ସନ୍ଦିଗ୍ଧଙ୍କ ଉପରେ କଡ଼ା ନଜର

ଢେଙ୍କାନାଳ ଅଫିସ, ୨୭।୩:ଧୀରେ ଧୀରେ ସମୂହ ସଂକ୍ରମଣ ଆଡକୁ ଗତି କରୁଛି ମହାମାରୀ କରୋନା। ଏହାର ମୁକାବିଲା କରିବା ଲାଗି ପ୍ରସ୍ତୁତିକୁ ଆହୁରି ଜୋର୍‌ଦାର କରିଛି ଢେଙ୍କାନାଳ ଜିଲା ପ୍ରଶାସନ। ଏ ନେଇ ଶୁକ୍ରବାର ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କ ତତ୍ତ୍ୱାବଧାନରେ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ବାହାରୁ ଆସି କ୍ୱାରାଣ୍ଟାଇନରେ ଥିବା ସନ୍ଦିଗ୍ଧଙ୍କ ଉପରେ ନଜର ରଖିବାକୁ ଜିଲାପାଳ ଜିଲାସ୍ତରୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
କ୍ୱାରାଣ୍ଟାଇନ୍‌ ନିୟମ ତଦାରଖ କରିବା ଲାଗି ପ୍ରତି ବ୍ଲକରେ ୨ଜଣ ଅଧିକାରୀ ନିୟୋଜିତ ହେବେ। ସେମାନେ ବିଡିଓଙ୍କ ସହ ସମନ୍ବୟ ରକ୍ଷା କରି ଜିଲାପାଳଙ୍କୁ ରିପୋର୍ଟ ଦେବେ। ଜରୁରୀ ସାମଗ୍ରୀ ଖୋଲିବା ଲାଗି ପୂର୍ବ ନିର୍ଦ୍ଧାରିତ ସମୟରେ ୨ଘଣ୍ଟା ବୃଦ୍ଧି କରାଯାଇଛି। ଏଣିକି ସକାଳ ୭ରୁ ପୂର୍ବାହ୍ନ ୧୧ ଏବଂ ଅପରାହ୍ନ ୪ଟାରୁ ୭ଟା ଯାଏ ଦୋକାନ ଖୋଲିବ। ଏଥିସହ ୫୫ନଂ. ଜାତୀୟ ରାଜପଥ ଏବଂ ଭାପୁର-ଶଙ୍କରପୁର ଦେଇ ଯାଇଥିବା ଜଗନ୍ନାଥ ସଡ଼କ ପାର୍ଶ୍ୱରେ ୬ଟି ଢାବା ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ସେହିପରି ୫୫ନଂ. ଜାତୀୟ ରାଜପଥରେ ଦୁଇଟି ଗ୍ୟାରେଜ୍‌ ଖୋଲାଯାଇଛି। ମାଲ ପରିବହନ, ଯାନବାହନ ଚାଳକ ଓ କର୍ମଚାରୀଙ୍କ ସୁବିଧା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଢାବାରୁ କେବଳ ଖାଦ୍ୟ କିଣି ନେଇପାରିବେ। ସେଠାରେ ବସି କେହି ଖାଇପାରିବେ ନାହିଁ ବୋଲି ନିଷ୍ପତ୍ତି ହୋଇଛି। ପ୍ରଶାସନ ପକ୍ଷରୁ କଣ୍ଟ୍ରୋଲ ରୁମ୍‌ ନମ୍ବର ଜାରି ରଖାଯାଇଛି। ଜରୁରିକାଳୀନ ବିଭାଗ କାର୍ଯ୍ୟାଳୟର କଣ୍ଟ୍ରୋଲ ରୁମ ନଂ. ୭୭୩୫୧୭୭୬୮୮, ୦୬୭୬୨-୨୨୧୩୭୬ ଏବଂ ଟୋଲ ଫ୍ରି ନଂ. ୧୦୭୭। ସେହିପରି ଜିଲା ଚିକିତ୍ସାଳୟର କଣ୍ଟ୍ରୋଲ ରୁମ୍‌ ନଂ. ୦୬୭୬୨-୨୨୬୮୧୮।
ସନ୍ଦିଗ୍ଧ ବ୍ୟକ୍ତିଙ୍କ ଘରେ ଷ୍ଟିକରିଂ କରାଯାଇଛି। ପଞ୍ଚାୟତସ୍ତରୀୟ ଅଧିକାରୀ, ଆଶାକର୍ମୀ, ଅଙ୍ଗନଓ୍ବାଡି କର୍ମୀ, ଶିକ୍ଷକ, କୃଷି, ଉଦ୍ୟାନ ଏବଂ ମତ୍ସ୍ୟ ବିଭାଗ ଅଧିକାରୀ କ୍ୱାରାଣ୍ଟାଇନରେ ଥିବା ବ୍ୟକ୍ତିଙ୍କ ଉପରେ ନଜର ରଖିବେ। ଜିଲା ଏବଂ ବ୍ଲକସ୍ତରୀୟ ଅଧିକାରୀମାନେ ସଦର ମହକୁମା ଛାଡ଼ି ବାହାରକୁ ନ ଯିବାକୁ କୁହାଯାଇଛି। ଆବଶ୍ୟକ ସ୍ଥଳେ ଘରେ ରହି କାମ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଅତିରିକ୍ତ ଜିଲାପାଳ ଭବେଶ କୁମାର ନାୟକ, ପିଡି ଡିଆରଡିଏ ନରୋତ୍ତମ ବେହେରା, ଅତିରିକ୍ତ ଜିଲାପାଳ (ରାଜସ୍ବ) ସୌଦାମିନୀ ସେଠୀ, ଉପଜିଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ, ସିଡିଏମ୍‌ଓ ଡା. ନିରଞ୍ଜନ ମିଶ୍ର, ଜରୁରିକାଳୀନ ଅଧିକାରୀ ଶଶାଙ୍କ ଶେଖର ମିଶ୍ର ପ୍ରମୁଖ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତରପ୍ରଦେଶରେ ୧୫ଟି ଜିଲାର ହଟ୍‌ସ୍ପଟ୍‌ ହେବ ସିଲ୍‌

ଲକ୍ଷ୍ନୌ,୮।୪: ମହାମାରୀ କରୋନା ସାରା ଦେଶରେ ସଙ୍କଟ ସୃଷ୍ଟି କରିଛି। ଦେଶର ବିଭିନ୍ନ ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।...

ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ, ଶାଶୁ ଗୁରୁତର

ପରଜଙ୍ଗ, ୭।୧(ଡି.ଏନ.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅଧୀନ ପଙ୍ଗାତିରା ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟିଛି । ସ୍ବାମୀର...

କଟକଣା ମଧ୍ୟରେ ଖୋଲିଲା ସ୍କୁଲ

ନୂଆଦିଲ୍ଲୀ,୨୨।୯(ପି.ଟି.): କରୋନା ମହାମାରୀ ଯୋଗୁ ଦୀର୍ଘ ୬ମାସ ଧରି ବନ୍ଦ ରହିଥିବା ସ୍କୁଲ କଲେଜ ସୋମବାର କଟକଣା ମଧ୍ୟରେ ଖୋଲିଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷିତ...

ଆସନ୍ତାକାଲିଠାରୁ ଭୋପାଳରେ ଲକ୍‌ଡାଉନ୍‌ କଡ଼ାକଡ଼ି: ଖୋଲାରହିବ କ୍ଷୀର, ଔଷଧ ଦୋକାନ

ଭୋପାଳ,୫।୪: ମଧ୍ୟପ୍ରଦେଶରେ କରୋନା ଭାଇରସ୍‌ ଦିନକୁ ଦିନ ବ୍ୟାପିବାରେ ଲାଗିଛି। ସେଠାରେ ଏପର୍ଯ୍ୟନ୍ତ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୧୮୨ ହୋଇଥିବା ବେଳେ ସେଥିରୁ...

ମିସୋରିରେ ଚାଇନା ବିରୋଧରେ ମାମଲା

ଓ୍ବାଶିଂଟନ,୨୪ା୪: ଆମେରିକୀୟ ରାଜ୍ୟ ମିସୋରି ଚାଇନା ବିରୋଧରେ ମାମଲା ରୁଜୁ କରିଛି। ଚାଇନା ସତକୁ ଚପାଇ, ହ୍ବିସିଲ୍‌ବ୍ଲୋୟରଙ୍କୁ ଗିରଫ କରିବା ସହ କରୋନା ଭାଇରସ୍‌ର ସଂକ୍ରାମକତାକୁ...

ଖଟି ଖାଇବାରେ ମଜା ଅଲଗା

ଦହି ନେବ…ଦହି। ସ୍ନେହ ବୋଳା ଏହି ଦି ପଦ ଡାକ ଶୁଣିଲେ ଘରୁ ବାହାରି ଆସନ୍ତି ପିଲାଠାରୁ ବୟସ୍କ। ସକାଳୁ ସକାଳୁ ଲୋକଙ୍କ ଦୁଆର ମୁହଁକୁ...

ସ୍ପେଶାଲ୍‌ ଟ୍ରେନ୍‌ରେ ୨ ଲକ୍ଷରୁ ଅଧିକ ଯାତ୍ରୀ କଲେ ଟିକଟ ବୁକିଂ: ୪୫ କୋଟି ୩୦ ଲକ୍ଷ ଭଡ଼ା ଆଦାୟ

ନୂଆଦିଲ୍ଲୀ,୧୪।୫: କରୋନା ସଂକ୍ରମଣ ଯୋଗୁ ଭାରତରେ ଲକ୍‌ଡାଉନ୍‌ ଜାରି ହୋଇଛି। ଫଳରେ ପରିବହନ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି। ବହୁଲୋକ ଘରଠାରୁ ଦୂରରେ ଅଟକି ରହିଛନ୍ତି। ସେମାନଙ୍କ...

କୋଭିଡ୍‌ ନିୟମ ଉଲ୍ଲଂଘନ: ଏକତା ମାର୍କେଟ, ଅପର୍ତିବିନ୍ଧା ଛକର ୬ ଦୋକାନ ସିଲ୍‌

ଭଦ୍ରକ ଅଫିସ, ୨୭।୭: କୋଭିଡ୍‌ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ସୋମବାର ୬ଟି ଦୋକାନକୁ ସିଲ୍‌ କରାଯାଇଛି। ଏ ନେଇ...

Advertisement

BGU

Archives

Model This Week

Why Dharitri