ସନ୍ଦିହାନ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ

ଅନୁଗୋଳ ଅଫିସ, ୭।୭ – ବାଘ ବଂଶ ବୃଦ୍ଧି ପାଇଁ ଅନୁଗୋଳ ଜିଲା ସାତକୋଶିଆରେ ଆରମ୍ଭ ହୋଇଥିବା ବ୍ୟାଘ୍ର ପ୍ରକଳ୍ପର ଭାଗ୍ୟ ଏବେ ସନ୍ଦିହାନ। ଗତ ବର୍ଷ ନଭେମ୍ବରରେ ଯୁବ ମହାବଳ ମୃତ୍ୟୁ ପରେ ବନ୍ଦୀ ବାଘୁଣୀ ସୁନ୍ଦରୀକୁ ଅଭୟାରଣ୍ୟକୁ ଛଡାଯିବାକୁ ନେଇ ଅନିଶ୍ଚିତତା ଘେରରେ ୨୦୧୬ରୁ ପରିକଳ୍ପିତ ଏହି ପ୍ରକଳ୍ପର ଭବିଷ୍ୟତ। ବର୍ତ୍ତମାନ ସ୍ଥିତିରେ ପ୍ରକଳ୍ପକୁ ଆଗକୁ ନେବାକୁ ସରକାରଙ୍କ ପକ୍ଷରୁ କୌଣସି ଯୋଜନା ନ ଥିବା ପରିବେଶବିତ୍‌ଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି। ମହାବଳ ମୃତ୍ୟୁକୁ ଇତି ମଧ୍ୟରେ ପ୍ରାୟ ୮ ମାସ ବିତି ଯାଇ ସାରିଛି। ଅନ୍ୟପକ୍ଷରେ ବାଘୁଣୀ ସୁନ୍ଦରୀକୁ ପିଞ୍ଜରା ମୁକ୍ତ କରାଯିବା ନେଇ କୌଣସି କାର୍ଯ୍ୟପନ୍ଥା ସ୍ଥିର କରା ନ ଯିବା ପ୍ରକଳ୍ପର ଭାଗ୍ୟକୁ ସଂଶୟ ମଧ୍ୟକୁ ଠେଲିଦେଇଛି।
୨୦୧୮ ଜୁନ ୨୧ରେ ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟରୁ ୩ ବର୍ଷୀୟ ମହାବଳକୁ ସାତକୋଶିଆ ଅଣାଯାଇଥିଲା। ଜୁଲାଇ ୬ରେ ତାହାକୁ ଅଭୟାରଣ୍ୟ ମଧ୍ୟକୁ ଛାଡ଼ି ଦିଆଯାଇଥିଲା। ବାଘ ଉପରେ ନଜର ରଖିବା ପାଇଁ ବନ ବିଭାଗର ଏକ ୮ ଜଣିଆ ଟିମ୍‌ ମଧ୍ୟ ଗଠନ ହୋଇଥିଲା। ବେକରେ ରେଡିଓ କଲାର ବନ୍ଧା ଯାଇଥିବାରୁ ସାଟେଲାଇଟ୍‌ ସିଗ୍‌ନାଲ ମାଧ୍ୟମରେ ତାହାର ଉପସ୍ଥିତି ସମ୍ପର୍କରେ ଜଣାପଡ଼ୁଥିଲା। କୋର୍‌ ଜଙ୍ଗଲ ମଧ୍ୟରେ ଥିବା ପୁରୁଣା ବାଘୁଣୀ ସହ ମହାବଳ ବାଘ ସମ୍ପର୍କ ସ୍ଥାପନ କରିଥିବା ବିଭାଗ ସ୍ପଷ୍ଟ ମଧ୍ୟ କରିଥିଲା। ହେଲେ ହଠାତ ନଭେମ୍ବର ୧୪ରେ ମହାବଳର ମୃତ୍ୟୁ ଘଟିଥିବା ଖବର ଜଣାପଡ଼ିଥିଲା। ବେକରେ ହୋଇଥିବା ଘା ସଂକ୍ରମଣ ଯୋଗୁ ବାଘର ଜୀବନ ଯାଇଥିବା ବନ ବିଭାଗ ପକ୍ଷରୁ ପ୍ରାଥମିକ ଭାବେ ସୂଚନା ଦିଆଯାଇଥିଲେ ହେଁ ବ୍ୟବଚ୍ଛେଦ ରିପୋର୍ଟରେ ବାଘର ପାକସ୍ଥଳୀରେ ଝିଙ୍କ କାଠି ଥିବା ଜଣାପଡିଥିଲା। ବାଘର କ୍ଷତ ସଙ୍କ୍ରମଣ ଓ ଭିନ୍ନ ଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଅକାମୀ ହୋଇଯିବାରୁ ମହାବଳର ମୃତ୍ୟୁ ହୋଇଥିବା ବିଭାଗ ପକ୍ଷରୁ କୁହାଯାଇଥିଲା। ଅନ୍ୟପକ୍ଷରେ ବାନ୍ଧବଗଡ଼ରୁ ଆସିଥିବା ସୁନ୍ଦରୀ ଜୀବନ ଏନ୍‌କ୍ଲୋଜରରେ ବିତୁଛି। କେବେ ଏହାକୁ ବନ୍ଦୀ ଜୀବନରୁ ମୁକ୍ତ କରାଯିବ ସେ ନେଇ ମଧ୍ୟ କୌଣସି ଠୋସ୍‌ ଯୋଜନା ନାହିଁ। ନିର୍ବାଚନ ପରେ ପ୍ରକଳ୍ପ କଥା ଚିନ୍ତା କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଥିଲେ ହେଁ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନ ଥିବା ଆଲୋଚନା ହେଉଛି। ବ୍ୟାଘ୍ର ପ୍ରକଳ୍ପ ପାଇଁ ସାତକୋଶିଆ ଅଭୟାରଣ୍ୟ ପକ୍ଷରୁ କରାଯାଇଥିବା ୨ ବର୍ଷର ପରିଶ୍ରମ ସବୁ ପାଣିରେ ଧୋଇ ଯାଇଛି। ତେବେ ଏ ନେଇ ବନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ସାତକୋଶିଆରେ ବ୍ୟାଘ୍ର ପ୍ରକଳ୍ପ ପାଇଁ ବନ ବିଭାଗ ପକ୍ଷରୁ ସବୁ ପ୍ରକାର ଉଦ୍ଦ୍ୟମ କରାଯାଇଥିଲା। ମହାବୀର ମୃତ୍ୟୁକୁ ନେଇ ସମସ୍ତେ ମର୍ମାହତ ହୋଇଥିଲେ। ଏହି ଘଟଣାର ତଦନ୍ତ ଏନ୍‌ଟିସିଏ(ଜାତୀୟ ବ୍ୟାଘ୍ର ସଂରକ୍ଷକ କର୍ତ୍ତୃପକ୍ଷ) ଓ ଡବ୍ଲ୍ୟୁଆଇଆଇ(ୱାଇଲ୍ଡ ଲାଇଫ ଇନିଷ୍ଟିଟ୍ୟୁଟ ଅଫ ଇଣ୍ଡିଆ) କର୍ତ୍ତୃପକ୍ଷ କରିଛନ୍ତି। ହେଲେ ପ୍ରକଳ୍ପର ଭବିଷ୍ୟତକୁ ନେଇ ସେ କୌଣସି ତଥ୍ୟ ଦେଇ ନ ଥିଲେ। ୨୦୧୪ ବାଘ ଗଣନା ରିପୋର୍ଟ ମୁତାବକ ସାତକୋଶିଆରେ ମାତ୍ର ଦୁଇଟି ବାଘ ଥିବା ଜଣାପଡ଼ିଥିଲା। ପରେ ସାତକୋଶିଆରେ ଗୋଟିଏ ବାଘୁଣୀ ଥିବା କଥା ବନ ବିଭାଗ ପକ୍ଷରୁ କୁହାଯାଇଥିଲା। କିନ୍ତୁ ବାଘୁଣୀର ସ୍ଥିତି ଏବେ କ’ଣ ସେ ନେଇ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଉନାହିଁ। ଏପରିକି ବାଘୁଣୀଟି ଗର୍ଭିଣୀ ଥିବା ମଧ୍ୟ ବନ ବିଭାଗ କହିଥିଲା। ହେଲେ ଏବେ ତାହାର ଅବସ୍ଥା କିପରି ରହିଛି ସେ ବିଷୟରେ କେହି ମୁହଁ ଖୋଲୁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକଙ୍କୁ କଟକଣା, ବାବୁଙ୍କୁ ଢିଲା

ଅନୁଗୋଳ ଅଫିସ, ୨୦।୪: ଅନୁଗୋଳ ଜିଲାରେ ଲକ୍‌ଡାଉନ୍‌ କଟକଣା କଡ଼ାକଡ଼ି କରାଯାଇଛି। ଜରୁରୀ ନ ଥିଲେ ଘରୁ ନ ବାହାରିବାକୁ ସଚେତନ କରାଯାଉଛି। ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ...

୨୯ ବର୍ଷ ହେଲା ଚାଲିଛି ମାନସିକ ପୂରଣ

ବଇଣ୍ଡା,୨୪।୧୧: ଟିଏ ପଟେ ବୁଡ଼ି ଯାଉଥିବା କଳା, ସଂସ୍କୃତିକୁ ଉଜ୍ଜୀବିତ କରିବାକୁ ପ୍ରୟାସ ତ ଅନ୍ୟପଟେ ଧାର୍ମିକ ଭାବନା ବା ମାନସିକ ପୂରଣ ପାଇଁ ଚାଲିଛି...

ନାଲକୋରେ ଭାଙ୍ଗିଲା ପାଚେରୀ: ୪ଲକ୍ଷରୁ ଊର୍ଦ୍ଧ୍ୱ କ୍ଷୟକ୍ଷତି, ଗୋଟିଏ ଗାଁ ଅନ୍ଧାରରେ

ବଅଁରପାଳ,୨୭।୭(ଡି.ଏନ୍‌.ଏ): ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଲକ୍ଷ୍ମଣପୁର ଗଁ। ନିକଟରେ ତିଆରି ହୋଇଥିବା ନାଲକୋ ପାଚେରୀ ଶନିବାର ସକାଳୁ ଭାଙ୍ଗିଯାଇଛି। ଲଗାତାର ବର୍ଷା ହେବା ଯୋଗୁ...

ସହାୟତା ମିଳିବ କହି ନେଇଗଲେ ୨ ହଜାର

ଅନୁଗୋଳ ଅଫିସ, ୧।୯ – ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ରୋଗୀଙ୍କ ସମ୍ପର୍କୀୟଙ୍କଠାରୁ ଶନିବାର ଜଣେ ଦଲାଲ ୨ ହଜାର ଟଙ୍କା ଲୁଟି ନେଇଛନ୍ତି।...

କାଳବୈଶାଖୀ: ଭାଙ୍ଗିଲା ଗଛ, ଟାଓ୍ବାର

ଅନୁଗୋଳ ଅଫିସ/କଣିହଁ।/ ଭୁବନ,୨୫ା୪(ଡି.ଏନ.ଏ.) – ଅନୁଗୋଳ ଜିଲାର ବିଭିନ୍ନ ସ୍ଥାନରେ ଶୁକ୍ରବାର କାଳବୈଶାଖୀ ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏହି ସମୟରେ ବଜ୍ରପାତ ଯୋଗୁ ୨ଜଣଙ୍କ...

ଗ୍ରାମସଭାରେ ଗଣ୍ଡଗୋଳ, ଜଣେ ମୃତ

ଛେଣ୍ଡିପଦା,୧୨।୬(ଡି.ଏନ.ଏ.)-ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ବାହାଳସାହି ପଞ୍ଚାୟତ ଗୋହିରାପଶିରେ ମଙ୍ଗଳବାର ରାତି ୯ଟାରେ ଗ୍ରାମସଭା ଚାଲିଥିବାବେଳେ ଗଣ୍ଡଗୋଳ ଘଟି ସ୍ଥାନୀୟ ଅଞ୍ଚଳର ଅନାମ ଖିଲାରଙ୍କ ମୃତ୍ୟୁ...

ସକାଳୁ ଗଲେ ସଞ୍ଜରେ ଆସୁଛି

ଅନୁଗୋଳ ଅଫିସ, ୧୩।୬ – ବାହାରେ ତାତି, ଘର ଭିତରେ ଗୁଳଗୁଳିରେ ଲୋକେ ହନ୍ତସନ୍ତ ହେଉଥିବାବେଳେ ସମସ୍ୟା ବଢାଉଛି ଘନଘନ ଅଘୋଷିତ ବିଦ୍ୟୁତ୍‌ କାଟ୍‌। ଅନେକ...

କ୍ଷେତକୁ ନିଅଣ୍ଟ ସାର

ଅନୁଗୋଳ ଅଫିସ, ୨୪।୮: ପ୍ରଥମେ ନିଅଣ୍ଟିଆ ବର୍ଷା, ଆଉ ଏବେ ସାର ଅଭାବକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଅନୁଗୋଳ ଜିଲାର ଚାଷୀ। ପଛେଇ ଯାଇଥିବା ଚାଷକୁ ଆଗେଇ...

Coronavirus Update


Archives

Model This Week

Why Dharitri