ସମଗ୍ର ଶିକ୍ଷା କାର୍ଯ୍ୟକ୍ରମ ସମୀକ୍ଷା, ଢେଙ୍କାନାଳ ଜିଲାକୁ ଶିକ୍ଷାରେ ଅଗ୍ରଣୀ କରିବାକୁ ଆହ୍ବାନ

ଢେଙ୍କାନାଳ ଅଫିସ, ୩୦।୭-ଢେଙ୍କାନାଳ ସମଗ୍ର ଶିକ୍ଷା କାର୍ଯ୍ୟାଳୟ ସଭାଗୃହରେ ସୋମବାର ଶିକ୍ଷା ବ୍ୟବସ୍ଥା ସମ୍ପର୍କିତ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ଏଥିରେ ଅଧ୍ୟକ୍ଷତା କରି ଜିଲାକୁ ଶିକ୍ଷାରେ ଅଗ୍ରଣୀ କରିବାକୁ ଆହ୍ବାନ ଦେଇଥିଲେ।

ସମସ୍ତ ସ୍କୁଲର ଶିକ୍ଷା ବ୍ୟବସ୍ଥା, ଭିତ୍ତିଭୂମି ଏବଂ ଆବଶ୍ୟକ ଆନୁଷଙ୍ଗିକ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହା ଜିଲା ପ୍ରଶାସନର ହସ୍ତଗତ ହୋଇଛି। ଉକ୍ତ ନିର୍ଦ୍ଦେଶନାମାକୁ ଠିକ୍‌ଭାବେ ଅନୁପାଳନ କରିବାକୁ ସମସ୍ତ ବ୍ଲକର ବିଡିଓ, ସରପଞ୍ଚମାନଙ୍କୁ ଜିଲାପାଳ ପରାମର୍ଶ ଦେଇଛନ୍ତି। ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ସାଥ୍‌-ଇ କର୍ମକର୍ତ୍ତା, ବିଇଓଙ୍କୁ ନେଇ ଅନଲାଇନ ମାଧ୍ୟମରେ ସ୍କୁଲଗୁଡ଼ିକର ମନିଟରିଂ କରାଯାଉଛି। ଏହି କାର୍ଯ୍ୟକୁ ଅଧିକ କ୍ରିୟାଶୀଳ କରିବାକୁ ଆଲୋଚନା କରାଯାଇଥିଲା। ଏଥିସହ ସ୍କୁଲରେ ଆୟୋଜିତ ପରୀକ୍ଷାର ମାନବୃଦ୍ଧି, ପୋଷାକ ବିତରଣରେ ସ୍ବଚ୍ଛତା, ସ୍କୁଲ ମିଶ୍ରଣ କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି।
ଜିଲା ଶିକ୍ଷା ଅଧିକାରୀ ସୁଧାନନ୍ଦ ପରିଡ଼ା ସମଗ୍ର ଶିକ୍ଷା ଅଧୀନରେ ହାତକୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଜିଲାପାଳଙ୍କୁ ଅବଗତ କରାଇଥିଲେ। ପ୍ରତି ମାସରେ ଶିକ୍ଷାର ମାନବୃଦ୍ଧି ପାଇଁ ସମୀକ୍ଷା ବୈଠକ ଆୟୋଜିତ ହେଉଛି। ଏଥିରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ବିଭିନ୍ନ କାର୍ଯ୍ୟକ୍ରମର ସୂଚନା ଦେବା ଏବଂ ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ଆବଶ୍ୟକ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଡିଇଓ ପରାମର୍ଶ ଦେଇଛନ୍ତି। କାର୍ଯ୍ୟକ୍ରମରେ ବିଭିନ୍ନ ବ୍ଲକର ବିଇଓଙ୍କ ସମେତ ସମଗ୍ର ଶିକ୍ଷା ଅଭିଯାନର କର୍ମକର୍ତ୍ତାମାନେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୂତକୋଠି ପାଲଟିଛି ଆଦିବାସୀ ବାଳକ ଶିକ୍ଷାଶୌଧ

ଚନ୍ଦ୍ରଗିରି,୪ା୧୦(ଡି.ଏନ.ଏ.)- ଗଜପତି ଜିଲା ମୋହନା ବ୍ଲକ ଚନ୍ଦ୍ରଗିରି ସୌରା ଉନ୍ନୟନ ସଂସ୍ଥା ଜରିଆରେ ଧାଡିଆମ୍ବ ପଞ୍ଚାୟତର ପଲାବନ୍ଧା ଗାଁରେ ୨୦୧୩-୧୪ ଆର୍ଥିକ ବର୍ଷରେ ଆଦିବାସୀ ଛାତ୍ରଙ୍କ...

ଧଣ୍ଡାମୁଣ୍ଡା ପଞ୍ଚାୟତ ସଟ୍‌ଡାଉନ, ଦୋକାନ ବଜାର ବନ୍ଦ

ଖପ୍ରାଖୋଲ, ୧୩ା୫(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଞ୍ଚଳକୁ ରାଜ୍ୟ ବାହାରୁ ଅନେକ ପ୍ରବାସୀ ଶ୍ରମିକ ଫେରିଛନ୍ତି। ସଂକ୍ରମଣ ଭୟରେ ବ୍ଲକ ଅନ୍ତର୍ଗତ ଧଣ୍ଡାମୁଣ୍ଡା ପଞ୍ଚାୟତର...

ଗଉଡ଼ବାଟା, କିଲୁସୁଗାବାସୀଙ୍କୁ ମିଳୁନି ମୌଳିକ ସୁବିଧା

ଫୁଲବାଣୀ ଅଫିସ/ଟିକାବାଲି, ୧।୨: ଗ୍ରାମାଞ୍ଚଳର ଲୋକେ ଯେପରି ସମସ୍ତ ସୁବିଧା ପାଇପାରିବେ ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁ ଯୋଜନା କରାଯାଉଛି ା ପ୍ରକୃତରେ ଯୋଜନାର...

ବିନା ନିର୍ଦ୍ଦେଶନାମାରେ ଲୁଟୁଛନ୍ତି ଶାରୀଶୁଆ ପାହାଡ଼

ଖଇରା, ୨୯।୫: ବାଲେଶ୍ୱର ଜିଲା ଖଇରା ତହସିଲ କୁପାରୀ ଓ ବର୍ତ୍ତନା ରାଜସ୍ବ କ୍ଷେତ୍ର ଅଧୀନ ଶାରୀଶୁଆ ପାହାଡରେ ଥିବା ପଥର ଖଣିଗୁଡିକ କାର୍ଯ୍ୟକ୍ଷମ ପାଇଁ...

ପିଲାଙ୍କୁ ଫୁଟ୍‌ବଲ ଖେଳୁଥିବା ଦେଖି ହଠାତ୍‌ ଜଙ୍ଗଲରୁ ଆସିଗଲେ ୨ ଭାଲୁ ଆଉ ତା’ପରେ…

ନବରଙ୍ଗପୁର/ଉମରକୋଟ,୧୨।୯(ବି.ପ୍ର./ସ୍ବ.ପ୍ର): ସର୍କସ୍‌ରେ ହିଂସ୍ର ଜନ୍ତୁମାନେ ପରସ୍ପର ଖେଳୁଥିବାର ସମସ୍ତେ ଦେଖିଥିବେ, ତାହା ପୁଣି ଜଣେ ରିଂ ମାଷ୍ଟରଙ୍କ ନିର୍ଦ୍ଦେଶରେ । ମାତ୍ର ଜଙ୍ଗଲରେ ହିଂସ୍ର ଜନ୍ତୁ...

ଛାତ୍ରୀଛାତ୍ରଙ୍କୁ ଚକୋଲେଟ୍‌ ଦେଇ ସ୍ବାଗତ

ବାଲେଶ୍ୱର ଅଫିସ, ୧।୩ – ମହାମାରୀ କରୋନା ଯୋଗୁ ଦୀର୍ଘ ଦୁଇ ବର୍ଷ ଧରି ବନ୍ଦ ରହିଥିବା ପ୍ରଥମରୁ ପଞ୍ଚମ ଶ୍ରେଣୀ ସମସ୍ତ ସରକାରୀ ଓ...

ଏସ୍‌ସିବିରେ ପ୍ରଥମ ବ୍ଲାକ୍‌ ଫଙ୍ଗ୍ସ ପ୍ଲାଷ୍ଟିକ ସର୍ଜରି ସଫଳ

କଟକ ଅଫିସ, ୬ା୮: ଶ୍ରୀରାମ ଚନ୍ଦ୍ର ଭଞ୍ଜ (ଏସ୍‌ସିବି) ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ପ୍ରଥମ ପୋଷ୍ଟ ବ୍ଲାକ ଫଙ୍ଗ୍ସ ପ୍ଲାଷ୍ଟିକ ସର୍ଜରି ସଫଳ ହୋଇଛି।...

ରାଜ୍ୟ ଖଣି ରାଜସ୍ବକୁ ଜେଏସ୍‌ଡବ୍ଲ୍ୟର ସର୍ବାଧିକ ଯୋଗଦାନ

କୁଜଙ୍ଗ,୨ା୪(ଡି.ଏନ୍‌.ଏ.): ଚଳିତ ବର୍ଷ ଓଡ଼ିଶା ସରକାରଙ୍କ ଦ୍ୱାରା ଆଦାୟ ହୋଇଥିବା ମୋଟ ଖଣି ରାଜସ୍ବରେ ଜେଏସ୍‌ଡବ୍ଲ୍ୟୁ ପୁଣି ସର୍ବାଧିକ ଯୋଗଦାନକାରୀ ହୋଇପାରିଛି। ଚଳିତ ଆର୍ଥିକ ବର୍ଷରେ...

Advertisement
Archives

Model This Week