ସରକାରଙ୍କ ନିକଟରୁ ପହଞ୍ଚିଲା ଚିଠି: ଅନୁଗୋଳର ୩୫୫ ମେଧାବୀଙ୍କୁ ମିଳିବ ଲାପ୍‌ଟପ୍‌

ବନ୍ତଳା, ୮ା୧୨(ଡି.ଏନ.ଏ.) ୨୦୧୮ ଶିକ୍ଷାବର୍ଷରେ ଯୁକ୍ତ ୨ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଅନୁଗୋଳ ଜିଲାର ପ୍ରାୟ ୩୫୫ ଜଣ ମେଧାବୀ ଛାତ୍ରୀଛାତ୍ରଙ୍କୁ ସରକାରଙ୍କ ପକ୍ଷରୁ ଲାପ୍‌ଟପ ଯୋଗାଇ ଦିଆଯିବ। ଏ ସମ୍ପର୍କିତ ଚିଠି ଶନିବାର ଅନୁଗୋଳ ସ୍ବୟଂଶାସିତ ମହାବିଦ୍ୟାଳୟରେ ପହଞ୍ଚିଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଅନୁଗୋଳ ଜିଲାର ୮ଟି ବ୍ଲକ, ୨ଟି ମ୍ୟୁନିସିପାଲିଟି, ଗୋଟିଏ ଏନ୍‌ଏସିରେ ଥିବା ୩୨ଟି ସରକାରୀ/ବେସରକାରୀ ମହାବିଦ୍ୟାଳୟର ୩୫୫ ଜଣ ମେଧାବୀ ଛାତ୍ରୀଛାତ୍ର ରାଜ୍ୟ ସରକାରଙ୍କଠାରୁ ଲାପ୍‌ଟପ୍‌ ଗ୍ରହଣ କରିବାକୁ ମନୋନୀତ ହୋଇଛନ୍ତି। ବିଭିନ୍ନ ବର୍ଗ ଓ ବିଭାଗ ଅନୁଯାୟୀ ମେଧାବୀ ଚୟନ ନିମନ୍ତେ ନିର୍ଦ୍ଦିଷ୍ଟ କଟ୍‌ଅଫ୍‌ ମାର୍କକୁ ମାନଦଣ୍ଡ ଭାବେ ରଖାଯାଇଥିବା ବେଳେ ଚଳିତ ମାସରେ ଏହି ଲାପଟପ ବଣ୍ଟନ କରାଯିବ। ଜିଲାର ଏହି ମେଧାବୀମାନଙ୍କ ମଧ୍ୟରେ ସର୍ବାଧିକ ଛାତ୍ରୀଛାତ୍ର ଅନୁଗୋଳ ସ୍ବୟଂଶାସିତ ଯୁକ୍ତ ୨ ମହାବିଦ୍ୟାଳୟର ଥିବା ଜଣାପଡ଼ିଛି। ଏହି ମହାବିଦ୍ୟାଳୟର ୧୦୩ ଜଣ ଛାତ୍ରୀଛାତ୍ର ତାଲିକାରେ ଥିବାବେଳେ ବନ୍ତଳା ଶ୍ରୀଚନ୍ଦ୍ରଶେଖର ଜୁନିୟର ମହାବିଦ୍ୟାଳୟ କଳା ଓ ବିଜ୍ଞାନରେ ୧୬ ଜଣ, ତଳମୂଳ ଆଞ୍ଚଳିକ ମହାବିଦ୍ୟାଳୟର ୨, ଅଙ୍ଗପଡା ଆଞ୍ଚଳିକ ମହାବିଦ୍ୟାଳୟର ୩, ଅନୁଗୋଳ ମହିଳା ମହାବିଦ୍ୟାଳୟର ୧୩, ଆଠମଲ୍ଲିକ ଜୁନିୟର ମହାବିଦ୍ୟାଳୟର ଜଣେ, ଛେଣ୍ଡିପଦା ବାପୁଜୀ ମହାବିଦ୍ୟାଳୟର ୮, ଅନୁଗୋଳ ସା ମହାବିଦ୍ୟାଳୟର ୨, ବଇଣ୍ଡା ଜନତା ମହାବିଦ୍ୟାଳୟର ୫, କିଶୋରନଗର କଲେଜର ୨୩, କୋଶଳା କଲେଜର ଜଣେ ଛାତ୍ରୀଛାତ୍ର ରହିଛନ୍ତି। ସେହିପରି ପାଲଲହଡ଼ା ମାଲ୍ୟଗିରି କଲେଜର ୧୦, ପରାବିଲ ପବିତ୍ରନଗର କଲେଜର ୨, ଅଇଡା ପଇଁଚକୂଳ କଲେଜର ୪, ଜରପଡା ପତିତପାବନ କଲେଜର ୫ ଜଣ ମେଧାବୀଙ୍କୁ ମନୋନୀତ କରାଯାଇଛି। ନାଲ୍‌କୋନଗର ସରସ୍ବତୀ ବିଦ୍ୟାମନ୍ଦିର ମହାବିଦ୍ୟାଳୟର ୧୫, ମାଧପୁର ସତ୍ୟବାଦୀ ମହାବିଦ୍ୟାଳୟର ୩, ତାଳଚେର ଶିଳ୍ପାଞ୍ଚଳ ମହିଳା ମହାବିଦ୍ୟାଳୟର ଜଣେ, ତାଳଚେର ଟିଟିପିଏସ୍‌ ଥର୍ମାଲ ମହାବିଦ୍ୟାଳୟର ୧୬, ତାଳଚେର ସ୍ବୟଂଶାସିତ ଜୁନିୟର କଲେଜର ୨୪ ଜଣ ଏହି ତାଲିକାରେ ରହିଛନ୍ତି। ସେହିପରି ଖମାର ଉତ୍କଳମଣି ଗୋପବନ୍ଧୁ କଲେଜର ୭ ଜଣ, ତାଳଚେର ସାଉଥ ବଲଣ୍ଡା ନୀଳକଣ୍ଠେଶ୍ୱର କଲେଜର ଜଣେ, ମହର୍ଷି ନାଚୁରାଲ ଓ ଆଇନ ମହାବିଦ୍ୟାଳୟର ଜଣେ, ନାଲ୍‌କୋନଗର ରିଜିଓନାଲ କଲେଜ କୁଲାଡ଼ର ଜଣେ, ଅନୁଗୋଳ ଶିମିଳିପଡା ବିନାୟକ ମହାବିଦ୍ୟାଳୟର ୨୯ ଜଣ, ଗଡ଼ତଳ କଲେଜର ୨ ଜଣ, ଅନୁଗୋଳ ମହିମା ଜ୍ୟୋତି ମହାବିଦ୍ୟାଳୟର ୧୦ ଜଣ ଏହି ପୁରସ୍କାର ପାଇଁ ଚୟନ ହୋଇଛନ୍ତି। ଓମ୍‌ ବିଦ୍ୟାଭାରତୀ ରେସିଡେଣ୍ଟାଲ କଲେଜର ୧୬ ଜଣ, ଅନୁଗୋଳ ଶିମିଳିପଡା ସିଦ୍ଧି ବିନାୟକ କଲେଜର ୧୨, ଖଲାରୀ ଶ୍ରୀ ଅରବିନ୍ଦ ବିଜ୍ଞାନ ଓ କମର୍ସ ମହାବିଦ୍ୟାଳୟର ୫, ତାଳଚେର ହାଣ୍ଡିଧୂଆଁ ବାସୁଦେବ ମହାବିଦ୍ୟାଳୟର ୮, ଅନୁଗୋଳ ଶ୍ରୀରାମଦେବ କଲେଜର ଜଣେ ଏବଂ ସଂସ୍କୃତ ଓ ଭୋକେଶନାଲରେ ୫ଜଣ ରାଜ୍ୟ ସରକାରଙ୍କଠାରୁ ଲାପ୍‌ଟପ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏ ବିଷୟରେ ଅନୁଗୋଳ ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଉଦୟ ନାଥ ବେହେରା କୁହନ୍ତି, ଶନିବାର ସରକାରଙ୍କ ପକ୍ଷରୁ ଚିଠି ଆସିଛି। ଜିଲାର ପ୍ରାୟ ୩୫୫ ମେଧାବୀ ଲାପ୍‌ଟପ ପାଇବା ପାଇଁ ଚିଠିରେ ଉଲ୍ଲେଖ ରହିଛି। ପ୍ରତ୍ୟେକ ମହାବିଦ୍ୟାଳୟକୁ ଚିଠି କରାଯିବ। ପରୀକ୍ଷା ପରେ ଡିସେମ୍ବର ୧୭ରୁ ୩୧ ମଧ୍ୟରେ ଲାପଟପ୍‌ ବଣ୍ଟନ କରାଯିବ। ଏହା ପୂର୍ବରୁ ଛାତ୍ରୀଛାତ୍ରଙ୍କୁ ଜଣାଇ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ରୋଗୀସେବା ଦାବି, ୧୨ ଘଣ୍ଟିଆ ତାଳଚେର ବନ୍ଦ

ତଳଚେର,୮।୫(ମନୋଜ ନନ୍ଦ): ଅନୁଗୋଳ ଜିଲା ତଳଚେର ପବିତ୍ର ମୋହନ ମେଡିକାଲ କଲେଜରେ ରୋଗୀ ସେବା ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳିତ ହୋଇଛି । ଆଗରୁ କ୍ରିୟାନୁଷ୍ଠାନ…

ସ୍ପଞ୍ଜ ଆଇରନ କାରଖାନାରେ ବଡ଼ ଅଘଟଣ, ଚାଲିଗଲା ୩ ଶ୍ରମିକଙ୍କ ଜୀବନ

ଅନୁଗୋଳ,୫।୫(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ଜିଲା ନିଶା ଥାନା ଅଞ୍ଚଳରେ ଥିବା ମେଟାଲିକ ସ୍ପଞ୍ଜ ଆଇରନ ପ୍ଲାଣ୍ଟରେ ବଡ଼ ଧରଣର ଦୁର୍ଘଟଣା ହୋଇଛି । ୩ ଜଣ ଶ୍ରମିକଙ୍କ…

କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡିଗଲେ ମହିଳା, ଦଳିଦେଲା ଦନ୍ତା

ମାଧପୁର,୪।୫(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ମାଧପୁର ପଂଚାୟତ ଅଧୀନ ମାଧପୁର ଗ୍ରାମର ଜଣେ ମହିଳା ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି । ମୃତ ମହିଳା…

ପ୍ରେମିକଙ୍କ ଆତ୍ମହତ୍ୟାର ୨୪ ଘଣ୍ଟା ପରେ ଓଢ଼ଣିରେ ଝୁଲିପଡ଼ିଲେ ୧୩ ବର୍ଷୀୟା ପ୍ରେମିକା

ଅନୁଗୋଳ,୨୬।୪(ଦିବ୍ୟଶାନ୍ତନୁ ନାଥ): ମାତ୍ର ୧୩ ବର୍ଷ ବୟସରେ ସଂସାର କରିବାକୁ ଘରୁ ଗୋଡ଼ କାଢ଼ିଥିଲେ। ୨୩ ବର୍ଷୀୟ ପ୍ରେମିକଙ୍କ ହାତଧରି ମୁମ୍ୱାଇ ଚାଲିଯାଇଥିଲେ। ହେଲେ ପ୍ରେମିକଙ୍କ ମା’…

ମୋ ପ୍ରେମିକାଙ୍କୁ ଡାକ, ନଚେତ୍‌ ମୁଁ… ପ୍ରେମ ପାଇଁ ଗଛ ଉପରେ ନାବାଳକ

ଅନୁଗୋଳ,୨୩ା୪ (ଜ୍ୟୋତିରଞ୍ଜନ ସାହୁ):ନାବାଳିକା ପ୍ରେମିକାଙ୍କୁ ଦେଖାକରିବାକୁ ନ ଦେଲେ ଆତ୍ମହତ୍ୟା କରିଦେବି। ବେକରେ ଗାମୁଛା ବାନ୍ଧି ଝୁଲିପଡ଼ିବି। ଏକ ଗଛର ୧୦୦ ଫୁଟ୍‌ ଉପରୁ ଜଣେ ନାବାଳକ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri