ଶ୍ରମିକଙ୍କ ବିନା ପ୍ରଗତି ଅସମ୍ଭବ

ବଅଁରପାଳ, ୧।୫(ଡି.ଏନ.ଏ.)-ଶ୍ରମିକ ହେଉଛନ୍ତି ରାଷ୍ଟ୍ର ନିର୍ମାତା। ଶ୍ରମଜୀବୀ, ଚାଷୀଙ୍କୁ ବାଦ୍‌ ଦେଇ ଦେଶ ପ୍ରଗତିର ମୂଲ୍ୟାଙ୍କନ କରିବା ନିରର୍ଥକ। ବିକାଶର ସାରଥୀ ଏହି ଦୁଇ ଗୋଷ୍ଠୀଙ୍କୁ ସମ୍ମାନ ନ ମିଳିଲେ ରାଷ୍ଟ୍ରର ବିକାଶ ଠପ୍‌ ହୋଇଯିବ ବୋଲି କହିଛନ୍ତି ଅବସରପ୍ରାପ୍ତ କର୍ମଚାରୀ ପଦ୍ମନାଭ ସାହୁ। ଅନୁଗୋଳ ଜିଲା ନାଲ୍‌କୋ ଶ୍ରମିକ କଂଗ୍ରେସ୍‌ କାର୍ଯ୍ୟାଳୟରେ ଆୟୋଜିତ ବିଶ୍ୱ ଶ୍ରମିକ ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସଂଘର ପତାକା ଉତ୍ତୋଳନ କରିବା ସହିତ ସେ ଏହା କହିଛନ୍ତି। ଏହି ଉପଲକ୍ଷେ ନାଲ୍‌କୋରେ କାର୍ଯ୍ୟରତ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ଏବଂ କମ୍ପାନୀର ଉନ୍ନତି ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ସାଧାରଣ ସମ୍ପାଦକ ପରେଶ ଚନ୍ଦ୍ର ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ଯ୍ୟକାରୀ ସଭାପତି ବିଭବ ଜେନା, ହେମନ୍ତ ପ୍ରଧାନ, ସନ୍ତୋଷ ମହାରଣା, ରମେଶ ତରାଇ, ବିଭୂତି ଶତପଥୀ, ଦୀନବନ୍ଧୁ ମିଶ୍ର, କୁଳମଣି ସାହୁ, ଟୁକୁ ସାହୁ, ପ୍ରଦୀପ ସାହୁ, ଅନୁଜ ତିର୍କୀ ପ୍ରମୁଖ ଉପସ୍ଥିତ ଥିଲେ।
ସେହିପରି ଏନ୍‌ଏନ୍‌ଇୟୁ କାର୍ଯ୍ୟାଳୟରେ ଆୟୋଜିତ ଶ୍ରମିକ ଦିବସରେ ୟୁନିୟନ୍‌ର ଉପଦେଷ୍ଟା ବଳରାମ ବେହେରା ସଂଘର ପତାକା ଉତ୍ତୋଳନ କରିଥିଲେ। ସାଧାରଣ ସମ୍ପାଦକ ନିର୍ମଳ ଶତପଥୀ ଉପସ୍ଥିତ ରହି ଶ୍ରମିକ ଦିବସର ତାତ୍ପର୍ଯ୍ୟ, ନାଲ୍‌କୋ ପ୍ଲାଣ୍ଟର ବିକାଶ, ଶ୍ରମିକଙ୍କ ଦାବି ଉପରେ ଆଲୋଚନା କରିଥିଲା। କାର୍ଯ୍ୟକାରୀ ସଭାପତି ସୁଶାନ୍ତ ସାମଲ, ଭରତ ମାଝି, ବଳଭଦ୍ର ସାମଲ, ଗନ୍ଦର୍ଭ ବିଶ୍ୱାଳ, ଶ୍ରମିକ ସଭା ସଭାପତି ବାବୁଲି ସେଠୀ, ଟିକନ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ନେସ୍‌ କାର୍ଯ୍ୟାଳୟରେ ସଭାପତି ଦିଲୀପ ମିଶ୍ର ପତାକା ଉତ୍ତୋଳନ କରିଥିଲେ। ସାଧାରଣ ସମ୍ପାଦକ ନିର୍ମଳ ସାମଲ, ମୁରଲୀଧର ପଣ୍ଡା, ବିଜନ ଦଳବେହେରା, ମନୋଜ ସ୍ବାଇଁ, ଅଟଳବିହାରୀ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ। ନେପୁ କାର୍ଯ୍ୟାଳୟରେ ଆୟୋଜିତ ଶ୍ରମିକ ଦିବସରେ କାର୍ଯ୍ୟକାରୀ ସଭାପତି ମାଗିଲାଲ୍‌ ସାମଲ ପତାକା ଉତ୍ତୋଳନ କରିବା ସହ ଶ୍ରମିକଙ୍କ ମୌଳିକ ଅଧିକାର ଉପରେ ଆଲୋଚନା କରିଥିଲେ। ସଭାପତି ବିନୋଦ ବିହାରୀ ସେଠ, ସାଧାରଣ ସମ୍ପାଦକ ବୈରାଗୀ ସେଠ, ସରୋଜ ସାହୁ, ସତ୍ୟଜିତ୍‌ ବିଶ୍ୱାଳ, ରଞ୍ଜିତ ରଥ, ବୁବୁ ସାହୁ, ଲିଟୁ ଗଡ଼ନାୟକ, ଜଗନ୍ନାଥ ସେଠ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ଚଳିତବର୍ଷ କରୋନା କଟକଣା ଯୋଗୁ ସାମାଜିକ ଦୂରତା ମଧ୍ୟରେ ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ସମ୍ପନ୍ନ ହୋଇଥିଲା। ଏଥିରେ ଶ୍ରମିକନେତାମାନେ ପୂର୍ଣ୍ଣ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପାଇଁ ବ୍ୟସ୍ତ ବିହାରୀ ଶ୍ରମିକ

ଅନୁଗୋଳ ଅଫିସ, ୧୬।୫ – ବିବାହ ପାଇଁ ତିଥି ନିର୍ଦ୍ଧାରଣ ସରିଛି। ଆଉ ହାତରେ ଅଧିକ ସମୟ ନାହିଁ। ସଙ୍ଗରୋଧ ଅବଧି ମଧ୍ୟ ସରିଗଲାଣି। ତୁରନ୍ତ...

ଆବଶ୍ୟକ ବେଳେ ଅଭାବ

ଆଠମଲ୍ଲିକ, ୧୮ା୧୧ (ଡି.ଏନ.ଏ.): ମହାନଦୀ ଉପରେ ଧଳପୁର ସେତୁ ନିର୍ମାଣ ପରେ ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରେ ବଢ଼ୁଛି ରୋଗୀସଂଖ୍ୟା। ପାଖ ହେଉଥିବାରୁ ପଡ଼ୋଶୀ...

ବିକାଶ କମ୍‌, ବିବାଦ ବେଶି

ଅନୁଗୋଳ ଅଫିସ,୩୦ା୩: ଅନୁଗୋଳ ପୌରପରିଷଦ ଗଠନକୁ ବର୍ଷେ ପୂରିଗଲା। ହେଲେ ଅଳିଆ ସମସ୍ୟାର ଠିକଣା ଭାବେ ସମାଧାନ ହୋଇପାରିଲା ନାହିଁ। ୱାର୍ଡର ସୀମାକୁ ନେଇ ଉପୁଜିଥିବା...

ଧାରଣାକାରୀଙ୍କୁ ଉଠାଇନେଲା ପୋଲିସ

ଛେଣ୍ଡିପଦା, ୨୩।୪: (ସ୍ବ.ପ୍ର.) ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ବରପଦା ପଞ୍ଚାୟତ ଗୋପୀବଲ୍ଲଭପୁରଠାରେ ନାଲ୍‌କୋର ଉତ୍କଳ ଡି ଓ ଇ କମ୍ପାନୀ ପକ୍ଷରୁ ପ୍ରସ୍ତାବିତ ଖଣି...

ଅଣ୍ଟାରେ ଅଟକିଛି ଭଙ୍ଗା ଛୁଞ୍ଚତ୍ ଘଟଣା:ଚିକିତ୍ସା ନ ପାଇ କଟକରୁ ଫେରିଲେ ଶିଶୁ କନ୍ୟା

ଅନୁଗୋଳ ଅଫିସ, ୧୯।୧୦ ଅନୁଗୋଳ ଜିଲା ତାଳଚେର କଣ୍ଢାଳ ପଞ୍ଚାୟତ ବାଲୁଗଁାର ଜଣେ ୫ ବର୍ଷୀୟା ଶିଶୁ କନ୍ୟା ଅଣ୍ଟାରେ ଇଞ୍ଜେକଶନ ଛୁଞ୍ଚତ୍ ଧରି ଶୁକ୍ରବାର...

ହାତୀ ଆକ୍ରମଣରେ ନାବାଳକ ମୃତ: ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ

ଛେଣ୍ଡିପଦା,୨୬।୧୨(ସ୍ବ.ପ୍ର): ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳ କମ୍ପସଲା ଗ୍ରାମପଞ୍ଚାୟତର ମଣ୍ଡୁଆ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର...

ବାଲିସାହି-ସୁରାବ ରାସ୍ତା କଦର୍ଯ୍ୟ

ଅନୁଗୋଳ ଅଫିସ, ୨।୮-ଅନୁଗୋଳ ଜିଲା ବଲାସିଂହା ପଞ୍ଚାୟତ ବାଲିସାହିଠାରୁ ସୁରାବ ଯାଇଥିବା ୪ କିମି ରାସ୍ତା ଶୋଚନୀୟ ହୋଇପଡିଛି। ଅସରାଏ ବର୍ଷା ହେଲେ ସେଠାରେ ପାଣି...

ନିଖୋଜ ସରପଞ୍ଚ ପ୍ରାର୍ଥୀ ଶ୍ୱଶୁରଘରୁ ଉଦ୍ଧାର

ଛେଣ୍ଡିପଦା,୧୦ା୨(ସ୍ବ.ପ୍ର.)  ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ମାଛକୁଟା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ମନୋଜ ସେଠୀ ନିଖୋଜ ହେବାର ୧୨ ଘଣ୍ଟା ପରେ ଉଦ୍ଧାର ହୋଇଛନ୍ତି। ଛେଣ୍ଡିପଦା...

Advertisement
Archives

Model This Week