Posted inଜାତୀୟ

ଶ୍ରମିକ ସ୍ପେଶାଲ ଟ୍ରେନରେ ଜନ୍ମ ନେଇଛନ୍ତି ୧୬ ଶିଶୁ !

ନୂଆଦିଲ୍ଲୀ,୨୨।୫: କରୋନା ଭାଇରସ ପାଇଁ ଗତ ମାର୍ଚ୍ଚ ମାସଠାରୁ ଦେଶରେ ଲକ୍‌ଡାଉନ ଜାରି ରହିଛି। ଏହି ସମୟରେ ବାହାର ରାଜ୍ୟରେ ରହୁଥିବା ଶ୍ରମିକମାନେ କାମଧନ୍ଦା ଅଭାବରୁ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଶେଷରେ ସେମାନଙ୍କୁ ଘରେ ପହଞ୍ଚାଇବା ପାଇଁ ସରକାରଙ୍କ ପକ୍ଷରୁ ଶ୍ରମିକ ସ୍ପେଶାଲ ଟ୍ରେନ୍‌ର ବ୍ୟବସ୍ଥା କରାଯାଇଥିଲା। ଆଉ ଏହି ଟ୍ରେନ୍‌ ମାଧ୍ୟମରେ ଅନେକେ ପ୍ରବାସୀ ଶ୍ରମିକ ନିଜ ନିଜ ରାଜ୍ୟକୁ ଫେରି ଆସିଛନ୍ତି। ଏବେ ଜଣାପଡିଛି କି ଶ୍ରମିକ ସ୍ପେଶାଲ ଟ୍ରେନ୍‌ରେ ପାଖାପାଖି ଇତିମଧ୍ୟରେ ପାଖାପାଖି ୨୪ ଜଣ ଗର୍ଭବତୀ ଯାତ୍ରା କରିଥିଲେ। ଏମାନଙ୍କ ମଧ୍ୟରୁ ପ୍ରାୟ ୧୬ ଜଣ ଟ୍ରେନ୍‌ ଭିତରେ ହିଁ ସନ୍ତାନ ପ୍ରସବ କରିଛନ୍ତି। ଅନ୍ୟ ୮ ଜଣଙ୍କ ପରିସ୍ଥିତିକୁ ଦେଖି ମେଡିକାଲ ନେବାର ବନ୍ଦୋବସ୍ତ କରାଯାଇଛି। ପ୍ରାୟ ସମସ୍ତେ ସୁସ୍ଥ ସନ୍ତାନ ପ୍ରସବ କରିଥିବା ବେଳେ ଜଣେ ମହିଳାଙ୍କର କିନ୍ତୁ ଯମଜ ସନ୍ତାନଙ୍କ ମଧ୍ୟରୁ ଜଣକର ମୃତ୍ୟୁ ହୋଇଥିବା ଖବର ରହିଛି। ଏହି ୨୯ ବର୍ଷୀୟା ପ୍ରବାସୀ ଶ୍ରମିକ ଜଣକ ଯୋଧପୁରରୁ ବସ୍ତି ଯିବାକୁ ଶ୍ରମିକ ଟ୍ରେନ୍‌ରେ ଯାତ୍ରା କରୁଥିବା ବେଳେ ଟ୍ରେନ୍‌ ବଗି ଭିତରେ ଜମଜ ସନ୍ତାନ ପ୍ରସବ କରିଥିଲେ। ହେଲେ ଏଥିମଧ୍ୟରୁ ଜଣେ ଶିଶୁ କମ୍‌ ଓଜନର ହୋଇଥିବାରୁ ଜନ୍ମର କିଛି ସମୟ ପରେ ତା’ର ମୃତ୍ୟୁ ହୋଇଥିଲା ବୋଲି କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଯମୁନା ଏକ୍ସପ୍ରେସ୍‌ଓ୍ବେରେ ଜରୁରୀ ଅବତରଣ କଲା ବିମାନ…

ଲକ୍ଷ୍ନୌ,୨୭।୫: ଉତ୍ତରପ୍ରଦେଶରେ ଯମୁନା ଏକ୍ସପ୍ରେସ୍‌ଓ୍ବେରେ ଏକ ବିମାନର ଜରୁରୀ କାଳୀନ ଅବତରଣ କରାଯାଇଛି। ଦୁଇ ସିଟ୍‌ ବିଶିଷ୍ଟ ଏହି ବିମାନର ଦୁଇ ପାଇଲଟ ସୁରକ୍ଷିତ ରହିଛନ୍ତି।...

କଂଗ୍ରେସକୁ ଝଟ୍‌କା ଦେବାକୁ ଶିନ୍ଦେଙ୍କ ମନ୍ତ୍ରୀଙ୍କ ଯୋଜନା…

ମୁମ୍ବାଇ,୨୨।୮ : ମହାରାଷ୍ଟ୍ରର କୃଷି ମନ୍ତ୍ରୀ ଅବଦୁଲ ସତାର ନାନ୍ଦେଡରେ କଂଗ୍ରେସ ଭେଟେରାନ ଅଶୋକ ଚୌହ୍ବାନଙ୍କ ସହ ଏକ ରୁଦ୍ଧ ଦ୍ୱାରା ଆଲୋଚନା କରିଛନ୍ତି। ରବିବାର...

ଦୀପକ ବକ୍ସରଙ୍କୁ ମେକ୍ସିକୋରୁ ଦିଲ୍ଲୀ ଅଣାଗଲା

ନୂଆଦିଲ୍ଲୀ, ୬।୪: ମୋଷ୍ଟ ଓ୍ବାଣ୍ଟେଡ୍‌ ପଳାତକ ଦୀପକ ବକ୍ସରଙ୍କୁ ବୁଧବାର ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ଟିମ୍‌ ମେକ୍ସିକୋରୁ ଦିଲ୍ଲୀ ଆଣିଛି। ଦୀପକଙ୍କୁ ଧରିବା ପାଇଁ ଦିଲ୍ଲୀ...

ବିବାଦୀୟ ମନ୍ତବ୍ୟକୁ ନେଇ ସଫେଇ ଦେଲେ ଶିବରାଜ

ନୂଆଦିଲ୍ଲୀ,୨୧।୧୦: ପୂର୍ବତନ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ଶିବରାଜ ପାଟିଲ ନିଜ ବିବାଦୀୟ ମନ୍ତବ୍ୟ ପାଇଁ ଶୁକ୍ରବାର ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି, ଯଦି...

ଇଣ୍ଡିଗୋ ବିମାନରେ ବୋମା ଆତଙ୍କ

ପାଟନା,୨୨ ।୭: ପାଟନାରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନରେ ବୋମା ଥିବା କଥା ଜଣେ ବ୍ୟକ୍ତି କହିବାରୁ ବିମାନଟିକୁ ପାଟନାରେ ଅଟକାଇ ଦିଆଯାଇଥିଲା...

ଦୈନିକ ସଂକ୍ରମଣରେ ଲଗାମ୍‌, ପିଜିଟିଭ୍‌ ହାର ୨.୩୪ ପ୍ରତିଶତ…

ନୂଆଦିଲ୍ଲୀ,୪।୭: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଦେଶରେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାରେ ଲଗାମ୍‌ ଲାଗିଛି। ଲଗାତାର ୭...

ଛୁଆ ରୋଗୀଣା ଥିବାରୁ ୪ ମହଲା କୋଠାରୁ ଫୋପାଡି ମାରିଦେଲେ ମା’

ଲକ୍ଷ୍ନୌ,୨୩।୭: ଦୁନିଆ କ’ଣ ଜାଣିବା ପୂର୍ବରୁ ନିଜ ମା’ ପାଇଁ ମୃତ୍ୟୁକୁ ଅପଣାଇ ନେଇଛି ଜଣେ ୩ ମାସର ଶିଶୁ। ନିଜ ୩ ମାସ ଶିଶୁ...

ଲାକ୍ଷାଦ୍ୱୀପ ନିକଟରେ ଆମେରିକା ନୌସେନାର ଅଭିଯାନ

ନୂଆଦିଲ୍ଲୀ, ୧୦।୪: ନୂଆଦିଲ୍ଲୀର ଅନୁମତି ନ ନେଇ ଲାକ୍ଷାଦ୍ୱୀପ ନିକଟରେ ଥିବା ଭାରତୀୟ ଅନନ୍ୟ ଅର୍ଥନୈତିକ କ୍ଷେତ୍ର (ଇଇଜେଡ୍‌)ରେ ଆମେରିକା ନୌସେନା ‘ଫ୍ରିଡମ୍‌ ଅଫ୍‌ ନାଭିଗେଶନ...

Advertisement
Archives

Model This Week