Posted inଫୁରସତ

ସମସ୍ତଙ୍କଠାରୁ ଭିନ୍ନ ଦେଖାଯିବା ଲାଗି ଗ୍ରେସ୍‌ଙ୍କ ଅଜବ କାମ: ପୂରା ଶରୀରରେ କଲେ ଟାଟୁ, ଦୁଇଫାଳ କଲେ ଜିଭ

ସୁନ୍ଦର ଦେଖାଯିବା ଲାଗି ମହିଳାମାନେ ବିଭିନ୍ନ ଉପାୟ ଅବଲମ୍ବନ କରିଥା’ନ୍ତି। ଭିନ୍ନ ଭିନ୍ନ ପ୍ରସାଧନ ସାମଗ୍ରୀଠାରୁ ଆରମ୍ଭ କରି ଟାଟୁ କରିବା, ସର୍ଜରି କରିବାକୁ ସେମାନେ ପଛାନ୍ତି ନାହିଁ। କିନ୍ତୁ ସମସ୍ତଙ୍କଠାରୁ ଅଲଗା ଦେଖାଯିବା ଲାଗି ଜଣେ ମହିଳା ଏଭଳି କିଛି କରିଛନ୍ତି, ଯାହା ଶୁଣିଲେ ଆପଣ ବିଶ୍ୱାସ ନ କରିପାରନ୍ତି। ତେବେ ଯୁବତୀ ଜଣଙ୍କ ହେଉଛନ୍ତି ଗ୍ରେସ୍‌ ନ୍ୟୁଟ୍ରଲ। ତାଙ୍କୁ ଏବେ ୨୫ ବର୍ଷ। ପେସାରେ ସେ ଜଣେ ଟାଟୁ ଡିଜାଇନର।

ଗ୍ରେସ୍‌ଙ୍କୁ ଯେତେବେଳେ ୨୧ ବର୍ଷ ହୋଇଥିଲା, ସେତେବେଳେ ସେ ନିଜ ଜିଭକୁ ଦୁଇଫାଳ କରି କାଟି ଦେଇଥିଲେ। ଏହା ତାଙ୍କୁ ଅନେକ ଯନ୍ତ୍ରଣା ଦେଇଥିଲେ ମଧ୍ୟ ଭିନ୍ନ ଦେଖାଯିବା ଜିଦ୍‌ରେ ଏଭଳି ସେ କରିଛନ୍ତି। ଏହାଛଡ଼ା ତାଙ୍କ କାନକୁ କଣ୍ଟା ଭଳି କରିବା ସହ ଆଖି ପିତୁଳାର ରଙ୍ଗକୁ ନୀଳ କରିଛନ୍ତି। ସେ ଟାଟୁ ଆର୍ଟିଷ୍ଟଙ୍କ ସହାୟତାରେ ନିଜର ପୂରା ଶରୀରରେ ଟାଟୁ କରିବାକୁ ପଛାଇ ନାହାନ୍ତି, କେବଳ ତାଙ୍କ ମୁହଁକୁ ଛାଡ଼ି। କେବଳ ଏତିକି ନୁହେଁ ନିଜ ନାଭିକୁ ସର୍ଜରି କରି ଲୁଚାଇବାକୁ ପଛାଇନାହାନ୍ତି। ଏହି ଖବର ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଲୋକମାନେ ଯୁବତୀଙ୍କ ନିଶାକୁ ନେଇ ଭିନ୍ନ ପ୍ରତିକ୍ରିୟା ରଖୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟିମ ଇଣ୍ଡିଆ ପାଇଁ ବିପଦ ସୃଷ୍ଟି କରିବେ ଏହି ପାକିସ୍ତାନୀ ଖେଳାଳି! IND vs PAK ମ୍ୟାଚ ପୂର୍ବରୁ ବଡ଼ ଭବିଷ୍ୟବାଣୀ କଲେ…

ନୂଆଦିଲ୍ଲୀ,୧୩।୨: ୨୦୨୬ ଟି-୨୦ ବିଶ୍ୱକପରେ ଟିମ ଇଣ୍ଡିଆ ତା’ର ପ୍ରଭାବଶାଳୀ ପ୍ରଦର୍ଶନ ଜାରି ରଖିଛି। ନାମ୍ବିଆ ବିପକ୍ଷ ମ୍ୟାଚରେ ଟିମ ଇଣ୍ଡିଆ ୯୬ ରନର ବିଶାଳ ବ୍ୟବଧାନରେ…

