ସଂଗ୍ରାମଙ୍କୁ ଯୁବ ପ୍ରେରଣା ସମ୍ମାନ

ବନ୍ତ,୨୭।୨(ଡି.ଏନ.ଏ.)-ଭଦ୍ରକ ଜିଲା ବନ୍ତ ବ୍ଲକ ନିଳୋକ ଗ୍ରାମର ଯୁବ ପ୍ରତିଭା ତଥା ଶୁଭପଲ୍ଲବ ଇ-ପତ୍ରିକାର ପ୍ରତିଷ୍ଠାତା ତଥା ସମ୍ପାଦକ ସଂଗ୍ରାମ କେଶରୀ ସେନାପତିଙ୍କୁ ଯୁବ ପ୍ରେରଣା ସମ୍ମାନରେ ସମ୍ମାନିତ କରାଯାଇଛି। ଗତ ୨୦ ଓ ୨୧ ତାରିଖରେ ଦିଲ୍ଲୀସ୍ଥିତ କନ୍‌ଷ୍ଟିଚ୍ୟୁସନ କ୍ଲବ ଅଫ୍‌ ଇଣ୍ଡିଆ ସଭାଗୃହରେ ଅନୁଷ୍ଠିତ ୬ଷ୍ଠ ଅନ୍ତର୍ଜାତୀୟ ମାତୃଭାଷା ସମ୍ମିଳନୀରେ ଓଡ଼ିଆ ବୁଦ୍ଧିଜୀବୀ ଫୋରମ ଦ୍ୱାରା ଆୟୋଜିତ ମହାକୁମ୍ଭ ଉତ୍ସବରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।
ସଂଗ୍ରାମ ଦୀର୍ଘଦିନ ଧରି ଓଡ଼ିଆ ଉଇକିପିଡିଆରେ ନିୟମିତ ପ୍ରସଙ୍ଗ ଲେଖିବା ସହ ଓଡ଼ିଆ ଲେଖକ ଲେଖିକାଙ୍କ ଗପ, କବିତା ଆଦିକୁ ସର୍ବଜନବିଦିତ କରାଇବା ପାଇଁ ଶୁଭପଲ୍ଲବ ନାମକ ଇ-ପତ୍ରିକା ତଥା ୱେବ୍‌ ପୋର୍ଟାଲ ପ୍ରତିଷ୍ଠା କରିଛନ୍ତି। ବିଭିନ୍ନ ୱେବସାଇଟ୍‌ ତଥା ସୋସିଆଲ ମିଡିଆରେ ଓଡ଼ିଆ ଭାଷାର ପ୍ରଚାର ପାଇଁ ସେ ସମ୍ମାନିତ ହୋଇଛନ୍ତି। ସଭାର ୨ୟ ଦିବସରେ ଆୟୋଜିତ ଆଲୋଚନାଚକ୍ରରେ ସେ ଓଡ଼ିଆ ପୋଥି ତଥା ଦସ୍ତାବିଜ୍‌କୁ ଡିଜିଟାଇଜ୍‌ କରିବା କ୍ଷେତ୍ରରେ ରହିଥିବା ଅସୁବିଧା ଉପରେ ଆଲୋଚନା କରିଥିଲେ। ଏଥିସହ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ସଫ୍ଟୱେରକୁ ଓପନ୍‌ ସୋର୍ସ ଭାବେ ଉପଲବ୍ଧ କରାଇବାର ପ୍ରସ୍ତାବ ରଖିଥିଲେ। ସଙ୍ଗଠନର ଅଧ୍ୟକ୍ଷ ଦେବେନ୍ଦ୍ରନାଥ ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ କର୍ମଶାଳାରେ ଏନ୍‌ଆଇସି, ସିଡାକ୍‌, ଡିଜିଟ୍‌, ଜେଏନୟୁ, ଓଡ଼ିଆ ରେଡିଓ, ଓଡ଼ିଶା ଡାଏରୀ ସମେତ ଅନେକ ସଙ୍ଗଠନର ଅଧିକାରୀ ଯୋଗ ଦେଇଥିଲେ। ଏହି କର୍ମଶାଳାକୁ ସମ୍ପାଦକ ଶ୍ୟାମାନୁଜ ଦାସ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ରରେ ଭାସିଗଲେ ଯୁବକ

ପୁରୀ ଅଫିସ,୧୨ା୬: ଗାଧୋଉଥିବା ବେଳେ ସମୁଦ୍ରରେ ଭାସି ଯାଇଛନ୍ତି ଜଣେ ଯୁବକ। ନିଖୋଜ ଯୁବକ ହେଉଛନ୍ତି ପଶ୍ଚିମବଙ୍ଗ ଚବିଶ ପ୍ରଗଣାର ଉଜ୍ବଳ ଦାସ। ଲାଇଫ୍‌ ଗାର୍ଡଙ୍କ...

ଆଜିଠୁ ୫ ଦିନିଆ ଲୋକ ମହୋତ୍ସବ ଚଇତି

ରାୟଗଡ଼ା,୧୮।୧(ସ୍ବ.ପ୍ର.): ରାୟଗଡ଼ା ଜିଲାସ୍ତରୀୟ ଲୋକ ମହୋତ୍ସବ ଚଇତି ବୁଧବାର ଠାରୁ ସ୍ଥାନୀୟ ଜିସିଡି ପଡ଼ିଆ ଠାରେ ଆରମ୍ଭ ହେଉଛି। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ...

ସହଜପୁର ଉ.ପ୍ରା. ବିଦ୍ୟାଳୟରେ ୧୫ ମାସ ହେଲା ଶିକ୍ଷକ ନାହାନ୍ତି

ପିପିଲି, ୪ା୮(ସ୍ବ.ପ୍ର/ଡି.ଏନ୍‌.ଏ): ପିପିଲି ବ୍ଲକ ଅନ୍ତର୍ଗତ ସହଜପୁର ଗ୍ରାମସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ ପଢାଇବା ପାଇଁ କୌଣସି...

ନିରାଶ ଚାଷୀଙ୍କ ପାଇଁ ସମବାୟ ସମିତି

ଢେଙ୍କାନାଳ ଅଫିସ,୨୮ା୩: ଜାତୀୟକରଣ ବ୍ୟାଙ୍କରୁ ହତାଶ ହୋଇଥିବା ଚାଷୀଙ୍କୁ ସମବାୟ ସମିତି ସାହାଯ୍ୟର ହାତ ବଢାଇଥାଏ। ଚାଷୀମାନଙ୍କ ହିତରେ ସର୍ବଦା କୃଷି ସମବାୟ ସମିତିଗୁଡିକ କାର୍ଯ୍ୟକରି...

ବର୍ଷାରେ ଗଜା ହେଲା ଶତାଧିକ ବସ୍ତା ଧାନ

ବିଷମକଟକ,୧୭।୧(ଡି.ଏନ୍‌.ଏ.)  ଖରିଫ ଋତୁରେ ଚାଷୀ ଜମିରେ ଫଳାଇଥିବା ଧାନ ମଣ୍ଡିରେ ବିକ୍ରିକରି ଭଲ ଟଙ୍କା ପାଇବାର ଆଶା ରଖିଥିଲେ। ଅଦିନିଆ ବର୍ଷା ଚାଷୀଙ୍କ ଆଶାକୁ ମାଟିରେ ମିଶାଇ...

ଗଛରେ ପିଟିହେଲା କାର୍‌, ଜଣଙ୍କ ଜୀବନଗଲା, ୨ ଗୁରୁତର

ବଅଁରପାଳ,୮ା୫(ଡି.ଏନ୍‌.ଏ.) : ଅନୁଗୋଳ ଜିଲା ବଅଁରପାଳ ଥାନା ଅନ୍ତର୍ଗତ ବଉଳିଗଡ଼ ବ୍ରିଜ୍‌ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ କାର୍‌...

ବ୍ରଜରାଜନଗରରେ ପୋଲିସର ଫ୍ଲାଗ୍‌ମାର୍ଚ୍ଚ

ଝାରସୁଗଡ଼ା ଅଫିସ,୧୪।୫: ଆସନ୍ତା ୩୧ରେ ବ୍ରଜରାଜନଗର ଉପନିର୍ବାଚନ। ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ନିର୍ବାଚନକୁ ନିରପେକ୍ଷ ଏବଂ ଶାନ୍ତିପୂର୍ଣ୍ଣ କରିବା ନେଇ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି...

ଭବିଷ୍ୟତ ଗଠନ ପାଇଁ ଏହା ଉଚିତ ସମୟ: ମନ୍ତ୍ରୀ

ସମ୍ବଲପୁର,୧୯।୧୧(ବ୍ୟୁରୋ): ଶିକ୍ଷିତ ସମାଜ ଗଠନ କରିବାରେ ଛାତ୍ରୀଛାତ୍ରଙ୍କ ଭୂମିକା ରହିଛି। ସମାଜ ଗଠନ ସହିତ ନିଜ ଭବିଷ୍ୟତ ମଧ୍ୟ ଚିନ୍ତା କରିବାର ଆବଶ୍ୟକତା ଅଛି। ଛାତ୍ର...

Advertisement
Archives

Model This Week