ସକଳେଶ୍ୱର ହାଇସ୍କୁଲ ତାଲା ପକାଇଲେ ଛାତ୍ରୀଛାତ୍ର, ଅଭିଭାବକ

ଖଲ୍ଲିକୋଟ,୩ା୭(ଡି.ଏନ.ଏ.)-ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ବିକ୍ରମପୁର ଗ୍ରାମରେ ଥିବା ସକଳେଶ୍ୱର ହାଇସ୍କୁଲରେ ଶିକ୍ଷକ ନିଯୁକ୍ତି ଦାବିରେ ଛାତ୍ରୀଛାତ୍ର ଓ ଅଭିଭାବକ ତାଲା ପକାଇ ଧାରଣା ଦେଇଥିଲେ । ଏହି ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀରେ ୧୨୦ ଛାତ୍ରୀଛାତ୍ର ଅଧ୍ୟୟନ କରନ୍ତି। ଏଠାରେ ଦୁଇଜଣ ବିଜ୍ଞାନ ଶିକ୍ଷକ, ଦୁଇଜଣ ଆର୍ଟସ ଶିକ୍ଷକ, ଜଣେ ହିନ୍ଦୀ ଓ ଆଉ ଜଣେ ସଂସ୍କୃତ ଓ ପିଇଟି ଏପରି ସାତଜଣ ଶିକ୍ଷକ ରହିବା କଥା ା କିନ୍ତୁ ଜଣେ ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷକ, ଜଣେ ବିଜ୍ଞାନ ଶିକ୍ଷକ ଓ ଜଣେ ଆର୍ଟସ୍‌ ଶିକ୍ଷକ ଅଛନ୍ତି। ଫଳରେ ପିଲାଙ୍କ ପାଠପଢ଼ାରେ ସମସ୍ୟା ଦେଖାଦେଉଛି। ଶିକ୍ଷକ ନିଯୁକ୍ତି ଦାବିରେ ସୋମବାରରୁ ବିଦ୍ୟାଳୟରେ ତାଲା ପକାଇ ଧାରଣା ଦେଇଛନ୍ତି ଛାତ୍ରୀଛାତ୍ର ଓ ଅଭିଭାବକ। ଦାବି ପୂରଣ ହେବା ଯାଏ ଏହା ଚାଲୁରହିବ ବୋଲି ଏମାନେ ପ୍ରକାଶ କରିଛନ୍ତି। ପ୍ରଧାନ ଶିକ୍ଷକ ପ୍ରିୟଦର୍ଶନ ଶବରଙ୍କଠାରୁ ଖବର ପାଇ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ମଙ୍ଗୁଳି ଚରଣ ଜେନା, ସିଆରସିସି ମାଗତା ନାହାକ ପହଞ୍ଚତ୍ ଧାରଣାରତ ଅଭିଭାବକ ଓ ଛାତ୍ରୀଛାତ୍ରଙ୍କ ସହ ଆଲୋଚନା କରି ଲିଖିତ ଅଭିଯୋଗ କରିବା ପାଇଁ ବୁଝାଇଥିଲେ। ଦାବି ପୂରଣ ନ ହେବା ଯାଏ ଧାରଣା ଜାରି ରହିବ ବୋଲି ଅଭିଭାବକମାନେ ପ୍ରକାଶ କରିଥିଲେ । ମଙ୍ଗଳବାର ତହସିଲଦାରଙ୍କ ନିର୍ଦ୍ଦେଶକ୍ରମେ କେଶପୁର ଆରଆଇ ପ୍ରଦୀପ କୁମାର ଦାସ ପହଞ୍ଚତ୍ ବୁଝାଶୁଝା କରିଥିଲେ ସୁଦ୍ଧା ସେମାନେ ହଟି ନ ଥିଲେ । ଜିଲା ପ୍ରଶାସନ ତୁରନ୍ତ ଶିକ୍ଷକ ନିଯୁକ୍ତି କରିବା ପାଇଁ ବିକ୍ରମପୁର ପଞ୍ଚାୟତ ଜନସାଧାରଣ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ସିବି ମେଡିକାଲ: ୟୁଜର୍ସ ପାଣ୍ଠିରୁ ଠକେଇ

କଟକ ଅଫିସ, ୧୯।୧୨: ଏସ୍‌ସିବି ମେଡିକାଲ ୟୁଜର୍ସ ପାଣ୍ଠିରୁ ବଡ଼ଧରଣର ଠକେଇ କରାଯାଇଛି। ମେଡିକାଲରେ ୟୁଜର୍ସ ଫି’ ଆଦାୟ ଦାୟିତ୍ୱରେ ଥିବା ଏକ ଘରୋଇ ସଂସ୍ଥା...

ଆହାର କେନ୍ଦ୍ରକୁ ମାଲକାନଗିରି ଜିଲାପାଳଙ୍କ ଅଚାନକ ଗସ୍ତ: କର୍ମଚାରୀ ୟୁନିଫର୍ମ ପିନ୍ଧି ନ ଥିବାରୁ ରାଗିଲେ, ଖାଦ୍ୟର ମାନ କଲେ ଯାଞ୍ଚ

କୋରୁକେଣ୍ଡା,୨୩।୧(ଡି.ଏନ୍‌.ଏ): ମାଲକାନଗିରି ଜିଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଥିବା ଆହାର କେନ୍ଦ୍ରକୁ ମାଲକାନଗିରି ଜିଲାପାଳ ମନୀଷ ଅଗ୍ରୱାଲ ଗୁରୁବାର ଅଚାନକ ଗ୍ରସ୍ତ କରିଥିଲେ। ପୂର୍ବରୁ...

ଦ୍ୱିତୀୟ ସୋପାନ ମାନ୍ୟତା ପାଇଁ ସ୍ଥିତି ଜଣାଇଲା ବିଏମ୍‌ସି

ଭୁବନେଶ୍ୱର,୧୫।୨ (ବ୍ୟୁରୋ): ସ୍ବଚ୍ଛ ଭାରତ ମିଶନ ଭଳି ପ୍ରମୁଖ ତଥା ଦୀର୍ଘମିଆଦୀ କାର୍ଯ୍ୟକ୍ରମରେ ସହରାଞ୍ଚଳଗୁଡ଼ିକ ମଧ୍ୟରେ ପ୍ରତିଯୋଗିିତା ଲାଗିରହିଛି। ଭୁବନେଶ୍ୱର ଖୋଲା ମଳତ୍ୟାଗମୁକ୍ତ ସହରର ପ୍ରଥମ...

ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କଲେ ଆଇସିଏମ୍‌ଆର୍‌, ଡବ୍ଲ୍ୟୁଏଚ୍‌ଓ ପ୍ରତିନିଧି ଦଳ

ଗୋପାଳପୁର,୧୧ା୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ ଦ୍ରୁତ ଗତିରେ କରୋନା ପଜିଟିଭଙ୍କ ସଂଖ୍ୟା ବଢିବାରେ ଲାଗିଛି। ରବିବାର ଡବ୍ଲ୍ୟୁଏଚ୍‌ଓ, ଆଇସିଏମ୍‌ଆର ପ୍ରତିନିଧି ଦଳ ରବିବାର ଦୁଇଟି ସଙ୍ଗରୋଧ କେନ୍ଦ୍ର...

୧୪,୭୨୫ ଚାଷୀ ବିକିଲେଣି ୯,୮୨,୭୯୦ କୁଇଣ୍ଟାଲ ଧାନ

ଭୁବନେଶ୍ୱର,୩୦ା୧୧ (ବ୍ୟୁରୋ): ୨୦୧୯-୨୦ ବର୍ଷ ଲାଗି ଖରିଫ ଧାନ ସଂଗ୍ରହ ଆରମ୍ଭ ହୋଇଯାଇଛି। ଚଳିତ ମାସରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ଦ୍ୱାରା ଏଯାବତ୍‌ ୯,୮୨,୭୯୦...

ଲଘୁଚାପ ପ୍ରଭାବ: ଏସବୁ ଜିଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର,୩।୨(ବ୍ୟୁରୋ): ଲଘୁଚାପ ପ୍ରଭାବରେ ୭ ତାରିଖ ଯାଏ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଗଞ୍ଜାମ, ବଲାଙ୍ଗୀର, ବୌଦ୍ଧ,...

ଭୋଟ୍‌ ବାକ୍ସକୁ ମୁଣ୍ଡିଆ ମାରିଲେ ଏମ୍‌ପି ପ୍ରମିଳା ବିଷୋୟୀ

ଗଞ୍ଜାମ,୨୪ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଆଜି ଅନ୍ତିମ ତଥା ପଞ୍ଚମ ପର୍ଯ୍ୟାୟ ମତଦାନ ଚାଲିଛି। ବେଗୁନିଆପଡା, ଆସିକା ଓ ଭଞ୍ଜନଗର ପ୍ରମୁଖ ୩ଟି ବ୍ଲକରେ ଭୋଟ୍‌ ଗ୍ରହଣ...

ଗଞ୍ଜେଇ ଚାଷୀଙ୍କୁ ପ୍ରୋତ୍ସାହନ ଦେଉଛନ୍ତି ଆନ୍ଧ୍ର ବ୍ୟବସାୟୀ

ମାଲକାନଗିରି,୧୪।୧(ଡି.ଏନ୍‌.ଏ.)- ମାଲକାନଗିରି ଜିଲାରେ ଗଞ୍ଜେଇ ଚାଷ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ଗଞ୍ଜେଇ ଚାଷୀଙ୍କୁ ଆନ୍ଧ୍ରପ୍ରଦେଶର ବ୍ୟବସାୟୀ ପ୍ରୋତ୍ସାହନ ଦେଉଛନ୍ତି। ଆନ୍ଧ୍ରପ୍ରଦେଶର ସିଲେରୁ ସହର ଏହି...

Advertisement
Archives

Model This Week