କଲେଜ ପାଇଁ ଗୌରବ ଆଣିଲେ ଏନ୍‌ସିସି ନାଭାଲ ଓ୍ବିଙ୍ଗର କ୍ୟାଡେଟ୍‌ ହିମେଶ

ଭଞ୍ଜନଗର,୧୩ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଏନ୍‌ସିସି ନାଭାଲ ଓ୍ବିଙ୍ଗ୍‌ର କ୍ୟାଡେଟ ହିମେଶ କୁମାର ଜେନା ଗତ ସାଧାରଣତନ୍ତ୍ର ଦିବସରେ…

ଗାଁରେ ଦନ୍ତା ଆତଙ୍କ, ଗୋଟିଏ ପରିବାରର ୪ ଜଣଙ୍କ ସମେତ ୬ଜଣଙ୍କୁ ଦଳିଦେଲା

ରାଞ୍ଚି,୧୩।୨: ଝାଡ଼ଖଣ୍ଡ ହଜାରିବାଗ ଜିଲା ଗଣ୍ଡୱାର ଗାଁରେ ଦନ୍ତା ଆତଙ୍କ । ଗୁରୁବାର ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ୬ ଜଣଙ୍କର ଦୁଃଖଦ ମୃତ୍ୟୁ ଘଟିଛି ।…

ତାରିକ ରହମାନଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ଚେଷ୍ଟା କଲାଣି ପାକିସ୍ତାନ ସହ ଆମେରିକା

ଢାକା,୧୩।୨: ବାଂଲାଦେଶ ନିର୍ବାଚନରେ ବିଏନପିର ବିପୁଳ ବିଜୟ ପରେ, ବିଶ୍ୱର ଧ୍ୟାନ ଢାକା ଉପରେ କେନ୍ଦ୍ରିତ। ତାରିକ ରହମାନ ବାଂଲାଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି। ଏହି ସମୟରେ,…

ବାଡ଼ିରେ କାମ କରୁଥିଲେ ଚାଷୀ, ହଠାତ୍‌ ପଛପଟୁ ଆସି ଦଳିଦେଲା ହାତୀ

ଭବାନୀପାଟଣା,୧୩ା୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଚାଞ୍ଚେର ପଞ୍ଚାୟତର ପିରୁଙ୍ଗଗୁଡ଼ା ଗ୍ରାମରୁ ଶୁକ୍ରବାର ସକାଳୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି।…

୧୦ ବର୍ଷରେ ପରେ ଏହି କାମ କରିଦେଲେ ହାର୍ଦ୍ଦିକ ପାଣ୍ଡ୍ୟା: ଶେଷରେ…

ନୂଆଦିଲ୍ଲୀ,୧୩।୨: ଟିମ ଇଣ୍ଡିଆ ଲଗାତାର ଦ୍ୱିତୀୟ ଥର ପାଇଁ ଟି-୨୦ ବିଶ୍ୱକପ ଜିତିବା ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଛି। ଗତଥର ଭାରତୀୟ ଦଳ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ…

ରଣବୀର ସିଂହଙ୍କୁ ହତ୍ୟା ନୁହେଁ, ଏମିତି ଧମକ ଦେଲେ ବିଷ୍ନୋଇ ଗ୍ୟାଙ୍ଗ, କହିଲେ..

ମୁମ୍ବାଇ,୧୩।୨: ଚଳଚ୍ଚିତ୍ର ନିର୍ମାତା ରୋହିତ ଶେଟ୍ଟୀଙ୍କ ଘର ବାହାରେ ଗୁଳିକାଣ୍ଡ ପରେ, ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ବଲିଉଡ ଅଭିନେତା ରଣବୀର ସିଂହ ଏବଂ ରୋହିତ ଶେଟ୍ଟୀଙ୍କୁ ଏକ…

କୁମ୍ଭ ରାଶିରେ ଚତୁର୍ଗ୍ରହୀ ଯୋଗ, ଦୁର୍ଲଭ ସଂଯୋଗରୁ ଲାଭବାନ୍ ହେବେ ଏହି ୩ ରାଶି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗ୍ରହମାନେ ସମୟ ସମୟରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଗୋଚର କରନ୍ତି । ଏହି ସମୟ ମଧ୍ୟରେ, ଗ୍ରହମାନେ ଅନ୍ୟ ଗ୍ରହମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri