ସଙ୍କଟରେ ପାକିସ୍ତାନୀ ମୁଦ୍ରା;ଭାରତ ତୁଳନାରେ ମୂଲ୍ୟ ଅଧା

ନୂଆଦିଲ୍ଲୀ,୧୯-୫: ଭାରତୀୟ ମୁଦ୍ରା ଟଙ୍କା ଏବେ ପଡ଼ୋଶୀ ପାକିସ୍ତାନର ମୁଦ୍ରାଠାରୁ ଅଧିକ ମୂଲ୍ୟବାନ ହୋଇଛି। ଶୁକ୍ରବାର ଭାରତୀୟ ଟଙ୍କା ଡଲାର ତୁଳନାରେ ୭୦ ସ୍ତରରେ ଥିଲା ବେଳେ ପାକିସ୍ତାନ ଟଙ୍କା ୧୫୦ ଟପିଯାଇଛି। ଏପରି ନୁହେଁ ଯେ, ପାକିସ୍ତାନୀ ଟଙ୍କାର ମୂଲ୍ୟ ଏବେ ହ୍ରାସ ପାଇଛି। ଗତ କିଛି ମାସ ହେବ ସେଦେଶର ଟଙ୍କା ବେଶ୍‌ ଚାପରେ ରହିଛି। କିନ୍ତୁ ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ଏହା ଭାରତୀୟ ମୁଦ୍ରା ତୁଳନାରେ ଅଧା ହୋଇ ନ ଥିଲା। ଚଳିତ ସପ୍ତାହରେ ପାକିସ୍ତାନୀ ଟଙ୍କା ସର୍ବନିମ୍ନ ସ୍ତରରେ ପହଞ୍ଚତ୍ୟାଇଛି। ନିକଟରେ ଅନ୍ତରାଷ୍ଟ୍ରୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ପାକିସ୍ତାନକୁ ୬ ବିଲିୟନ ଡଲାର ଋଣ ପ୍ୟାକେଜ ଦେବାକୁ ରାଜି ହୋଇଛି। ଆଇଏମ୍‌ଏଫ୍‌ ୧୯୮୦ରୁ ଅଦ୍ୟାବଧି ପାକିସ୍ତାନକୁ ୧୨ ଥର ସହାୟତା ପ୍ୟାକେଜ ଦେଇସାରିଲାଣି। ଗତ ବର୍ଷକ ଭିତରେ ପାକ୍‌ର ମୁଦ୍ରା ୨୦%ରୁ ଅଧିକ ହ୍ରାସ ପାଇସାରିଛି ଏବଂ ଡଲାର ତୁଳନାରେ ଏହା ଏସିଆରେ ସବୁଠୁ ଖରାପ ପ୍ରଦର୍ଶନ କରିଛି। ଟଙ୍କାର ମୂଲ୍ୟ କମିବା କାରଣରୁ ଏବେ ପଡୋଶୀ ଦେଶର ମୁଦ୍ରାସ୍ଫୀତି ୮% ହୋଇସାରିଛି। ଏହାକୁ ଦୃଷ୍ଟିରେ ରଖି ପାକିସ୍ତାନ ରିଜର୍ଭ ବ୍ୟାଙ୍କ ସୋମବାର ସୁଧ ହାର ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛି ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟପ୍‌-୫୦୦ ଗ୍ଲୋବାଲ କମ୍ପାନୀ ମଧ୍ୟରେ ଭାରତର ୧୧

ମୁମ୍ବାଇ: ବିଶ୍ୱର ୫୦୦ ମୂଲ୍ୟବାନ୍‌ କମ୍ପାନୀ ମଧ୍ୟରେ ଭାରତର ୧୧ ଘରୋଇ କମ୍ପାନୀ ସ୍ଥାନିତ ହୋଇଛନ୍ତି। ତାଲିକାରେ ଭାରତ ୧୦ମ ସ୍ଥାନରେ ରହିଛି। ତାଲିକାରେ ରହିଥିବା...

ସତର୍କ କରାଇଲେ ରଘୁରାମ ରାଜନ; ସଙ୍କଟ ଆଡକୁ ମୁହାଁଉଛି ଭାରତୀୟ ଅର୍ଥନୀତି

ନୂଆଦିଲ୍ଲୀ,୧୩-୧୦: ଦେଶର ବିତ୍ତୀୟ ନିଅଣ୍ଟ ବଢୁଥିବା ବେଳେ ଏହା ଘରୋଇ ବଜାରକୁ ଖରାପସ୍ଥିତି ଆଡକୁ ଟାଣି ନେଉଛି। ଏଭଳି ବିଭିନ୍ନ କାରଣ ଲାଗି ଭାରତର ଅର୍ଥ...

ସ୍ଥିତି ସୁଧୁରିବାକୁ ଲାଗିପାରେ ବର୍ଷେରୁ ଅଧିକ

ନୂଆଦିଲ୍ଲୀ,୪।୫: କରୋନା ଲଢ଼େଇ ଲାଗି ସରକାର ଜାରି କରିଥିବା ଲକ୍‌ଡାଉନ ଫଳରେ ଘରୋଇ ବଜାରର ଆର୍ଥତ୍କ କାର୍ଯ୍ୟକଳାପକୁ ଶକ୍ତ ଧକ୍କା ଲାଗିଛି। ବଜାରରେ ସ୍ଥିତି ସୁଧାର...

ଅଶୋକ ଲେଲାଣ୍ଡ୍‌ ଚେୟାରମ୍ୟାନ୍‌ଙ୍କ ପରଲୋକ

ଚେନ୍ନାଇ,୯।୯: ହିନ୍ଦୁଜା ଗ୍ରୁପର ପ୍ରମୁଖ କମ୍ପାନୀ ଅଶୋକ ଲେଲାଣ୍ଡର ଚେୟାରମ୍ୟାନ ଆରଜେ ଶାହାନୀଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ହୋଇଥିଲା। ଶାହାନୀ...

୪୫%କୁ ବୃଦ୍ଧି ପାଇବ ଡିଜିଟାଲ ବଜାର

ନୂଆଦିଲ୍ଲୀ,୧୯।୨: ଗ୍ରୁପ୍‌ଏମ୍‌ ଇଣ୍ଡିଆ ପକ୍ଷରୁ ନିକଟରେ ୨୦୨୨ ବର୍ଷ ଲାଗି ବିଜ୍ଞାପନ ବ୍ୟୟର ଏକ ଆକଳନ ରିପୋର୍ଟ ପ୍ରକାଶ କରାଯାଇଛି। କମ୍ପାନୀର କହିବା ଅନୁଯାୟୀ କୌଣସି...

୬ବର୍ଷରେ ପ୍ରଥମଥର ଏପ୍ରିଲରେ ଏୟାର ଟ୍ରାଫିକ ହ୍ରାସ

ନୂଆଦିଲ୍ଲୀ,୩୦-୫: ଏପ୍ରିଲରେ ଘରୋଇ ଏୟାର ଟ୍ରାଫିକ ହ୍ରାସ ପାଇଛି। ଗତ ୬ ବର୍ଷ ମଧ୍ୟରେ ଏହା ପ୍ରଥମଥର ଦେଖିବାକୁ ମିଳିଛି। ଜେଟ୍‌ ଏୟାରଓ୍ବେଜ୍‌ ବନ୍ଦ ହୋଇଯିବା...

ଆଞ୍ଚଳିକ ସ୍ତର ଲକ୍‌ଡାଉନ: ସାପ୍ତାହିକ ୯ ହଜାର କୋଟି କ୍ଷତି ଆଶଙ୍କା

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଦେଶରେ କରୋନା ସଂକ୍ରମଣ ବଢ଼ିଚାଲିଛି। କରୋନାର ଦ୍ୱିତୀୟ ଲହର ବଢ଼ିବାରୁ ସ୍ଥିତି ଚ୍ୟାଲେଞ୍ଜିଂ ହୋଇଛି। ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ଦେଶର ବିଭିନ୍ନ...

ନିଯୁକ୍ତି ସୁରକ୍ଷାରେ ସହାୟକ ନୁହେଁ ସଂରକ୍ଷଣବାଦ:ରାଜନ

ୟୁନାଇଟେଡ ନେସନ୍ସ,୧୮-୪: ବିଶ୍ୱର ଦେଶଗୁଡିକ ଆପଣାଉଥିବା ସଂରକ୍ଷଣବାଦ ନିଯୁକ୍ତି ସୁରକ୍ଷା ଦିଗରେ ବିଶେଷ ଭାବେ ସହାୟକ ହେବ ନାହିଁ। ଅପରପକ୍ଷରେ ଅଟୋମେଶନ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ...

Advertisement
Archives

Model This Week