Posted inଜାତୀୟ

ସବୁ ଭାରତୀୟଙ୍କର କଶ୍ମୀର ଉପରେ ଅଧିକାର ରହିଛି: କମାଲ ଆର ଖାନ

ଶ୍ରୀନଗର,୫।୮: ବର୍ତ୍ତମାନ ଜମ୍ମୁ କଶ୍ମୀରରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଲାଗିରହିଛି। ଗୋଟିଏ ପଟେ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଓ ଓମାର ଅବଦୁଲ୍ଲାଙ୍କୁ ନଜରବନ୍ଦୀ ରଖାଯାଇଥିବା ବେଳେ ଅନ୍ୟପଟେ ଶ୍ରୀନଗରରେ ୧୪୪ ଧାରା ଲାଗୁ କରାଯିବା ସହ ସ୍କୁଲ, କଲେଜ ଓ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି। ରାଜ୍ୟରେ ଜାରି ରହିଥିବା ଏଭଳି ପରିସ୍ଥିତିକୁ ନେଇ ବଲିଉଡ୍‌ ଅଭିନେତା ତଥା ପ୍ରଯୋଜକ କମାଲ ଆର ଖାନ କଶ୍ମୀର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ସମର୍ଥନ ଜଣାଇ ଏକ ଟୁଇଟ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ସେ କଶ୍ମୀର ପ୍ରସଙ୍ଗରେ ତାଙ୍କର ସମର୍ଥନ ଜଣାଇଛନ୍ତି। ଏଥିସହ ସେ ଲେଖିଛନ୍ତି, ଯଦି କଶ୍ମୀର ଭାରତର ତେବେ ଅଧା ନୁହେଁ ବରଂ ସମ୍ପୁର୍ଣ୍ଣ ଭାରତୀୟଙ୍କର ହେବା ଉଚିତ୍‌। ଦିଲ୍ଲୀ, ମୁମ୍ବାଇ ଭଳି ସମ୍ପୂର୍ଣ୍ଣ ଭାବେ କଶ୍ମୀର ଉପରେ ମଧ୍ୟ ଭାରତୀୟଙ୍କର ଅଧିକାର ରହିବା ଉଚିତ୍‌ ବୋଲି କମାଲ କହିଛନ୍ତି। ତେବେ କମାଲଙ୍କ ଏହି ଟୁଇଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଟୁଇଟରେ ୟୁଜର୍ସମାନେ କମେଣ୍ଟ କରି ନିଜର ସହମତି ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ମୁଖାର୍ଜୀ କରୋନା ପଜିଟିଭ

ନୂଆଦିଲ୍ଲୀ,୧୦।୮: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ସେ ନିଜେ ଟୁଇଟ୍‌...

ଦିଲ୍ଲୀ ହିଂସା ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ବିଫଳତା: ରଜନୀକାନ୍ତ

ଚେନ୍ନାଇ,୨୭।୨: ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ନେଇ ଦିଲ୍ଲୀରେ ଉପୁଜିଥିବା ହିଂସାକୁ ଏବେ ପ୍ରାୟ ସବୁ ମହଲରେ ନିନ୍ଦା କରାଯାଉଛି। ଏହାକୁ ନେଇ ସାଉଥ୍‌ ସୁପରଷ୍ଟାର...

ସରକାରୀ ଅଧିକାରୀ ଦେବେ ସମ୍ପତ୍ତି ହିସାବ, ସ୍ପାରୋ ପୋର୍ଟାଲ ପ୍ରସ୍ତୁତି ଶେଷ…

ଲକ୍ଷ୍ନୌ, ୯।୬ : ଯୋଗୀ ଆଦିତ୍ୟନାଥ ସରକାରଙ୍କ ଦ୍ୱିତୀୟ ପାଳିରେ ଉତ୍ତରପ୍ରଦେଶରେ ଦୁର୍ନୀତି ରୋକିବା ପାଇଁ ଏକ ଅଭିଯାନ ଆରମ୍ଭ ହୋଇଛି। ଏହା ଅନ୍ତର୍ଗତ ମନ୍ତ୍ରୀମାନଙ୍କୁ...

ଚନ୍ଦ୍ରୟାନ-୩ର ଫଟୋ ଜାରି କଲା ଇସ୍ରୋ

ବେଙ୍ଗାଲୁରୁ,୨୫।୪: ପ୍ରଥମ ଥର ଇଣ୍ଡିଆନ ସ୍ପେସ୍‌ ରିସର୍ଚ ଅର୍ଗାନାଇଜେସନ୍‌ (ଇସ୍ରୋ) ଚନ୍ଦ୍ରୟାନ-୩ ମିଶନର ପ୍ରଥମ ଫୋଟ ସୋସିଆଲ ମିଡିଆରେ ଶେୟାର କରିଛି। ଚନ୍ଦ୍ରୟାନ-୩ ମିଶନ ଚଳିତ...

ମୁଣ୍ଡ ନେଉଛି ମସ୍ତିଷ୍କ ଜ୍ୱର

ପାଟନା,୧୬ା୬(ପି.ଟି./ଆଇଏଏନ୍‌ଏସ୍‌): ବିହାରରେ ଘାତକ ସାଜିଛି ମସ୍ତିସ୍କଜ୍ୱର। ଆକ୍ୟୁଟ୍‌ ଏନ୍‌ସେଫାଲାଇଟିସ୍‌ ସିଣ୍ଡ୍ରୋମ୍‌ (ଏଇଏସ୍‌) ଏବଂ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ (ଜେଇ) ରୋଗରେ ଆକ୍ରାନ୍ତ ହୋଇ ମୁଜାଫରପୁର ଜିଲାର ଦୁଇଟି...

ଉନ୍ନାଓ ଘଟଣା: ହସିି ଫଶିଗଲେ ଜୟା

ନୂଆଦିଲ୍ଲୀ, ୩୧।୭: ଉନ୍ନାଓ ବଳାତ୍କାର ପୀଡିତାଙ୍କ କାର୍‌ ଦୁର୍ଘଟଣାକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ବୁଧବାର ଏହି ଘଟଣାକୁ ବିରୋଧ କରି...

ଦିଲ୍ଲୀ ହିଂସା: ଆଖିରେ କଳାପଟି ବାନ୍ଧି ଏମ୍‌ପିଙ୍କ ବିରୋଧ ପ୍ରଦର୍ଶନ

ନୂଆଦିଲ୍ଲୀ,୨।୩: ଦିଲ୍ଲୀରେ ଉପୁଜିଥିବା ଦଙ୍ଗାକୁ ନେଇ ସୋମବାର ସଂସଦ ଭବନରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ତୃଣମୂଳ କଂଗ୍ରେସ(ଟିଏମ୍‌ସି)ଏମ୍‌ପିମାନେ ଆଖିରେ କଳାପଟି ବାନ୍ଧି ବିରୋଧ...

ମାଗ୍‌ସେସେ ପୁରସ୍କାର ବିଜେତା ଗିରଫ

ନୂଆଦିଲ୍ଲୀ,୧୮ା୨(ପି.ଟି.): ଉତ୍ତରପ୍ରଦେଶରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ବିରୋଧୀ ବିକ୍ଷୋଭରେ ସାମିଲ ହେବାକୁ ଯାଉଥିବା ମାଗ୍‌ସେସେ ପୁରସ୍କାର ବିଜୟୀ...

Advertisement
Archives

Model This Week