ସପ୍ତାହେ ମଧ୍ୟରେ ଚୂଡ଼ାନ୍ତ ହେବ ମାଟ୍ରିକ ଖାତା ମୂଲ୍ୟାୟନ ତାରିଖ

ଭୁବନେଶ୍ୱର, ୭ା୫(ବ୍ୟୁରୋ): କରୋନା ସଂକ୍ରମଣ ଯୋଗୁ ସବୁ କାର୍ଯ୍ୟ ବନ୍ଦ ରହିଛି। ମୁଖ୍ୟତଃ ଶିକ୍ଷା କ୍ଷେତ୍ରକୁ ମଧ୍ୟ କରୋନା ବ୍ୟାପକ ଭାବେ ପ୍ରଭାବିତ କରିଛି। ଅଧିକାଂଶ ଶ୍ରେଣୀରେ ପରୀକ୍ଷା ଶେଷ ହୋଇପାରି ନାହିଁ। ଯୁକ୍ତ୨ ପିଲାଙ୍କ ପରୀକ୍ଷା ସମ୍ପୂର୍ଣ୍ଣ ହୋଇପାରି ନ ଥିବାବେଳେ ମାଟ୍ରିକ ଖାତା ମୂଲ୍ୟାୟନ ହୋଇନାହିଁ। ଏଭଳି ପରିସ୍ଥିତିରେ ଯୁକ୍ତ ୩ ପିଲାଙ୍କର ବାକି ଥିବା ପରୀକ୍ଷା ସହିତ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଯଥାଶୀଘ୍ର ଶେଷ ହୋଇପାରି ନ ଥିବା ପରୀକ୍ଷା କରାଯିବାକୁ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ସେହିପରି ଦଶମ ଖାତା ଦେଖା ମଧ୍ୟ ଯଥାଶୀଘ୍ର ଶେଷ କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଦଶମ ଖାତା ଦେଖା ଏବଂ ଯୁକ୍ତ୨ ପରୀକ୍ଷା କରାଯିବା ଉପରେ ଆସନ୍ତା ୨ରୁ ୩ ଦିନ ମଧ୍ୟରେ ବୈଠକ ବସି ତାରିଖ ଚୂଡ଼ାନ୍ତ ହେବ ବୋଲି ଜଣାପଡ଼ିଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟ ତରଫରୁ ଗ୍ରୀନ୍‌ ସିଗ୍‌ନାଲ ମିଳିସାରିଥିବା ଜାଣିବାକୁ ମିଳିଛି। ଅନ୍ୟପଟେ ପୂର୍ବରୁ ୯ମ ଶ୍ରେଣୀ ପିଲାଙ୍କ ବାକିଥିବା ବିଷୟ ପରୀକ୍ଷାକୁ ଛାଡ଼ି ଅନ୍ୟ ବିଷୟଗୁଡିକ ଉପରେ ମୂଲ୍ୟାୟନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏଥିଲାଗି ଶିକ୍ଷକମାନଙ୍କ ଘରକୁ ୯ମ ପିଲାଙ୍କ ଖାତା ପଠାଯିବାକୁ ନିଷ୍ପତ୍ତି ହୋଇଥିଲା। ହେଲେ ମନ୍ତ୍ରୀ ଦାଶଙ୍କ ଠାରୁ ମିଳିଥିବା ସୂଚନା ମୁତାବକ ୯ମ ଶ୍ରେଣୀରେ ଅଲ୍‌ ପାସ୍‌ ବ୍ୟବସ୍ଥା ଲାଗୁ କରିଦିଆଯାଇଛି। ଅର୍ଥାତ୍‌ ରାଜ୍ୟର ସବୁ ୯ମ ପିଲା ଏଥର ଦଶମ ଶ୍ରେଣୀରେ ପାଠ ପଢ଼ିବେ। କରୋନା ଯୋଗୁ ଦଶମରେ ପଢ଼ିବାକୁ କିଏ ଯୋଗ୍ୟ ଏବଂ ଅଯୋଗ୍ୟ ତାହା ପ୍ରଥମ ଥର ଦେଖାଯିବ ନାହିଁ। ଅନ୍ୟପଟେ ଏବର୍ଷଠାରୁ ଦ୍ୱାଦଶରେ ପଢୁଥିବା ଛାତ୍ରୀଛାତ୍ରଙ୍କ କ୍ଷେତ୍ରରେ ପାସ୍‌, ଫେଲ୍‌ ବ୍ୟବସ୍ଥା ଲାଗୁ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ଏହା ସହ ଦ୍ୱାଦଶ ପରୀକ୍ଷା କଡ଼ାକଡ଼ି ହେବ ବୋଲି ମଧ୍ୟ ବିଭାଗ ଘୋଷଣା କରିଥିଲା। କିନ୍ତୁ କରୋନା ଯୋଗୁ ଏଥିରେ ମଧ୍ୟ ବ୍ୟତିକ୍ରମ ଲକ୍ଷ୍ୟ କରାଯାଇଛି। ଦ୍ୱାଦଶ ଶ୍ରେଣୀରେ ପରୀକ୍ଷା ଦେଇଥିବା ସବୁ ଛାତ୍ରୀଛାତ୍ରଙ୍କୁ ପାସ୍‌ କରାଯିବାକୁ ନିଷ୍ପତ୍ତି ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରେ ସ୍କୁଲ ଛୁଟି ବଢ଼ିଲା, ଖୋର୍ଦ୍ଧାରେ ବଦଳିଲା ସମୟ

ପୁରୀ/ଖୋର୍ଦ୍ଧା,୧୮ା୬: ତାପମାତ୍ରା ବୃଦ୍ଧି ପାଇଁ ପୁରୀ ଜିଲାରେ ସ୍କୁଲ ଛୁଟି ଅବଧି ବଢ଼ାଇଛନ୍ତି ଜିଲାପାଳ। ୨୦ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି ଥିବାବେଳେ ୨୨ରୁ ପୁଣି ସ୍କୁଲ…

ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ କାର୍ଯ୍ୟକ୍ରମ: ଅଗ୍ରପୂଜ୍ୟ ଗଣେଶଙ୍କୁ ପୂଜା ପାଇଁ ମନା କରିବାରୁ…

କେସିଙ୍ଗା,୧୮ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି ପକ୍ଷରୁ ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ବ୍ଲକ ସ୍ତରୀୟ ଜାତି ଜନଜାତି ସମ୍ବାଦ କାର୍ଯ୍ୟକ୍ରମ…

ଜଳିଗଲା EV ଶୋ’ରୁମ୍‌, ପୋଡ଼ି ଛାରଖାର ହେଲା EV ଗାଡ଼ି

ନୂଆଦିଲ୍ଲୀ,୧୮।୬:  ଗୁଜରାଟର ସୁରଟ ସହରରେ ଗୁରୁବାର ସକାଳେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଅନେକ ବୈଦ୍ୟୁତିକ ଯାନ (EV) ନଷ୍ଟ ହୋଇଯାଇଥିବା ବେଳେ ଏକ ଇଭି…

ପାଠ୍ୟପୁସ୍ତକ ତ୍ରୁଟି: ଆସନ୍ତାବର୍ଷକୁ ଆଉ ଭୁଲ୍‌ ହେବନି କହିଲେ SCERT ନିର୍ଦ୍ଦେଶିକା

ଭୁବନେଶ୍ୱର,୧୮ା୬: ପାଠ୍ୟ ପୁସ୍ତକ ତ୍ରୁଟିକୁ ନେଇ SCERT ନିର୍ଦ୍ଦେଶିକା କହିଛନ୍ତି ଏଥର ଭୁଲ୍‌ ହୋଇଯାଇଛି। ଆସନ୍ତା ବର୍ଷକୁ ଭୁଲ ହେବନି ବୋଲି ପ୍ରତିଶ୍ରୁତି ଦେଇଛନ୍ତି ନିର୍ଦ୍ଦେଶିକା। ଡିଇଓମାନଙ୍କୁ…

ଶସ୍ତା ହେବ କି ପେଟ୍ରୋଲ? ଆମେରିକା-ଇରାନ ମଧ୍ୟରେ ଶାନ୍ତି ଚୁକ୍ତି ପରେ ଭାରତ ସରକାରଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୧୮।୬: ଇରାନ ଏବଂ ଆମେରିକା ମଧ୍ୟରେ ଚୁକ୍ତି ହେବା ପରଠାରୁ ହିଁ ଅଶୋଧିତ ତୈଳ (କ୍ରୁଡ ଅଏଲ) ମୂଲ୍ୟରେ କ୍ରମାଗତ ହ୍ରାସ ଘଟୁଛି, କିନ୍ତୁ ଏହା ପରେ…

ସରପଞ୍ଚ ଚାମେଲି ଓଝା ପ୍ରସଙ୍ଗ: ପ୍ରଥମଥର ମୁହଁ ଖୋଲିଲେ ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ, କହିଲେ ବିରୋଧୀଙ୍କ ପାଇଁ…

ମହାକାଳପଡ଼ା,୧୮ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ): ବହୁ ଚର୍ଚ୍ଚିତ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତିଖିରୀ ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କ ପ୍ରସଙ୍ଗରେ ପ୍ରଥମଥର ମୁହଁ ଖୋଲିଛନ୍ତି ବିଧାୟକ ଦୁର୍ଗାପ୍ରସନ୍ନ…

ଭାଜପା ସରକାରର ଦୁଇବର୍ଷ ପୂର୍ତ୍ତି ଉତ୍ସବ: ୭ ଦିନ ବ୍ୟାପୀ ବ୍ଲକ, ପଞ୍ଚାୟତରେ ଚାଲିବ…

ଭଞ୍ଜନଗର,୧୮।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ପ୍ରଶାସନ ପକ୍ଷରୁ ଭାଜପା ସରକାରର ଦୁଇବର୍ଷ ପୂର୍ତ୍ତି ଅବସରରେ ସପ୍ତାହ ବ୍ୟାପୀ ବ୍ଲକ ଓ ପଞ୍ଚାୟତରେ ବିଭିନ୍ନ ସଚେତନତା…

ଚାମେଲିଙ୍କ ସପକ୍ଷରେ ବାହାରିଲେ ସରପଞ୍ଚ ମହାସଂଘ: ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦେଲେ ଦାବିପତ୍ର

ଛତ୍ରପୁର, ୧୮।୬ (ଦିଲ୍ଲୀପ ସାମଲ ): କେନ୍ଦ୍ରାପଡା ଜିଲା ଅନ୍ତର୍ଗତ ମହାକାଳପୁର ପଞ୍ଚାୟତ ସମିତି ଅଧୀନ ତିଖିରି ପଞ୍ଚାୟତର ମହିଳା ସରପଞ୍ଚ ଚାମେଲି ଓଝାଙ୍କ ପ୍ରତି ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri