ସଂଗରୋଧ ଗୃହରୁ ଖସି ପଳାଇ ଘରେ ପହଞ୍ଚିଲେ ପ୍ରବାସୀ: ଗ୍ରାମବାସୀଙ୍କ ବିରୋଧ

ପଦ୍ମପୁର,(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଜଗନ୍ନାଥପ୍ରସାଦ ପଞ୍ଚାୟତ ପାଟଣା ମିଶ୍ରପୁର ସଂଗରୋଧ ଗୃହରୁ ଜଣେ ବ୍ୟକ୍ତି ଖସି ପଳାଇ ନିଜ ଗ୍ରାମ ଜୟକୃଷ୍ଣପୁରରେ ପହଞ୍ଚିଛନ୍ତି। ସେ ହେଲେ ରମାକାନ୍ତ ସେଠୀ। ଏହାକୁ ଗ୍ରାମବାସୀ ବିରୋଧ କରିଛନ୍ତି।
ପ୍ରକାଶ ଯେ, ୧୬ ଦିନ ପୂର୍ବେ ରମାକାନ୍ତ କୋଲକାତାରୁ ଫେରି ସଂଗରୋଧ ଗୃହରେ ରହିଥିଲେ। ଗୁରୁବାର ରାତିରେ ସେ ନିଜ ପିକ୍‌ଅପ୍‌ ଗାଡ଼ିନେଇ ଗ୍ରାମକୁ ଯାଇ ନିଜ ଘରେ ରହିଛନ୍ତି। ଏହାକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି। ଗ୍ରାମର ଭରତ ନାୟକ, ଲଷ୍ମୀଧର ବଳ, ମୁକ୍ତିକାନ୍ତ ଘଡ଼େଇ, ସନାତନ ଦାସ, ଗଣେଶ ମଳିକଙ୍କ ସମେତ ଅନ୍ୟ ଗ୍ରାମବାସୀ ଏହାକୁ ବିରୋଧ କରିଛନ୍ତି। ଏ ବାବଦରେ ସରପଞ୍ଚ ଓ ବିଡିଓଙ୍କ ପାଖରେ କୌଣସି ସୂଚନା ନ ଥିବା ଜଣାପଡ଼ିଛି। କିପରି ଓ କେଉଁ ପରିସ୍ଥିତିରେ ରମାକାନ୍ତ ସଂଗରୋଧ ଗୃହରୁ ବାହାରି ଗ୍ରାମରେ ପହଞ୍ଚିଲେ ତାହାର ତଦନ୍ତ କରିବା ସହ ପୁନଶ୍ଚ ତାଙ୍କୁ ସଙ୍ଗରୋଧକୁ ପଠାଇବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଳନ୍ଦୀ ହସ୍ପିଟାଲରେ ହେବ କରୋନା ରୋଗୀଙ୍କ ଚିକିତ୍ସା, ୧୨୦ ଶଯ୍ୟା ପ୍ରସ୍ତୁତ

ଭଦ୍ରକ ଅଫିସ,୮ା୪: କରୋନା ମହାମାରୀର ମୁକାବିଲା ଲାଗି ଜାରି ରହିଥିବା ଲକ୍‌ଡାଉନ୍‌ ପରିସ୍ଥିତିରେ ଭଦ୍ରକ ସହର ସକାଳ ୬ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ଦୋକାନ...

କରୋନା ସଚେତନତା ପାଇଁ ବାଇକ ଶୋଭାଯାତ୍ରା

ବୌଦ୍ଧ,୩୦ା୫(ସ୍ବ.ପ୍ର.)-ବୌଦ୍ଧ ଜିଲାରେ କରୋନା ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇଛି। ଜିଲାରୁ ଚିହ୍ନଟ ହୋଇଥିବା ସମସ୍ତ ପଜିଟିଭ ସୁସ୍ଥ ହୋଇ ଶନିବାର ଘରକୁ ଫେରିଛନ୍ତି। ଏହା କରୋନା...

ଯୌତୁକ ଦାବିରେ ବଧୂହତ୍ୟା ଅଭିଯୋଗ, ସ୍ବାମୀ ଅଟକ

ହିଞ୍ଜିଳିକାଟୁ,୨୫।୧(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ହିଞ୍ଜିଳି ଥାନା କୋଳିଦାସପୁର ଗ୍ରାମରେ ଶୁକ୍ରବାର ସନ୍ଧ୍ୟାରେ ଯୌତୁକ ପାଇଁ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।...

ଭାଲୁ ଆକ୍ରମଣରେ ଜଣେ ଗୁରୁତର

ଯାଜପୁର ରୋଡ୍‌,୬।୧୨ (ନି.ପ୍ର.)- ଯାଜପୁର ରୋଡ ଥାନା ଅନ୍ତର୍ଗତ ରାଣୀପଡା ପଞ୍ଚାୟତ ମୂଳାସାର ଗ୍ରାମର ଜଗବନ୍ଧୁ ମଳିକ(୫୨) ଗୁରୁବାର ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ...

୫ମ ଦିବସୀୟ ନିଃଶୁଳ୍କ ଯୋଗ ଶିବିର ଉଦ୍‌ଯାପିତ; ଯୋଗ ଅଭ୍ୟାସରେ ରୋଗରୁ ମୁକ୍ତି ମିଳେ

ନୂଆପଡା ଅଫିସ/କୋମନା,୨୬।୯(ଡି.ଏନ.ଏ.) ନୂଆପଡା ଜିଲା କୋମନା ବ୍ଲକ ଭେଲା ଗ୍ରାମରେ ପତଞ୍ଜଳୀ ଯୋଗ ସମିତି ଏବଂ ଅଭ୍ୟୁଦୟ ୟୁଥ କ୍ଲବ ମିଳିତ ଆନୁକୂଲ୍ୟରେ ଚାଲିଥିବା ପଞ୍ଚମ...

କରୋନା ଡୋଜ୍‌ ନଷ୍ଟ, ବିହାର ଆଗରେ…

ନୂଆଦିଲ୍ଲୀ,୨୯।୭: ଦେଶରେ କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଦେଶର ବିଭିନ୍ନ ଅଞ୍ଚଳରେ କରୋନା ଭାକ୍ସିନ୍‌ ଡୋଜ୍‌...

ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

କୋକସରା,୧୪।୧୨: କଳାହାଣ୍ଡି ଜିଲା କୋକସରା ବ୍ଲକର ଜଣେ ବିବାହିତ ବ୍ୟକ୍ତିଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ସେ ହେଲେ ବଡ଼ପଡ଼ାର ରାଜମିସ୍ତ୍ରୀ ରାମଚନ୍ଦ୍ର ବାଗ।...

କ୍ଷତିପୂରଣ ଦାବିରେ ସୋର-କୁପାରୀ ରାସ୍ତା ଅବରୋଧ କଲେ ଗ୍ରାମବାସୀ

ଖଇରା,୨୬ା୮(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ବଣପାରିଆ ଗ୍ରାମର ରମେଶ ପଣ୍ଡାଙ୍କ ପୁଅ ଧନଞ୍ଜୟ(୧୦) ପାଣିନାଳରେ ପଡ଼ି ମୃତ୍ୟୁ ଘଟଣାରେ କଣ୍ଟାପଡା ଶାସନ, ବଟେଶ୍ବର...

Advertisement


Archives

Model This Week