ସମ୍ପାଦକୀୟ/ବୁଦ୍ଧି ଲୋଡ଼ା

ଚଳିତବର୍ଷ ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ପାଇଥିବା ଭାରତୀୟ-ଆମେରିକୀୟ ଅଭିଜିତ୍‌ ବାନାର୍ଜୀ ୨୨ ଅକ୍ଟୋବରରେ ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ୍‌ ଆଲୋଚନା କରିଛନ୍ତି। ଏହି ଅବସରରେ ଅଭିଜିତ୍‌ଙ୍କ ମାନବ ସମ୍ବନ୍ଧୀୟ ସଶକ୍ତୀକରଣ ଲାଗି ଥିବା ଆଭିମୁଖ୍ୟକୁ ପ୍ରଧାନମନ୍ତ୍ରୀ ଟୁଇଟ୍‌ ଜରିଆରେ ପ୍ରଶଂସା କରିଛନ୍ତି। ତେବେ ମୋଦିଙ୍କୁ ସାକ୍ଷାତ୍‌ କରି ଫେରିବା ପରେ ଗଣମାଧ୍ୟମକୁ ଅଭିଜିତ୍‌ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସତର୍କ କରାଇ ଦିଆଯାଇଥିବାରୁ ସେ କୌଣସି ବିବୃତି ଦେବାକୁ ଚାହୁଁନାହାନ୍ତି। ସେ ଗଣମାଧ୍ୟମକୁ ଅନ୍ୟ ଏକ କଥା ମଧ୍ୟ କହିଛନ୍ତି। ତାଙ୍କୁ କୁଆଡ଼େ ମୋଦି ବିରୋଧୀ ଭାବେ ଚିତ୍ରଣ କରିବାକୁ ଗଣମାଧ୍ୟମ ଆଗେଇ ଆସିଛି ବୋଲି ପ୍ରଧାନମନ୍ତ୍ରୀ କଥାବାର୍ତ୍ତା ବେଳେ କୌତୂହଳରେ କହିଥିଲେ। ଯେତେବେଳେ ଏଭଳି ଦୁଇ ଜଣ ବିଶିଷ୍ଟ ବ୍ୟକ୍ତି ଆଲୋଚନା କରନ୍ତି, ସେତେବେଳେ ସାଧାରଣରେ ବିଶ୍ୱାସ କରାଯାଏ ଯେ, ଜଣେ ଅନ୍ୟ ଜଣଙ୍କୁ ସଦ୍‌ବୁଦ୍ଧି ଦେଇଥିବେ। ଏଭଳି ବାର୍ତ୍ତାଳାପରେ ଯିଏ ଅପରପକ୍ଷକୁ ଅଧିକ ଜ୍ଞାନରେ ପ୍ରଭାବିତ କରିପାରିଲେ, ତାହା ଦ୍ୱାରା ସମାଜର ମଙ୍ଗଳ ଘଟିବାର ସମ୍ଭାବନା ରହିଛି। ଏହାକୁ ସହଜରେ କହିବାକୁ ଗଲେ ଯଦି ମୋଦି ତାଙ୍କର ଅର୍ଥନୈତିକ ନୀତିର ‘ସଫଳତା’କୁ ବିଶ୍ଳେଷଣ କରି ବାନାର୍ଜୀଙ୍କୁ ବୁଝାଇ ଦେଇପାରିଲେ, ତେବେ ନୋବେଲ ବିଜେତାଙ୍କ ଦକ୍ଷତା ସମ୍ପର୍କରେ ପ୍ରଶ୍ନ ଉଠିପାରେ। ଅନୁରୂପ ଭାବେ ଯଦି ଅଭିଜିତ୍‌ ତାଙ୍କର ଅର୍ଥନୈତିକ ଗବେଷଣାରୁ ଆହରଣ କରିଥିବା ଜ୍ଞାନ ଦ୍ୱାରା ପ୍ରଧାନମନ୍ତ୍ରୀଙ୍କୁ ପ୍ରଜ୍ଞା ଦେଇ ପ୍ରଭାବିତ କରିଥିବେ, ତେବେ ଭାରତର ମଙ୍ଗଳ ହେବାର ସୂତ୍ର ମିଳିପାରେ। ଏହା ନିଃସନ୍ଦେହରେ କୁହାଯାଇପାରେ ଯେ, ନିର୍ବାଚନୀ ରାଜନୀତି, ତାହା ମାଧ୍ୟମରେ ଲୋକପ୍ରିୟତା ହାସଲ କରିବାର ପଦ୍ଧତି ଏବଂ ପ୍ରଶାସନିକ ଅଭିଜ୍ଞତାରେ ମୋଦିଙ୍କ ଦଖଲ ଅଛି। ଅପରପକ୍ଷରେ ଅନ୍ତର୍ଜାତୀୟ ଅର୍ଥନୈତିକ ଭିତ୍ତିଭୂମି ସମ୍ପର୍କିତ ଜ୍ଞାନ ନୋବେଲ ବିଜେତା ଅଭିଜିତ୍‌ଙ୍କ ଅଧିକ ରହିଛି।
ଭାରତର ଏକ ବିରାଟବଡ଼ ଦୁଃଖ ରହିଛି, ଯାହାକୁ ଆମେ ସ୍ବୀକାର କରୁନାହୁଁ। ଭାରତର ଦୁଃଖ ହେଲା, ଏହି ଦେଶରେ କୌଣସି ଯୋଗ୍ୟ ବ୍ୟକ୍ତି ଅର୍ଥନୈତିକ ବ୍ୟବସ୍ଥାରେ ମିଶିକରି ରହିପାରୁନାହାନ୍ତି। ଏହାଫଳରେ ଯିବାଆସିବା ଲାଗି ରହିଛି। ଅନ୍ୟପଟେ ଭାରତରେ ଜନ୍ମ ନେଇ ଅନେକ ଅର୍ଥନୀତିଜ୍ଞ ଏବେ ସମଗ୍ର ପୃଥିବୀରେ ନିଜ ବୁଦ୍ଧିର ପ୍ରଭାବ ବିସ୍ତାର କରିଛନ୍ତି। ଅଭିଜିତ୍‌ ବାନାର୍ଜୀଙ୍କ ସମେତ ରଘୁରାମ ରାଜନ୍‌, ଗୀତା ଗୋପୀନାଥ୍‌ଙ୍କ ଭଳି ଅନେକ ଭାରତୀୟ ବିଦେଶରେ ରହିଥିବା ସତ୍ତ୍ୱେ ଏହି ଦେଶର ପାଣିପବନ ସହିତ ଅତି ଭଲ ଭାବେ ସଂଶ୍ଳିଷ୍ଟ। ଅବସୋସର ବିଷୟ ହେଉଛି ଯେ, ଆମର ରାଜନେତା ଓ ଅମଲାତନ୍ତ୍ରୀମାନେ ଏହି ଦେଶର ଅର୍ଥନୈତିକ ମଙ୍ଗ ଧରେଇବାକୁ ଚାହୁଁନାହାନ୍ତି, ଯାହାଫଳରେ କୌଣସି ଚିନ୍ତାଧାରାକୁ ପ୍ରୟୋଗ କରିବା କିମ୍ବା ଅଭିଜ୍ଞ ବ୍ୟକ୍ତିଙ୍କଠାରୁ ଉଚିତ ସମୟରେ ଉପଦେଶ ନେବା ଆମ ବ୍ୟବସ୍ଥା ଦ୍ୱାରା ଗ୍ରହଣୀୟ ହେଉନାହିଁ। ଏଥିଯୋଗୁ ଆମର ଲାଗୁ କରାଯାଉଥିବା ନୀତି ନିୟମ ବାସ୍ତବତାଠାରୁ ଯଥେଷ୍ଟ ଦୂରରେ ରହୁଛି। କଥାରେ କୁହାଯାଉଛି, ଉଡ଼ାଜାହାଜ ପଡ଼ିଆ, ବନ୍ଦର, ବୃହତ୍‌ ଶିଳ୍ପ ଇତ୍ୟାଦି ନିର୍ମାଣ କରାଗଲେ ଦେଶର ଉନ୍ନତି ଘଟିବ। କିନ୍ତୁ ଯଦି ଗୋଟିଏ ବର୍ଷାଋତୁ ଦୁର୍ବଳ ପଡ଼ିଯାଉଛି, ତେବେ ଜାତୀୟ ସେନ୍‌ସେକ୍ସ ଆଣ୍ଠେଇ ପଡ଼ୁଛି। ଏଥିରୁ ଜଣାପଡ଼ୁଛି ଯେ, ଭାରତୀୟ ଭିତ୍ତିଭୂମି ଏବଂ ଶିଳ୍ପ ନିଜ ଭବିଷ୍ୟତ ନିର୍ଦ୍ଧାରଣ କରିବାରେ ଆଜିପର୍ଯ୍ୟନ୍ତ ବିଫଳ। କୃଷି ଏବଂ ଗ୍ରାମ୍ୟ ଅର୍ଥନୀତି ଯୋଗୁ ଏହି ଦେଶ ତିଷ୍ଠିଛି। କେନ୍ଦ୍ର ଓ ସବୁ ରାଜ୍ୟ ସରକାରଙ୍କ ବଜେଟ ଦେଖିଲେ ସେଗୁଡ଼ିକର ଦିଗ ସାଧାରଣତଃ ସହରାଭିମୁଖୀ। ବଡ଼ ଶିଳ୍ପ, ଖଣି ଏବଂ ଭିତ୍ତିଭୂମି ନିର୍ମାଣ ପ୍ରତି ଅଧିକ ବ୍ୟୟବରାଦ କରାଯାଉଥିବା ବେଳେ ଲୋକଙ୍କ ମେରୁଦଣ୍ଡ ସୁଦୃଢ଼ ଦିଗରେ ଧ୍ୟାନ ଦିଆଯାଉନାହିଁ। କେବଳ କଥାରେ କୁହାଯାଉଛି, ଭାରତୀୟ ଅର୍ଥନୀତି କୃଷିଭିତ୍ତିକ। କିନ୍ତୁ ଅର୍ଥନୀତିକୁ ଦେଖିଲେ ସ୍ପଷ୍ଟ ଜଣାପଡ଼େ, ସେଥିରେ ଘଟୁଥିବା ପରିବର୍ତ୍ତନ ଦେଶକୁ ତଳକୁ ଟାଣିନେଉଛି। ତେଣୁ କୁହାଯାଇପାରେ ଯେ, କୌଣସି ଅର୍ଥନୈତିକ ପରିକଳ୍ପନା କରା ନ ଯାଇ ଯେଉଁ ପ୍ରକାରର ଚିନ୍ତାହୀନ ପଦକ୍ଷେପଗୁଡ଼ିକ ନିଆଯାଉଛି, ତାହାଫଳରେ ଭାରତୀୟ ଅର୍ଥନୀତି ଅଧିକରୁ ଅଧିକ ଦୁର୍ବଳ ହେବାରେ ଲାଗିଛି। ଏହି ସମୟରେ ଅଭିଜିତ୍‌ଙ୍କ ଭଳି ବିଶେଷଜ୍ଞମାନଙ୍କ ସାହାଯ୍ୟ ଲୋଡ଼ାଯିବା ଅତ୍ୟନ୍ତ ଆବଶ୍ୟକ। କିନ୍ତୁ ଆମର କେନ୍ଦ୍ରମନ୍ତ୍ରୀମାନେ ଅଭିଜିତ୍‌ଙ୍କ ବ୍ୟକ୍ତିତ୍ୱକୁ ବାମପନ୍ଥୀ ଚିନ୍ତାଧାରାର କହି ତାଙ୍କ ବିଶ୍ୱସନୀୟତାକୁ କ୍ଷତି ପହଞ୍ଚାଇବାରେ ଅଧିକ ବ୍ୟସ୍ତ। ସକାରାତ୍ମକ ମନୋଭାବ ରଖିଥିବା ବ୍ୟକ୍ତି ନିଜର ଦୋଷତ୍ରୁଟିକୁ ସ୍ବୀକାର କରିବାରେ ଭୟ କରେନାହିଁ। ସେଭଳି ବ୍ୟକ୍ତିଙ୍କୁ ଖୋଜି ପାଇବା ଆଜିର ଭାରତରେ କଷ୍ଟକର ହୋଇପଡ଼ୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri