାଉ

ସମ୍ବଲପୁର, ୨୮।୧୧(ବ୍ୟୁରୋ): ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ଆଶାପାଲି ସ୍କୁଲ ନିକଟରେ ଶନିବାର ପୂର୍ବାହ୍ନରେ ଏକ ଜିପ୍‌ ଧକ୍କାରେ ୭ ବର୍ଷର ନାବାଳକର ଘଟଣାସ୍ଥଳରେ ମୃତ୍ୟୁ...

Advertisement
Archives

Model This Week