Posted inଖେଳ

ସଚିନ ତେନ୍ଦୁଲକରଙ୍କୁ ସ୍ବପ୍ନରେ ଦେଖୁଥିଲେ ଏହି ମହାନ ଖେଳାଳି

ଅଷ୍ଟ୍ରେଲିଆର ମହାନ୍‌ ବୋଲର୍‌ ସେନ୍‌ ଓ୍ବାର୍ଣ୍ଣ ୫୧ବର୍ଷରେ ପଦାର୍ପଣ କରିଛନ୍ତି। ୧୯୬୯ ସେପ୍ଟେମ୍ବର ୧୩ ତାରିଖରେ ଅଷ୍ଟ୍ରେଲିଆର ଭିକ୍ଟୋରିଆରେ ସେ ଜନ୍ମଗ୍ରହଣ କରିଥିଲେ। ବିଶ୍ୱର ସର୍ବଶ୍ରେଷ୍ଠ ସ୍ପିନରଙ୍କ ମଧ୍ୟରେ ଜଣାଶୁଣା ଓ୍ବାର୍ଣ୍ଣ ଶ୍ରୀଲଙ୍କାର କିମ୍ବଦନ୍ତୀ ବୋଲର୍‌ ମୁଥିଆ ମୁରଲିଧରନ୍‌ଙ୍କ ସହ ଅନ୍ତର୍ଜାତୀୟ କ୍ରିକେଟରେ ୧ ହଜାରରୁ ଊର୍ଦ୍ଧ୍ୱ ଉଇକେଟ୍‌ ନେଇଛନ୍ତି। ୧୯୯୨ରେ ଓ୍ବାର୍ଣ୍ଣ ଭାରତ ବିପକ୍ଷରେ ସିଡନୀରେ ଅନ୍ତର୍ଜାତୀୟ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ସାରଜାରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା କୋକାକୋଲା କପ୍‌ର ଦୁଇଟି ଲିଗ୍‌ ମ୍ୟାଚ୍‌ରେ ସଚିନ ତେନ୍ଦୁଲକର ଯଥାକ୍ରମେ ୧୪୩ ଏବଂ ୧୩୪ରନର ପାଳି ଖେଳିଥିଲେ। ଏହି ଦୁଇଟି ମ୍ୟାଚ୍‌ରେ ଓ୍ବାର୍ଣ୍ଣଙ୍କୁ ପ୍ରବଳ ପ୍ରହାର କରିଥିଲେ ସଚିନ। ମ୍ୟାଚ୍‌ ପରେ ଓ୍ବାର୍ଣ୍ଣ କହିଥିଲେ, ସ୍ବପ୍ନରେ ବି ମୁଁ ସଚିନଙ୍କ ଛକା, ଚୌକା ଦେଖୁଛି। ସୂଚନାଯୋଗ୍ୟ, ଓ୍ବାର୍ଣ୍ଣ ୧୪୫ଟି ଟେଷ୍ଟ ଖେଳି ୭୦୮ଟି ଉଇକେଟ ନେଇଥିଲେ। ଟେଷ୍ଟରେ ୭୦୦ ଉଇକେଟ୍‌ ନେବାରେ ସେ ପ୍ରଥମ ଖେଳାଳି ହୋଇପାରିଥିଲେ। ସେହିପରି ୧୯୪ଟି ଏକଦିବସୀୟ ମ୍ୟାଚ୍‌ ଖେଳି ୨୯୩ଟି ଉଇକେଟ୍‌ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୬ ୱିକେଟରେ ଜିଟିର ସହଜ ବିଜୟ…

ନୂଆଦିଲ୍ଲୀ,୪।୪ : ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୩ର ସପ୍ତମ ମ୍ୟାଚ୍‌ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ଏବଂ ଗୁଜରାଟ ଟାଇଟନ୍ସ(ଜିଟିି) ମଧ୍ୟରେ ମଙ୍ଗଳବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ...

ନୂଆ କୋଚ୍‌ ରିଡ୍‌ଙ୍କ ସହ ସହଜ ମନେ କରୁଛୁ : ମନପ୍ରୀତ

ଭୁବନେଶ୍ୱର,୫।୬(ସ୍ପୋଟର୍‌ସ ବ୍ୟୁରୋ)- ଆଉ ମାତ୍ର ଗୋଟିଏ ଦିନ ପରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ହକି କମ୍ପ୍ଲେକ୍ସରେ ଆରମ୍ଭ ହେବାକୁ ଯାଉଛି ଆନ୍ତର୍ଜାତିକ ହକି ଫେଡେରେଶନ (ଏଫ୍‌ଆଇଏଚ୍‌)...

ରୋମାନ୍ସରେ ନଂ- ୧ ଏହି ଭାରତୀୟ ଖେଳାଳି: ସ୍ତ୍ରୀଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ଏମିତି

ଭାରତୀୟ କ୍ରିକେଟ ଦଳର ଷ୍ଟାର ଖେଳାଳି ରୋହିତ ଶର୍ମା ଏବେ ଅଷ୍ଟ୍ରେଲିଆରେ କ୍ୱାରାଣ୍ଟାଇନ୍‌ ସମୟ ବିତାଉଛନ୍ତି। ଏହି ସମୟରେ ତାଙ୍କଠାରୁ ବହୁ ଦୂରରେ ଥିବା ସ୍ତ୍ରୀ...

ରୁଟ୍‌ ନେତୃତ୍ୱ ଛାଡ଼ିଦେବା ଉଚିତ

ମେଲବୋର୍ନ,୨୯।୧୨: ଚଳିତ ଆଶେସ ସିରିଜ୍‌ର ତୃତୀୟ ତଥା ମେଲବୋର୍ନ ଟେଷ୍ଟରେ ଇଂଲଣ୍ଡ ଏକ ଇନିଂସ ଓ ୧୪ ରନ୍‌ରେ ଅଷ୍ଟ୍ରେଲିଆଠାରୁ ପରାଜୟ ବରଣ କରିଛି। ଏଭଳି...

ଅଲିମ୍ପିକ୍ସ ମହିଳା ବକ୍ସିଂ ପ୍ରି-କ୍ୱାର୍ଟରରେ ମେରୀ କମ୍‌

ଟୋକିଓ, ୨୬।୭(ପି.ଟି.)- ଛଅ ଥର ବିଶ୍ୱ ଚାମ୍ପିୟନ ଏମ୍‌.ସି. ମେରୀ କମ୍‌ ଟୋକିଓ ଅଲିମ୍ପିକ୍ସ ମହିଳା ୫୧ କେଜି ବିଭାଗ ବକ୍ସିଂରେ ପ୍ରଭାବୀ ପ୍ରଦର୍ଶନ ସହ...

ବିଶ୍ୱ ମହିଳା ବକ୍ସିଂ: କ୍ୱାର୍ଟରରେ ମେରୀକମ୍‌

ଉଲାନ-ଉଡେ(ରୁଷିଆ),୮।୧୦(ପି.ଟି.): ଛ’ ଥର ବିଶ୍ୱ ଚାମ୍ପିୟନ ମହିଳା ବକ୍ସର ଏମ୍‌.ସି. ମେରୀକମ୍‌ ଏଠାରେ ଚାଲିଥିବା ବିଶ୍ୱ ମହିଳା ବକ୍ସିଂ ଚାମ୍ପିୟନଶିପ୍‌ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।...

ବାରବାଟୀରେ ଭାରତୀୟ ଦଳର ଅଭ୍ୟାସ: କୋହଲିଙ୍କୁ ଦେଖିବାକୁ ଦର୍ଶକଙ୍କ ପ୍ରବଳ ଭିଡ଼

କଟକ ଅଫିସ,୨୧।୧୨: ରବିବାର ବାରବାଟୀରେ ଖେଳାଯିବ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଚଳିତ ଦିନିକିଆ କ୍ରିକେଟ ସିରିଜର ଅନ୍ତିମ ତଥା ନିର୍ଣ୍ଣାୟକ ମ୍ୟାଚ୍‌। ଏହା ପୂର୍ବରୁ...

ପୁଣି ଜାତୀୟ ରେକର୍ଡ ଭାଙ୍ଗିଲେ ଦୂତୀ

ଭୁବନେଶ୍ୱର, ୨୩।୪(କ୍ରୀଡ଼ା ପ୍ରତିନିଧି)- ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌ ଓଡ଼ିଶାର ଦୂତୀ ଚାନ୍ଦ ଦୋହାଠାରେ ଚାଲିଥିବା ୨୩ତମ ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ କ୍ରମାଗତ ଦ୍ୱିତୀୟଥର ଜାତୀୟ ରେକର୍ଡ...

Advertisement
Archives

Model This Week