ସଂଗ୍ରାମଙ୍କୁ ଯୁବ ପ୍ରେରଣା ସମ୍ମାନ

ବନ୍ତ,୨୭।୨(ଡି.ଏନ.ଏ.)-ଭଦ୍ରକ ଜିଲା ବନ୍ତ ବ୍ଲକ ନିଳୋକ ଗ୍ରାମର ଯୁବ ପ୍ରତିଭା ତଥା ଶୁଭପଲ୍ଲବ ଇ-ପତ୍ରିକାର ପ୍ରତିଷ୍ଠାତା ତଥା ସମ୍ପାଦକ ସଂଗ୍ରାମ କେଶରୀ ସେନାପତିଙ୍କୁ ଯୁବ ପ୍ରେରଣା ସମ୍ମାନରେ ସମ୍ମାନିତ କରାଯାଇଛି। ଗତ ୨୦ ଓ ୨୧ ତାରିଖରେ ଦିଲ୍ଲୀସ୍ଥିତ କନ୍‌ଷ୍ଟିଚ୍ୟୁସନ କ୍ଲବ ଅଫ୍‌ ଇଣ୍ଡିଆ ସଭାଗୃହରେ ଅନୁଷ୍ଠିତ ୬ଷ୍ଠ ଅନ୍ତର୍ଜାତୀୟ ମାତୃଭାଷା ସମ୍ମିଳନୀରେ ଓଡ଼ିଆ ବୁଦ୍ଧିଜୀବୀ ଫୋରମ ଦ୍ୱାରା ଆୟୋଜିତ ମହାକୁମ୍ଭ ଉତ୍ସବରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।
ସଂଗ୍ରାମ ଦୀର୍ଘଦିନ ଧରି ଓଡ଼ିଆ ଉଇକିପିଡିଆରେ ନିୟମିତ ପ୍ରସଙ୍ଗ ଲେଖିବା ସହ ଓଡ଼ିଆ ଲେଖକ ଲେଖିକାଙ୍କ ଗପ, କବିତା ଆଦିକୁ ସର୍ବଜନବିଦିତ କରାଇବା ପାଇଁ ଶୁଭପଲ୍ଲବ ନାମକ ଇ-ପତ୍ରିକା ତଥା ୱେବ୍‌ ପୋର୍ଟାଲ ପ୍ରତିଷ୍ଠା କରିଛନ୍ତି। ବିଭିନ୍ନ ୱେବସାଇଟ୍‌ ତଥା ସୋସିଆଲ ମିଡିଆରେ ଓଡ଼ିଆ ଭାଷାର ପ୍ରଚାର ପାଇଁ ସେ ସମ୍ମାନିତ ହୋଇଛନ୍ତି। ସଭାର ୨ୟ ଦିବସରେ ଆୟୋଜିତ ଆଲୋଚନାଚକ୍ରରେ ସେ ଓଡ଼ିଆ ପୋଥି ତଥା ଦସ୍ତାବିଜ୍‌କୁ ଡିଜିଟାଇଜ୍‌ କରିବା କ୍ଷେତ୍ରରେ ରହିଥିବା ଅସୁବିଧା ଉପରେ ଆଲୋଚନା କରିଥିଲେ। ଏଥିସହ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ସଫ୍ଟୱେରକୁ ଓପନ୍‌ ସୋର୍ସ ଭାବେ ଉପଲବ୍ଧ କରାଇବାର ପ୍ରସ୍ତାବ ରଖିଥିଲେ। ସଙ୍ଗଠନର ଅଧ୍ୟକ୍ଷ ଦେବେନ୍ଦ୍ରନାଥ ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ କର୍ମଶାଳାରେ ଏନ୍‌ଆଇସି, ସିଡାକ୍‌, ଡିଜିଟ୍‌, ଜେଏନୟୁ, ଓଡ଼ିଆ ରେଡିଓ, ଓଡ଼ିଶା ଡାଏରୀ ସମେତ ଅନେକ ସଙ୍ଗଠନର ଅଧିକାରୀ ଯୋଗ ଦେଇଥିଲେ। ଏହି କର୍ମଶାଳାକୁ ସମ୍ପାଦକ ଶ୍ୟାମାନୁଜ ଦାସ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାସ୍‌ ବୁକ ପ୍ରିଣ୍ଟ କରିବାକୁ ନେଇ ସମବାୟ ବ୍ୟାଙ୍କରେ ହାତାହାତି

ଆଳି,୨୪।୪: କେନ୍ଦ୍ରପଡ଼ା ଜିଲା ଆଳି ସମବାୟ ବ୍ୟାଙ୍କରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସମ୍ପାଦକ ଏବଂ ଜଣେ ପୂର୍ବତନ ସଭାପତିଙ୍କ ମଧ୍ୟରେ ମାରପିଟ ହେବା…

ଆଧାର କାର୍ଡରେ ଭୁଲ ନାମ ଯୋଗୁଁ କଲେଜ ଯାଇପାରିଲେନି ଛାତ୍ରୀ, ବିଷ ପିଇ….

ଜୟପୁର,୨୪ା୪: ରାଜସ୍ଥାନର ବାଂସୱାଡ଼ା ଜିଲାରେ ଜଣେ କଲେଜ ଛାତ୍ରୀ ତାଙ୍କ ସରକାରୀ ଡକ୍ୟୁମେଣ୍ଟରେ ତ୍ରୁଟି ଯୋଗୁଁ ଦୁଃଖିତ ହୋଇ ବିଷ ପିଇ ଦେଇଥିବା ଖବର ସାମ୍ନାକୁ ଆସିଛି…

ଆଗୁଆ ଖରାଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ଏହି ଦିନଠୁ ବନ୍ଦ ରହିବ ସ୍କୁଲ

ଭୁବନେଶ୍ୱର,୨୪।୪(ସୁନିତ ମିଶ୍ର): ରାଜ୍ୟରେ ଚାଲିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଗୁଆ ଖରାଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏପ୍ରିଲ ୨୭ରୁ ସମସ୍ତ…

ଅସୁସ୍ଥ ଅଛନ୍ତି ମୋଜତାବା! ତେବେ କାହାର ଇସାରାରେ ନିଷ୍ପତ୍ତି ନେଉଛି ଇରାନ? ରିପୋର୍ଟରେ ହେଲା ବଡ଼ ଦାବି

ତେହରାନ,୨୪।୪: ଫେବୃଆରୀ ୨୮ରେ ଇରାନର ରାଜଧାନୀ ତେହରାନରେ ଆମେରିକା ଏବଂ ଇସ୍ରାଏଲ ଦ୍ୱାରା କରାଯାଇଥିବା ଏକ ଘାତକ ଆକ୍ରମଣରେ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ…

ଯୁଦ୍ଧ ଭିତରେ ରୁଷିଆକୁ ଉପହାର ଦେଲା ଇରାନ, ହର୍ମୁଜ ଦେଇ ଯାଉଥିବା ଜାହାଜଗୁଡ଼ିକ…

ତେହରାନ୍‌,୨୪।୪: ଆମେରିକା-ଇରାନ ବିବାଦ ମଧ୍ୟରେ ଯୁଦ୍ଧବିରତିକୁ ବୃଦ୍ଧି କରିବା ପାଇଁ ପ୍ରୟାସ ଚାଲିଥିବା ବେଳେ, ପରିସ୍ଥିତି ଅଧିକ ଜଟିଳ ହେବାରେ ଲାଗିଛି। ରୁଷିଆ ଏବେ ଇରାନ ସହିତ…

କ୍ୟାବିନେଟରେ ନୁହେଁ ନିଶାନ୍ତଙ୍କୁ ମିଳିଲା ବଡ଼ ଦାୟିତ୍ୱ! ବିହାର ରାଜନୀତିରେ ହଲଚଲ

ପାଟନା,୨୪।୪: ବିହାରରେ କ୍ୟାବିନେଟ ସମ୍ପ୍ରସାରଣ ପାଇଁ ଚୂଡ଼ାନ୍ତ ମୋହର ମଇ ମାସର ପ୍ରଥମ ସପ୍ତାହ ମଧ୍ୟରେ ଲାଗିବ ବୋଲି ଆଶା କରାଯାଉଛି। ଏହି ସମ୍ପ୍ରସାରଣ ମେ ୪…

ଭାରତକୁ ଅପମାନ କଲେ ଟ୍ରମ୍ପ, ସହିପାରିଲାନି ଇରାନ, କହିଲା ଥରେ ଭାରତ ଆସି ଦେଖିଯାଅ…

ନୂଆଦିଲ୍ଲୀ/ତେହରାନ,୨୪।୪: ଭାରତ ଏବଂ ଚାଇନାକୁ ‘ନର୍କ-ଗହ୍ବର’ ଭାବରେ ବର୍ଣ୍ଣନା କରୁଥିବା ସୋସିଆଲ ମିଡିଆ ପୋଷ୍ଟ ଶେୟାର କରିବା ପରେ ଇରାନ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଉପହାସ…

ମେ’ ୧ରୁ ଲାଗୁ ହେବ ଗେମିଂ ପାଇଁ ନୂଆ ନିୟମ: ଆପଣଙ୍କର ପ୍ରିୟ ଖେଳ ଉପରେ ଲାଗିବ କି ବ୍ୟାନ? ଜାଣନ୍ତୁ…

ନୂଆଦିଲ୍ଲୀ,୨୪।୪: ଭାରତରେ ଦ୍ରୁତ ଗତିରେ ବଢ଼ୁଥିବା ଅନଲାଇନ ଗେମିଂ କ୍ଷେତ୍ରକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସରକାରୀ ବିଜ୍ଞପ୍ତି ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri