ସଂଘର୍ଷର ସନ୍ତକ ଦେଲା ‘୧୯’

କଟକ ଅଫିସ, ୧-୧:ପିଲାଟି ବେଳୁ ସଂଘର୍ଷ କଲି। ସଂଘର୍ଷ ମୋ’ ପିଛା ଛାଡ଼ିନି କି କେବେ ସଂଘର୍ଷମୟ ଜୀବନ ବଞ୍ଚିବାକୁ ମୁଁ ଡରିନି। ବର୍ଷବର୍ଷ ଧରି ଗରିବ, ନିରାଶ୍ରୟ ଲୋକଙ୍କ ପାଇଁ କାମ କରିଥିଲି। ହେଲେ ଏଇ ୨୦୧୯ ହିଁ ମୋ ସଂଘର୍ଷର ସନ୍ତକ ମୋତେ ଦେଇ ଚାଲିଗଲା। ଅନ୍ୟ ପାଇଁ ଉତ୍ସର୍ଗୀକୃତ ଜୀବନ ଜିଇଁବାର ଫଳ ଏହି ବର୍ଷ ମୋତେ ମିଳିଲା। ଏହାଛଡ଼ା ମିଳିଥିଲା ଢ଼େର ସାରା ଭଲପାଇବା, ସମ୍ମାନ ଆଉ ପରିଚୟ। ଯେଉଁଥିପାଇଁ ଏହି ବର୍ଷକୁ ମୁଁ କେବେ ଭୁଲି ପାରିବି ନାହିଁ। ଗତ ଏପ୍ରିଲ ମାସରେ ପଦ୍ମଶ୍ରୀ ଉପାଧି ପାଇଥିବା ଡି. ପ୍ରକାଶ ରାଓ ଏ କଥା କହିଛନ୍ତି। ଏବେ ପ୍ରକାଶ ସାମାନ୍ୟ ଅସୁସ୍ଥ। ଅଧିକ ସମୟ ବିଶ୍ରାମ ନେବାରେ ତାଙ୍କର ସମୟ ଅତିବାହିତ ହେଉଛି। ୨୦୧୯ ତାଙ୍କ ପାଇଁ କେତେ ସ୍ବତନ୍ତ୍ର ଥିଲା ସେକଥା କହିବା ବେଳେ ତାଙ୍କ ଭାବପ୍ରବଣତା ବେଶ୍‌ ବାରି ହୋଇ ପଡ଼ୁଥିଲା।
ଗତ ଏପ୍ରିଲ ୧୪ ତାରିଖରେ ପ୍ରକାଶଙ୍କୁ ପଦ୍ମଶ୍ରୀ ଉପାଧି ମିଳିଥିଲା। କେବଳ ଚା’ ଦୋକାନୀର ପରିଚୟ ପାଇଥିବା ପ୍ରକାଶ କିଛି କ୍ଷଣ ଭିତରେ ସାରା ଦେଶରେ ଜଣାଶୁଣା ପାଲଟିଗଲେ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଟକ ଗସ୍ତ ସମୟରେ ପ୍ରକାଶଙ୍କୁ ମଧ୍ୟ ଗୋପନରେ ଭେଟିଥିଲେ। ଏହି ସଫଳତା ପଛରେ ଦିନଟିଏ ନୁହେଁ ବରଂ ପ୍ରକାଶଙ୍କ ଅନେକ ବର୍ଷର ପରିଶ୍ରମ ଓ ସଂଘର୍ଷ ଲୁଚି ରହିଛି। କଟକ ବକ୍ସିବଜାରସ୍ଥ ଏକ ଚାଳିଆ ଘରେ ରହୁଥିବା ପ୍ରକାଶଙ୍କର ବକ୍ସିବଜାର ଛକରେ ରହିଛି ଏକ ଚା’ ଦୋକାନ। ପିଲାଟି ବେଳୁ ଏଠାରେ ସେ ଚା’ ବିକି କଷ୍ଟେମଷ୍ଟେ ପରିବାର ପ୍ରତିପୋଷଣ କରିଆସୁଥିଲେ। ଏଭଳି ଦୁଃଖକଷ୍ଟ ଭିତରେ ବି ସେ ନିଜକୁ ସମାଜସେବାରେ ନିୟୋଜିତ କରିଥିଲେ। ଏପରି କି ରାଜ୍ୟର ଜଣେ ପ୍ରମୁଖ ରକ୍ତଦାତା ଭାବେ ତାଙ୍କର ନାଁ ରହିଛି। ନିଜର ସ୍ପଳ୍ପ ରୋଜଗାରର କିଛି ଅର୍ଥ ସେ ସେଠାକାର ଗରିବ ପିଲାଙ୍କୁ ପାଠ ପଢ଼ାଇବାରେ ବିନିଯୋଗ କରିଦିଅନ୍ତି। ପ୍ରକାଶଙ୍କ ଏଭଳି କାର୍ଯ୍ୟ ଦେଖି ତାଙ୍କ ଘର ନିକଟରେ ଜିଲା ପ୍ରଶାସନ ପକ୍ଷରୁ ଏକ ବିଦ୍ୟାଳୟ ଖୋଲାଯାଇଛି। ୨୦୧୯ରେ ପ୍ରକାଶଙ୍କର ଏକ ତିକ୍ତ ଅନୁଭୂତି ମଧ୍ୟ ରହିଛି। ବାତ୍ୟା ଫନୀ ପ୍ରଭାବରେ କଟକ ସହର କ୍ଷତିଗ୍ରସ୍ତ ହୋଇଥିଲା। ବେସାହାରା ହୋଇଥିଲେ ଅନେକ ବସ୍ତିବାସିନ୍ଦା। ରାସ୍ତାଘାଟ ବନ୍ଦ ହୋଇ ଯାଇଥିବାବେଳେ ୫ଦିନର ସଂଘର୍ଷମୟ ଜୀବନ ପରେ ବିଦ୍ୟୁତ ଓ ପାନୀୟଜଳ ସମସ୍ୟାର ସମାଧାନ ହୋଇଥିଲା। ଆଶ୍ୱସ୍ତ ହୋଇଥିଲେ କଟକବାସୀ। ହେଲେ ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟଠାରୁ ପ୍ରାୟ ଏକ କିଲୋମିଟର ଦୂର ବକ୍ସିବଜାରରେ ରହୁଥିବା ପ୍ରକାଶଙ୍କ ଘର ଭାଙ୍ଗିରୁଜି ଯାଇଥିଲେ ମଧ୍ୟ ସେଥିପ୍ରତି କାହାରି ଦୃଷ୍ଟି ପଡ଼ି ନ ଥିଲା। ବାତ୍ୟାର ୧୫ଦିନ ପରେ ଜିଲା ପ୍ରଶାସନ ପକ୍ଷରୁ ତାଙ୍କୁ କେବଳ ଏକ ପଲିଥିନ ଦିଆଯାଇଥିଲା। ଏ କଥା କହିବା ବେଳେ ପ୍ରକାଶଙ୍କ ମନରେ କୌଣସି ବିଶେଷ ଦୁଃଖ ନ ଥିବା ଭଳି ମନେ ହେଉଥିଲା। ସଂଘର୍ଷକୁ ଜୀବନର ମନ୍ତ୍ର ବୋଲି ମାନି ନେଇଥିବା ପ୍ରକାଶ ବୋଧହୁଏ ଏଭଳି ଦୁଃଖକୁ ଦେହସୁହା କରିନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଭିନ୍ନ ସମସ୍ୟାରେ ଚମ୍ପୁଆ ଉପଡାକଘର : ବଢ଼ୁଛି ଅସନ୍ତୋଷ

ଚମ୍ପୁଆ, ୧୬ା୬(ଡି.ଏନ୍‌.ଏ.)- ଚମ୍ପୁଆ ସଦର ମହକୁମାରେ ଥିବା ଉପଡାକଘରେ ଦୀର୍ଘଦିନ ଧରି ପ୍ରାୟ ୧୫୦ରୁ ଊର୍ଦ୍ଧ୍ୱ ନୂତନ ପାସ୍‌ବହି ଖୋଲା ନ ଯାଇ ପଡିରହିଥିବା ଦେଖିବାକୁ...

୭ ଆଟ୍‌ ରିସ୍କ ଦେଶ ଫେରନ୍ତା ପଜିଟିଭ୍‌

ଭୁବନେଶ୍ୱର, ୨୦।୧୨(ବ୍ୟୁରୋ): ‘ଓମିକ୍ରନ୍‌’ ସଂକ୍ରମିତ ଆଟ୍‌ ରିସ୍କ ଦେଶରୁ ରାଜ୍ୟକୁ ଫେରିଥିତ୍ବା ଲୋକଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୭ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ...

ନେଗେଟିଭ୍‌ ଆସିଲା ଫୁଲବାଣୀ ଛାତ୍ରଙ୍କ ରକ୍ତ ନମୂନା

କଟକ ଅଫିସ, ୪।୨: ଚାଇନାର ସିଚୁଆନସ୍ଥିତ ସାଉଥ୍‌ ଓ୍ବେଷ୍ଟ ମେଡିକାଲ ବିଶ୍ୱବିଦ୍ୟାଳୟରେ ଏମ୍‌ବିବିଏସ୍‌ ପଢ଼ୁଥିବା ଫୁଲବାଣୀର ଜଣେ ଛାତ୍ର କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା ସନ୍ଦେହ...

ବଞ୍ଚିଛି ମାନବିକତା: ମା’-ବାପା ଛେଉଣ୍ଡ ୩ ପିଲାଙ୍କୁ ସହାୟତାର ହାତ ବଢ଼ାଇଲେ…

ଛତ୍ରପୁର,୧୫।୮(ଡି.ଏନ୍‌.ଏ.): ଏବେ ବି ବଞ୍ଚିଛି ମାନବିକତା। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ସୁନ୍ଦରପୁର ଗାଁରେ। ମା’-ବାପା ଛେଉଣ୍ଡ ୩...

କେନ୍ଦ୍ରାପଡାରେ ୯ କରୋନା ଆକ୍ରାନ୍ତ ଚିହ୍ନଟ

କେନ୍ଦ୍ରାପଡା ଅଫିସ, ୧୬।୬- କେନ୍ଦ୍ରାପଡା ଜିଲାରେ ମଙ୍ଗଳବାର ୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଏବେ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୫ରେ ପହଞ୍ଚିଛିା...

ଗ୍ରାମ୍ୟ ରାସ୍ତା ପାଲଟିଛି ମରଣଯନ୍ତା

ଝୁମ୍ପୁରା, ୧।୯ (ଡି.ଏନ.ଏ.)-ଝୁମ୍ପୁରା ବ୍ଲକ ଅନ୍ତର୍ଗତ ଜଙ୍ଗଲାଞ୍ଚଳରେ ଅବସ୍ଥିତ ନୟାଗଡ ପଞ୍ଚାୟତର ପୁରୁଣାପାଣି ଗ୍ରାମ୍ୟ ରାସ୍ତା ପାଲଟିଛି ମରଣଯନ୍ତା। ରାସ୍ତାସାରା ଖାଲଢିପ ସାଙ୍ଗକୁ କାଦୁଅ ପଚପଚ।...

କୃଷି ମନ୍ତ୍ରୀଙ୍କ ପାଟଣା ଗସ୍ତ: ବୁଲି ଦେଖିଲେ ଲେମନ୍‌ ଗ୍ରାସ ଚାଷ

ପାଟଣା,୧୫।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକର ଯମୁନା ପଶି ପଞ୍ଚାୟତ କୋଡ଼ଖମଣ ଗ୍ରାମର ଲେମନ ଗ୍ରାସ ଚାଷ, ବାଁଉଶୁଳି ପଞ୍ଚାୟତ ଗୁଡିପୋଖରୀ ଗ୍ରାମର ଧାଡି ରୁଆ...

ଝଡ଼ାଫୁଙ୍କା ଆଳ: ଗୁଣିଆଙ୍କ ମାଡ଼ରେ ନାବାଳକ ଆହତ, ଗୁଣିଆ ଦମ୍ପତି ଚମ୍ପଟ

ଭୋଗରାଇ,୧୩।୧୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କମରଦା ଥାନା ଅଧୀନ ରାଣୀଗୁଡ଼ା ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି l ଏହି ଗ୍ରାମର ଜଣେ...

Advertisement
Archives

Model This Week