ସନ୍ଦିଗ୍ଧଙ୍କ ଉପରେ କଡ଼ା ନଜର

ଢେଙ୍କାନାଳ ଅଫିସ, ୨୭।୩:ଧୀରେ ଧୀରେ ସମୂହ ସଂକ୍ରମଣ ଆଡକୁ ଗତି କରୁଛି ମହାମାରୀ କରୋନା। ଏହାର ମୁକାବିଲା କରିବା ଲାଗି ପ୍ରସ୍ତୁତିକୁ ଆହୁରି ଜୋର୍‌ଦାର କରିଛି ଢେଙ୍କାନାଳ ଜିଲା ପ୍ରଶାସନ। ଏ ନେଇ ଶୁକ୍ରବାର ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କ ତତ୍ତ୍ୱାବଧାନରେ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ବାହାରୁ ଆସି କ୍ୱାରାଣ୍ଟାଇନରେ ଥିବା ସନ୍ଦିଗ୍ଧଙ୍କ ଉପରେ ନଜର ରଖିବାକୁ ଜିଲାପାଳ ଜିଲାସ୍ତରୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
କ୍ୱାରାଣ୍ଟାଇନ୍‌ ନିୟମ ତଦାରଖ କରିବା ଲାଗି ପ୍ରତି ବ୍ଲକରେ ୨ଜଣ ଅଧିକାରୀ ନିୟୋଜିତ ହେବେ। ସେମାନେ ବିଡିଓଙ୍କ ସହ ସମନ୍ବୟ ରକ୍ଷା କରି ଜିଲାପାଳଙ୍କୁ ରିପୋର୍ଟ ଦେବେ। ଜରୁରୀ ସାମଗ୍ରୀ ଖୋଲିବା ଲାଗି ପୂର୍ବ ନିର୍ଦ୍ଧାରିତ ସମୟରେ ୨ଘଣ୍ଟା ବୃଦ୍ଧି କରାଯାଇଛି। ଏଣିକି ସକାଳ ୭ରୁ ପୂର୍ବାହ୍ନ ୧୧ ଏବଂ ଅପରାହ୍ନ ୪ଟାରୁ ୭ଟା ଯାଏ ଦୋକାନ ଖୋଲିବ। ଏଥିସହ ୫୫ନଂ. ଜାତୀୟ ରାଜପଥ ଏବଂ ଭାପୁର-ଶଙ୍କରପୁର ଦେଇ ଯାଇଥିବା ଜଗନ୍ନାଥ ସଡ଼କ ପାର୍ଶ୍ୱରେ ୬ଟି ଢାବା ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ସେହିପରି ୫୫ନଂ. ଜାତୀୟ ରାଜପଥରେ ଦୁଇଟି ଗ୍ୟାରେଜ୍‌ ଖୋଲାଯାଇଛି। ମାଲ ପରିବହନ, ଯାନବାହନ ଚାଳକ ଓ କର୍ମଚାରୀଙ୍କ ସୁବିଧା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଢାବାରୁ କେବଳ ଖାଦ୍ୟ କିଣି ନେଇପାରିବେ। ସେଠାରେ ବସି କେହି ଖାଇପାରିବେ ନାହିଁ ବୋଲି ନିଷ୍ପତ୍ତି ହୋଇଛି। ପ୍ରଶାସନ ପକ୍ଷରୁ କଣ୍ଟ୍ରୋଲ ରୁମ୍‌ ନମ୍ବର ଜାରି ରଖାଯାଇଛି। ଜରୁରିକାଳୀନ ବିଭାଗ କାର୍ଯ୍ୟାଳୟର କଣ୍ଟ୍ରୋଲ ରୁମ ନଂ. ୭୭୩୫୧୭୭୬୮୮, ୦୬୭୬୨-୨୨୧୩୭୬ ଏବଂ ଟୋଲ ଫ୍ରି ନଂ. ୧୦୭୭। ସେହିପରି ଜିଲା ଚିକିତ୍ସାଳୟର କଣ୍ଟ୍ରୋଲ ରୁମ୍‌ ନଂ. ୦୬୭୬୨-୨୨୬୮୧୮।
ସନ୍ଦିଗ୍ଧ ବ୍ୟକ୍ତିଙ୍କ ଘରେ ଷ୍ଟିକରିଂ କରାଯାଇଛି। ପଞ୍ଚାୟତସ୍ତରୀୟ ଅଧିକାରୀ, ଆଶାକର୍ମୀ, ଅଙ୍ଗନଓ୍ବାଡି କର୍ମୀ, ଶିକ୍ଷକ, କୃଷି, ଉଦ୍ୟାନ ଏବଂ ମତ୍ସ୍ୟ ବିଭାଗ ଅଧିକାରୀ କ୍ୱାରାଣ୍ଟାଇନରେ ଥିବା ବ୍ୟକ୍ତିଙ୍କ ଉପରେ ନଜର ରଖିବେ। ଜିଲା ଏବଂ ବ୍ଲକସ୍ତରୀୟ ଅଧିକାରୀମାନେ ସଦର ମହକୁମା ଛାଡ଼ି ବାହାରକୁ ନ ଯିବାକୁ କୁହାଯାଇଛି। ଆବଶ୍ୟକ ସ୍ଥଳେ ଘରେ ରହି କାମ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଅତିରିକ୍ତ ଜିଲାପାଳ ଭବେଶ କୁମାର ନାୟକ, ପିଡି ଡିଆରଡିଏ ନରୋତ୍ତମ ବେହେରା, ଅତିରିକ୍ତ ଜିଲାପାଳ (ରାଜସ୍ବ) ସୌଦାମିନୀ ସେଠୀ, ଉପଜିଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ, ସିଡିଏମ୍‌ଓ ଡା. ନିରଞ୍ଜନ ମିଶ୍ର, ଜରୁରିକାଳୀନ ଅଧିକାରୀ ଶଶାଙ୍କ ଶେଖର ମିଶ୍ର ପ୍ରମୁଖ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା

କାମାକ୍ଷାନଗର,୫।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରୁ ଶୁକ୍ରବାର ସକାଳେ ଏକ ବଡ଼ ଲୁଟ୍‌ ହୋଇଛି। ୫ ଜଣ ଦୁର୍ବୃତ୍ତ...

୨ ନେତ୍ରୀଙ୍କ ସହ ଭାଜପା ଛାଡ଼ିଲେ ନିରୋଜ ନଳିନୀ

ଢେଙ୍କାନାଳ,୪ା୪(ରତନ ନାୟାର): ରାଜ୍ୟ ଭାଜପା କାର୍ଯ୍ୟକାରିଣୀ ସଦସ୍ୟା ନିରୋଜ ନଳିନୀ ମହାଳିକ ବୁଧବାର ଭାଜପାରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସହିତ ଢେଙ୍କାନାଳ ଜିଲା ଭାଜପା ସମ୍ପାଦିକା...

ବିଜେଡି ଛାଡିଲେ ରାଜ୍ୟ ସମ୍ପାଦକ ହର୍ଷବର୍ଦ୍ଧନ

ଢେଙ୍କାନାଳ,୩ା୪(ରତନ ନାୟାର): ଢେଙ୍କାନାଳ ଜିଲା ବିଜେଡିର ବରିଷ୍ଠ ନେତା ତଥା ରାଜ୍ୟ ବିଜେଡି ସମ୍ପାଦକ ହର୍ଷବର୍ଦ୍ଧନ ସିଂହଦେଓ ମଙ୍ଗଳବାର ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ନିଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri