ସମ୍ବଲପୁରରେ ୩୦ରୁ ୩ ଶିକ୍ଷାନୁଷ୍ଠାନକୁ ଅଗ୍ନିଶମ ବିଭାଗର ନୋଟିସ୍‌

ସମ୍ବଲପୁର,୨୭ା୫ (ବ୍ୟୁରୋ): ଗୁଜରାଟ ସୁରଟରେ ଏକ କୋଚିଂ ସେଣ୍ଟରରେ ନିଆଁ ଲାଗି ୨୦ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ଦେଶ ଓ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ ପ୍ରତି ସରକାରୀ ଓ ପ୍ରଶାସନିକ ସ୍ତରରେ ଦୃଷ୍ଟି ପଡିଛି। ଏଭଳି ଘଟଣାର ଯେଭଳି ପୁନରାବୃତ୍ତି ନ ଘଟେ ସେଥିପ୍ରତି ଏବେ ସମସ୍ତଙ୍କ ନଜର ରହିଛି। ଏହିକ୍ରମରେ ଦେଖିଲେ ସମ୍ବଲପୁର ସହରରେ ଅନେକ ସ୍କୁଲ, କଲେଜ ସହିତ କୋଚିଂ ସେଣ୍ଟର ରହିଛି । ହେଲେ ଏଗୁଡିକ ମଧ୍ୟରୁ ଅଧିକାଂଶ ଅନୁଷ୍ଠାନ ସରକାରୀ ନିୟମ ପାଳନ କରୁ ନ ଥିବା ଅଭିଯୋଗ ହେଉଛି । ଅଧିକାଂଶ ଭଡା ଘର ଓ ନିଜ ବାସଗୃହରେ ବିଭିନ୍ନ ନାମଦେଇ କୋଚିଂ ସେଣ୍ଟର, ହଷ୍ଟେଲ ଓ ଚ୍ୟାମ୍ବରମାନ ଚଳାଉଛନ୍ତି । ଛାତ୍ରୀଛାତ୍ରଙ୍କଠାରୁ ମୋଟା ଅଙ୍କର ଟଙ୍କା ନେଉଥିବା ବେଳେ ସେମାନଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଉ ନ ଥିବା ଅଭିଯୋଗ ହେଉଛି । ନିୟମ ଅନୁସାରେ କୌଣସି ଜନଗହଳି ବସ୍ତି କିମ୍ବା ପଡାରେ ବ୍ୟବସାୟିକ ଭିତ୍ତିକ ଅନୁଷ୍ଠାନ କଲେ ଅଗ୍ନିଶମ ବିଭାଗ ପକ୍ଷରୁ ସାର୍ଟିଫିକେଟ ନେବା ନିହାତି ଆବଶ୍ୟକ ରହିଛି ା ହେଲେ ସମ୍ବଲପୁରରେ ଥିବା ଶିକ୍ଷାନୁଷ୍ଠାନଗୁଡିକର ଚାରି ପାଖରେ ଜନବସତି ରହିଛି। ଚଉଡା ରାସ୍ତା ନାହିଁ। ଘରଦ୍ୱାର ରହିଛି । ଫଳରେ କୌଣସି ଅଘଟଣ ଘଟିଲେ ଅଗ୍ନିଶମ ବିଭାଗର ଗାଡି ଯାଇ ପାରିବ ନାହିଁ। ଏପରିକି ନିଅଁାକୁ ଆୟତ୍ତ କରିବାରେ ସ୍ଥାନୀୟ ଲୋକ ମଧ୍ୟ ସହଯୋଗ କରି ପାରିବେ ନାହିଁ । ଅନ୍ୟପଟେ ଘର ଗୁଡିକ ମଧ୍ୟ ବାସଗୃହ ଢାଞ୍ଚାରେ ତିଆରି ହୋଇଛି। ତେଣୁ ନିଅଁା ଲାଗିଲେ ଅଧିକ କ୍ଷତି ହେବା ଆଶଙ୍କା ରହୁଛି ା ଅନେକ କୋଚିଂ ସେଣ୍ଟର, ଚ୍ୟାମ୍ବର, ହଷ୍ଟେଲ ଭଳି ଅନୁଷ୍ଠାନ ଅଗ୍ନିଶମ ବିଭାଗ ପକ୍ଷରୁ ଏନଓସି ନେଇ ନ ଥିବା ଜଣା ପଡିଛି। ଏଣୁ ପ୍ରଶାସନ ଓ ଅଗ୍ନିଶମ ବିଭାଗ ପକ୍ଷରୁ ବେଆଇନ ଭାବେ ଚାଲିଥିବା ଏହି ସବୁ ହଷ୍ଟେଲ ଓ ଚ୍ୟାମ୍ବର ଉପରେ ଚଢାଉ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ। ନ ହେଲେ ସୁରଟ ଭଳି ଅଘଟଣ ଘଟିପାରେ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ।
ସମ୍ବଲପୁର ସହରରେ ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟ (ଜିଏମୟୁ), ମହିଳା କଲେଜ ଓ ବଡ ବଡ ନାମି ଘରୋଇ କଲେଜ ଓ କୋଚଂ ସେଣ୍ଟର ଗୁଡିକ ରହିଛି ଏହି ଶିକ୍ଷାନୁଷ୍ଠାନ ଗୁଡିକରେ ପାଠ ପଢ଼ିବା ପାଇଁ ଜିଲା ଓ ଜିଲା ବାହାରୁ ଛାତ୍ରୀଛାତ୍ର ଆସୁଛନ୍ତି । କଲେଜରେ ପଢିବା ସହ କୋଚିଂ ସେଣ୍ଟରରେ ନାମ ଲେଖାଇଥାନ୍ତି । ଏହାର ସୁଯୋଗ ନେଇ ଚ୍ୟାମ୍ବର କରିଥିବା ମାଲିକମାନେ ଅଧିକ ଫି ନିଅନ୍ତି । ହେଲେ ଆବଶ୍ୟକ ସୁବିଧା ଦେଇ ନ ଥାନ୍ତି । ସେହିଭଲି ଝିଅମାନଙ୍କ ପାଇଁ ହଷ୍ଟେଲ ଓ ଚ୍ୟାମ୍ବରରେ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଉ ନାହିଁ । ସିକ୍ୟୁରିଟି ଗାର୍ଡ, ମହିଳା ୱାଡେନ୍‌ ନିୟୋଜିତ କରାଯାଇ ନାହିଁ । ଘର ମାଲିକ ନିଜେ ୱାଡେନ ଭାବେ କାମଚଳା ଦାୟିତ୍ୱ ତୁଲାଉଛନ୍ତି । ଏହି ଚ୍ୟାମ୍ବରଗୁଡିକରେ ବିଜୁଳି, ପାଣିର ସମସ୍ୟା ରହୁଛି । ଏପରିକି ଭଡା ଆଶାରେ ଗୋଟିଏ କୋଠରୀରେ ଅଧିକ ସଂଖ୍ୟାରେ ଛାତ୍ରୀଛାତ୍ରଙ୍କୁ ରଖାଯାଉଛି । ଗୋଟିଏ ବେଡ୍‌ରେ ୨ଜଣ ରହୁଛନ୍ତି। ପଢ଼ିବା ପାଇଁ ଟେବୁଲ ଚେୟାର ଯୋଗାଇ ଦିଆ ଯାଉନି। ଫଳରେ ପିଲାଙ୍କ ପାଠ ପଢ଼ାରେ ବାଧା ସୃଷ୍ଟି ହୋଇଥାଏ । ତେବେ ଏ ସମ୍ପର୍କରେ ଅଗ୍ନିଶମ ବିଭାଗ ଅଧିକାରୀ ଜିତେନ୍ଦ୍ର କୁମାର ଦାସ କହିଛନ୍ତି ଯେ, ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରାୟ ୩୦ଟି କୋଚିଂ ସେଣ୍ଟରର ତାଲିକା କରାଯାଇଛି । ୩ ଜଣଙ୍କୁ ନୋଟିସ ମଧ୍ୟ କରାଯାଇଛି । ସମସ୍ତଙ୍କୁ ନୋଟିସ୍‌ ଜାରି କରାଯିବ । କୋଚିଂ ସେଣ୍ଟର ଗୁଡିକୁ ଯାଇ ଯାଞ୍ଚ କରାଯିବ । ସେହପରି ହଷ୍ଟେଲ ଓ ବେଇନଭାବେ ଚାଲୁଥିବା ଚ୍ୟାମ୍ବର ଗୁଡିକରେ ମଧ୍ୟ ଅଗ୍ନିଶମ ବିଭାଗ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଉପରେ ଯାଞ୍ଚ କରିବ । ଏହାର ବ୍ୟତିକ୍ରମ ଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇ ୩୧ ଯାଏ ସମ୍ବଲପୁର ଶଟ୍‌ଡାଉନ୍‌

