ସଚେତନତା ପାଇଁ ମାସ୍କ ବଣ୍ଟନ

ଚିତ୍ରଡା,୧୪ା୪(ଡି.ଏନ୍‌.ଏ.)- କରୋନା ସଚେତନତା ପାଇଁ ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଚିତ୍ରଡା ପଞ୍ଚାୟତ ଅଧୀନ ଡିମୁରଡିହା ଗ୍ରାମର ତନୁ ମହାନ୍ତ ଲୋକଙ୍କୁ ମାଗଣାରେ ମାସ୍କ ବାଣ୍ଟି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ବୟସ ୫୦ ଅତିକ୍ରମ କରିଥିଲେ ମଧ୍ୟ ଲୋକଙ୍କ ସେବା ପାଇଁ ନିଜକୁ ଉତ୍ସର୍ଗ କରି ଦେଇଛନ୍ତି। ସରକାରଙ୍କ ବାର୍ତ୍ତାକୁ ସେ ଲୋକଙ୍କ ପାଖରେ ପହଞ୍ଚାଇ ସଚେତନତା ସୃଷ୍ଟି କରୁଛନ୍ତି। ପ୍ରଥମେ ସେ ଗାଁର ଗରିବ ଅସହାୟ ଲୋକଙ୍କୁ ମାସ୍କ ବାଣ୍ଟିବା କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ଚିତ୍ରଡା ହାଟକୁ ଆସିଥିବା ପ୍ରାୟ ୫୦ ଜଣ ଗରିବ ଲୋକଙ୍କୁ ମାସ୍କ ବାଣ୍ଟି ଥିଲେ। ମାସ୍କ ବାଣ୍ଟିବା ସହିତ ଲୋକଙ୍କୁ ସଚେତନତାର ବାର୍ତ୍ତା ଯଥା ସାମାଜିକ ଦୂରତ୍ୱ ବଜାୟ ରଖିବା, ହ୍ୟାଣ୍ଡ ୱାସ, ସାବୁନରେ ହାତ ଧୋଇବା, ପରିଷ୍କାର ପରିଚ୍ଛନ ରହିବା, ଅଯଥାରେ ଘରୁ ନ ବାହାରିବାକୁ ପରାମର୍ଶ ଦେଇଥିଲେ l ସେ ନିଜେ ମାସ୍କ ତିଆରି କରି ଲୋକଙ୍କୁ ଦେଉଛନ୍ତି ଏବଂ ନିୟମିତ ମାସ୍କ ପିନ୍ଧିବା ପାଇଁ କହୁଛନ୍ତି l ତନୁଙ୍କ ଏହି ମହତ କାର୍ଯ୍ୟ ପାଇଁ ବିଭିନ୍ନ ମହଲରୁ ତାଙ୍କୁ ପ୍ରଶଂସା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିମିଳିପାଳରେ ମଣିଷଖିଆ ବାଘ; ଜଙ୍ଗଲକୁ ଯାଇ ଆଉ ଫେରିନଥିଲେ, ସକାଳୁ ମିଳିଲା କ୍ଷତାକ୍ତ ଦୁଇ ଗୋଡ଼ ସହ ଲୁଙ୍ଗି

କରଞ୍ଜିଆ,୧।୬(କବିତା ମହାନ୍ତ): ମଣିଷକୁ ଖାଇଗଲା ମହାବଳ ବାଘ ! କରଞ୍ଜିଆ ବନଖଣ୍ଡ ଦୁଧିଆଣୀ ରେଞ୍ଜ ଅଧୀନ କୁମୁଡାବାଡ଼ି ଗାଁ ରାଜାମ୍ ସାହି ନିକଟ ଜଙ୍ଗଲରୁ ଛାତିଥରା ଘଟଣା…

ବୈଶିଙ୍ଗା-ରୁପ୍ସା ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା, ଶିକ୍ଷକ ମୃତ

ବୈଶିଙ୍ଗା,୨୫।୫(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ବଜାର ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଏଥିରେ ବେତନଟୀ ବ୍ଲକ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ…

ପ୍ରେମ ପାଇଁ ଜୀବନ ହାରିଲେ ଯୁବକ: ଭିଡିଓ ଭାଇରାଲ

ଭୁବନେଶ୍ୱର,୨୪।୫: ମୟୂରଭଞ୍ଜ ଜିଲା ରାସଗୋବନ୍ଦପୁର ଥାନା ମାଣିନ୍ଦା ଅଞ୍ଚଳରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ପ୍ରେମ ପାଇଁ ଜଣେ ଯୁବକ ବିଷ ପିଇ ସୋସିଆଲ ମିଡିଆରେ…

ସ୍ପଷ୍ଟ ଦିବାଲୋକରେ ବିଚ ରାସ୍ତାରେ ଦୁଇ ଯୁବକଙ୍କୁ ନିର୍ଘାତ ମାଡ଼ , ଗୁଣ୍ଡାଗିରିର ଭିଡିଓ ଭାଇରାଲ

ଉଦଳା, ୨୨।୫( ସନ୍ତୋଷ ବାଞ୍ଝିନୀ): ରାସ୍ତା ପାଲଟିଲା ରେସଲିଂ ରିଙ୍ଗ। ପୋଲିସକୁ ନାହିଁ ଭୟ, ଥାନା ଠାରୁ ୫ ଶହ ମିଟର ଦୂରରେ ସ୍ପଷ୍ଟ ଦିବାଲୋକରେ ବିଚ…

ବୈଶିଙ୍ଗାରେ ଛାତିଥରା ହତ୍ୟାକାଣ୍ଡ, ଶୋଇଥିବା ବେଳେ ମହିଳାଙ୍କ ତଣ୍ଟି ଚିପି ହତ୍ୟା

ବୈଶିଙ୍ଗା,୨୧।୫(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଗଣେଶ୍ବରପୁର ଗ୍ରାମରେ ଏକ ଛାତିଥରା ହତ୍ୟାକାଣ୍ଡ ହୋଇଛି । ବୁଧବାର ରାତିରେ ଜନୈକା ୫୦ ବର୍ଷିୟା ମହିଳାଙ୍କୁ…

ବିଲକୁ ଯାଇଥିବା ବେଳେ ବଜ୍ରପାତରେ ଯୁବକ ମୃତ, ଜଳି ଯାଇଥିଲା ପିଠି

ବୈଶିଙ୍ଗା,୨୦।୫(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ତଥା ବଡ଼ସାହି ବ୍ଲକ ଅନ୍ତର୍ଗତ ମାନଗୋବିନ୍ଦପୁର ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ବଜ୍ରପାତ ଯୋଗୁଁ ଜଣେ ଚାଷୀଙ୍କ ବିଲରେ ମୃତ୍ୟୁ…

ନ୍ୟାୟ ମାଗିବାକୁ ଥାନାକୁ ଯାଇଥିଲେ ନାବାଳିକା; ଥାନା ଅଧିକାରୀଙ୍କ ଧମକରେ ଅଚେତ ହୋଇଗଲେ, ତାପରେ…

ବାରିପଦା/ମୋରଡ଼ା,୧୮।୫ (ନୀଳାଦ୍ରି ବିହାରୀ ଦଣ୍ଡପାଟ/ସ୍ମାରକ ମାଜୀ): ମା’ବାପାଙ୍କ ସହିତ ଅଭିଯୋଗ ପତ୍ର ନେଇ ଥାନାକୁ ଯାଇଥିବା ଜଣେ ନାବାଳିକା ଥାନା ଅଧିକାରୀଙ୍କ ଧମକପୂର୍ଣ୍ଣ ବ୍ୟବହାରରେ ଚେତାଶୂନ୍ୟ ହୋଇ…

ସମ୍ପର୍କୀୟ ଭାଇ ଦେଲା ବିଶ୍ବାସରେ ବିଷ:୧୩ ବର୍ଷୀୟା ନାବାଳିକା ହେଲେ ୬ ମାସର ଗର୍ଭବତୀ, ଡାକ୍ତରୀ ପରୀକ୍ଷା ପରେ…

ବୈଶିଙ୍ଗା,୧୫।୫(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଅଞ୍ଚଳରେ ବଳାତ୍କାର ଶିକାର ଜନୈକା ୧୩ ବର୍ଷିୟା ନାବାଳିକା ୬ମାସର ଗର୍ଭବତୀ ହେବା ଘଟଣାରେ ସମ୍ପର୍କୀୟ ଭାଇକୁ ଗିରଫ କରିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri