ସମସିଆ ଘେରରେ ଭୋଇପାଲିବାସୀ: ନଲ୍‌ଚୁଆଁରୁ ବାହାରୁଛେ ଦୂଷିତ୍‌ ପାଏନ୍‌

ସମ୍ବଲପୁର,୬ା୬(ବ୍ୟୁରୋ)- ସମ୍ବଲପୁର ମହାନଗର ନିଗମରେ ସାମିଲ ହେଇଥିବାର ୧୨ଟା ପଁଚେତ୍‌ବାସୀ ଅନେକ ସମସିଆରେ ବୁଡ଼ି ରହିଛନ୍‌। ବଡ଼ଭାରି ହିସାବେ ମହାନଗର ନିଗମର ସୀମାନାରେ ଥିବାର ଗାଁବାସୀମାନେ ସରକାରୀ ସୁବିଧା ସୁଯୋଗରୁ ବଁଚିତ୍‌ ହେଉଛନ୍‌। ରାସ୍‌ତାଘାଟ, ଆବାସ ଯୋଜନା, ପେନସନ ଯୋଜନା, ପିଇଲା ପାଏନ୍‌ ସମସିଆ ଲେଖେଁ ଅନେକ ସମସିଆ ସଂଗେ ଯୁଝୁଛନ୍‌। ମହାନଗର ନିଗମର ୪୦ ନଂ. ଓ୍ବାର୍ଡର ଭୋଇପାଲି ଇ ଭିତରୁ ଗୁଟେ ଆଏ। ଏହେଦେ ଇ ଗାଁରେ ପିଇଲା ପାଏନ୍‌ଟା ମୁଖିଆ ସମସିଆ ହେଇଛେ। ଗାଁରେ ଥିବାର ନଲ୍‌ଚୁଆଁ ରୁ ପୋକ୍‌ ଆର ଲୁହାଗୁଁଡ଼ ମିଶା ଦୂଷିତ ପାଏନ୍‌ ବାହାରୁଛେ। ପାଏନ୍‌ ବେଭାର କଲା ଲେଖେଁ ଅବସ୍‌ତାରେ ନାଁଇଁନ। ହେଲେ ଗାଁବାସୀ ଉପେ ଶୂଇନ୍‌ ହେଇ ଇ ପାଏନ୍‌କେ ଖାଏବା ପିଇବା, ରଁଧାବଢ଼ାରେ ବେଭାର କରୁଥିବାର ଗାଁର ମହିଲାମାନେ କହିଛନ୍‌। ସେମାନେ ଆହୁରି କହିଛନ୍‌ ଯେ, ଇ ନଲ୍‌ଚୁଆଁ ସମସିଆ ବାବ୍‌ଦେ ଜନସ୍ବାସ୍ଥ୍ୟ ବିଭାଗ ଅଫିସକେ ଯାଇ ଦୁଇଥର ଅଭିଯୋଗ ପତର ଦେଇଛୁଁ। ମରାମତି କାମ୍‌ ହେଇଯିବା ବଲି ସେମାନେ କଥା ଦେଇଥିଲେ। ହେଲେ ଆଏଜ୍‌କେ ମାସେରୁ ଅଧ୍‌କା ହେଲା କାହାରି ଦେଖାଦରଶନ୍‌ ନାଇଁ ମିଲବାର ବଲି ସେମାନେ ଅଭିଯୋଗ କରିଛନ୍‌। ଆମେ ପାଏନ୍‌ ଲାଗି ବଡ଼ା ଗୁଲଗୁଲା ହେଉଛୁଁ, ଆଘ କେନାଲ ଆର ବଁଧର ପାଏନ୍‌ ଉପରେ ଭରସା କରୁଥିଲୁଁ। ହେଲେ ଏହେଦେ ସେ ସବୁ ଶୁଖା ପଡ଼ିଛେ। ଯେତେ ଜଲଦି ହେବା ପରଶାସନ ସମସିଆର ସମାଧାନ ଦିଗେ ପଦକ୍ଷେପ ନେଉ, ନାଇଁ ହେଲେ ଆଏବାର ଦିନେ ଉଲଗୁଲାନର ଡାକ୍‌ରା ଦିଆଯିବା ବଲି ଗାଁବାସୀ ଚେତାବନୀ ଦେଇଛନ୍‌। ଇତାର ବାହାରେ ଗାଁର ବଁଧ୍‌ର ପୁନରୁଧାର କରି ଥାୟୀଭାବେ ପାଏନ୍‌ ସମସିଆର ସମାଧାନ କରାଯାଉ, ରାସ୍‌ତାଘାଟ ମରାମତି କରାଯାଉ, ସର୍ଭେ କରି ହକ୍‌ଦାର ହିତାଧିକାରୀମାନକୁ ପେନସନ ଦେବାର ବେବସ୍‌ତା କରାଯାଉ ବଲି ଥାନୀୟ ମହିଳା ସଂଗଠନର ସଦସ୍ୟ ପୂର୍ଣ୍ଣିମା ମୁଣ୍ଡା ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ସୋନପୁରରୁ ନିରଞ୍ଜନ ପୂଜାରୀ ଆଗୁଆ

ସୋନପୁର,୨୩।୫: ସୋନପୁର ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ନିରଞ୍ଜନ ପୂଜାରୀ ଆଗୁଆ ରହିଛନ୍ତି। ୭ମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ନିରଞ୍ଜନ ୪୭୧୮ ଖଣ୍ଡ ଭୋଟ...

ପଁଚେତ୍‌ର ସମସିଆ ବାବ୍‌ଦେ ବିଡିଓକୁଁ ଦାବିପତର

ଜାମଟିକ୍ରା, ୨।୭ (ଡି.ଏନ୍‌.ଏ.): ଅତାବିରା ବ୍ଲକ ଅମଲିପାଲି ପଁଚେତ୍‌ର ପାଖାପାଖି ୭୦ ଭାଗ୍‌ ଲୋକ ଅନୁସୂଚୀତ ଜାତି ଆର ଜନଜାତି ବରଗର ଆଏ। ୧୨ଟା ଓ୍ବାର୍ଡକେ...

ସ୍ତ୍ରୀଙ୍କୁ ନିର୍ଯାତନା ଦେଇ ଜେଲ୍‌ ଗଲେ ଜେଇ

ରେଢାଖୋଲ, ୧୯।୪(ଡି.ଏନ.ଏ.): ସ୍ତ୍ରୀଙ୍କୁ ଯୌତୁକଜନିତ ନିର୍ଯାତନା ଦେବା ଅଭିଯୋଗରେ ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକରେ କାର୍ଯ୍ୟରତ ଗ୍ରାମ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ବିଭୁପ୍ରସାଦ ବେହେରା...

ହୀରାକୁଦ ଡ୍ୟାମ୍‌ର ୧୨ ଗେଟ୍‌ ଖୋଲିଲା

ସମ୍ବଲପୁର ଅଫିସ,୧୭ା୮: ଉପରମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ହୀରାକୁଦ ଡ୍ୟାମ୍‌ର ଜଳପତ୍ତନ ବୃଦ୍ଧି ପାଇଛି। ଫଳରେ ୧୨ଟି ଗେଟ୍‌ ମଧ୍ୟ ଦେଇ ଜଳ ନିଷ୍କାସିତ ହେଉଛି।...

ବିପଦ୍‌ ଅବସ୍‌ତାରେ ବାଲସି ସ୍ବାସ୍ଥ୍ୟସେବା କେନ୍ଦ୍ର

କେସିଙ୍ଗା, ୨୮।୫ (ଡି.ଏନ୍‌.ଏ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବାର ବାଲସି ସ୍ବାସ୍ଥ୍ୟସେବା କେନ୍ଦ୍ର ବହୁତ ବଛର ହେଲା...

ବରଯାତ୍ରୀ ସହ କନ୍ୟାଘରେ ପହଞ୍ଚିଲେ ମହାଦେବ:ଦେବଦମ୍ପତିଙ୍କ ବିବାହ ସମ୍ପନ୍ନ

ସମ୍ବଲପୁର, ୮ା୬ (ବ୍ୟୁରୋ): ଜ୍ୟେଷ୍ଠ ମାସ ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ ଦେବ ଦେବ ମହାଦେବ ବରାତିରେ ନଗର ପରିକ୍ରମା କରି କନ୍ୟାଘରେ ପହଞ୍ଚିଥିଲେ। ଏଥିସହ ଷଷ୍ଠୀ...

କିଡ଼୍‌ନୀ ରୋଗ୍‌ରେ ପୀଡ଼ିତ ୬ ବଛ୍‌ରିଆ ଛୁଆ: ଚିକିତ୍ସା ଲାଗି ଟଁକା ବାଧକ୍‌

ଜୁନାଗଡ,୧୨।୫(ଡି.ଏନ୍‌.ଏ.):  କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ କୁଲିହାରୀ ଗାଁର ଧନେଶ୍ୱର ବାଗକଁର ୬ ବଛର୍‌ର ପୁଓ ସୁରେନ୍ଦ୍ର ୪ ବଛର ହେଲା କିଡ଼୍‌ନୀ ରୋଗ୍‌ରେ ପୀଡ଼ିତ...

ଷ୍ଟାଡିୟମ ସୁରକ୍ଷାରେ ବାଉଁଶ ବାଡ଼

ସମ୍ବଲପୁର,୧୩ା୧(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୯ରେ ସମ୍ବଲପୁର ଗସ୍ତରେ ଆସିଥିବାବେଳେ ବିଜୁ ଯୁବ ବାହିନୀ ସମାବେଶରେ ଯୋଗଦେଇ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ ଉନ୍ନତି ପାଇଁ ୩...

Advertisement
Archives

Model This Week