ସମ୍ବଲପୁର, ୨୧।୭(ବ୍ୟୁରୋ): କରୋନା ସଂକ୍ରମଣ ରୋକିବା ପାଇଁ ସମ୍ବଲପୁର ଜିଲାକୁ ୧୦ ଦିନ ସଟ୍‌ଡାଉନ ଘୋଷଣା କରିଛନ୍ତି ଜିଲାପାଳ। ବୁଧବାରଠାରୁ ଜୁଲାଇ ୩୧ ଯାଏ ଏହି...

କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର : ୪ ସହପାଠୀ ଛାତ୍ର ଅଟକ, ପୋଲିସ ତନାଘନା

ସୁନ୍ଦରଗଡ଼, ୧୬।୭ (ଡି.ଏନ୍‌.ଏ.) -ସୁନ୍ଦରଗଡ଼ ଜିଲା ବାଲିଶଙ୍କରା ବ୍ଲକ ଅଞ୍ଚଳରେ ଥିବା ଏକ କଲେଜର ଜଣେ ଯୁକ୍ତ ୩ ଶ୍ରେଣୀ ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ...

ରାସ୍‌ତା ତରାର ଜୀବନ୍‌: ନାଗରିକ୍‌ର ପରିଚଏ ଖୁଜୁଛେ ବାରବୁଲା ପରିବାର

ଗଣ୍ଡତୁରୁମ, ୨୭।୬ (ଡି.ଏନ୍‌.ଏ.):  ମୁନୁଷ୍‌ ବଁଚ୍‌ବାକେ ହେଲେ ଖାଏଦ୍‌, କପଡ଼ା, ଘର ଖଁଡ଼େ ନିହାତି ଦରକାର। ଇଥିରଲାଗି ସରକାର ଗରିବ୍‌ ଦୁଖିକର ଲାଗି ଅନେକ୍‌ ଯୋଜନା...

ଧାର୍ଯ୍ୟ ଲକ୍ଷ୍ୟ ହାସଲ ପାଇଁ ଯତ୍ନବାନ ହେବାକୁ ନିର୍ଦ୍ଦେଶ

ସୋନପୁର,୨୧।୭(ନି.ପ୍ର.) ମୋ ସ୍କୁଲ ଅଭିଯାନ, ଗାରିମା ପୁରସ୍କାର ଓ ସବୁଦିନ ଯିବା ସ୍କୁଲ କାର୍ଯ୍ୟକ୍ରମ ସମ୍ପର୍କରେ ସୋନପୁର ବ୍ଲକସ୍ତରୀୟ ପ୍ରଧାନଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମହାରାଜା...

ଭିସୁଟ୍‌ରେ ର଼୍ୟାଗିଂ

ସମ୍ବଲପୁର,୨୩ା୮(ବ୍ୟୁରୋ):ସମ୍ବଲପୁର ଜିଲା ବୁର୍ଲା ବୀରସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍‌)ରେ ର଼୍ୟାଗିଂ ଭିଡିଓ ଭାଇରାଲ ହୋଇଛି। ପ୍ରଥମ ବର୍ଷର ଛାତ୍ରମାନଙ୍କୁ ସିନିୟର ଛାତ୍ରମାନେ ର଼୍ୟାଗିଂ କରୁଥିବା...

ପୋଲିସ ହାବୁଡରେ ଅମାନିଆ ବାଇକ ଚାଳକ

ସମ୍ବଲପୁର, ୯।୪ (ବ୍ୟୁରୋ): କରୋନା କଟକଣା ନେଇ ଜିଲା ପ୍ରଶାସନ ଓ ପୋଲିସ ଗୁରୁବାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦ୍ୱିତୀୟ ଦିନରେ ପହଞ୍ଚତ୍ଛି ।...

ସମାଜ ଲାଗି ଉଦାହରନ୍‌ ସାଜିଛନ୍‌ ହଳ ଆର ରାତ୍ର

ଅତାବିରା, ୧୭।୭ (ଡି.ଏନ୍‌.ଏ): ଆମର ସମାଜରେ ଅନେକ ଲୋକ୍‌ ପିଲାଛୁଆ ବିହାଚୁରା କରିସାଏଲେ, ଚାକରିରୁ ଅବସର ନେଲେ ଘରେ ବସି ରହୁଛନ୍‌। ଯେନ୍‌ଥିରଲାଗି ବିନା କାମ୍‌ଧଁଦାରେ...

କଣ୍ଡରାପାଟ ପୀଠରେ ଛତରଯାତ୍ରା ବନ୍ଦ

ସମ୍ବଲପୁର,୧୯ା୪(ବ୍ୟୁରୋ)-ସମ୍ବଲପୁର ସହର ଉପକଣ୍ଠ ଝାଙ୍କରପାଲି କଣ୍ଡରାପାଟ ପୀଠରେ ହେବାକୁ ଥିବା ଛତରଯାତ୍ରା ତଥା ଅକ୍ଷୟତୃତୀୟା ପର୍ବ ପାଳନ କରାଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି। ଫଳରେ...

Advertisement
Archives

Model This Week