ସଫେଇ କର୍ମଚାରୀଙ୍କ ଧର୍ମଘଟ : ସହରରେ ଗଦା ହୋଇଛି କୁଢ଼କୁଢ଼ ଆବର୍ଜନା

ଭବାନୀପାଟଣା,୧୫ା୬(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ପୌରପରିଷଦର ସଫେଇ କର୍ମଚାରୀଙ୍କ ଧର୍ମଘଟ ଯୋଗୁ ସହରରେ କୁଢ଼କୁଢ଼ ଆବର୍ଜନା ପଡ଼ି ରହିଛିା ପ୍ରକାଶ ଯେ, ଭବାନୀପାଟଣା ସହରରେ ଗତ ୪ ଦିନ ଧରି ପୌରପରିଷଦର ସଫେଇ କର୍ମଚାରୀମାନେ ସେମାନଙ୍କ ଆକାଉଣ୍ଟରେ ଇପିଏଫ୍‌ ରାଶି ଜମା ଦେବା ଦାବି ନେଇ ଧର୍ମଘଟ ଚଳାଇଛନ୍ତି। ପୌରପରିଷଦ ପକ୍ଷରୁ ଏକ ସଂସ୍ଥାକୁ ସହରର ସଫେଇ କାର୍ଯ୍ୟ ଦିଆଯାଇଛି। ଏଥିରେ ନିଯୁକ୍ତ ୧୬୦ ଜଣ ଠିକା ସୁଇପର କର୍ମଚାରୀଙ୍କ ଇପିଏଫ୍‌ ବ୍ୟାଙ୍କ ଆକାଉଣ୍ଟରେ ଜମା କରୁ ନ ଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ କର୍ମଚାରୀମାନେ ୪ ଦିନ ଧରି ସହରରେ ସଫେଇ କାର୍ଯ୍ୟ କରୁନାହାନ୍ତି। ପୌରପରିଷଦ ପକ୍ଷରୁ କେବଳ ୩୦ ଜଣ ସରକାରୀ ସୁଇପରଙ୍କୁ ନେଇ ୨୦ଟି ୱାର୍ଡରେ ସଫେଇ କରୁଥିବାରୁ ଆବର୍ଜନା ଏଣେତେଣେ ପଡ଼ି ରହିଥିବା ଦେଖିବାକୁ ମିଳିଛି। ପୌରପରିଷଦ ଓ ଠିକାସଂସ୍ଥା ମଧ୍ୟରେ ଏ ନେଇ ବାରମ୍ବାର ଆଲୋଚନା ହୋଇଥିଲେ ମଧ୍ୟ ଠିକାସଂସ୍ଥାର ଜିଦ୍‌ ଯୋଗୁ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି। ସୁଇପରମାନେ ପୌରପରିଷଦ କାର୍ଯ୍ୟାଳୟ ଓ ଗାନ୍ଧୀ ଛକ ସମେତ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏନେଇ ପୌର ପରିଷଦ ନିର୍ବାହୀ ଅଧିକାରୀ ବିଶ୍ୱମ୍ବର ମିଶ୍ରଙ୍କୁ ପଚାରିବାରୁ ୧୬୦ ଜଣ ଠିକା ସଫେଇ କର୍ମଚାରୀମାନେ ଧର୍ମଘଟ କରିଛନ୍ତି। ଏଥିପାଇଁ ୩୦ ଜଣ ସରକାରୀ ସଫେଇ କର୍ମଚାରୀଙ୍କୁ ନେଇ ସଫେଇ କାର୍ଯ୍ୟ ଜାରି ରହିଛି। ଠିକାସଂସ୍ଥାକୁ ତୁରନ୍ତ ଏହି ଘଟଣାରେ ହସ୍ତକ୍ଷେପ କରି ସୁଇପରମାନଙ୍କୁ କାର୍ଯ୍ୟରେ ତୁରନ୍ତ ଲଗାଇବା ପାଇଁ ତାଗିଦ୍‌ କରାଯାଇଥିବା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଧୋଇବାକୁ ଯାଇ ମହାନଦୀରେ ଭାସିଗଲେ ୬ ଯୁବତୀ : ୫ ଉଦ୍ଧାର, ଜଣେ ନିଖୋଜ

ସମ୍ବଲପୁର,୬।୧୦(ବ୍ୟୁରୋ): ସମ୍ବଲପୁର ଦେଇ ବହିଯାଇଥିବା ମହାନଦୀକୁ ଗାାଧୋଇବାକୁ ଯାଇ ରବିବାର ୬ ଯୁବତୀ ନଦୀରେ ଭାସିଯାଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ...

ତଳି ନଷ୍ଟକଲେ ହାତୀପଲ

ନାକଟିଦେଉଳ,୬ା୮(ଡ଼ି.ଏନ.ଏ.): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳରେ ହାତୀ ଉପଦ୍ରବ ଲାଗିରହିଛି। ଏଥିରେ ଲୋକଙ୍କ ଧନଜୀବନ ହାନି ଘଟୁଥିବା ବେଳେ ଚାଷ କାର୍ଯ୍ୟ କ୍ଷତି ହେଉଛି। ବର୍ତ୍ତମାନ...

ମିଳୁନି ବୀମା କ୍ଷତିପୂରଣ, ବରଗଡ଼ରେ ଚାଷୀ ଅସନ୍ତୋଷ

ବରଗଡ଼ ଅଫିସ୍‌,୨୨।୭- ବରଗଡ଼ ଜିଲାରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ବୀମା କ୍ଷତିପୂରଣ ଠିକ୍‌ ଭାବେ ମିଳୁ ନ ଥିବା ଯୋଗୁ ଚାଷୀ ଅସନ୍ତୋଷ ଦିନକୁ ଦିନ...

ଶକ୍ତିମନ୍ତ୍ରୀଙ୍କ ଘୋଷଣାକୁ ବିରୋଧ:ସ୍ମାର୍ଟ ସିଟିରେ ପ୍ରଥମେ ଲାଗୁ ସ୍ମାର୍ଟ ମିଟର

ସମ୍ବଲପୁର,୨୧।୮(ବ୍ୟୁରୋ): ଏଣିକି ବିଦ୍ୟୁତ୍‌ ଚୋରି ରୋକିବା ପାଇଁ ରାଜ୍ୟରେ ସ୍ମାର୍ଟ ପ୍ରିପେଡ୍‌ ମିଟର ଲଗାଯିବ। ପଶ୍ଚିମ ଓଡ଼ିଶାର ସମ୍ବଲପୁର ଓ ରାଉରକେଲାରୁ ଏହା ଆରମ୍ଭ କରାଯିବ।...

ଶୋଷ ମେଣ୍ଟାଇଲା ସୋଲାର ପାନୀୟ ଜଳ ପ୍ରକଳ୍ପ

ସମ୍ବଲପୁର,୧୩ା୫(ବ୍ୟୁରୋ)-ଦୀର୍ଘଦିନ ପରେ ଦୁର୍ଗମ ଅଞ୍ଚଳବାସୀଙ୍କ ଜଳକଷ୍ଟ ଦୂର ହୋଇଛି ା ସୋଲାର ପାନୀୟ ଜଳ ପ୍ରକଳ୍ପ ଯୋଗୁ ସମ୍ବଲପୁର ଜିଲାର ଜଙ୍ଗଲ ପରିବେଷ୍ଟିତ ପାହାଡିଆ ଅଞ୍ଚଳବାସୀଙ୍କ...

ବିଜେଡି ବିଜୟ ଉତ୍ସବ ବେଳେ ଭାଜପା କର୍ମୀଙ୍କୁ ଛୁରାମାଡ଼

ସମ୍ବଲପୁର,୧୪।୫(ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡି ପ୍ରାର୍ଥିନୀ ଦୀପାଳି ଦାସ ବିଜୟୀ ହେବା ପରେ ବିଭିନ୍ନ ସ୍ଥାନରେ ସମର୍ଥକ, ଦଳୀୟ କର୍ମୀମାନେ ବିଜୟ ଉତ୍ସବ ମନାଇଥିଲେ। ଝାରସୁଗୁଡ଼ା...

ପାରିବାରିକ କଳହ: ୩ ସଦସ୍ୟ ପିଇଲେ ବିଷ, ମାଆ ମୃତ, ବାପ-ପୁଅ ଗୁରୁତର

ସମ୍ବଲପୁର,୧୫।୩(ବ୍ୟୁରୋ): ସମ୍ବଲପୁର ଜିଲା କତରବାଗା ଥାନା ରୁଖିଡିିହ ଗ୍ରାମରେ ପାରିପାରିକ କଳହରୁ ଏକ ଅଭାବନୀୟ ଘଟଣା ଘଟିଛି। ଏକସାଙ୍ଗରେ ପରିବାରର ୩ ସଦସ୍ୟ ବିଷପାନ କରିଥିଲେ।...

ଚାଷ ପ୍ରତି ବଢ଼ୁଛି ମହିଳାଙ୍କ ଆଗ୍ରହ

ସମ୍ବଲପୁର,୨୧ା୧୦(ବ୍ୟୁରୋ): ମହିଳା ସଶକ୍ତୀକରଣ ଉପରେ ଗୁରୁତ୍ୱ ଦେଇ ରାଜ୍ୟ ସରକାର ବିଭିନ୍ନ ଯୋଜନା କରିଛନ୍ତି। ସେମାନଙ୍କୁ ତାଲିମ ଦେଇ ଆତ୍ମନିର୍ଭର କରାଯାଉଛି। ଏପରିସ୍ଥଳେ ସମ୍ବଲପୁର ଜିଲାରେ...

Advertisement
Archives

Model This Week