Posted inପୁରୀ

ସଞ୍ଜୀବ ଦୁର୍ଗା କ୍ରିକେଟ୍‌ ଉଦ୍‌ଯାପିତ: ବେଙ୍ଗଲ ଟାଇଗର୍‌ ବିଜୟୀ

କୃଷ୍ଣପ୍ରସାଦ,୧୮ା୬(ଡି.ଏନ.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଗୋମୁଣ୍ଡିଆ ପଞ୍ଚାୟତର ମା’ ସଞ୍ଜୀବ ଦୁର୍ଗା ଯୁବ ସଂସଦ ତରଫରୁ ରଜ ଉତ୍ସବ ଅବସରରେ ଗ୍ରାମୀଣ କ୍ରିକେଟ୍‌ ପ୍ରତିଯୋଗିତା ଆୟୋଜିତ ହୋଇଛି। ସୋମବାର ହୋଇଥିବା ଏହି ଖେଳରେ ବେଙ୍ଗଲ ଟାଇଗର୍‌ ଟିମ ବିଜୟ ଲାଭ କରିଛି। ଉଦଯାପନୀ ଦିବସରେ ବେଙ୍ଗଲ ଟାଇଗର୍‌ ଓ ସାଇ ସଂସ୍କୃତି ରୟାଲ ଟିମ୍‌ ମଧ୍ୟରେ ଖେଳ ହୋଇଥିଲା। ବେଙ୍ଗଲ ଟାଇଗର୍‌ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭରରେ ୧ଶହ ରନ୍‌ ସଂଗ୍ରହ କରିଥିବାବେଳେ ସାଇ ସଂସ୍କୃତି ସମୁଦାୟ ୭୮ରନ୍‌ କରି ପରାଜିତ ହୋଇଥିଲା । ଉତ୍ସବକୁ ଗ୍ରାମ୍ୟ କମିଟି ସଭାପତି ବାଙ୍କନିଧି ସାହୁ ଉଦ୍‌ଘାଟନ କରିଥିବାବେଳେ ମୁଖ୍ୟଅତିଥି ଭାବେ ଅନୁଷ୍ଠାନର ସମ୍ପାଦକ ସୁରେନ୍ଦ୍ର ଦାସ ଯୋଗଦେଇଥିଲେ । ଦିଲୀପ କୁମାର ଜେନା, ଦୁଃଶାସନ ନାୟକ ଖେଳ ପରିଚାଳନା କରିଥିବାବେଳେ ସୁରେଶ ଚନ୍ଦ୍ର ସାହୁ ଧାରା ବିବରଣୀ ପ୍ରଦାନ କରିଥିଲେ । ବରିଷ୍ଠ ଶିକ୍ଷକ ଗଣେଶ କୁମାର ନାୟକ, ଯୁବ ପ୍ରତିଭା ଦିଲୀପ କୁମାର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉଭୟ ଦଳକୁ ପୁରସ୍କୃତ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କୁ ଯୌନ ଶୋଷଣ, ବ୍ଲାକମେଲିଂ ଅଭିଯୋଗ: କନଷ୍ଟେବଳ କୋର୍ଟଚାଲାଣ

ସାକ୍ଷୀଗୋପାଳ, ୧୭।୧୦(ଡି.ଏନ୍‌.ଏ.): ପୁରୀ ଜିଲା ସତ୍ୟବାଦୀ ଥାନା ଅଞ୍ଚଳର ଜନୈକା ବିବାହିତା ମହିଳାଙ୍କୁ ଯୌନ ଶୋଷଣ ଓ ବ୍ଲାକମେଲିଂ ଅଭିଯୋଗରେ ଜଣେ ପୋଲିସ କନେଷ୍ଟବଳଙ୍କୁ ବୁଧବାର...

ଜନତା କର୍ଫ୍ୟୁ ସମର୍ଥନରେ ବାଲୁକା ଶିଳ୍ପୀ ମାନସ କୁମାରଙ୍କ ସ୍ୟାଣ୍ଡ ଆନିମେଶନ

ପୁରୀ ଅଫିସ,୨୨।୩: ମହାମାରୀ କରୋନାକୁ ନେଇ ଏବେ ସବୁଠି ଆତଙ୍କ। ସମଗ୍ର ବିଶ୍ୱ କରୋନା ସହିତ ଲଢ଼େଇ କରୁଥିବାବେଳେ ଭାରତ ବି ପ୍ରାଣମୂର୍ଚ୍ଛା ଚେଷ୍ଟା ଚଳାଇଛି।...

ଛେରାପହଁରା କଲେ ଗଜପତି ମହାରାଜା

ପୁରୀ ଅଫିସ, ୧।୭: ରଥରେ ମଦନମୋହନ ବିଜେ କରିବା ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରା ପହଁରା କରିବା ପାଇଁ ପହଞ୍ଚିଥିଲେ। ପ୍ରଥମେ ବଡ଼...

ଅଯୋଧ୍ୟାରେ ରାମମନ୍ଦିର ପାଇଁ ଭୂମି ପୂଜା : କୋଣାର୍କରୁ ଗଲା ଜଳ, ମାଟି

କୋଣାର୍କ,୨୬।୭(ଡି.ଏନ.ଏ.) : ଅଯୋଧ୍ୟାରେ ଅଗଷ୍ଟ ୫ରେ ରାମମନ୍ଦିର ନିର୍ମାଣ ଆରମ୍ଭ ହେବ। ଏହାର ଭୂମି ପୂଜା ପାଇଁ କୋଣାର୍କରୁ ପବିତ୍ର ତୀର୍ଥ ଜଳ ଓ ମାଟି...

ଶ୍ରୀମନ୍ଦିର ପ୍ରବେଶ ପାଇଁ ଆସିବ ନୂଆ ଗାଇଡ୍‌ଲାଇନ

ପୁରୀ ଅଫିସ,୨୭।୧୦: ପୁରୀ ବାସୀଙ୍କ ପାଇଁ ଜଗା ଦର୍ଶନକୁ ନେଇ ବୁଧବାର ନୂଆ ଗାଇଡ୍‌ଲାଇନ୍‌ ଆସିବ। ମଧ୍ୟ୍ୟାହ୍ନ ୧୨ଟାରେ ଭର୍ଚୁଆଲ ଯୋଗେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ...

ମରାମତି ପରେ ବି ଦବିଲା ଗୋପ-ବାଲିଘାଇ ରାସ୍ତା

ଗୋପ, ୨।୮(ଡି.ଏନ୍‌.ଏ.):  ନିର୍ମାଣାଧୀନ ଗୋପ-ବାଲିଘାଇ ରାସ୍ତାର ଗୋପ ବ୍ରିଜ୍‌ ନିକଟରେ ନିର୍ମାଣାଧୀନ ନୂତନ ସ୍ପାନ୍‌ ରାସ୍ତାଟି ଗତ ୧୦ ତାରିଖରେ ଦବିଯିବା ନେଇ ଖବର ପ୍ରକାଶିତ...

ପୁରୀରେ ପହଞ୍ଚିଲେ୧୩୩ ପାକିସ୍ତାନୀ ହିନ୍ଦୁ

ପୁରୀ ଅଫିସ,୪ା୧: ପୁରୀରେ ପହଞ୍ଚିଛନ୍ତି ୧୩୩ ଜଣ ପାକିସ୍ତାନୀ ହିନ୍ଦୁ ପର୍ଯ୍ୟଟକ। ଶୁକ୍ରବାର ରାତି ପ୍ରାୟ ୯ଟାରେ ଏମାନେ ବସ୍‌ରେ ଆସି ପୁରୀରେ ପହଞ୍ଚିବା ପରେ...

କୋଣାର୍କରେ ଏନ୍‌ଡିଆରଏଫ୍‌ ଟିମ୍‌ : ଲୋକଙ୍କୁ ସତର୍କ କଲା ପ୍ରଶାସନ

ପୁରୀ ଅଫିସ,୧୯ା୫: ସ୍ଥଳଭାଗ ମୁହଁ। ହେଉଛି ସାମୁଦ୍ରିକ ବାତ୍ୟା ଅମ୍ଫନ। ଏହାକୁ ଦୃଷ୍ଟିରେ ରଖି ପୁରୀ ଜିଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ସବୁ ବ୍ଲକରେ...

Advertisement


Archives

Model This Week