ଶ୍ରମିକ ଟ୍ରେନ୍‌ରେ ୯୦% ଯାତ୍ରୀଙ୍କୁ ଅନୁମତି

ନୂଆଦିଲ୍ଲୀ,୪ା୫(ପି.ଟି.): ଲକ୍‌ଡାଉନ ଯୋଗୁ ବିଭିନ୍ନ ରାଜ୍ୟରେ ଅଟକିଥିବା ଶ୍ରମିକମାନଙ୍କୁ ସେମାନଙ୍କ ରାଜ୍ୟରେ ପହଞ୍ଚାଇବା ପାଇଁ ରେଲଓ୍ବେ ପକ୍ଷରୁ ଶ୍ରମିକ ସ୍ପେଶିଆଲ୍‌ ଟ୍ରେନ୍‌ ଚଳାଚଳ କରୁଛି। ଏହି ଟ୍ରେନ୍‌ ଯାତ୍ରୀ ପରିବହନ ସାମର୍ଥ୍ୟର ୯୦ ପ୍ରତିଶତ ଶ୍ରମିକଙ୍କୁ ନେବା ଲାଗି ରେଲଓ୍ବେ ପକ୍ଷରୁ ଗାଇଡ୍‌ଲାଇନ ଜାରି କରାଯାଇଛି। ସ୍ଥାନୀୟ ରାଜ୍ୟ ସରକାର ଯାତ୍ରୀମାନଙ୍କୁ ଟିକେଟ ଦେବେ ଓ ସେ ବାବଦ ଭଡ଼ା ସେମାନଙ୍କଠାରୁ ଆଦାୟ କରି ରେଳ ବିଭାଗକୁ ପ୍ରଦାନ କରିବେ। ଯେଉଁ ରାଜ୍ୟର ଶ୍ରମିକ ଟ୍ରେନ ଛାଡ଼ିବ ସେହି ରାଜ୍ୟ ସରକାର ଯାତ୍ରୀମାନଙ୍କ ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ବନ୍ଦୋବସ୍ତ କରିବେ। ଏହି ଟ୍ରେନ୍‌ ଗନ୍ତବ୍ୟ ସ୍ଥଳ ବ୍ୟତୀତ ଅନ୍ୟ କୌଣସି ଷ୍ଟେଶନରେ ଅଟକିବ ନାହିଁ। ଟ୍ରେନ୍‌ ଭିତରେ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ କୁହାଯାଇଛି। ଏତଦ୍‌ବ୍ୟତୀତ ଟ୍ରେନ୍‌ରେ ଯାତ୍ରୀ ସଂଖ୍ୟା ୯୦ ପ୍ରତିଶତରୁ କମ୍‌ ହେବା ଉଚିତ ନୁହେଁ। ଏଥିପାଇଁ ସମ୍ପୃକ୍ତ ରାଜ୍ୟ ଯୋଜନା ପ୍ରସ୍ତୁତ କରିବାକୁ ମାର୍ଗଦର୍ଶିକାରେ କୁହାଯାଇଛି। ସେହିପରି ଟ୍ରେନ୍‌ ଛାଡ଼ିବାକୁ ଥିବା ଷ୍ଟେଶନରେ ହିଁ ରାଜ୍ୟ ସରକାର ଶ୍ରମିକମାନଙ୍କ ପାଇଁ ଖାଦ୍ୟ ପ୍ୟାକେଟ ଓ ପାନୀୟ ଜଳ ଯୋଗାଇଦେବେ। ଯାତ୍ରୀମାନଙ୍କ ପାଇଁ ଫେସ୍‌ ମାସ୍କ ବାଧ୍ୟତାମୂଳକ। ଏଥିସହିତ ସମସ୍ତ ଯାତ୍ରୀଙ୍କୁ ଆରୋଗ୍ୟ ସେତୁ ଆପ୍‌ ଡାଉନ୍‌ଲୋଡ୍‌ କରି ବ୍ୟବହାର କରିବା ନିମନ୍ତେ ରାଜ୍ୟ ସରକାର ପ୍ରୋତ୍ସାହିତ କରିବେ। ୧୨ ଘଣ୍ଟାରୁ ଅଧିକ ଟ୍ରେନ ଯାତ୍ରା ପାଇଁ ରେଲଓ୍ବେ ପକ୍ଷରୁ ଗୋଟିଏ ମିଲ୍‌ ଯୋଗାଇ ଦିଆଯିବ। ଗନ୍ତବ୍ୟ ସ୍ଥଳରେ ଯାତ୍ରୀମାନେ ପହଞ୍ଚତ୍ବା ପରେ ସମ୍ପୃକ୍ତ ରାଜ୍ୟ କର୍ତ୍ତୃପକ୍ଷ ସେମାନଙ୍କୁ ଗ୍ରହଣ କରିବେ। ସେମାନଙ୍କ ସ୍କ୍ରିନିଂ, କ୍ୱାରାଣ୍ଟାଇନ ଓ ଷ୍ଟେଶନଠାରୁ ଅନ୍ୟ ସ୍ଥାନକୁ ନେବା ଓ ସୁରକ୍ଷା ବ୍ୟବସ୍ଥା ସେହି ରାଜ୍ୟ ସରକାର କରିବେ। ସୁରକ୍ଷା ଓ ସ୍ବଚ୍ଛତା ନିୟମର ଉଲ୍ଲଂଘନ ହେଲେ ରେଲଓ୍ବେ କର୍ତ୍ତୃପକ୍ଷ ଶ୍ରମିକ ସ୍ପେଶିଆଲ ଟ୍ରେନ୍‌ ଚଳାଚଳକୁ ବନ୍ଦ କରିଦେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଖାଦ୍ୟ ସୁରକ୍ଷାରେ ଆହ୍ବାନ ସୃଷ୍ଟି କରିଛି କରୋନା-ବିବାଦ-ଜଳବାୟୁ ପରିବର୍ତ୍ତନ : ଜୟଶଙ୍କର…

ନୂଆଦିଲ୍ଲୀ,୨୪।୧୧ : ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ବିଶ୍ୱ ଖାଦ୍ୟ ସୁରକ୍ଷା ପାଇଁ ତିନୋଟି ପ୍ରମୁଖ ଆହ୍ବାନ ଭାବେ କରୋନା, ବିବାଦ ଏବଂ ଜଳବାୟୁ ପରିବର୍ତ୍ତନକୁ...

ବିକାଶ ଦୁବେଙ୍କ ମୃତ୍ୟୁ ଖବର ଜାଣିବା ପରେ ମିଠା ବାଣ୍ଟିଲେ ଗ୍ରାମବାସୀ

କାନପୁର,୧୦।୭: କୁଖ୍ୟାତ ଅପରାଧୀ ବିକାଶ ଦୁବେଙ୍କ ଏନ୍‌କାଉଣ୍ଟରରେ ମୃତ୍ୟୁ ହେବା ପରେ ବିଭିନ୍ନ ଆଡୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମିଳୁଛି। ତେବେ କାନପୁରର ବିକାରୁ ଗ୍ରାମବାସୀ...

ଝିଅର ହ୍ବାଟ୍ସଆପ୍‌ ଷ୍ଟାଟସ୍‌ ପାଇଁ ଗଲା ମା’ଙ୍କ ଜୀବନ

ପାଲଘର,୧୪।୨: ଜଣେ ୨୦ ବର୍ଷୀୟା ଯୁବତୀ ହ୍ବାଟ୍ସଆପ୍‌ ଷ୍ଟାଟସରେ ଏକ ମେସେଜ ପୋଷ୍ଟ କରିଥିଲେ। ଏହାକୁ କେନ୍ଦ୍ର କରି ଯୁବତୀଙ୍କ ମା’ଙ୍କୁ ନିର୍ଯାତନା ଦେଇ ହତ୍ୟା...

ଡିଜିପିଙ୍କୁ ଚୁଡ଼ି ପିନ୍ଧାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ: ଭାଜପାର କଟାକ୍ଷ…

ମୁଜାଫରପୁର,୨୯।୪ : ପୂର୍ବତନ ଏମପି ଆନନ୍ଦ ମୋହନ ଜେଲରୁ ଖଲାସ ହେବା ପରଠାରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଲଗାତାର ଟାର୍ଗେଟ କରାଯାଉଛି। ବିହାର ସରକାରଙ୍କ ଏହି...

‘ନଡ଼ିଆ ବାଡ଼େଇ ରାସ୍ତା ଭାଙ୍ଗିବା ଭାଜପା ଆରମ୍ଭ କରିଛି’

ମଥୁରା,୭।୧୨: ପୂର୍ବରୁ ପରମ୍ପରା ଥିଲା ରାସ୍ତାରେ ନଡ଼ିଆ ପିଟିଲେ ନଡ଼ିଆ ଫାଟୁଥିଲା। କିନ୍ତୁ ଏବେ ରାସ୍ତାରେ ନଡ଼ିଆ ପିଟିଲେ, ରାସ୍ତା ଫାଟୁଛି। ଏହି ପରମ୍ପରା ଭାଜପା...

ନିର୍ଭୟା ମାମଲାକୁ ୭ ବର୍ଷ: କେନ୍ଦ୍ର ଆଣିଛି କଠୋର ଆଇନ; ତଥାପି ଥମୁନି ବର୍ବରତା

ନୂଆଦିଲ୍ଲୀ,୧୬ା୧୨(ପି.ଟି.): ଠିକ୍‌ ସାତ ବର୍ଷ ପୂର୍ବେ ଦେଶକୁ ସ୍ତବ୍ଧ କରିଦେଇଥିଲା ନିର୍ଭୟା ମାମଲା। ୨୩ ବର୍ଷୀୟା ପାରାମେଡିକାଲ ଛାତ୍ରୀଙ୍କୁ ଚଳନ୍ତା ବସ୍‌ରେ ଗଣବଳାତ୍କାର ପରେ ଫିଙ୍ଗିଦିଆଯାଇଥିଲା।...

ରାଜଧାନୀରେ ବୁଭୁକ୍ଷୁ ମଣିଷ,ପଶୁ,ପକ୍ଷୀଙ୍କ ବିକଳଚିତ୍ର: ଗାଡି ଲାଗିଲେ ଖାଇବା ପାଇଁ ଦୌଡ଼ି ଆସୁଛନ୍ତି

ଭୁବନେଶ୍ୱର, ୪।୪(ବ୍ୟୁରୋ):-ରାଜଧାନୀରେ ସଟ ଡାଉନ ଲାଗୁ ହେବାପରେ ସାଧାରଣ ଜନଜୀବନ ସମ୍ପୂର୍ଣ୍ଣ ଠପ ହୋଇଯାଇଛି। ପୋଲିସର କଡା ପାଇଁତରା ମଧ୍ୟରେ ରାଜପଥ ଠାରୁ ଆରମ୍ଭ କରୀ...

ଛତିଶଗଡ଼ କଂଗ୍ରେସରେ କନ୍ଦଳ, ଲଗାତାର ଦିଲ୍ଲୀ ପହଞ୍ଚୁଛନ୍ତି ବିଧାୟକ

ନୂଆଦିଲ୍ଲୀ,୨ ।୧୦: ଛତିଶଗଡ଼ରେ ଅଢେଇ ବର୍ଷିୟା ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିବାଦ ମଧ୍ୟରେ ଛତିଶଗଡ଼ର ବିଧାକମାନେ ଲଗାତାର ଦିଲ୍ଲୀ ଗସ୍ତ କରୁଥିବା ଜଣାପଡିଛି । ଶନିବାର...

Advertisement
Archives

Model This Week