ସମସିଆରେ ଦିବ୍ୟାଙ୍ଗ ପରିବାର: ରିପୋର୍ଟ ତଲବ କଲା ମୁଖ୍ୟମନ୍ତ୍ରୀ ଅଫିସ

ଲାଠୋର, ୧୧ା୬(ଡି.ଏନ.ଏ.): ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ ଅଧିନ ବାଞ୍ଜିପାଲି ଗଁାର ସୁରେନ୍ଦ୍ର ତାଣ୍ଡି। ଭିନ୍ନକ୍ଷମ ସୁରେନ୍ଦ୍ର ଝନେ ସ୍ନାତକ। ଘରେ ରୁଗୀଆ ମା’ ସଂଗେ ଦୁଇ ବହେନ୍‌ ଆର ଗୁଟେ ଭାଇ ରହୁଛନ୍‌। ବାପା ବନେ ବଛରକେତେ ହେଲା ଆରପାରକେ ଚାଲିଯାଇଛନ୍‌। ଘରେ ଆର କେହି ରୁଜଗାରିଆ ଲୋକ୍‌ ନଁାଇଁନ। ପରିବାରକେ ମାସିକ ମିଲୁଛେ ଦିବ୍ୟାଙ୍ଗ ଭତା ବାବ୍‌ଦେ ୭ଶହ, ମା’ର ଭତା ୫ଶହ ଆର ୩୫ କେ.ଜି. ଚାଉଲ। ଏତ୍‌କିରେ ପରିବାରଟା ଚଲ୍‌ଲାବେଲେ ଭିଡ଼ ହେଇଯାଉଛେ। ଇଆଡ଼େ ସରକାରୀ ଚାକିରୀ ଖଁଡ଼େର ଲାଗି ସୁରେନ୍ଦ୍ର ଭିନେ ଭିନେ ଅଫିସ କିଁଦ୍‌ରି ନିରାଶ ହେଇଛନ୍‌। ବରଗଡ଼ ଜିଲା ବିଜେପୁର ବ୍ଲକ ଅଂଚଲର ଝନେ ସାମାଜିକ କରମୀ ସୁରେନ୍ଦ୍ରକଁର ଅବସ୍‌ତା ଦେଖି ତାକର ଗୁଟେ ଭିଡିଓ ବନାବାର ସଂଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକକୁଁ ଟ୍ବିଟର ଜରିଆରେ ଜନେଇଥିଲେ। ପ୍ରଧାନମନ୍ତ୍ରୀକଁର ଦପ୍‌ତରରୁ କିଛି ଉତର ନାଇଁ ମିଲିଥିଲାବେଲେ ମୁଖ୍ୟମନ୍ତ୍ରୀକଁର ଦପ୍‌ତରରୁ ବଲାଙ୍ଗୀର ଜିଲାପାଲକୁଁ ଘଟନାର ତଦଁତ୍‌ କରି ପଦକ୍ଷେପ ନେବାକେ ନିରଦେଶ ଆସିଛେ। ଇ ନିରଦେଶ ଅନ୍‌ସାରେ ଟିଟିଲାଗଡ଼ ଉପଜିଲାପାଳକଁର କାର୍ଯ୍ୟାଳୟର ଚିଠି ନଂ.୧୯୩୧/ତା.୭ା୬ା୨୦୧୯ରେ ରିପୋର୍ଟ ଦେଇଥିଲେ। ରିପୋର୍ଟରେ ସୁରେନ୍ଦ୍ରକୁଁ ଭିନେ ଭିନେ ସମିଆରେ ଦିଆଯାଇଥିବାର ସୁବିଧା ସୁଯୋଗ ବାବ୍‌ଦେ ଲେଖା ରହିଛେ। ସେ କେହେନ୍‌ସି ଗୁଟେ ସରକାରୀ ଚାକିରି ପାଏଲେ ତାକର ପରିବାର ଚଲେଇପାରତେ ବଲି ଆଶ୍‌ ରଖିଥିବାର ତଦଁତ୍‌ କରିଥିବାର କରମଚାରୀମାନେ ରିପୋର୍ଟରେ ଲେଖିଛନ୍‌। ଏହେଦେ ସୁରେନ୍ଦ୍ରକଁର ଝନେ ବହେନ୍‌ ସନ୍ତୋଷିନୀ ପକ୍ଷାଘାତରେ ପୀଡ଼ିତ ହେଇ ଘରେ ପଡ଼ିରହିଛନ୍‌। ଏହେଦେ ବାକି ରହିଲା ସରକାର ସୁରେନ୍ଦ୍ରକୁଁ କେଭେ ରୁଜଗାର ପଁଥା ଦେଉଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ହୀରାକୁଦ ଜଳଭଣ୍ଡାରରେ ବଢୁଛି ବନ୍ୟାଜଳ ପରିମାଣ, ପୁଣି ଖୋଲିଲା ୫ ଗେଟ୍‌, ଜଳସ୍ତର ରହିଛି…

ସମ୍ବଲପୁର,୧୭ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ଅତ୍ୟଧକ ବନ୍ୟାଜଳ ପ୍ରବେଶ କରିବା ଆରମ୍ଭ କରିଛି। ଫଳରେ ଜଳଭଣ୍ଡାରର…

ବନ୍ୟାପାଣିରେ ବୁଡ଼ିଲା ଶିବମନ୍ଦିର, ଫସିଲେ ପୂଜକ ଦମ୍ପତି, ୮ ଘଣ୍ଟା ପରେ…

କୁଚିଣ୍ଡା,୧୬ା୮(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ବ୍ଲକରେ ପ୍ରବାହିତ ଖର୍ଲା ନଦୀରେ ବନ୍ୟା ଆସିଛି। ବନ୍ୟାପାଣି ମାଡ଼ି ଆସିବାରୁ ଚକଦରହ ଶିବମନ୍ଦିରଟି ପାଣିରେ ଅଧା ବୁଡ଼ି ଯାଇଥିଲା।…

ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର

ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ…

ସମ୍ବଲପୁର ଯୁଯୁମୁରା ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା: ମହିଳା ଓଏଏସ୍ ଟ୍ରେନିଙ୍କ ସମେତ ୨ ମୃତ, ୧୨ ଆହତ

ସମ୍ବଲପୁର,୧୫|୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ କଂସର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଜାତୀୟ ରାଜପଥ-୫୫ରେ ସମ୍ବଲପୁର ପଟକୁ ଯାଉଥିବା ଓଡ଼ିଶା…

ଜିଲା ମୁଖ୍ୟ ଚିକିତ୍ସାଳୟ ଖାଦ୍ୟରେ ଝିଟିପିଟି

ସମ୍ବଲପୁର,୧୪ା୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ର ମେଡିସିନ୍‌(ଭେଷଜ) ୱାର୍ଡରେ ରୋଗୀଙ୍କ ଜଳଖିଆ ତରକାରୀରୁ ମୃତ ଝିଟିପିଟି ବାହାରିବା ଘଟଣାରେ ଏଠାରେ ଗଭୀର ଆଲୋଡନ୍‌ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri