ସକାଳେ ଗ୍ଲାସେ ଉଷୁମ ପାଣିରେ ଟିପେ ସୈନ୍ଧବ ଲବଣ…

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ମଣିଷ ନିଜ ଶରୀର ପାଇଁ ସମୟ ଦେଇପାରୁ ନାହିଁ। ଫଳରେ ବିଭିନ୍ନ ରୋଗ ହେବାର ଆଶଙ୍କା ସୃଷ୍ଟି ହେଉଛି। ତେବେ ନିତିଦିନିଆ ଜୀବନରେ କେତେକ କାମ କଲେ ସହଜରେ ବହୁ ରୋଗରୁ ମୁକ୍ତି ମିଳିପାରିବ। ପ୍ରତିଦିନ ସକାନେ ଗ୍ଲାସେ ସୈନ୍ଧବ ଲବଣ ପାଣି ପିଇଲେ ମିଳିଥାଏ ଅନେକ ଫାଇଦା। ଏହାଦ୍ୱାରା ଡାଇବେଟିସ ଏବଂ ମେଦବହୁଳତା ସହ ଅନେକ ରୋଗରୁ ମୁକ୍ତି ମିଳେ ବୋଲି ଗୁଜରାଟ ଆୟୁର୍ବେଦ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। ଗ୍ଲାସେ ଉଷୁମ ପାଣିରେ ଟିପେ ସୈନ୍ଧବ ଲବଣ ପକାଇ ଏହାକୁ ପ୍ରସ୍ତୁତ କରାଯାଏ। ଅଭ୍ୟାସ କରି ପ୍ରତିଦିନ ସକାଳେ ଏହାକୁ ପିଇଲେ ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଦୂରହେବା ସହ ବ୍ରଣ, ଦାଗ ଆଦିରୁ ମିଳିଥାଏ ମୁକ୍ତି । ଏହା ଦ୍ୱାରା ଶରୀରରେ ଥିବା ଏକ୍ସଟ୍ରା ଫ୍ୟାଟ୍‌ କମ୍‌ ହୁଏ। ଫଳରେ ମେଦବହୁଳତାରୁ ଆଶଙ୍କା କମ୍‌ ହୋଇଥାଏ । ଏହା କୋଲେଷ୍ଟରଲ୍‌ସ୍ତରକୁ ହ୍ରାସ କରି ଡାଇବେଟିସ୍‌ ଓ ହାର୍ଟ ଆଟାକ୍‌ ସମସ୍ୟାରୁ ଶରୀରକୁ ରକ୍ଷା କରେ। ଏହାକୁ ପିଇବା ଦ୍ୱାରା ନଷ୍ଟ ହୋଇଥିବା ଲିଭର କୋଷିକା କାମ କରେ । ଫଳରେ ଲିଭର ସିରୋସିସ ସମସ୍ୟା ହୋଇଥାଏ ଦୂର। ଏହା ରକ୍ତରେ କାର୍ଟିସୋଲ ଏବଂ ଏଡ୍ରନିଲକୁ ବଢ଼ାଇଥାଏ । ଏହି ହରମୋନ ମାନସିକ ଚାପ କମ୍‌ କରେ ବୋଲି ଏହି ଗବେଷଣା ରିପୋର୍ଟରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ମୁହଁ ଖୋଲିଲେ ଅଭିଜିତ ଦିପ୍‌କେ, ସିଧା କହିଦେଲେ ଏମିତି…ଜାତୀୟ ରାଜନୀତିରେ ଚହଳ

ନୂଆଦିଲ୍ଲୀ,୨୫।୭: ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ଅଭିଜିତ୍ ଦୀପକେଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ପ୍ରଧାନଙ୍କ ଇସ୍ତଫା ଉପରେ ଅଭିଜିତ୍ ଦୀପକେ କହିଛନ୍ତି ଯେ, “ଦୁନିଆ…

ବଡ଼ ଖବର: ଶେଷରେ ଇସ୍ତଫା ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ,୨୫।୭: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ। Gen-Z ଆଗରେ ନଇଁଲେ କେନ୍ଦ୍ରମନ୍ତ୍ରୀ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି…

ଦିଲ୍ଲୀ ଛାତ୍ର୍ର ଆନ୍ଦୋଳନକୁ ସମର୍ଥନ ଜଣାଇ ଗଣଧାରଣା: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି…

ବଲାଙ୍ଗୀର,୨୫ା୭(ସୁନିଲ କୁମାର ମହାନ୍ତି): ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ନେଇ ଦିଲ୍ଲୀରେ ଚାଲିଥିବା ଛାତ୍ର ଆନ୍ଦୋଳନ ସମର୍ଥନରେ ଶନିବାର…

ଜୁଆଆଡ୍ଡାରେ ଚଢ଼ାଉ: ୫ ଜଣଙ୍କୁ ଗିରଫ କଲା ପୋଲିସ, ସୁଯୋଗ ନେଇ ଅନ୍ୟମାନେ…

ଦିଗପହଣ୍ଡି୨୫ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଲିସ ଟିମ୍‌ ପୋଡ଼ାମାରି ଗ୍ରାମ ନିକଟ ଏକ କୁକୁଡ଼ାଫାର୍ମରେ ଚାଲିଥିବା ଜୁଆଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରି…

ରାତ୍ରୀଭୋଜନରେ ଟ୍ରମ୍ପଙ୍କ ମନ୍ତବ୍ୟ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ, କହିଲେ ତୃତୀୟ ଥର ରାଷ୍ଟ୍ରପତି…

ଓ୍ବାଶିଂଟନ,୨୫।୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ୍ ହାଉସ୍ କରେସପଣ୍ଡେଣ୍ଟସ୍ ଆସୋସିଏସନ୍ ରାତ୍ରୀଭୋଜନରେ ସମ୍ଭାବ୍ୟ ତୃତୀୟ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ବିଷୟରେ ମନ୍ତବ୍ୟ ଦେଇଥିଲେ । ଯାହାକି ସମସ୍ତଙ୍କୁ…

ମୃତ୍ୟୁମୁଖରୁ ଯୁବତୀଙ୍କୁ ବଞ୍ଚାଇଥିଲେ ସାହସୀ ଯୁବକ ବଳରାମ, ଏବେ ମିଳିଲା…

କଲ୍ୟାଣସିଂହପୁର,୨୫ା୭(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଥିବା ଏକ ଅଭାବନୀୟ ଘଟଣା ମଧ୍ୟରେ ମାନବିକତା, ସାହସ ଓ କର୍ତ୍ତବ୍ୟନିଷ୍ଠାର ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ ଉଦାହରଣ…

CJP ର ବଡ଼ ଘୋଷଣା, ଜୁଲାଇ ୨୬ରେ ପୁଣି ଦେଶରେ ହେବ ବଡ଼ ଆନ୍ଦୋଳନ, ଦିଲ୍ଲୀରେ ଚହଳ!

ନୂଆଦିଲ୍ଲୀ,୨୫।୭: କକରୋଚ୍ ଜନତା ପାର୍ଟି (CJP) ରବିବାର, ୨୬ ଜୁଲାଇ ୨୦୨୬ରେ ସାରା ଦେଶରେ କ୍ୟାଣ୍ଡେଲ ମାର୍ଚ୍ଚ ବାହାର କରିବା ପାଇଁ ଆହ୍ୱାନ ଦେଇଛି। ପାର୍ଟିର ସୂଚନା…

ପୁଣି ଭିଡିଓ ଜାରି କଲେ ସୋନମ ଓ଼୍ବାଙ୍ଗଚୁକ୍‌, ଆନ୍ଦୋଳନକୁ ନେଇ କଲେ ବଡ଼ ଘୋଷଣା!

ନୂଆଦିଲ୍ଲୀ,୨୫।୭: ଦେଶ-ବିଦେଶରେ ପ୍ରସିଦ୍ଧ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ ଏକ ନୂଆ ଭିଡିଓ ଜାରି କରିଛନ୍ତି। ୨୬ ଦିନର ଆମରଣ ଅନଶନ ଭାଙ୍ଗିବା ପରେ ଉଠିଥିବା ପ୍ରଶ୍ନଗୁଡ଼ିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri