ଶ୍ରାବଣ ମାସ ପ୍ରଥମ ସୋମବାର: ଜଳାଭିଷେକ ପାଇଁ ବିଭିନ୍ନ ଶୈବପୀଠରେ ଭିଡ଼

ବାଲିଗୁଡ଼ା,୨୨।୭(ଡି.ଏନ୍‌.ଏ.): ଶ୍ରାବଣ ମାସ ପ୍ରଥମ ସୋମବାରରେ ମହାଦେବଙ୍କୁ ଜଳାଭିଷେକ ଲାଗି ବିଭିନ୍ନ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼ ଜମିଛି। ପ୍ରତ୍ୟୁଷରୁ ଖଡ଼ଗ ନଦୀ ନିକଟରେ କାଉଡ଼ିଆଙ୍କ ଭିଡ଼ ଲାଗିଥିଲା। ବାଲିଗୁଡ଼ା ତଥା ଏହାର ଆଖପାଖ ଅଞ୍ଚଳ ଏବଂ ରାଜ୍ୟ ତଥା ରାଜ୍ୟ ବାହାରୁ ମଧ୍ୟ ଶତାଧିକ ଶିବଭକ୍ତ ଆସି ଜଳଲାଗି କରିଛନ୍ତି। ନଦୀକୂଳରେ ବାଲିରେ ଶିବଲିଙ୍ଗ ପ୍ରତିଷ୍ଠା ସହ ରୀତିନୀତିରେ ପୂଜାର୍ଚ୍ଚନା ପୂର୍ବକ କାଉଡ଼ିଆମାନେ ଜଳଭାର ନେଇ ଏକମୁହଁା ହୋଇ ବିଭିନ୍ନ ଶୈବପୀଠ ଅଭିମୁଖେ ଯାଇଥିଲେ। ଯୁବତୀଯୁବକଙ୍କ ସମେତ ମହିଳା ଓ ଛୋଟ ଛୋଟ ପିଲାମାନେ ମଧ୍ୟ ଜଳଭାର ନେଇ ଯାଉଥିବା ଦେଖିବାକୁ ମିଳିଥିଲା। ଟାଉନ୍‌ ନିକଟରେ ଥିବା ଖଡ଼ଗ ନଦୀ ଭଳି ବିଭିନ୍ନ ନଦୀରୁ ଘଟ ଉତ୍ତୋଳନ ପୂର୍ବକ ବାଲିଗୁଡ଼ା ନିକଟସ୍ଥ ରେବିଙ୍ଗିଆର ବିରୁପାକ୍ଷେଶ୍ୱର, ଜାଲେଶପଟ୍ଟାର ଜଳେଶ୍ୱର, ଚକାପାଦର ବିରୁପାକ୍ଷ, ଟିକାବାଲି ନିକଟସ୍ଥ ଡୁଙ୍ଗି ଗ୍ରାମରେ ଥିବା ଭୋଳେଶ୍ୱର, ଗୁପ୍ତେଶ୍ୱର, ଯୋଗେଶ୍ୱର, ଦଣ୍ଡପଦର ଗ୍ରାମର ବାବା ଧବଳେଶ୍ୱର, ବାଲିଗୁଡ଼ାର ରାମେଶ୍ୱର, ବିରୁପାକ୍ଷ ଭଳି ବିଭିନ୍ନ ଶୈବପୀଠରେ ଶତାଧିକ କାଉଡ଼ିଆ ଲମ୍ବା ଲାଇନକରି ଜଳଲାଗି କରିଥିଲେ। ଜଳଭାର ନେଇ ରାସ୍ତାରେ ଯାଉଥିବା ସମୟରେ କାଉଡ଼ିଆଙ୍କ ମୁହଁରୁ ବାହାରୁଥିବା ଅଖଣ୍ଡ ‘ବୋଲ୍‌ବମ୍‌, ହରହର ବମ୍‌’, ‘ଭୋଲାବାବା ପାର କରେଗା’ ଇତ୍ୟାଦି ଶବ୍ଦରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହେବା ସହ ଏକ ଆଧ୍ୟାମତ୍ିକ ପରିବେଶ ସୃଷ୍ଟି କରିଥିଲା। ମନ୍ଦିର ପରିଚାଳନା କମିଟି, ବୋଲବମ୍‌ କମିଟି ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୁମାରୀ ମାତୃତ୍ୱ ପରେ ଆଖି ବୁଜିଲେ ମା’

ବ୍ରହ୍ମପୁର,୧ା୧୨(ସୁବାସ ଚନ୍ଦ୍ର ପାଢ଼ୀ):ଗଞ୍ଜାମ ଜିଲାରେ ଜଣେ ନାବାଳିକା ଗର୍ଭବତୀଙ୍କ ଯତ୍ନ ଅଭାବରୁ ପ୍ରସବ ପରେ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି।...

ଦର ଅଧିକରୁ ମଟନ ବ୍ୟବସାୟ ମାନ୍ଦା

ବ୍ରହ୍ମପୁର,୨୯।୧୧(ତନୁଶ୍ରୀ ନାହାକ): ଧର୍ମ ମାସ କାର୍ତ୍ତିକ ସରିଛି। ମାସେ ହେଲା ରେଶମ ସହରର ଆମିଷ ବଜାର ମାନ୍ଦା ଥିବାବେଳେ ମଙ୍ଗଳବାର ଛାଡ଼ଖାଇ ପାଇଁ ଚଳଚଞ୍ଚଳ ହୋଇ...

ହାତୀ ଉପଦ୍ରବ: ବ୍ୟାପକ ଫସଲ

ଭଞ୍ଜନଗର,୨୭ା୧୧(ବାବୁଲା ପ୍ରଧାନ): ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଏବଂ ଦକ୍ଷିଣ ଘୁମୁସର ବନଖଣ୍ଡରେ ହାତୀ ଉପଦ୍ରବ ଦିନକୁ ଦିନ ବଢିବାରେ ଲାଗିଛି। ସନ୍ଧ୍ୟା ପୂର୍ବରୁ ହାତୀପଲ...

କରୋନା ପରେ ନିମୋନିଆକୁ ନେଇ ବଢିଲା ଚିନ୍ତା

ବ୍ରହ୍ମପୁର,୨୭ା୧୧(ସୁବାସ ଚନ୍ଦ୍ର ପାଢ଼ୀ): କରୋନା ପରେ ଏବେ ଚୀନରେ ପିଲାମାନେ ନିମୋନିଆ ଆକ୍ରାନ୍ତ ହେଉଥିବାରୁ ଚାରିଆଡେ ଚିନ୍ତା ବଢିଛି। ଭାରତ ସରକାର ରାଜ୍ୟଗୁଡିକୁ ସତର୍କତା ଅବଲମ୍ବନ...

ବିଜେଡିରେ ଯୋଗଦେବା ପରେ ମା’ ତାରାତାରିଣୀଙ୍କ ଆଶିଷ ନେଲେ ଭି.କେ ପାଣ୍ଡିଆନ

ପୁରୁଷୋତ୍ତମପୁର,୨୭।୧୧(ସିମାଞ୍ଚଳ ମିଶ୍ର): ଅବସରପ୍ରାପ୍ତ ଆଇଏଏସ ତଥା ୫ଟି-ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ସୋମବାର ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବିଜଦରେ ସାମିଲ ହୋଇଛନ୍ତି। ବିଜେଡିରେ...

ଆବର୍ଜନା ଦୁର୍ଗନ୍ଧରେ ଅତିଷ୍ଠ ସହରବାସୀ

ବ୍ରହ୍ମପୁର,୨୭ା୧୧(ସ୍ମୃତି ରଞ୍ଜନ ମହାଲିକ): ବ୍ରହ୍ମପୁର ମହାନଗର ଚଳିତବର୍ଷ ନିଗମ ସ୍ବଚ୍ଛ ସର୍ବେକ୍ଷଣ ଦାୈଡରେ ସର୍ବାଧିକ ଜନମତ ସଂଗ୍ରହ କରିଛି। ସହରର ପରିମଳ ଦାୟିତ୍ୱ ବିଇଏମସିର ସାନିଟେସନ...

ପାଠ ଛାଡ଼ି ଗାଈ ଚରାଉଛନ୍ତି ରାହୁଳ

ମୋହନା,୨୭ା୧୧(ମନ୍ମଥ ମିଶ୍ର): ଯେଉଁ ବୟସରେ ହାତରେ କଲମ ଧରି ପାଠ ପଢ଼ିବା କଥା, ସେହି ବୟସରେ ହାତରେ ଏବେ ବାଡ଼ି ଧରି ଗାଈ ଚରାଉଛନ୍ତି। ମା’ଙ୍କୁ...

ଭଉଣୀଙ୍କୁ ଶାଶୁଘର ଲୋକେ ନିର୍ଯାତନା ଦେଇ କରିଛନ୍ତି ହତ୍ୟା

ହିଞ୍ଜିଳିକାଟୁ,୨୬।୧୧(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ପିତଳ ଗ୍ରାମରେ ଜଣେ ମହିଳାଙ୍କ ବିଷକ୍ରିୟାରୁ ମୃତ୍ୟୁ ଘଟିଛି। ମୃତା ମହିଳା ଜଣକ ହେଲେ ପବିତ୍ର ସାହୁଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri